ଆମର ଭବିଷ୍ୟତ ଉଜ୍ଜ୍ୱଳ ହେବ। ଆପଣ ଜଣେ ମହାନ ନେତା- ଟ୍ରମ୍ପ

ଆମର ଭବିଷ୍ୟତ ଉଜ୍ଜ୍ୱଳ ହେବ। ମୁଁ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରୁଛି। ଆପଣ ଜଣେ ମହାନ ନେତା। ମୁଁ ସମସ୍ତଙ୍କୁ ଏହା କହୁଛି। ଆଜି ବେଜିଂରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟି ଏପରି କହିଛନ୍ତି। ବୈଠକ ସମୟରେ ଜିନପିଙ୍ଗ ଏବଂ ଟ୍ରମ୍ପ ଉଭୟ ପରସ୍ପରକୁ ପ୍ରଶଂସା କରିଥିଲେ। ଚାଇନା ରାଷ୍ଟ୍ରପତି କହିଥିଲେ,ଆମେ ପ୍ରତିଦ୍ୱନ୍ଦ୍ୱୀ ନୁହେଁ, ସହଯୋଗୀ। ଏକ ଦୃଢ଼ ସମ୍ପର୍କ ଉଭୟ ଦେଶକୁ ଲାଭଦାୟକ ହେବ। ଏକାଠି ଆମେ ବିଶ୍ୱକୁ […]

ବିଦେଶକୁ ଚିନି ରପ୍ତାନୀ ବନ୍ଦ କଲା ଭାରତ

ବିଦେଶକୁ ଚିନି ରପ୍ତାନୀ ବନ୍ଦ କଲା ଭାରତ। କଞ୍ଚା, ଧଳା ଏବଂ ବିଶୋଧିତ ଚିନିର ରପ୍ତାନି ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ନିଷେଧ ରହିବ। ଏହି ନିଷେଧ ଆହୁରି ବୃଦ୍ଧି କରାଯାଇପାରେ। ଦେଶ ଭିତରେ ଚିନି ଦର ନିୟନ୍ତ୍ରଣରେ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସରକାରଙ୍କ ଏହି ପଦକ୍ଷେପ ଏପରି ଏକ ସମୟରେ ଆସିଛି ଯେତେବେଳେ ଘରୋଇ ବଜାରରେ ଚିନି ମୂଲ୍ୟ ଉପରେ ଚାପ ବଢ଼ୁଛି। ରପ୍ତାନିକୁ ହ୍ରାସ କରି, ଘରୋଇ ଯୋଗାଣକୁ ବୃଦ୍ଧି କରାଯିବ ଏବଂ […]

ରାଷ୍ଟ୍ରାୟତ୍ତ କମ୍ପାନୀର ତେଲ ଯୋଗାଣ ହ୍ରାସ ;ଅଧିକାଂଶ ପେଟ୍ରୋଲ ପମ୍ପରେ ତାଲା, ଲୋକ ହନ୍ତସନ୍ତ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ହର୍ମୁଜ୍‌ ପ୍ରଣାଳୀରେ ତୈଳ ଯୋଗାଣ ପ୍ରଭାବିତ କାରଣରୁ ଭାରତରେ ଏବେ ପେଟ୍ରୋଲ, ଡିଜେଲ ଆଦି ଯୋଗାଣ ବାଧାପ୍ରାପ୍ତ ହୋଇଛି।ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ପମ୍ପଗୁଡ଼ିକୁ ଆବଶ୍ୟକ ମୁତାବକ ତୈଳ ବୋଝେଇ ଗାଡ଼ି ଛାଡ଼ୁ ନାହାନ୍ତି। ଫଳରେ ପେଟ୍ରୋଲ ପମ୍ପଗୁଡ଼ିକରେ ତୈଳ ପହଞ୍ଚି ପାରୁନାହିଁ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ପେଟ୍ରୋଲ ଓ ଡିଜେଲ ପମ୍ପ ଓଳିଏ ଖୋଲିଲେ ଓଳିଏ ବନ୍ଦ ରହୁଛି। ପୁଣି ଯେଉଁ ଓଳିଏ ଖୋଲା ରହୁଛି କଟକଣାରେ ତୈଳ ବିକ୍ରି ହେଉଛି। […]

ପୁଣି ମହଙ୍ଗାମାଡ। ବଢିଲା ଅମୂଲ କ୍ଷୀର ଦାମ୍

ସାଧାରଣ ଲୋକଙ୍କ ରୋଷେଇରେ ପୁଣି ମହଙ୍ଗା ମାଡ଼ । ଦେଶରେ ସବୁଠୁ ବଡ ନାମି କମ୍ପାନୀ ଅମୂଲ ସାରା ଦେଶରେ ଏକ ଲିଟର କ୍ଷୀର ମୂଲ୍ୟ ପିଛା ୨ଟଙ୍କାକୁ ବୃଦ୍ଧି କରିଛି । ଗ୍ରାହକମାନଙ୍କ ପାଇଁ ଏହା ଜାଣିବା ଗୁରୁତ୍ୱପୂର୍ଣ୍ଣ ଯେ ଏହି ଲିଟର ପିଛା ୨ ଟଙ୍କା ବୃଦ୍ଧି ମେ’ ୧୪ ତାରିଖରୁ କାର୍ଯ୍ୟକାରୀ ହୋଇଛି। ଏହାର ଅର୍ଥ ହେଉଛି ମେ ୧୪ ତାରିଖରୁ ଗ୍ରାହକମାନଙ୍କୁ ଏବେ ଖୁଚୁରା ବଜାର ଏବଂ ଷ୍ଟୋରରେ ଅମୂଲ କ୍ଷୀର […]

ନଈରେ ବାସନ ଧୋଇବା ବେଳେ ଭିଡ଼ିନେଲା କୁମ୍ଭୀର, ମହିଳା ଗୁରୁତର

କୁମ୍ଭୀର ଆକ୍ରମଣରେ ମହିଳା ଗୁରୁତର । ଘର ପଛପାଖ ନଈରେ ବାସନ ଧୋଇବା ବେଳେ ଭିଡ଼ିନେଲା କୁମ୍ଭୀର। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ପେଟଛେଲା ପଞ୍ଚାୟତ ସ୍ଥାନୀୟ ଜଙ୍ଗଲଘେରି ଗାଁରେ। ବୁଧବାର ଅପରାହ୍ନରେ ଛବି ପାତ୍ର (୫୫) ନାମକ ଜଣେ ଆଦିବାସୀ ମହିଳା ନିକଟ ରାମଚଣ୍ଡୀ ଗଳିଆ ନଦୀରେ ବାସନକୁସନ ଧୋଉଥିବା ବେଳେ ବଣବୁଦା ଉହାଡ଼ରେ ଛକି ରହିଥିଲା ଏକ ବଉଳା କୁମ୍ଭୀର। ଏହି ସମୟରେ କୁମ୍ଭୀରଟି […]

ଖୁବ୍ ଶୀଘ୍ର ଚାଲିବ ପୁରୀ-କୋରାପୁଟ ନୂଆ ଏକ୍ସପ୍ରେସ୍‌

ଖୁବ୍ ଶୀଘ୍ର ଚାଲିବ ପୁରୀ-କୋରାପୁଟ ନୂଆ ଏକ୍ସପ୍ରେସ୍‌। ଏନେଇ ସୂଚନା ଦେଲେ ସିଏମ୍‌ଓ। ସପ୍ତାହରେ ୩ ଦିନ ଚାଲିବା ନେଇ ଜଣାପଡିଛି। ପୁରୀ-କୋରାପୁଟ ନୂଆ ଏକ୍ସପ୍ରେସ୍‌ ଚାଲିବା ନେଇ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ।ଏହି ଟ୍ରେନଟି ପୁରୀରୁ ସମ୍ବଲପୁର ଦେଇ କୋରାପୁଟ ଯିବ । ଏହି ନୂଆ ଟ୍ରେନ ଯୋଗୁଁ ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଓଡିଶାର ରେଳ ଯୋଗାଯୋଗ ବ୍ୟବସ୍ଥା ଆହୁରି ସୁଦୃଢ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି […]

ବଢିବ କି ପେଟ୍ରୋଲ ଦାମ୍‌! RBI ଗଭର୍ନର ଦେଲେ ବଡ଼ ସଙ୍କେତ

ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଅନ୍ତର୍ଜାତୀୟ ବଜାରରେ ବଢ଼ିବାରେ ଲାଗିଛି ଅଶୋଧିତ ତୈଳ ଦର । ଏହା ପ୍ରଭାବରେ ଭାରତରେ ତେଲ ସଂକଟ ଦେଖାଦେଲାଣି ।ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗଭର୍ନର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ଯଦି ଏହି ଉତ୍ତେଜନା ଦୀର୍ଘ ସମୟ ପାଇଁ ଜାରି ରହେ, ତେବେ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇପାରେ। ବର୍ତ୍ତମାନ, ସରକାର ଏବଂ ସରକାରୀ ତେଲ କମ୍ପାନୀଗୁଡ଼ିକ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧିର ବୋଝ ନିଜେ ବହନ […]

ତିନି ମାସ ପାଇଁ ଅନେକ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ କରିବାର ଘୋଷଣା କଲା ଏୟାର ଇଣ୍ଡିଆ

ଏୟାର ଇଣ୍ଡିଆ ଆନ୍ତର୍ଜାତୀୟ ଯାତ୍ରୀଙ୍କୁ ବଡ଼ ଝଟକା ଦେଇଛି । ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଯୋଗୁଁ ସାରା ବିଶ୍ୱରେ ଇନ୍ଧନ ଅଭାବ ସୃଷ୍ଟି ହୋଇଛି । ଯାହା ଜେଟ୍ ଇନ୍ଧନ ମୂଲ୍ୟକୁ ମଧ୍ୟ ପ୍ରଭାବିତ କରିଛି । ପଶ୍ଚିମ ଏସିଆ ବିବାଦ, ବୃଦ୍ଧି ପାଉଥିବା ଜେଟ୍ ଇନ୍ଧନ ମୂଲ୍ୟ ଏବଂ ପ୍ରମୁଖ ଅଞ୍ଚଳଗୁଡ଼ିକରେ ଆକାଶ ସୀମା ପ୍ରତିବନ୍ଧକ ମଧ୍ୟରେ ଏୟାର ଇଣ୍ଡିଆ ବୁଧବାର ଜୁନ୍ ରୁ ଅଗଷ୍ଟ ୨୦୨୬ ମଧ୍ୟରେ ୨୯ଟି ଅନ୍ତର୍ଜାତୀୟ ରୁଟରେ ଫ୍ରିକ୍ୱେନ୍ସି ସ୍ଥଗିତ […]

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ; ଅଧା ହେଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌

ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ସମଗ୍ର ବିଶ୍ୱରେ ଦେଖାଦେଇଥିବା ତୈଳ ସଂକଟ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ବିଭିନ୍ନ ଖର୍ଚ୍ଚକାଟ, ବିଶେଷକରି ପେଟ୍ରୋଲ ବ୍ୟବହାର କମ୍ କରିବାକୁ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ ସ୍ୱାଗତ କରି ତାଙ୍କ ନିଜ ବ୍ୟକ୍ତିଗତ ସୁରକ୍ଷା ପାଇଁ ଯାଉଥିବା ଗାଡି ଗୁଡିକୁ କମ୍ କରି ଅଧା କରିଦେଇଛନ୍ତି।ଏହା ସହିତ,ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ ଗୁରୁତ୍ୱ ଦେଇବ୍ୟକ୍ତିଗତ ଗାଡିରେ ଯିବାଆସିବା କମ୍ କରିବା […]

ଆସନ୍ତା ବର୍ଷ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୭୨ ଟଙ୍କା ବୃଦ୍ଧି

କେନ୍ଦ୍ର କ୍ୟାବିନେଟର ବୈଠକରେ ଚାଷୀ, ଭିତ୍ତିଭୂମି ଏବଂ ଶକ୍ତି କ୍ଷେତ୍ର ସହ ଜଡିତ ଅନେକ ପ୍ରମୁଖ ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି । ୨୦୨୬-୨୭ ଖରିଫ ଋତୁ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (MSP) ବୃଦ୍ଧିକୁ କ୍ୟାବିନେଟ୍ ଅନୁମୋଦନ କରିଛି । ଆସନ୍ତା ବର୍ଷ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୭୨ ଟଙ୍କା ବୃଦ୍ଧି କରିଛନ୍ତି । ଏହି ଦର ବୃଦ୍ଧି ପରେ ସାଧାରଣ ଧାନ କୁଇଣ୍ଟାଲ ପ୍ରତି ୨୪୪୧ ଟଙ୍କାରେ ପହଂଚିଛି । ସେହିଭଳି ଗ୍ରେଡ୍ […]

ଜ୍ୟୋତିଷଙ୍କୁ OSD ନିଯୁକ୍ତିର ଦିନକ ପରେ ହଟାଇଦେଲେ CM ବିଜୟ

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଜ୍ୟୋତିଷ ରିକି ରାଧାନ ପଣ୍ଡିତଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଅଧିକାରୀ (ଓଏସଡି) ନିଯୁକ୍ତି ପରେ ତାମିଲନାଡ଼ୁ ସରକାର ଏହାକୁ ପ୍ରତ୍ୟାହାର କରିଛନ୍ତି । ଆଜି ପବ୍ଲିକ ଡିପାର୍ଟମେଣ୍ଟ ପକ୍ଷରୁ ଜାରି ହୋଇଥିବା ଚିଠିରେ ଏହାକୁ ପ୍ରତ୍ୟାହାର କରାଯାଇଥିବା ଦର୍ଶାଯାଇଛି ।ମଙ୍ଗଳବାର ତାମିଲନାଡ଼ୁ ପବ୍ଲିକ ଡିପାର୍ଟମେଣ୍ଟ ସଚିବାଳୟ ଏହାକୁ ନେଇ ନିର୍ଦ୍ଦେଶ ଜାରି କରିଥିଲେ। ଜ୍ୟୋତିଷ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟଲଳିତାଙ୍କ ସମେତ ତାମିଲନାଡୁର ଅନେକ ପ୍ରମୁଖ ରାଜନେତାଙ୍କ ସହ ମଧ୍ୟ କାମ କରିଛନ୍ତି। ତେବେ […]

ଛାତି ବିନ୍ଧା ହେଉଥିଲା, ଦେଇ ଦେଲେ କୁକୁର କାମୁଡ଼ା ଇଂଜେକ୍ସନ

କୁକୁର କାମୁଡା ରୋଗୀ ବଦଳରେ ଅନ୍ୟଜଣେ ଯୁବକଙ୍କୁ କୁକୁର କାମୁଡା ଇଞ୍ଜେକ୍ସନ ଦେଇଦେଲେ ଫାର୍ମାସିଷ୍ଟ । କେନ୍ଦ୍ରାପଡା ଜିଲା କୁଦାନଗରୀ ଥାନା ଅନ୍ତର୍ଗତ କରିଲୋପାଟଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ଅନନ୍ତ ଜେନା ନାମକ ଜଣେ ଯୁବକ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ କରିଲୋପାଟଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ । ଏହି ସମୟରେ ତାଙ୍କ ପାଖରେ ଆଉ ଜଣେ କୁକୁର କାମୁଡା ରୋଗୀ ବସିଥିଲେ । ତେବେ […]