ଜାନୁଆରୀ ୧୮ରେ ପକ୍ଷୀ ଗଣନା ।

ଜାନୁଆରୀ ୧୮ରେ ପକ୍ଷୀ ଗଣନା । ୧୬ରୁ ଆରମ୍ଭ ହେବ ପକ୍ଷୀ ଗଣନା ପ୍ରକ୍ରିୟା । ଚଳିତ ବର୍ଷ ସାରା ରାଜ୍ୟରେ ଗୋଟିଏ ଦିନରେ ହିଁ ପକ୍ଷୀ ଗଣନା କରାଯିବ । ଏଥର ଗଣନାରେ ଫ୍ଲେମିଙ୍ଗୋର ଟ୍ରାକିଂ କରାଯିବ । ସାଟେଲାଇଟ୍ ଟ୍ରାକିଂ ରିଙ୍ଗ ଲଗାଗଲେ ପକ୍ଷୀ ସାଇବେରିଆରୁ ଆସୁଛନ୍ତି ନା ଆଉ କେଉଁ ଦେଶରୁ ଆସୁଛନ୍ତି,ତାହା ସହଜରେ ଅନୁଧ୍ୟାନ କରିହେବ । ଏନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ପ୍ରେମ କୁମାର ଝା । ଚିଲିକା ହ୍ରଦକୁ […]

ପ୍ରେମ ପାଇଁ ପୁରା ପରିବାର ଏବେ ରାସ୍ତାରେ । ପ୍ରେମିକ ଜାଳିଦେଲା ପ୍ରେମିକାର ଘର

ପ୍ରେମ ପାଇଁ ପୁରା ପରିବାର ଏବେ ରାସ୍ତାରେ । ଆଖିରୁ ବୋହି ପଡୁଛି ଲୁହ । ପାଉଁଶ ହୋଇଯାଇଛି ପୁରା ଘର । ଏଭଳି ଘଟଣା ଦେଖିବାକୁ ମିଳିଛି ଧାମନଗର ଥାନା ଅନ୍ତର୍ଗତ ଆନନ୍ଦପୁର ପଞ୍ଚାୟତ ଗୋପାଳ ସାହିରେ । ଏନେଇ ଧାମନଗର ଥାନାରେ ଅଭିଯୋଗ କରିଛନ୍ତି ପ୍ରେମିକା ଅପରାଜିତା ଦାସ ।ବିଦ୍ୟାଧରପୁର ଗାଁର ରମେଶ ଦାସଙ୍କ ପୁଅ ଜ୍ୟୋତିରଞ୍ଜନ ଗୋପାଳ ସାହିର ଅପରାଜିତାଙ୍କୁ ଭଲ ପାଉଥିଲେ । କିଛି ଦିନ ଧରି ସେମାନଙ୍କ ଦେଖା ହୋଇନଥିବାରୁ […]

ଉପଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଶୋଇପଡ଼ିଲେ ଚାଷୀ।

ଉପଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଶୋଇପଡ଼ିଲେ ଚାଷୀ। କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ରବୀନ୍ଦ୍ର ପ୍ରଧାନ ଗାଡ଼ି ଆଗରେ ରାଜକନିକା ଅଞ୍ଚଳର ଜଣେ ଚାଷୀ ଶୋଇପଡ଼ିଥିଲେ। ଏହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଚାଷୀମାନଙ୍କର ଅଭିଯେୋଗ ମୁତାବକ, କଲଭଟ ନିର୍ମାଣ ପାଇଁ ଆର୍.ଡି. ବିଭାଗ ନାଳ ଉପରେ ବନ୍ଧ ବାନ୍ଧିବାରୁ ସେମାନଙ୍କ ଚାଷ ଜମିକୁ ପାଣି ଯାଉନି । ଯାହାଫଳରେ ପାଣି ଅଭାବରୁ ଶହ ଶହ ଏକର ଧାନ ଫସଲ ନଷ୍ଟ ହେବାକୁ ବସିଲାଣି । ବାରମ୍ବାର […]

ଶିଡ଼ିରୁ ପଡ଼ି ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ

ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ପ୍ରତାପ ଷଢଙ୍ଗୀ ଆହତ । ତେବେ ରାହୁଲ ଗାନ୍ଧୀ ତାଙ୍କୁ ଫୋପାଡିଦେଇଥିବା ଅଭିଯୋଗ କଲେ ସାଂସଦ । ସାଂସଦଙ୍କ କହିବା କଥା ମୁଁ ପାହାଚ ଉପରେ ଛିଡା ହୋଇଥିଲି । ତେବେ ରାହୁଲ ଗାନ୍ଧୀ ତାଙ୍କୁ ଧକ୍କା ମାରି ଠେଲି ଦେଇଥିବା କହିଛନ୍ତି ପ୍ରତାପ। ଗଣମାଧ୍ୟମ ଆଗରେ ପ୍ରତାପ ଏହି ମନ୍ତବ୍ୟ ଦେବା ପରେ କଂଗ୍ରେସ ସାଂସଦ ରାହୁଲଙ୍କ ଆଚରଣ ନେଇ ଏବେ ପ୍ରଶ୍ନ ଉଠିଛି।ଗୁରୁବାର ସଂସଦ ଭିତରେ ପ୍ରତାପ […]

ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଜଗିବେ ସଶସ୍ତ୍ର ପୁଲିସ

ସରକାରଙ୍କୁ ଶିମିଳିପାଳ ଚିନ୍ତା। ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ଗଠନ ହେବ ନୂଆ ଫୋର୍ସ।ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଜଗିବେ ଗୋଟିଏ କମ୍ପାନୀ ସଶସ୍ତ୍ର ପୁଲିସ। ତିଆରି ହେବ ୧୩୧ ଜଣିଆ ଏକ ଡେଡିକେଟେଡ୍ ଆର୍ମଡ୍ ପୁଲିସ୍ ରିଜର୍ଭ କମ୍ପାନୀ। ଏଥିପାଇଁ ଆକାଉଣ୍ଟ ଜେନେରାଲଙ୍କୁ ଚିଠି ଲେଖି ଜଣାଇଛନ୍ତି ଗୃହ ସଚିବ ସତ୍ୟବ୍ରତ ସାହୁ | ଶିମିଳିପାଳ ବାଘ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କ ଶୀକାର ବଢୁଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ମୟୂରଭଞ୍ଜ ଏସପି ଏହାର ପ୍ରଶାସନିକ ଦାୟିତ୍ୱରେ […]

ଆଜିଠୁ ପୁଣି ରତ୍ନଭଣ୍ଡାର ମରାମତି

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟର ଦ୍ବିତୀୟ ଦିନ। ଗୁରୁବାର ରତ୍ନଭଣ୍ଡାର କାନ୍ଥରୁ ପ୍ଲାଷ୍ଟର ଛଡାଯିବ। ପ୍ଲାଷ୍ଟର ଛଡାଯିବା କାର୍ଯ୍ୟ ଶେଷ ହେବା ପରେ ନଷ୍ଟ ହୋଇଯାଇଥିବା ଲୁହା ବିମ୍ ଓ ପଥର ବଦଳାଯିବ। ବଦଳରେ ନୂଆ ଲୁହା ବିମ୍ ଓ ପଥର ଲଗାଯିବ। ଠାକୁରଙ୍କ ଦ୍ବିତୀୟ ଭୋଗ ମଣ୍ଡପ ଶେଷ ପରେ ଏଏସଆଇ ପକ୍ଷରୁ ଏହି କାର୍ଯ୍ୟ କରାଯିବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ବ ଦିଆଯାଇଛି । ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେଲେ ବାହାର […]

ନିଯୁକ୍ତ ଲୋଭ ଦେଖାଇ ଠକିନେଲେ ୨ କୋଟି । ନକଲି ମହିଳା ଆଇଏଏସ୍ ଫେରାର ।

କଟକ ରୁ ଆସିଛି ଏହିଭଳି ଏକ ଘଟଣା | ମୁଁ ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଆଇଏଏସ୍ ଅଧିକାରୀ। ମୁଁ ବଡ଼ ବଡ଼ କମ୍ପାନୀର ଚାକିରି କରାଇ ଦେବି। ଏଥିପାଇଁ କିଛି ଟଙ୍କା ଦେବାକୁ ପଡ଼ିବ।” ଏପରି କହି ଆଶାୟୀଙ୍କୁ ଚୁନ ମାରୁଥିଲେ ମହିଳା। ଏପରି କୋଟିକୋଟି ଟଙ୍କା ଠକେଇ ଅଭିଯୋଗରେ ଜଣଙ୍କୁ ବାନ୍ଧିଛି ପୁଲିସ। କିନ୍ତୁ ଏହି ଘଟଣାର ମାଷ୍ଟରମାଇଣ୍ଡ ସଂପୃକ୍ତ ମହିଳା ଜଣଙ୍କ ଫେରାର ହୋଇଯାଇଛନ୍ତି। ଆଇଏଏସ୍‌ ଅଫିସର ପରିଚୟ ଦେଉଥିବା ପ୍ରିୟଙ୍କା ପ୍ରିୟଦର୍ଶନୀ ତ୍ରିପାଠୀ […]

ଆଜି ମଧ୍ୟ କ୍ଷୀରୋଦ ମଲ୍ଲିକଙ୍କ ଘରେ ରେଡ୍‌ ।

ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଆଜି ବି ରେଡ୍‌ । ଦ୍ବିତୀୟ ଦିନରେ ପ୍ରମିଳାଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ରେଡ୍‌ । ୨୩୧ କୋଟି ଠକେଇ ଅଭିଯୋଗରେ ଚାଲିଛି ଇଡିର ରେଡ୍‌ । ଏନଜିଓ ‘ବିଶ୍ବ’ ଅଫିସ ସମ୍ପାଦକଙ୍କ ଘର ସମେତ ମୋଦିପଡ଼ା, ଧନୁପାଲି ଅଞ୍ଚଳରେ ରେଡ୍ ଜାରି ରହିଛି। ‘ବିଶ୍ବ’ ଏନଜିଓର ପ୍ରତିଷ୍ଠାତା ହେଉଛନ୍ତି କ୍ଷୀରୋଦ ମଲ୍ଲିକ।ସୂଚନା ଅନୁସାରେ, ଗତକାଲି ପ୍ରମିଳାଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ରେଡ୍ କରିଥିଲା ଇଡି […]

କଟକ ଜିଲ୍ଲାପାଳଙ୍କ ଦସ୍ତଖତର ଜାଲିଆତି କରି ଛୁଟି ନେଇଥିଲେ ପ୍ରଫେସର

କଟକ ଜିଲ୍ଲାପାଳଙ୍କ ଦସ୍ତଖତର ହୋଇଥିଲା ଜାଲିଆତି। ପ୍ରାୟ ୫ ବର୍ଷ ପରେ ସ୍ପଷ୍ଟ ହୋଇଛି ଏହି ଘଟଣା। ଏହା ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଆସିଷ୍ଟାଷ୍ଟ ପ୍ରଫେସରଙ୍କ ବିରୋଧରେ ଏତଲା ଦେଇଛନ୍ତି କଟକ ଜିଲ୍ଲାପାଳ।୨୦୧୯ ମସିହାରେ ନିର୍ବାଚନ ସମୟରେ ରେଭେନ୍ସା ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ବିଜୟ ଲକ୍ଷ୍ମୀ ଦାଶ ଛୁଟି ପାଇଁ ଆବେଦନ କରିଥିଲେ। ନିର୍ବାଚନ ପାଇଁ କୋଡ୍‌ ଅଫ୍‌ କଣ୍ଡକ୍ଟ ଲାଗିଥିବାରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଜୟଲକ୍ଷ୍ମୀଙ୍କୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କଠାରୁ ଅନୁମତି […]

ଭରତପୁର ଥାନା ଘଟଣାରେ ଭିଡିଓ ଦାଖଲ କଲା କ୍ରାଇମବ୍ରାଞ୍ଚ; ୨୨ରେ ଶୁଣାଣି

ଭୁବନେଶ୍ବର ଭରତପୁର ଥାନା ମାମଲାରେ ଗତକାଲି ହୋଇଥିଲା ଶୁଣାଣି । ଆସନ୍ତା ୨୨ ତାରିଖରୁ ହେବ ସାକ୍ଷ୍ୟ ପ୍ରମାଣ ଗ୍ରହଣ । ସାକ୍ଷୀ ମାନଙ୍କର ବୟାନ ରେକର୍ଡ ମଧ୍ୟ ହେବ । କମିସନରଙ୍କ ସାମ୍ନାରେ ସାକ୍ଷୀଙ୍କ ବୟାନ ରେକର୍ଡ କରାଯିବ । ତେବେ ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ କ୍ରାଇମବ୍ରାଞ୍ଚ ବୁଧବାର ତଦନ୍ତ କମିସନ ଚିତ୍ତ ରଞ୍ଜନ ଦାଶଙ୍କ ପାଖରେ ସମ୍ପୂର୍ଣ୍ଣ ଘଟଣାର ଭିଡ଼ିଓ ଓ ଦସ୍ତାବିଜ ଦାଖଲ କରିଛି। […]

ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ଚାକିରିରୁ ନିଲମ୍ବିତ ହେଲେ ସହକାରୀ ଜିଲ୍ଲାପାଳ ।

କାର୍ଯ୍ୟରତ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଜଗତସିଂହପୁର ଜିଲ୍ଲାର ଆସିଷ୍ଟାଣ୍ଟ କଲେକ୍ଟର ଉମେଶ ଚନ୍ଦ୍ର ଲେଙ୍କା ନିଲମ୍ବିତ । ଆସନ୍ତା ୩ ମାସ ମଧ୍ୟରେ ଜଣେ ମହିଳା ତଦନ୍ତକାରି ଅଫିସର ଏବଂ ଜଣେ ମହିଳା ମାର୍ଶଲିଂ ଅଫିସରଙ୍କ ଜରିଆରେ ସମସ୍ତ ବିଭାଗୀୟ ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଗତ ଏପ୍ରିଲ ମାସ ୧୦ ତାରିଖ ଦିନ ଜଗତସିଂହପୁର ଜିଲ୍ଲାର ଆସିଷ୍ଟାଣ୍ଟ କଲେକ୍ଟର ଉମେଶ ଚନ୍ଦ୍ର ଲେଙ୍କା କଲେକ୍ଟର […]

୬୦ ଦିନରେ ମୁକୁଳିବେ ୬୦ ଜଣ କଏଦୀ ।

ବିଭିନ୍ନ ଜେଲ୍‌ରେ ସଜା କାଟୁଥିବା କଏଦୀଙ୍କ ପାଇଁ ଆଶ୍ବସ୍ତିକର ଖବର । ଜେଲ୍‌ ବିଭାଗ ଆରମ୍ଭ କରିଛି ନୂଆ ଅଭିଯାନ ମୁକ୍ତି । ଏହି ଅଭିଯାନରେ ୬୦ ଦିନରେ ମୁକୁଳିବେ ୬୦ ଜଣ କଏଦୀ । ଏସଂପର୍କରେ ସୂଚନା ଦେଇଛନ୍ତି ଜେଲ୍‌ ଏଡିଜି ଅମିତାଭ ଠାକୁର । ଅଭିଯାନ ମୁକ୍ତିରେ କଏଦୀଙ୍କ ମୁକ୍ତିପାଇଁ କିଛି ନିୟମାବଳୀ ରହିଛି । ଯେଉଁ କଏଦୀ ମାନେ ସମସ୍ତ ନିୟମକୁ ମାନିଥିବେ ସେମାନେ ଜେଲ୍‌ରୁ ମୁକ୍ତି ପାଇବେ । ଦୋଷୀ ସାବ୍ୟସ୍ତ […]