ଗୋ ହତ୍ୟା ବନ୍ଦ ପାଇଁ ଆସିବ ଆଇନ । ଆସାମ ପରି ଓଡିଶାରେ ବି ବନ୍ଦ ହେବ ଗୋ ହତ୍ୟା । ଏହାସହ ରାଜ୍ୟରେ ବନ୍ଦ ହେବ ଗୋ ମାଂସ ଓ ଗୋ ଚାଲାଣ ।ଗୋ ଚାଲାଣ ଓ ଗୋ ହତ୍ୟା ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ଅଛି । ଚଳିତ ବିଧାନସଭା ଅଧିବେଶନରେ କିଛି ପ୍ରାଇଭେଟ୍ ବିଲ ଆସିବାକୁ ଯାଉଛି । ଏଥିରେ ଗୋ ହତ୍ୟା ନେଇ ଗୁରୁତ୍ବପୂର୍ଣ୍ଣ ବିଲ୍ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ଲାଠିପଡ଼ାସ୍ଥିତ ମଡେଲ ଡିଗ୍ରୀ କଲେଜଠାରେ ବିଶ୍ବ ଏଡ଼ସ୍ ଦିବସ ପରିପ୍ରେକ୍ଷୀରେ ଯୁବ ରେଡକ୍ରସ ଆନୁକୂଲ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସଭାପତିତ୍ବ କରି କଲେଜର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥି ଛାତ୍ରଛାତ୍ରୀମାନଙ୍କୁ ଏଡ଼ସ୍ ରୋଗର ଭୟାବହତା ବିଷୟରେ ଅବଗତ କରାଇଥିଲେ। ସଭାରେ ଗୌରମୋହନ ସାହୁ ଜନସାଧାରଣଙ୍କର ଏଡ଼ସ୍ ଭୂତାଣୁ ସମ୍ବନ୍ଧୀୟ ବିଶେଷ ଜ୍ଞାନ ନଥିବା ହେତୁ ଦୁର୍ଦ୍ଦଶା ଭୋଗୁଥିବା ଜଣାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ରୀତିଶ୍ରୀ ମଲ୍ଲିକ “ମିଳିତ ଭାବେ ଏଡ଼ସ୍ […]
ରାଜସୁନାଖଳା ହସ୍ପିଟାଲରୁ ନବଜାତ ଶିଶୁ ଚୋରି ଅଭିଯୋଗ ହାଇଡ୍ରାମା ଘଟଣା ଘଟିଛି । ନବଜାତ ଶିଶୁ ଚୋରିର ମିଛ ଅଭିଯୋଗ କରିଥିବା କହିଲେ ଦମ୍ପତ୍ତି । ସୁଧୀସ୍ମିତାଙ୍କର କୌଣସି ପିଲାପିଲି ହେଉନଥିଲେ। ତେଣୁ ସେ ବହୁ ଡାକ୍ତରଙ୍କୁ ଦେଖାଇଥିଲେ। ବହୁ ମେଡ଼ିସିନ୍ ଖାଉଥିଲେ। ଏହା ସତ୍ତ୍ୱେ କୌଣସି ପିଲାପିଲି ହେଉନଥିଲା। ଯାହାକୁ ନେଇ ମାନସିକ ଦୁଶ୍ଚିନ୍ତାରେ ଥିଲେ ସୁଧୀସ୍ମିତା ଓ ବିଜୟ। ସେହି ଅପବାଦରୁ ମୁକୁଳିବା ପାଇଁ ଉଭୟ ପିଲା ଚୋରିର ନାଟକ କରିଥିଲେ। । ମାମଲା […]
୨୨ ବର୍ଷୀୟ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ । ଭୁବନେଶ୍ୱର ଲିଙ୍ଗରାଜ ଥାନା ତିନିମୁଣ୍ଡିଆ ଛକ ଅଞ୍ଚଳରେ ରହୁଥିବା ଯୁବକ ନିଜ ଘରେ ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯୁବକ ଜଣଙ୍କ ଅନଲାଇନ୍ ଗେମ୍ରେ ଟଙ୍କା ଲଗାଇଥିଲେ। ଏହି ଟଙ୍କା ବୁଡ଼ି ଯିବା ଫଳରେ ତାଙ୍କର ମାନସିକ ସ୍ଥିତି ଭଲ ନଥିଲା। ଶେଷରେ ସେ ଆତ୍ମହତ୍ୟା କରିଥିବା […]
ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ମିଳିଛି ସୁନାଖଣିର ସନ୍ଧାନ । ରାଜ୍ୟରେ ଦୁଇଟି ସ୍ଥାନରେ ସୁନାଖଣିର ସନ୍ଧାନ ମିଳିଥିବା ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଜେନା ଅଣତାରକା ପ୍ରଶ୍ନରେ ଉତ୍ତର ରଖିଛନ୍ତି । ତେବେ ଏନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଓ ଉପସନା ମହାପାତ୍ର । ଦୁହେଁ ପଚାରିଥିଲେ ଯେ, ରାଜ୍ୟର କେଉଁ ସ୍ଥାନରେ ସୁନା ଖଣିର ସନ୍ଧାନ ମିଳିଛି ଏବଂ ଖଣି ସନ୍ଧାନକାରୀ ଦଳ ଖଣି ଉପରେ କେଉଁ […]
ସମ୍ବଲପୁର ଚିଡ଼ିଆଖାନାରେ କଲରାପତରିଆ ବାଘ ରାଣୀର ମୃତ୍ୟୁ । ୟୁଟ୍ରେସ ଇନଫେକ୍ସନ ପାଇଁ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଡିଏଫଓ ।ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜୁ’ରେ ବାଘୁଣୀ ରାଣୀର ଚିକିତ୍ସା ଚାଲିଥିଲା । ଗର୍ଭାଶୟରେ ସଂକ୍ରମଣ ଚିହ୍ନଟ ହେବା ପରେ ରାଣୀର ଚିକିତ୍ସା କରାଯାଉଥିଲା । ତେବେ ବୁଧବାର ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି ।ଗତ ନଭେମ୍ବର ୯ ତାରିଖରେ ମଣିଷଖିଆ ବାଘ ରାଜା ଓ ବାଘୁଣୀ ରାଣୀ ମଧ୍ୟରେ ସମ୍ବଲପୁର ଚିଡିଆଖାନାରେ ପ୍ରଥମ ମିଳନ […]
ମାଣବସା ଗୁରୁବାରରେ ବୋହୂର ମୃତଦେହ ଉଦ୍ଧାର। ପାରିବାରିକ କଳହରୁ ହତ୍ୟା ଅଭିଯୋଗ। ଝିଅକୁ ହତ୍ୟା କରାଯାଇଥିବା ତାଙ୍କ ମା’ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ, ଭୋଗରାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଛି। ମୃତ ମହିଳା ହେଲେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଗୁନାଇବସାଣ ପଞ୍ଚାୟତ ହରିପୁର ଗ୍ରାମର ରାମକୃଷ୍ଣ ମାହାନାଙ୍କ ସ୍ତ୍ରୀ ସସ୍ମିତା। ତାଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିବାହ […]
ରାଜ୍ୟରେ ସ୍ବାଭାବିକ ଅଛି ଆଳୁଦର । ଆଗକୁ ଆହୁରି କମିବ । ଜାଣିଶୁଣି ମନୁଷ୍ୟକୃତ ଅଭାବ ତିଆରି କରାଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମନା କଲେ ଆମେ ଆଳୁ ଦେବୁ ନାହିଁ । ଏବେ ପୁଣି ଦେବାକୁ ରାଜି ହେଲେ କାହିଁକି,ଏସବୁ ରାଜନିନୀତି ହେଉଛି । ମାର୍କେଟରେ ଆଳୁର ପରିମାଣ କମିଲେ ଦର ବଢ଼େ । ଏବେ ତ ସ୍ୱାଭାବିକ ଅଛି ଆଗକ ଆହୁରି କମିବ । ଏହା କହିଛନ୍ତି ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଗତ […]
ଭୂସଂସ୍କାର ଆଇନ ୧୯୬୦ ଅନୁସାରେ ଯଦି କେହି ଆଦିବାସୀ ଜମି କିଣନ୍ତି, ତାକୁ ବେଆଇନ ଘୋଷଣା କରି ଉଚ୍ଛେଦ ପ୍ରକ୍ରିୟା ଜରିଆରେ ସମ୍ପୃକ୍ତ ଆଦିବାସୀ ଲୋକଙ୍କୁ ଜମି ଫେରସ୍ତ ନିୟମ ରହିଛି । ଏପରି ୬୫୪ ମାମଲା ବିଚାରାଧୀନ ଅଛି । ସେହିପରି କେହି ଅଣ ଆଦିବାସୀ ଯଦି ଆଦିବାସୀ ଜମି କିଣନ୍ତି, ତାକୁ ବିଚାର କରିବା କ୍ଷମତା ଜିଲ୍ଲାପାଳଙ୍କୁ ଦିଆଯାଇଛି । ଏହିଭଳି ୬୫୪ ମାମଲା ବିଚାରାଧୀନ ଅଛି । ଯଦି କେହି ଆଦିବାସୀ ଜମି […]
ପ୍ରଥମେ କୁକୁଡ଼ା ଭାଡ଼ି ଖୋଲିଲେ , ଘର ଲୋକେ ଘରୁ ବାହାରିବା ପରେ ବେକରେ ଛୁରୀ ଲଗାଇ ଲୁଟିଲେ , ବିରୋଧ କରିବାରୁ ହାଣିଲେ। ସୂଚନା କ୍ରମେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନପଙ୍ଗ ଗାଁରେ ହୋଇଛି ଏହି ସଶସ୍ତ୍ର ଡକାୟତି। ଘର ମାଲିକ ମାଧବ ସେଠୀ ଏନେଇ ଥାନାରେ ଅଭିଯୋଗ କରିଛନ୍ତି।ଗତକାଲି ବିଳମ୍ବିତ ରାତିରେ ୬ ଜଣ ଡକାୟତ ମୁହଁରେ କଳାକପଡ଼ା ବାନ୍ଧି ଆସି ମାଧବ ସେଠୀଙ୍କ ଘରେ ପଶିବାକୁ ଯୋଜନା କରିଥିଲେ। ଏଥିପାଇଁ […]
ସାମୁଦ୍ରିକ ଝଡ ଫେଙ୍ଗାଲ ଯୋଗୁଁ ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିଥିଲା। ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ ଶନିବାରଠାରୁ ରାଜ୍ୟରେ ଶୀତ ବଢିପାରେ।ଦୁଇ ଦିନ ମଧ୍ୟରେ କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବ । ୮ ତାରିଖରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଝାରସୁଗଡ଼ା, ବରଗଡ଼ ଏବଂ ୯ ତାରିଖରେ ଆଭ୍ୟନ୍ତରୀଣ ଓଡିଶା […]
ରାଉରକେଲା ରେଲୱେ ଷ୍ଟେସନରେ ୭୫ କେଜି ରୁପା ଅଳଙ୍କାର ଜବତ । ରେଲୱେ ଷ୍ଟେସନରେ ସନ୍ଦେହଜନକ ଭାବେ ବୁଲୁଥିବା ବେଳେ ରାଞ୍ଚିର ଚନ୍ଦନ କୁମାରଙ୍କ ଠାରୁ ୭୫ କେଜି ରୁପା ଅଳଙ୍କାର ଜବତ କରି ତାଙ୍କୁ ଅଟକ ରଖିଛି ଜିଆରପି । ଖବର ଅନୁଯାୟୀ, ଜଣେ ବ୍ୟବସାୟୀ ରାଉରକେଲା ଷ୍ଟେସନରେ ରାଞ୍ଚି ଯିବାକୁ ଅପେକ୍ଷା କରିଥିଲେ । କୌଣସି ସୁତ୍ରରୁ ଖବର ପାଇ ଜିଆରପି ଉକ୍ତ ବ୍ୟବସାୟୀଙ୍କୁ ନେଇ ପଚରାଉଚରା ସହ ତନଖି କରିଥିଲା । ଯାହାଫଳରେ […]
