ଏସୀୟ କ୍ରୀଡ଼ାରେ ଇତିହାସ ରଚିଲା ଭାରତୀୟ ମହିଳା ଦଳ, ଶ୍ରୀଲଙ୍କାକୁ ହରାଇ ଜିତିଲା ସ୍ୱର୍ଣ୍ଣ

ଏସିଆନ୍ ଗେମ୍ସ ୨୦୨୬ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛି ମହିଳା କ୍ରିକେଟ୍ ଟିମ୍ । ଫାଇନାଲ୍‌ରେ ଶ୍ରୀଲଙ୍କାକୁ ୧୪୭ ରନ୍‌ର ବଡ଼ ବ୍ୟବଧାନରେ ହରାଇ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ସ୍ୱର୍ଣ୍ଣ ପଦକ ଜିତିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୦ ଓଭରରେ ୨୧୬ ରନ୍‌ର ବଡ଼ ସ୍କୋର କରିଥିଲା। ଦଳ ପକ୍ଷରୁ ସ୍ମୃତି ମନ୍ଧାନା ୭୯, ରିଚା ଘୋଷ ଅପରାଜିତ ୪୯ ଏବଂ ଶେଫାଳୀ ବର୍ମା ୪୮ ରନ୍‌ର […]

ବଳାତ୍କାର ମାମଲାରେ କେଉଁ ରାଜ୍ୟ ଆଗରେ! ଓଡ଼ିଶାର ସ୍ଥିତି କଣ?

ନ୍ୟାସନାଲ କ୍ରାଇମ୍ ରେକର୍ଡ୍ସ ବ୍ୟୁରୋର ବାର୍ଷିକ ତଥ୍ୟ ଅନୁସାରେ, ଦୁଷ୍କର୍ମ ଏବଂ ଛେଡ଼ଛାଡ଼ ଭଳି ମାମଲାର ଦାଖଲ ସଂଖ୍ୟା ଓ ଅପରାଧ ହାରରେ ରାଜ୍ୟଗୁଡ଼ିକ ମଧ୍ୟରେ ବେଶ୍ ତଫାତ ରହିଛି।ବଳାତ୍କାରର ଦାଏର ହୋଇଥିବା ମୋଟ ମାମଲା ସଂଖ୍ୟାକୁ ଦେଖିଲେ ରାଜସ୍ଥାନ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟ ଅନେକ ସମୟରେ ଉପରେ ରହିଛନ୍ତି। ରାଜସ୍ଥାନକୁ ପ୍ରତି ଲକ୍ଷ ଜନସଂଖ୍ୟା ଆଧାରରେ ବଳାତ୍କାର ମାମଲାର ଅଧିକ ହାର ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ମଧ୍ୟ ଗଣାଯାଇଛି।ଓଡ଼ିଶା, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶ ଭଳି […]

ଡିଜିପି ନିଯୁକ୍ତି ବିବାଦ ମାମଲା; ଆସନ୍ତାକାଲି ପୁଣି ଥରେ ମାମଲାର ଶୁଣାଣି ହେବ

ଓଡ଼ିଶା ଡିଜିପି ନିୟୁକ୍ତି ବିବାଦ ମାମଲା । ସୁପ୍ରିମକୋର୍ଟରେ ଆଜି ଶୁଣାଣି ଅସମାପ୍ତ ।  ଆସନ୍ତାକାଲି ପୁଣି ଥରେ ମାମଲାର ଶୁଣାଣି ହେବ । ଆଜି ଶୁଣାଣି ସମୟରେ ବିଭିନ୍ନ ପ୍ରକ୍ରିୟାଗତ ପ୍ରସଙ୍ଗ ଉପରେ ତୀବ୍ର ଯୁକ୍ତିତର୍କ ହୋଇଛି । ବରିଷ୍ଠ ଆଇପିଏସ୍‌ ଅଧିକାରୀ ସୁଶାନ୍ତ କୁମାର ନାଥଙ୍କୁ ‘ଜୋନ୍‌ ଅଫ୍‌ କନ୍‌ସିଡରେସନ୍‌’ରୁ ବାଦ୍‌ ଦିଆଯିବା, ତାଙ୍କ ଇଣ୍ଟେଗ୍ରିଟି ସାର୍ଟିଫିକେଟ୍‌ ଏବଂ ଅନ୍ୟ କେତେକ ଅଧିକାରୀଙ୍କ ପଦୋନ୍ନତି ପରେ ଚୟନ ତାଲିକାରେ ପରିବର୍ତ୍ତନ ନେଇ ପ୍ରଶ୍ନ ଉଠିଛି […]

ବୁଧବାର ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି, ୬ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ବୁଧବାର ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ। ଏହି ନୀତିକୁ ଦୃଷ୍ଟିରେ ରଖି ଅପରାହ୍ନ ୫ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।ମଧ୍ୟାହ୍ନ ଧୂପ ଉଠିବା ପରେ ଜୟବିଜୟ ଦ୍ୱାର ବନ୍ଦ ହୋଇ ଭିତର ଚନ୍ଦନ ଅର୍ଗଳିରେ ପୂଜାପଣ୍ଡା ପଞ୍ଚବର୍ଣ୍ଣ ମୁରୁଜରେ ମଣ୍ଡଳ ଅଙ୍କନ ହେବ। ତିନି ବାଡ଼ରେ ବନ୍ଦାପନା ପରେ କଳସ ବରୁଣ ପୂଜା ସମ୍ପନ୍ନ ହୋବ। ପତିମହାପାତ୍ର ଓ ମୁଦିରସ୍ତ ଥାଇ ଆଚାର୍ଯ୍ୟ ବରଣ […]

ରାତି ହେଲେ ଅନ୍ଧାର ହେଉଛି ରାଜଧାନୀ।ସହରର ଏଭଳି ସ୍ଥିତିକୁ ନେଇ TPCODL ଉପରେ ବର୍ଷିଛନ୍ତି ମେୟର

ଭୁବନେଶ୍ୱର ମହାନଗର ନିଗମର ୪୪ ତମ ସାଧାରଣ ବୈଠକ ଶେଷ ହୋଇଥିବା ବେଳେ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ସହରରେ ଦେଖାଯାଉଥିବା ଅନ୍ଧାର ସ୍ଥିତିକୁ ନେଇ ହୋ ହାଲ୍ଲା କରିଥିଲେ କର୍ପୋରେଟର । ଅଧା ଠୁ ଅଧିକ ସ୍ଥାନରେ ଷ୍ଟ୍ରିଟ ଲାଇଟ ଖରାପ ହୋଇଥିବା ବେଳେ ସହରର ଆଲୋକୀକରଣ ପୁରା ବ୍ୟପର୍ଯ୍ୟସ୍ତ ହୋଇପଡିଛି।ରାଜଧାନୀରେ ବରମୁଣ୍ଡାରୁ ଆରମ୍ଭ କରି ପଟିଆ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ଲୋକଙ୍କ ଅଭିଯୋଗ ବିଦ୍ୟୁତ୍ କାଟକୁ ନେଇ । ଅନ୍ତତଃ ଜନଅସନ୍ତୋଷ […]

ଏମଏମଡିଆର ଆଇନ ଏବଂ ପାଠ୍ୟପୁସ୍ତକ ଭୁଲକୁ ନେଇ ଓଡ଼ିଶା ବିଧାନସଭାରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି; ନବୀନ ପଟ୍ଟନାୟକ ବିଧାନସଭା ଛାଡିଲେ

ଶୋକସଭା ପରେ ଓଡ଼ିଶା ବିଧାନସଭାର ପ୍ରାରମ୍ଭିକ ଦିନରେ ବିରୋଧୀ ଦଳଗୁଡ଼ିକ ପ୍ରବଳ ବିରୋଧ ପ୍ରଦର୍ଶନ କରିବା ସହିତ ତତ୍କାଳ ବାଧାପ୍ରାପ୍ତ ହୋଇଥିଲା। ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) (ଏମଏମଡିଆର) ସଂଶୋଧନ ଆଇନ ଉପରେ କଂଗ୍ରେସ ବିଧାୟକମାନେ ସ୍ଲୋଗାନ ଦେଇଥିବା ବେଳେ, ବିଜୁ ଜନତା ଦଳ (ବିଜେଡି) ସଦସ୍ୟମାନେ ସ୍କୁଲ ପାଠ୍ୟପୁସ୍ତକରେ ମୁଦ୍ରଣ ତ୍ରୁଟିକୁ ନେଇ ସରକାରଙ୍କୁ ଟାର୍ଗେଟ କରିଥିଲେ।ବିଶୃଙ୍ଖଳାକୁ ଗୁରୁତ୍ୱ ଦେଇ ବରିଷ୍ଠ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ […]

ଜଙ୍ଗଲ ନିଆଁ ଲିଭାଉଥିବା ବେଳେ ହେଲିକପ୍ଟର କ୍ରାଶ୍, ୨ ପାଇଲଟ ମୃତ

ଜଙ୍ଗଲ ଜଳୁଥିଲା। ନିଆଁକୁ ଆୟତ୍ତ କରିବାକୁ ଆକାଶରୁ ପାଣି ବର୍ଷାଉଥିଲା ହେଲିକପ୍ଟର। ହେଲେ ହଠାତ୍ ଘଟିଲା ଭୟଙ୍କର ଦୁର୍ଘଟଣା! ନିଆଁ ଲିଭାଇବାକୁ ଯାଇ ଖସିପଡ଼ିଲା ହେଲିକପ୍ଟର। ଆଉ ଆଖି ପିଛୁଳାକେ ଚାଲିଗଲା ଦୁଇ ଜୀବନ। ଅଧିକାରୀଙ୍କ ଅନୁଯାୟୀ, ରବିବାର ଅପରାହ୍ନରେ ଜଙ୍ଗଲ ନିଆଁ ଉପରେ ପାଣି ପକାଇବା ଅଭିଯାନରେ ହେଲିକପ୍ଟରଟି ନିୟୋଜିତ ଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ହେଲିକପ୍ଟରରେ ପାଇଲଟଙ୍କ ବ୍ୟତୀତ ଅନ୍ୟ କେହି ନଥିଲେ । ଉଭୟ ପାଇଲଟ୍ କଣ୍ଟ୍ରାକ୍ଟ ବିମାନ କମ୍ପାନୀ […]

ବିରୋଧୀଙ୍କ ହଟ୍ଟଗୋଳ, ଦିନ ୧ଟା ୧୦ ମିନିଟ୍ ପର୍ୟ୍ୟନ୍ତ ଗୃହ ମୁଲତବି

ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ମଙ୍ଗଳବାର ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ପ୍ରଥମେ ଦିବଙ୍ଗତ ନେତା ଓ ନେପାଳରେ ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହୋଇଛି । ତେବେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ । ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ହୋହଲ୍ଲା କରିଥିଲେ । ହଟ୍ଟଗୋଳକୁ ନଜରରେ ରଖି ମଧ୍ୟାହ୍ନ 1 ଘଟିକା 10 ମିନିଟ୍ ପର୍ଯନ୍ତ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ।ସୂଚନାଥାଉକି, […]

ଭିଜିଲାନ୍ସ ଜାଲରେ ପିଇଓ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକରେ କାର୍ଯ୍ୟରତ PEO କାର୍ତ୍ତିକେଶ୍ୱର ବେହେରାଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ସୂଚନା ଅନୁସାରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ପାଇବା ପରେ ସମ୍ବଲପୁର ଡିଭିଜନ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି । କାର୍ତ୍ତିକ ବେହେରାଙ୍କ ପୈତୃକ ଘର କନ୍ଦାଗାଡ଼ ସମେତ କଟାବାହାଲ ପଞ୍ଚାୟତ କାର୍ଯ୍ୟାଳୟ ଓ ଗାଇସିଲେଟ ବ୍ଲକ୍ କାର୍ଯ୍ୟାଳୟରେ […]

ଓଡ଼ିଶା ନୂଆ ଡିଜିପି ଚୟନ ମାମଲା: ଆଜି ସୁପ୍ରିମ୍‌କୋର୍ଟରେ ଶୁଣାଣି

ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରକ୍ରିୟା ଉପରେ ଆଜି ସୁପ୍ରିମ୍‌କୋର୍ଟରେ ଶୁଣାଣି । ପୂର୍ବରୁ ଚାରି ଚାରି ଥର ଶୁଣାଣି ବେଳେ କୌଣସି ନା କୌଣସି କାରଣ ପାଇଁ ପରବର୍ତ୍ତୀ ତାରିଖକୁ ଘୁଞ୍ଚିଥିଲା। ତେବେ ଆଜି ଶୁଣାଣି ହେବ ନା ଆହୁରି ଲମ୍ବା ଆଇନଗତ ଲଢ଼େଇ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ବର୍ତ୍ତମାନ ରାଜ୍ୟରେ ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ବିନୟତୋଷ ମିଶ୍ର କାମଚଳା ପୋଲିସ ଡିଜି ଭାବେ କାର୍ଯ୍ୟ ତୁଲାଉଛନ୍ତି। ତାଙ୍କ କାର୍ଯ୍ୟକାଳ […]

ଚୌଦ୍ୱାର ଜେଲ ମାମଲାରେ ଚାପ ଅଭିଯୋଗ, SCBରେ ସୁଜିତ ରାଉଳ ଭର୍ତ୍ତି

ପୁଣି ଚୌଦ୍ବାର ଜେଲ୍ ମାମଲାରେ ବିବାଦୀୟ ମୋଡ଼। ଥାନାରେ ତତ୍କାଳୀନ ଜେଲରଙ୍କ ଏତଲା। ମାମଲା ପ୍ରତ୍ୟାହାର ପାଇଁ ଉପରିସ୍ଥ ଅଧିକାରୀଙ୍କ ଚାପ ଅଭିଯୋଗ। ମାମଲା ପ୍ରତ୍ୟାହାର କଲେ, ବିଭାଗୀୟ କାର୍ଯ୍ୟାନୁଷ୍ଠାନରୁ ମୁକ୍ତ କରାଯିବ ବୋଲି ସର୍ତ୍ତ ରଖାଯାଇଥିବା ଅଭିଯୋଗ ହୋଇଛି । ଥାନାରେ ଅଭିଯୋଗ କରିଛନ୍ତି ସର୍କଲ ଜେଲ ପୂର୍ବତନ ଜେଲର ସନ୍ତୋଷିନୀ ଦାସ । ଗତ ୨୦ ତାରିଖରୁ ଗିରଫ ହୋଇ ଜେଲରେ ଅଛନ୍ତି ସୁପରିଣ୍ଟେଡେଣ୍ଟ ସୁଜିତ ରାଉଳ। ଏବେ ତାଙ୍କୁ ମୁକାଳିବାକୁ ବରିଷ୍ଠ ଅଧିକାରୀ […]

ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୪ ଜିଲ୍ଲାରେ ସ୍କୁଲ ଛୁଟି

ପ୍ରବଳରୁ ଅତି ପ୍ରବଳ ବର୍ଷା ଥିବା ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାକୁ ଆଧାର କରି ବିଭିନ୍ନ ଜିଲ୍ଲାରେ ଆଗୁଆ ସ୍କୁଲ ଛୁଟି କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ସମେତ ଜଗତ୍‌ସିଂହପୁର, ଗଞ୍ଜାମ,ମାଲକାନଗିରି, ଗଜପତି ଜିଲ୍ଲାରେ ମଙ୍ଗଳବାରଠୁ ୨୪ ତାରିଖ ଯାଏ ସ୍କୁଲ ଛୁଟି ଘୋଷଣା କରାଯାଇଛି ।ଖୋର୍ଦ୍ଧାରେ ଆଜିଠୁ ୨୪ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ସ୍କୁଲ, ଶିଶୁ ବାଟିକା ଇତ୍ୟାଦି ବନ୍ଦ ରହିବ । ଗଞ୍ଜାମ ଜିଲ୍ଲାରେ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ […]