ଅନୁଗୁଳ ସହରର ପି.ଏମ୍. କମ୍ପ୍ଲେକ୍ସ ପୂଜା ମଣ୍ଡପରେ ପ୍ରଭୁ ଗଣେଶଙ୍କ ଭସାଣି ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ‘ଆଜ୍ଞା ଲଡ଼ୁ’ ନିଲାମ । ଗଣେଶଙ୍କ ‘ଆଜ୍ଞା ଲଡ଼ୁ’ ନିଲାମ ପାଇଁ ଭକ୍ତମାନଙ୍କ ମଧ୍ୟରେ ଲାଗିଥିଲା ପ୍ରତିଯୋଗିତା । ଶେଷରେ ଆଜ୍ଞା ଲଡ଼ୁଟି ୯୦ ହଜାର ଟଙ୍କାରେ ନିଲାମ ହୋଇଥିଲା । ଶୋଭାଯାତ୍ରାର ସବୁଠାରୁ ବଡ଼ ବିଶେଷତ୍ୱ ଥିଲା ସାମ୍ପ୍ରଦାୟିକ ଏକତାର ବାର୍ତ୍ତା । ଜାତି, ଧର୍ମ ଓ ସମ୍ପ୍ରଦାୟର ଭେଦଭାବ ଭୁଲି ସମସ୍ତ ଧର୍ମର ଲୋକେ ଏହି […]
ରାଜ୍ୟର ପେଟ୍ରୋଲ ଓ ଡିଜେଲ ଗ୍ରାହକଙ୍କ ପାଇଁ ବଡ଼ ଖବର। UPI ମାଧ୍ୟମରେ ଇନ୍ଧନ କିଣିବା ସମୟରେ ୨ ହଜାର ଟଙ୍କାରୁ ଅଧିକ ଅର୍ଥ ପେମେଣ୍ଟ କଲେ ଗ୍ରାହକଙ୍କଠାରୁ ଆଉ ଅତିରିକ୍ତ ୫ ଟଙ୍କା ଆଦାୟ କରାଯିବ ନାହିଁ। ଏଭଳି ନିଷ୍ପତ୍ତି ନେଇଛି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ।ପେଟ୍ରୋଲ ପମ୍ପରେ UPI ପେମେଣ୍ଟ ଉପରେ ଲାଗୁଥିବା MDR ଚାର୍ଜକୁ ନେଇ ଡିଲରମାନଙ୍କ ଉପରେ ପଡୁଥିବା ଆର୍ଥିକ ବୋଝ ମଧ୍ୟରେ ସଂଘ ଏହି ନିଷ୍ପତ୍ତି ନେଇଛି। ସଂଘର କହିବା […]
ମଧ୍ୟପ୍ରଦେଶର ଆଗର ମାଲୱା ଜିଲ୍ଲାର ନାଲଖେଡାରେ ଥିବା ମା ବଗଳାମୁଖୀ ମନ୍ଦିର ନିକଟରେ ପ୍ରବଳ ବର୍ଷା ଜଳ ସ୍ରୋତରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଇଥିବା ଏକ କାର୍ ଭାସି ଯାଇଛି । ୭ ଓଡ଼ିଆ ଭୁବନେଶ୍ବର ଜୟଦେବବିହାର ଅଞ୍ଚଳର । ଏମାନେ ଏହି ଅଞ୍ଚଳରେ ଥିବା ବନା ଢ଼ାବା ମାଲିକ ବନମାଳୀ ବେହେରାଙ୍କ ପରିବାର ଲୋକ ବୋଲି ଜଣାପଡିଛି । ତେବେ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି।ନବୀନ […]
ଆମେରିକାରେ ଚାକିରି କରିବାକୁ ଆଶା ରଖିଥିବା ଭାରତୀୟ ପେସାଦାରଙ୍କ ପାଇଁ H-1B ଭିସାକୁ ନେଇ ଆଉ ଏକ ବଡ଼ ପରିବର୍ତ୍ତନ ଆସିଛି ।ଟ୍ରମ୍ପ ପ୍ରଶାସନ ଏଚ-୧ବି ଭିସା ପାଇଁ ୧ ଲକ୍ଷ ଆମେରିକୀୟ ଡଲାର ଫି ଲାଗୁ କରିଛି। ଆଉ ଏହା ୧୨ ମାସ ପାଇଁ ବଢ଼ାଯାଇଛି । ନୂଆ ଘୋଷଣା ଅନୁସାରେ ଏହି କଟକଣା ୨୦୨୭ ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ ଜାରି ରହିବ । ଏହି ନିଷ୍ପତ୍ତିକୁ ନେଇ ଆମେରିକାର ଅଦାଲତରେ ମାମଲା ମଧ୍ୟ ଚାଲିଛି। […]
ମଧ୍ୟପ୍ରଦେଶର ଅଗର ମାଲୱା ଜିଲ୍ଲା ନଲଖେଡ଼ାରୁ ଆସିଛି ଦୁଃଖ ଖବର । କାର୍ ଭାସିଯିବା କାରଣରୁ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ବର୍ଷା ଯୋଗୁଁ ଫୁଲିଥିବା ଏକ ନାଳ ପାର ହେଉଥିବା ବେଳେ ଭକ୍ତଙ୍କୁ ନେଇ ଯାଉଥିବା ଏକ କାର୍ ପ୍ରଖର ସ୍ରୋତରେ ଭାସିଯିବାରୁ ୭ଜଣଙ୍କ ମୃତ୍ୟୁ ହୋଇଛି । ୭ ଜଣଙ୍କ ମଧ୍ୟରେ ତିନି ଜଣ ଶିଶୁ , ଦୁଇ ଜଣ ମହିଳା ଓ ୨ ଜଣ ପୁରୁଷ ଥିବା ପୁଲିସ ସୂଚନା […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀରେ ‘ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ’ (The Future of Environment and Climate Dynamics) ବିଷୟ ଉପରେ ଏକ ଆନ୍ତର୍ଜାତୀୟ ସମ୍ମିଳନୀର ଉଦଘାଟନ କରିଛନ୍ତି। । ଜାତୀୟ ସବୁଜ ଟ୍ରିବ୍ୟୁନାଲ (NGT) ଦ୍ୱାରା ଆୟୋଜିତ ଏହି ଦୁଇ ଦିନିଆ ସମ୍ମିଳନୀରେ ଦେଶବିଦେଶର ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେବେ । ଏହି ସମ୍ମିଳନୀରେ ପରିବେଶ ବିଶେଷଜ୍ଞ, ଭାରତର ସୁପ୍ରିମକୋର୍ଟ, ହାଇକୋର୍ଟ ଏବଂ ଜିଲ୍ଲା କୋର୍ଟର ବିଚାରପତି, ବିଭିନ୍ନ ମନ୍ତ୍ରଣାଳୟର ସଚିବ, ବରିଷ୍ଠ […]
୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ମୌସୁମୀ ଅଧିବେଶନ । ୨୧ ତାରିଖ ଦିନ ସାଢ଼େ ୧୧ଟାରେ ବସିବ ସର୍ବଦଳୀୟ ବୈଠକ । ଗୃହ କେମିତି ସୁରୁଖୁରୁରେ ଚାଲିବ ସେନେଇ ସବୁ ଦଳ ନିଜ ନିଜ ଆଭିମୁଖ୍ୟ ରଖିବେ । ଅପରାହ୍ଣରେ ବସିବ ବିଜେପି ବିଧାୟକ ଦଳ ବୈଠକ । ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।ମନ୍ତ୍ରୀ କହିଛନ୍ତି, ବିରୋଧୀ ଯେଉଁ ସବୁ ପ୍ରସଙ୍ଗ ଉଠାଇବେ ଆଲୋଚନା ପାଇଁ ପ୍ରସ୍ତୁତ […]
ପୂର୍ତ୍ତ ବିଭାଗକୁ ନେଇ ବଡ଼ ବୈଠକ ଡାକିଛନ୍ତି ରାଜ୍ୟର ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଲୋକସେବା ଭବନରେ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚାଲିଥିବା ରାସ୍ତା, ଫ୍ଲାଏଓଭର, କୋଠାବାଡ଼ି ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପର ଗୁଣବତ୍ତା ଓ ବିଳମ୍ବକୁ ନେଇ ସାଂସଦ ଏବଂ ବିଧାୟକ ମାନେ ମନ୍ତ୍ରୀଙ୍କୁ ଚିଠି ଲେଖି ଅଭିଯୋଗ ଜଣାଇଥିଲେ । ଜନପ୍ରତିନିଧିଙ୍କ ଏହି ଚିଠିକୁ ଗୁରୁତ୍ୱର ସହ ନେଇ ମନ୍ତ୍ରୀ […]
କେନ୍ଦ୍ର ସରକାର ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ ପେମେଣ୍ଟ୍ ଉପରେ ୦.୪ ପ୍ରତିଶତର ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ସାରା ଦେଶରେ ବିରୋଧ କରାଯାଉଛି । ଆସନ୍ତା ଅକ୍ଟୋବର ୧୫ ତାରିଖରୁ ଏହା ଲାଗୁ ହେବ । ରାଜସ୍ଥାନର ଅଲଓ୍ୱରରେ ଦେଖିବାକୁ ମିଳିଛି ଯେ ଅନେକ ପେଟ୍ରୋଲ ପମ୍ପରେ କ୍ୟାସ୍ ପେମେଣ୍ଟର ପୋଷ୍ଟର ଲାଗିଛି । ପେଟ୍ରୋଲ କିମ୍ବା ଡିଜେଲ ଭରିବାକୁ ପହଁଚୁଥିବା ଗ୍ରାହକଙ୍କୁ ସିଧାସଳଖ ୨ ହଜାରରୁ ଅଧିକ ଫିଲିଂରେ କ୍ୟାସ୍ ଦେବାକୁ […]
ପୁଣି ଟେନସନ୍ ଦେଲାଣି ସ୍କ୍ରବ୍ ଟାଇଫସ୍ । ସୁନ୍ଦରଗଡ଼ ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ସୁଦ୍ଧା ୯ ଶହ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ୫ ହଜାର ୬ ଶହ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି । ଜିଲ୍ଲାରୁ ପ୍ରତି ଦିନ ୧୦୦ରୁ ଅଧିକ ରକ୍ତ ନମୁନା ପରୀକ୍ଷା କରାଯାଉଛି । ରୋଗୀଙ୍କ ସଂଖ୍ୟା ଆହୁରି ବଢିବା ଆଶଙ୍କା ରହିଛି । ଯଦିଓ ଏହି ରୋଗରେ […]
ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ. ଗ୍ରାହାମ ସ୍ୟାଙ୍କସନିଂ ରୁଷିଆ ଆଣ୍ଡ ଇରାନ ଆକ୍ଟ ଅଫ ୨୦୨୬’ ନାମକ ଆଇନରେ ସ୍ବାକ୍ଷର କରିଛନ୍ତି।ଏହି ଆଇନ ପରେ ରୁଷିଆରୁ ବହୁ ପରିମାଣରେ ତେଲ ଓ ପ୍ରାକୃତିକ ଗ୍ୟାସ କିଣୁଥିବା ଦେଶଗୁଡ଼ିକ ଉପରେ ଭାରୀ ଟାରିଫ ଲଗାଇବା ପାଇଁ ଟ୍ରମ୍ପ ପ୍ରଶାସନକୁ ନୂଆ ଆଇନଗତ ଅଧିକାର ମିଳିଛି। ଏହି ଆଇନ […]
ତିରୁପତି ଲଡୁ ପ୍ରସାଦମ ପ୍ରସ୍ତୁତିରେ ବ୍ୟବହୃତ ଘିଅରେ ଅପମିଶ୍ରଣ ଅଭିଯୋଗ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ। ସୁକୃତି ଫୁଡ୍ସର ପ୍ରମୋଟର କୈଳାଶ ଚନ୍ଦ୍ର ମଙ୍ଗଲାଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମନି ଲଣ୍ଡରିଂ ମାମଲାରେ ସେପ୍ଟେମ୍ବର ୧୭ ତାରିଖରେ ଇଡିର ହାଇଦ୍ରାବାଦ କାର୍ଯ୍ୟାଳୟ ମଙ୍ଗଲାଙ୍କୁ ଗିରଫ କରିଥିବା ଏଜେନ୍ସି ପକ୍ଷରୁ କୁହାଯାଇଛି। ପରେ ତାଙ୍କୁ ବିଶାଖାପାଟଣାର ସ୍ୱତନ୍ତ୍ର ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ବା PMLA କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ଜୁଡିସିଆଲ୍ କଷ୍ଟିଡିୁକୁ ପଠାଇଥିବା […]
