ଆସନ୍ତାକାଲି ବିଧାନସଭାର ମୌସୁମୀ ଅଧିବେଶନ: ସରିଲା ସର୍ବଦଳୀୟ ବୈଠକ

ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବିଧାନସଭାରେ ବସିଲା ବୈଠକ। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ,ଉପ ମୁଖ୍ୟ ସଚେତକ ପ୍ରତାପ ଦେବ, କଂଗ୍ରେସ ବିଧାୟକ ଅଶୋକ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ମୌସୁମୀ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ […]

ଶିକ୍ଷା ଅଧିକାରୀଙ୍କୁ ସମସ୍ୟା ଜଣାଇବାକୁ ୮ କିଲୋମିଟର ଚାଲି ଚାଲି ଗଲେ ଛାତ୍ରଛାତ୍ରୀ

ମୌଳିକ ସୁବିଧା ପାଇଁ ୮ କିଲୋମିଟର ଚାଲିଲେ ଅନ୍ତେବାସୀ । ହଷ୍ଟେଲରେ ଦୁଇ ମାସରୁ ଅଧିକ ହେବ ନାହିଁ ମୌଳିକ ସୁବିଧା । ମିଳୁଛି ପୋକରା ଚାଉଳର ଭାତ, ନାହିଁ ପାଣିର ସୁବିଧା । । ଯାହାକୁ ନେଇ ତାତିଛନ୍ତି ମୟୂରଭଞ୍ଜ ଉଦଳା ସ୍ଥିତ ବିସିପୁର ଆଶ୍ରମ ବିଦ୍ୟାଳୟର ଅନ୍ତେବାସୀ ।ଆଶ୍ରମ ସ୍କୁଲ ହଷ୍ଟେଲରେ ରୁହନ୍ତି ୧୦୦ ଶହେ ଛାତ୍ର ଏବଂ ୧୫୦ ଛାତ୍ରୀ । ଅନ୍ତେବାସୀଙ୍କ ପାଇଁ ଦୁଇ ମାସରୁ ଉର୍ଦ୍ଧ ହେବ ପାନୀୟ ଜଳ […]

କାନାଡାରେ ଉଡ଼ାଣ ତାଲିମ ସମୟରେ ବିମାନ ଦୁର୍ଘଟଣାଗ୍ରସ୍ତ ! ଦୁଇ ଜଣ ଭାରତୀୟ ଛାତ୍ରଙ୍କ ମୃତ

କାନାଡାରେ ଉଡ଼ାଣ ତାଲିମ ସମୟରେ ଏକ ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ଦୁଇ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି । କାନାଡାରେ ଥିବା ଭାରତୀୟ ଦୂତାବାସ ଏହି ଦୁଃଖଦ ଘଟଣାର ନିଶ୍ଚିତ କରିଛି । ଛାତ୍ରମାନେ ସେମାନଙ୍କର ବାଣିଜ୍ୟିକ ପାଇଲଟ୍ ବିମାନ ଚଳାଚଳ ତାଲିମ ପାଇଁ ଉଡ଼ାଣ ଅଭ୍ୟାସ କରୁଥିଲେ। ମୃତକଙ୍କୁ ତାମିଲନାଡୁର ମନୋଜ ଶିବକୁମାର ଏବଂ ପୁଡୁଚେରୀର ଶ୍ରୀଚରଣ ତିରୁଗନାସମ୍ବନ୍ଥମ ବୋଲି ଚିହ୍ନଟ କରାଯାଇଛି ।ଶୋକସନ୍ତପ୍ତ ପରିବାର ଓ ନିକଟ ସମ୍ପର୍କୀୟଙ୍କ ପ୍ରତି ଦୂତାବାସ ଗଭୀର […]

ରାଜଧାନୀରେ ଫୁଟିଲା ଗୁଳି । ଫେସବୁକ ଲାଇଭରୁ ତୁମୂଳକାଣ୍ଡ

ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି।୨ ରାଉଣ୍ଡ ବ୍ଲାଙ୍କ ଫାୟାରିଂ ହୋଇଥିବା ସୂଚନା । ଗଣ୍ଡଗୋଳ ଓ ମାଡ଼ପିଟ ଯୋଗୁଁ ୫ ଜଣ ଗୁରୁତର ଆହତ ହୋଇଛନ୍ତି ।। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ ମସଗୁଲ ଥିଲେ ଶ୍ରଦ୍ଧାଳୁ। ହେଲେ ଏହି ଆନନ୍ଦର ମାହୋଲ କ୍ଷଣକ ମଧ୍ୟରେ ରଣକ୍ଷେତ୍ରରେ ପରିଣତ ହୋଇଯାଇଛି। ଫେସ୍‌ବୁକ୍‌ ଲାଇଭରେ ବିବାଦୀୟ ମନ୍ତବ୍ୟ ପରେ ଗୁଳିକାଣ୍ଡ ଘଟିଛି।ଖବର ଅନୁଯାୟୀ, ରବିବାର ଜଣେ ଯୁବକ ଫେସବୁକ ଲାଇଭ […]

ରୁଷ ନିର୍ବାଚନ : ପୁଟିନଙ୍କ ୟୁନାଇଟେଡ୍ ରୁଷିଆ ଦଳ ସହଜ ବିଜୟ ମୁହାଁ

ଦେଶର ସଂସଦୀୟ ନିର୍ବାଚନରେ ଶାସକ ୟୁନାଇଟେଡ୍ ରୁଷିଆ ଦଳ ଏକ ସହଜ ବିଜୟ ପାଇଁ ରାସ୍ତା ପରିଷ୍କାର କରିଛି। ଆଂଶିକ ସରକାରୀ ଫଳାଫଳ ଦର୍ଶାଉଛି ଯେ, ଦେଶରେ କୌଣସି ପ୍ରକୃତ ବିରୋଧୀ ଦଳ ନଥିବାରୁ ଶାସକ ଦଳ ୫୭.୫ ପ୍ରତିଶତ ଭୋଟ ପାଇଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ନିର୍ବାଚନକୁ ତାଙ୍କ ନୀତି ଏବଂ ୟୁକ୍ରେନରେ ଯୁଦ୍ଧ ପାଇଁ ଜନସମର୍ଥନର ପରୀକ୍ଷା ଭାବରେ ଦେଖୁଛନ୍ତି। ଫେବ୍ରୁଆରି ୨୦୨୨ରେ ୟୁକ୍ରେନ ଉପରେ ରୁଷ ଆକ୍ରମଣ ଆରମ୍ଭ କରିବା ପରେ […]

ଓରାଙ୍ଗଉଟାନ ଖାଇଲେ ସିଝା ଗାଜର ଓ ବିନ୍, ନନ୍ଦନକାନନରେ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପରେ ଖାଦ୍ୟରେ ପରିବର୍ତ୍ତନ

ନନ୍ଦନକାନନ ପ୍ରାଣୀ ଚିକିତ୍ସାକେନ୍ଦ୍ରରେ ଥିବା ୫ ଓରାଂଓଟାଂଙ୍କ ଅବସ୍ଥାରେ ସୁଧାର ଆସିଛି । ଏମସ୍ ଡାକ୍ତର ଓ ହେଲଥ କମିଟିର ୨ ଜଣ  ସଦସ୍ୟ ଆସି ସ୍ଵାସ୍ଥ୍ୟ ନିରିକ୍ଷଣ କରି ଠିକ୍ ଥିବା କହିଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ଛୁଆମାନଙ୍କୁ କୃମି ପାଇଁ ଆଇମରବିମିକଟିନ ଦେବାକୁ କହିଛନ୍ତି । ରକ୍ତ, ଅସ୍ଥି ଓ ଶରୀରର ବିକାଶ ପାଇଁ ଆଇରନ, କ୍ୟାଲସିଅମ ଓ ପ୍ରୋଟିନ୍ ଦେବାକୁ ପରାମର୍ଶ ଦେଇଛନ୍ତି ।  ଏଥିସହ ପୃଷ୍ଟିସାର ଖାଦ୍ୟର ଆବଶ୍ୟକ ଥିବାରୁ […]

ଆଜି ଅବପାତ ରୂପ ନେଇପାରେ ଲଘୁଚାପ । ୫ ଦିନ ଯାଏଁ ପ୍ରବଳ ବର୍ଷା, ଜାରି ହେଲା ରେଡ୍ ଓ୍ୱାର୍ଣ୍ଣିଂ

ଆଜି ଅବପାତ ରୂପ ନେଇପାରେ ଲଘୁଚାପ । ୨୩ରେ ଦକ୍ଷିଣ ଓଡ଼ିଶା–ଉତ୍ତର ଆନ୍ଧ୍ର ଉପକୂଳ ନିକଟରେ ପହଞ୍ଚିବା ସମ୍ଭାବନା ।ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ପୂର୍ବ-ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଅନୁକୂଳ ପାଣିପାଗ ପରିସ୍ଥିତି କାରଣରୁ ଏହା ଆଜି ପୂର୍ବ-ମଧ୍ୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଅବପାତ ସୃଷ୍ଟି ହେବା ପରେ ଏହା ସମୁଦ୍ର ମଧ୍ୟରେ ଆହୁରି ଶକ୍ତି ସଂଗ୍ରହ କରିପାରେ ।ଆସନ୍ତାକାଲି […]

ନିଜସ୍ୱ ଉଦ୍ୟମରେ ନିଟ୍‌ରେ ସଫଳତା: ଫୁଲବାଣୀ ମେଡିକାଲ କଲେଜରେ ଡାକ୍ତରୀ ପଢ଼ିବେ ରାୟଗଡ଼ାର ଆଶୁତୋଷ

​ରାୟଗଡ଼ା: ନିଷ୍ଠା ଓ କଠିନ ପରିଶ୍ରମ ବଳରେ ସଫଳତା ହାସଲ କରିଛନ୍ତି ରାୟଗଡ଼ା ବ୍ରାହ୍ମଣ ସାହିର ମେଧାବୀ ଛାତ୍ର ଆଶୁତୋଷ ପାଢ଼ୀ। ସେ ନିଜସ୍ୱ ଉଦ୍ୟମରେ ପ୍ରତିଷ୍ଠିତ ନିଟ୍ (NEET UG) ପରୀକ୍ଷାରେ କୃତିତ୍ୱ ଅର୍ଜନ କରି ରାଜ୍ୟର ସରକାରୀ ମେଡିକାଲ କଲେଜରେ ଏମ୍‌ବିବିଏସ୍ (MBBS) ପଢ଼ିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) କାଉନସେଲିଂ ପ୍ରକ୍ରିୟା ଜରିଆରେ ତାଙ୍କୁ ଫୁଲବାଣୀ ସ୍ଥିତ ସରକାରୀ ମେଡିକାଲ କଲେଜରେ ଏମ୍‌ବିବିଏସ୍ ପାଠ୍ୟକ୍ରମ ପାଇଁ […]

୨୧ରୁ ରାଜ୍ୟବ୍ୟାପୀ ‘ଦମନ’ ଅଭିଯାନ

ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ସହ ଅପରାଧୀ ଓ ଅସାମାଜିକଙ୍କ ଉପରେ କଡ଼ା ପଦକ୍ଷେପ ନେବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ‘ଦମନ’ ଆରମ୍ଭ କରାଯିବ । ଏହି ଅଭିଯାନ ସେପ୍ଟେମ୍ବର ୨୧ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ।ଅପରାଧୀଙ୍କ ଉପରେ ନଜର, ଗିରଫ ପରୱାନା କାର୍ଯ୍ୟକାରୀ, ବେଆଇନ ମଦ ଓ ନିଶାଦ୍ରବ୍ୟ କାରବାର ବିରୋଧରେ ଚଢ଼ାଉକୁ ଗୁରୁତ୍ୱ ଦିଆଯିବ।ବଳପୂର୍ବକ ଚାନ୍ଦା ଆଦାୟ […]

ପୁଣି ଡରାଉଛି ପାଣିପାଗ: ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ୨୨ ତାରିଖରୁ ବଢ଼ିବ ବର୍ଷାର ପରିମାଣ

ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟା ୫ଟା ୩୦ ମିନିଟ୍ ସମୟରେ ଏହି ଲଘୁଚାପ କ୍ଷେତ୍ରଟି ସକ୍ରିୟ ହୋଇଛି। ୨୧ରେ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ । ୨୨ରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତ ହୋଇପାରେ ! ବଙ୍ଗୋପସାଗରରେ ଘନୀଭୂତ ହେବ ସିଷ୍ଟମ୍ । ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ମୁହାଁ ହେବ ସିଷ୍ଟମ୍ […]

ଖୁବଶୀଘ୍ର ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର- ମୁଖ୍ୟ ପ୍ରଶାସକ

ଖୁବଶୀଘ୍ର ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର। ପ୍ରାୟ ଆସନ୍ତା ଅକ୍ଟୋବର ମାସରୁ ଭକ୍ତଙ୍କ ପାଇଁ ଖୋଲାଯିବ ଶ୍ରୀଗୁଣ୍ଡିଚା ମନ୍ଦିର। ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଶେଷ କରାଯିବ। ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ କରିବା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।ସେ କହିଛନ୍ତି ଶ୍ରୀଗୁଣ୍ଡିଚା ମନ୍ଦିର କୁ ପ୍ରବେଶ ଶୁଳ୍କ ମାତ୍ର ୧୦ ଟଙ୍କା ରହିବ। ୮୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ଛୋଟ ଶିଶୁଙ୍କ ପାଇଁ ଏହି ପ୍ରବେଶ […]

ଲୁଣ ତଳେ ପଡ଼ିବାକୁ କାହିଁକି ମନାଯାଏ ଅଶୁଭ?

ଲୋକବିଶ୍ୱାସ ଏବଂ ପୁରାଣ ଅନୁସାରେ ଲୁଣ ତଳେ ପଡ଼ିବାକୁ ଅଶୁଭ ମନାଯାଏ, କାରଣ ଏହା ସହିତ କେତେକ ଧାର୍ମିକ, ବାସ୍ତୁ ଏବଂ ସାମାଜିକ କାରଣ ଜଡ଼ିତ ରହିଛି।ତେବେ ଲୁଣ ତଳେ ପଡ଼ିବାକୁ ନେଇ ଏପରି ଧାରଣା କାହିଁକି ସୃଷ୍ଟି ହୋଇଛି? ବାସ୍ତୁଶାସ୍ତ୍ର ଓ ଜ୍ୟୋତିଷଶାସ୍ତ୍ର ସମ୍ବନ୍ଧୀୟ ପାରମ୍ପରିକ ଧାରଣାରେ ଏହାର କିଛି ବ୍ୟାଖ୍ୟା ମିଳିଥାଏ। ସନାତନ ଧାର୍ମିକ ପରମ୍ପରାରେ ଲୁଣକୁ ଏକ ବିଶେଷ ଉପାଦାନ ଭାବେ ବିବେଚନା କରାଯାଏ। ନଜର ଦୋଷ ବା କୁ-ଦୃଷ୍ଟିରୁ ରକ୍ଷା ପାଇବା […]