ପୁରୀ ମଙ୍ଗଳାଘାଟରେ ଥିବା ଏକ ସାବୁନ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଆଜି ମଧ୍ୟାହ୍ନ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହାନୀ । ନିଆଁ ଲିଭାଇବାରେ ୫ ଦମକଳ ଗାଡି ନିୟୋଜିତ ହୋଇଥିଲା । ସର୍ଟ ସର୍କିଟରୁ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ନିଆଁ ଲାଗିଥିବା ସମୟରେ ସାବୁନ ଫ୍ୟାକ୍ଟ୍ରିରେ ବହୁ କର୍ମଚାରୀ କାମ କରୁଥିବା ଜଣାଯାଇଛି। ତେବେ ସେମାନଙ୍କ ମଧ୍ୟରୁ କିଏ ମୃତାହତ କିମ୍ବା ଆହତ […]
କେନ୍ଦୁଝରଗଡ଼ : ମୁଣ୍ଡ ଉପରେ କାଠବିଡ଼ାର ଓଜନ ଅପେକ୍ଷା ଜୀବନ, ଜୀବିକାର ବୋଝ ଅଧିକ । ତଥାପି ଭୋକକୁ ଭାତ ଦେଉଛି ସେଇ ଜାଳେଣି କାଠ । ଜଙ୍ଗଲରୁ ସଂଗୃହୀତ କାଠ କେନ୍ଦୁଝର ବଜାରରେ ବିକ୍ରି ହେଲେ ଘରେ ଜଳୁଛି ଚୁଲି । କେନ୍ଦୁଝରରେ ଆଦିବାସୀଙ୍କ ପାଇଁ ରୋଜଗାରର ମୁଖ୍ୟ ସାଧନ ପାଲଟିଛି କାଠବିଡ଼ା ବିକ୍ରି । କେନ୍ଦୁଝର ସହର ପାଖାପାଖି ଥିବା ଶୁଆକାଟି, ଜୁଡିଆ ଘାଟି, ସିଦ୍ଧମଠ, ଝାଡ଼ବେଲଦା, ହରିଡାଗୋଠ, ଜାମୁନାଳିଆ, ଖମଣଗୋଡା ସାହି, କାନଝରୀ […]
ବଦନାମ ହେଉଛି କଟକ ବଡ଼ ମେଡିକାଲ । ପିଛା ଛାଡ଼ୁନି ନିଯୁକ୍ତି ଠକେଇ କଳଙ୍କ । ମାମଲାରେ ବଢୁଛି ଅଭିଯୋଗ ତାଲିକା । ପୁଣିଥରେ ଥାନାରେ ପହଞ୍ଚିଲେ ଠକେଇ ଶିକାର ଯୁବକ ଯୁବତୀ ।ଏସବୁ ଫେକ୍ ନିଯୁକ୍ତିପତ୍ର ଓ ଫେକ୍ ଆଇଡି କାର୍ଡ। ଏମିତି ନକଲି କରି ଚାକିରି ଆଶାୟୀଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଠକି ନିଆଯାଇଛି। ଅଭିଯୋଗକାରୀ କିଭଳି ଠକେଇ ଶିକାର ହୋଇଥିଲେ, ତାର ତଥ୍ୟ ପ୍ରମାଣ ଦେଇ ଥାନାରେ ଅଭିଯୋଗ କରିଛନ୍ତି । ଥାନାରେ ଅଭିଯୋଗ […]
କାର୍ ଡିଲରସିପ୍ କରାଇଦେବାକୁ କହି ୪୦ ଲକ୍ଷ ଟଙ୍କା ନେଇଗଲେ। ସିଡିଏ ସେକ୍ଟର ୯ ଅଞ୍ଚଳର ଜଣେ ବ୍ୟବସାୟୀ କିଆ କମ୍ପାନୀର କାର ଡିଲରସିପ୍ ସମ୍ବଲପୁରରେ କରିବାକୁ ଚାହୁଁଥିଲେ । ଏଥିପାଇଁ ସେ ‘କିଆ ର ଯୋଗାଯୋଗ ନମ୍ବର ଗୁଗୁଲରେ ଖୋଜିଥିଲେ। ଗୁଗୁଲରେ ନମ୍ବର ମିଳିବା ପରେ କମ୍ପାନି ସହିତ ଯୋଗାଯୋଗ କରିଥିଲେ। ଫୋନ୍ ଉଠାଇଥିବା ବ୍ୟକ୍ତି ନିଜକୁ ‘କିଆ ର ଅଧିକାରୀ ଭାବେ ପରିଚୟ ଦେଇଥିଲେ । ଡିଲରସିପ୍ ଖୋଲିବା ପାଇଁ ସିକ୍ୟୁରିଟି ଟଙ୍କା ବାବଦରେ […]
ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ପରିସରରେ ଉଡ଼ିଲା ୧୦୮ ଫୁଟ ଉଚ୍ଚ ଜାତୀୟ ପତାକା । ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଜାତୀୟ ସ୍ତମ୍ଭ ଓ ଜାତୀୟ ପତାକା ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟ କୂଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ […]
ଆସନ୍ତା ୨୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ଦକ୍ଷିଣ ଓ ଦକ୍ଷିଣ ଉପକୂଳ ସମେତ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଆଗାମୀ ୫ ଦିନ ପାଗ ପ୍ରାୟତଃ ଶୁଖିଲା ସହ ମେଘୁଆ ଓ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି। ୧୯ ତାରିଖରେ ପାଗ ମେଘୁଆ ରହିବ।ପୁରୀ, କେନ୍ଦ୍ରାପଡ଼ା, ଗଜପତି, ଜଗତସିଂହପୁର, କୋରାପୁଟ, ରାୟଗଡ଼ା ଜିଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଥିବାବେଳେ […]
ଫେବୃଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା। ୧୨୬୮ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ବୁଧବାର ବିଜ୍ଞପ୍ତି ଜାରି କରାଯାଇଛି। ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ପାଇଁ ୩ ଲକ୍ଷ ୬୪ ହଜାର ୫୨୭ ଜଣ ରେଗୁଲାର ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ କଳାର ୨ ଲକ୍ଷ ୨୯ ହଜାର ୬୦୪ ଜଣ ହୋଇଥିବା ବେଳେ ବାଣିଜ୍ୟର ୨୩ ହଜାର […]
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ସମାରୋହ ଜିଲ୍ଲା ପରିଷଦ ସୃଜନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ବିଭାଗ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସମାରୋହରେ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ସମଗ୍ର ଶିକ୍ଷା ବାଳିକା ସଂଯୋଜିକା ଶ୍ରାବଣୀ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି […]
ନୟାଗଡ଼,(ଓଡ଼ିଶା ଦର୍ପଣ): ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଆୟୋଜିତ ସିଜିନ-୨ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଦଶପଲ୍ଲା ବ୍ଲକ ଅଡିସନ ଆସନ୍ତା ୨୨ ତାରିଖ ରବିବାର ଦିନ ଦଶପଲ୍ଲା ବ୍ଲକ ପ୍ରାଥମିକ ଶିକ୍ଷକ ଭବନ ପରିସରରେ ଅନୁଷ୍ଠିତ ହେବ। ଏନେଇ ଏକ ପ୍ରସ୍ତୁତି ବୈଠକ ତ୍ରିନାଥ ଛକସ୍ଥିତ ସୀତାରାମ ୟୁଥ କ୍ଳବ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଙ୍ଗୀତସମ୍ପାଦକ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରତିଯୋଗିତାର ଆଭିମୁଖ୍ୟ ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ […]
ଖୁବ୍ଶୀଘ୍ର ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ଯୋଜନା କାର୍ଯ୍ୟକାରିତା ନେଇ ଭୁବନେଶ୍ବରରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଟିମ୍। ଆଲୋଚନା ହୋଇଥିବା ନେଇ ସ୍ବାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଟିମ୍ ସହ କେନ୍ଦ୍ରୀୟ ଟିମ୍ର ଆଲୋଚନା ହୋଇଛି।ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ । ଟିମ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସହ କରିଛି ଆଲୋଚନା । କିଭଳି ସବୁ ଲୋକ ଏହି କେନ୍ଦ୍ରୀୟ ଯୋଜନାର ସୁଫଳ ପାଇବେ […]
ଦୁଇମାସରେ ଆବାସ ସର୍ଭେ ସରିବ। ଏବେ ଗ୍ରାମାଞ୍ଚଳରେ ସର୍ଭେ ଆରମ୍ଭ ହୋଇଥିବା ନେଇ କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ। ପ୍ରତି ଗାଁରେ ସର୍ଭେ କରାଯାଉଛି। ଗ୍ରାମସଭା ମାଧ୍ୟମରେ ପ୍ରତି ଗାଁରେ ସଚେତନତା କରାଯାଉଛି । ଲୋକଙ୍କୁ ସର୍ଭେରେ ସାମିଲ କରାଯାଉଛି । ଯେଉଁମାନେ ବି ଆବାସ ପାଇବାରୁ ବାଦ୍ ପଡ଼ିଛନ୍ତି । କାହାକୁ ବାଦ୍ ଦିଆଯିବ ନାହିଁ । ବ୍ୟବସ୍ଥା ଲୋକଙ୍କ ପାଖରେ ପହଞ୍ଚାଇବାର ଆବଶ୍ୟକତା ଅଛି । ବିଭାଗର ଟ୍ରେନର ମାନେ ଗାଁ […]
ଖ୍ୟାତନାମା ସାହିତି୍ୟକ ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କୁ ମିଳିବ ମର୍ଯ୍ୟାଦାଜନକ ପୁରସ୍କାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ସେ ତାଙ୍କର ପ୍ରବନ୍ଧ ‘ଭୂତି ଭକ୍ତି ବିଭୂତି’ ଲାଗି ଏହି ପାଇବେ ବୋଲି ସୂଚନା ମିଳିଛି।୧୯୩୯ ମସିହା ଫେବୃଆରୀ ୨୭ରେ ଜନ୍ମ ଗ୍ରହଣ କରିଥିବା ପ୍ରଫେସର ସାମଲ ନିଜ ସାହିତ୍ୟ କୃତି ପାଇଁ ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଜଣେ ଅଧ୍ୟାପକ ଓ ଗବେଷକ ଭାବେ ଉତ୍କଳ ବିଶ୍ବବିଦ୍ୟାଳୟଠାରୁ ବିଶ୍ୱଭାରତୀ ପର୍ଯ୍ୟନ୍ତ ଯାତ୍ରା ଓ ଅନେକ ସୃଷ୍ଟିର ସଂଭାର […]
