ପିଲା ଠୁ ବୁଢ଼ା ସମସ୍ତେ ଏବେ ଜଣ୍ଡିସ ରୋଗରେ ଆକ୍ରାନ୍ତ । ବୁଦ୍ଧି ବାଟ କିଛି ଦେଖା ଯାଉନି । ଯେତେ ହସ୍ପିଟାଲ ଗଲେ ବି ରୋଗ ଭଲ ହେଉନି ।ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅଧୀନସ୍ଥ କନ୍ଧନୟାଗଡ଼, ଚାନ୍ଦପୁର ସମେତ ଜେମାଦେଇପୁର ଅଞ୍ଚଳରେ ଦୃତ ଭାବେ ବ୍ୟାପୁଛି ଜଣ୍ଡିସ। ଜଣ୍ଡିସ ରୋଗରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଟି ଯାକ ପଂଚାୟତର ୨୦୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ୫୦ରୁ ଅଧିକା ସ୍କୁଲ ପିଲାଙ୍କ ସହିତ […]
ଡିସେମ୍ବର ୨୫ ରେ ସୁଭଦ୍ରା ଯୋଜନା ଟଙ୍କା ଦେବେ ସରକାର । ପ୍ରଥମ ପର୍ଯ୍ୟାୟ ଚତୁର୍ଥ କିସ୍ତିର ସୁଭଦ୍ରା ଟଙ୍କା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଯେଉଁ ଆବେଦନକାରୀଙ୍କର ଆବେଦନ ଗ୍ରହଣୀୟ ହୋଇପାରି ନାହିଁ, ସେନେଇ ଯାଞ୍ଚ ଚାଲିଛି ବୋଲି ସୂଚନା ମିଳିଛି । ଆସନ୍ତା ୬ ସୁଦ୍ଧା ଯୋଗ୍ୟ ଓ ଅଯୋଗ୍ୟ ତାଲିକା ପ୍ରକାଶ ପାଇବ । ସପ୍ତାହକ ପର୍ଯ୍ୟନ୍ତ ଏନେଇ ଆପତ୍ତି ଅଭିଯୋଗ ମଧ୍ୟ ଗ୍ରହଣ କରାଯିବ । ଅପରପକ୍ଷରେ ଏଯାବତ୍ […]
ମେଷ : ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ। ବୃଷ : ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର […]
ରାୟଗଡ଼ :-ତା. ୪/୧୨-ଗୁଜରାଟ ରେ କାମପାଇଁ ଯାଇଥିବା ରାୟଗଡ ଜିଲ୍ଲାର ୯ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଘରକୁ ଫେରାଇ ଆଣିଲା ଜିଲ୍ଲାପ୍ରଶାସନ l ଏହି ଶ୍ରମିକ ମାନେ ଗୁଜରlଟର ଏକ କମ୍ପାନୀରେ କାମ କରିବା ପାଇଁ ଯାଇଥିଲେ l କମ୍ପାନୀ ଦ୍ୱାରା ସେଠାରେ ସେମାନଙ୍କୁ ଅଟକ ରଖାଇଯାଇଥିଲା l କୌଣସି ସୂତ୍ରରୁ ଜିଲ୍ଲାଶ୍ରମ ବିଭାଗ ଖବର ପାଇ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ପ୍ରଚେଷ୍ଟାରେ ରାଜ୍ୟ ସରକାରଙ୍କ ଶ୍ରମବିଭାଗ ତରଫରୁ ଗୁଜୁରାଟ ସରକାରଙ୍କ ସହିତ ଯୋଗାଯୋଗ କରି […]
ଏମ୍ସ ଭୁବନେଶ୍ୱରରେ ପୂର୍ବ ଭାରତରେ ପ୍ରଥମ ତଥା ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ଫୋର୍ଡି ସ୍ପାଇନ୍ ଓ ଗେଟ୍ ଆନାଲିସିସ୍ ଲ୍ୟାବ୍ ଉଦ୍ଘାଟିତ ହୋଇଯାଇଛି। ନୂତନ ଭାବେ ପ୍ରତିଷ୍ଠିତ ଏହି ଲ୍ୟାବ୍ରେ ପ୍ରୋଷ୍ଥେଟିକ୍ ଏବଂ ଅର୍ଥୋଟିକ୍ ସେବା, ଅକୁପେସନାଲ୍ ଚିକିତ୍ସା, ଫିଜିଓଥେରାପି ୟୁନିଟ୍ ସମେତ ଅନ୍ୟାନ୍ୟ ଏକାଧିକ ଆନୁସଙ୍ଗିକ ସେବା ଉପଲବ୍ଧ ହେବ। ଏହି ସମସ୍ତ ସୁବିଧାଗୁଡ଼ିକର ଏକୀକରଣ ଦ୍ୱାରା ସାମଗ୍ରୀକ ରୋଗୀ ସେବା କ୍ଷେତ୍ରରେ ପିଏମଆର୍ ବିଭାଗ ଆହୁରି ଅଧିକ ଦୃଢ଼ ହେବ। ଏହି ଲ୍ୟାବ୍ ଏମ୍ସ ଭୁବନେଶ୍ୱରକୁ […]
ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହୋଇ ଜାନୁଆରୀ ୧୩ ପର୍ଯ୍ୟନ୍ତ ଚାଲିବ। ଦୀର୍ଘ ୧୧ ଦିନ ବ୍ୟାପୀ ଏହି ଅବଧି ମଧ୍ୟରେ ବରଗଡ଼ ମଥୁରାନଗରୀ ଏବଂ ଅମ୍ବାପାଲି ଗୋପପୁର ପାଲଟିବ। ସେହିପରି ବରଗଡ଼ ଓ ଅମ୍ବାପାଲି ମଧ୍ୟରେ ବହି ଯାଇଥିବା ଜୀରାନଦୀ ହେବ ଯମୁନା। ଏନେଇ ଆଜି ସ୍ଥାପନ ହୋଇଛି ଶୁଭ ଖୁଣ୍ଟି । ବରଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ଵରୀଙ୍କ ଠାରେପୂଜାର୍ଚ୍ଚନା ପରେ ଏକ […]
ବିଧାନସଭାରେ ରାଜସ୍ୱ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା । ଯେଉଁମାନେ ସରକାରୀ ଜମିକୁ ଜବର ଦଖଲ କରି ବଡ଼ ଅଟ୍ଟାଳିକା କରିଛନ୍ତି, ହାଇକୋର୍ଟ ରହିତାଦେଶ ଉଠିବା ପରେ ଚଢ଼ିବ ବୁଲଡଜର । ପ୍ରତି ଶନିବାର ଭୂମିହୀନଙ୍କୁ ଜମି ଦେବା ପାଇଁ, ତହସିଲଦାର ଏବଂ ବିଡ଼ିଓଙ୍କ ବୈଠକ ବସିବ। ହିତାଧିକାରୀଙ୍କୁ ପଟ୍ଟା ଏବଂ ଜମି ସହିତ ପକ୍କାଘର ଯୋଗାଇବେ ବିଡ଼ିଓ। ଏ ସରକାର ସମୟରେ ଜଣେ […]
ଶ୍ରେଣୀ ଗୃହ ଛାତ ଉପରୁ ଫ୍ୟାନ ଖସି ଶିକ୍ଷୟତ୍ରୀ ଆହତ ଏହିଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନ କରଣ୍ଡିଆଗୁଡା ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ । ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ନମିତା ରାୟ ପିଲାଙ୍କୁ ଡ୍ରେସ ବାଣ୍ଟିବା ସମୟରେ ଶ୍ରେଣୀ ଗୃହର ଛାତରୁ ଫ୍ୟାନ ଖସି ଶିକ୍ଷୟତ୍ରୀଙ୍କ ମୁଣ୍ଡ ଉପରେ ପଡିଥିଲା ଏବଂ ମୁଣ୍ଡର ବାମ ପାଖରେ ଆଘାତ ଲାଗିଛି ।ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ତାଙ୍କୁ ଉଦ୍ଧାର କରି ଉମରକୋଟ ଉପଖଣ୍ଡ […]
ଆଜି ବିଧାନସଭାରେ ଉଠିଛି ସମ୍ବଲପୁରୀ ଶାଢୀ ପ୍ରସଙ୍ଗ । ଏହି ପ୍ରସଙ୍ଗ ଉଠାଇଛନ୍ତି ଅତାବିରା ବିଧାୟକ ନିଂହାର ରଂଜନ ମହାନନ୍ଦ । ସେ କହିଛନ୍ତି, ସମ୍ବଲପୁରୀ ଶାଢୀ ବଜାରରେ କପି ରାଇଟ ଉଲ୍ଲଘଂନ ହୋଇ ବ୍ୟାପକ ଭାବେ ନକଲି ଶାଢୀ ବଜାରରେ ପ୍ରବେଶ ହେଉଛି । ତେବେ ଏସବୁର ପଦକ୍ଷେପ ସରକାର କଣ ନେଉଛନ୍ତି ?ଏହାର ତ୍ତତ୍ତର ରଖି ହସ୍ତତନ୍ତ ବୟନ ଶିଳ୍ପମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ଯେ ଏହାର ସମସ୍ତ ତଥ୍ୟ ସରକାରଙ୍କ ପାଖରେ […]
ରାଜ୍ୟରେ ପିଆଜ ଦର ଆକାଶଛୁଆଁ ହେଲାବେଳେ ରାଜ୍ୟ ବିଧାନସଭାରେ ତଥ୍ୟ ମନ୍ତ୍ରୀ ରଖିଛନ୍ତି |ରାଜ୍ୟରେ ଲୋକଙ୍କ ଆବଶ୍ୟକତାଠୁ ଅଧିକ ପିଆଜ ଉତ୍ପାଦନ ହେଉଛି, ହେଲେ ତା ସତ୍ତ୍ୱେ ବି ପିଆଜ ଦର ବଜାରରେ ୭୦ ଉପରେ ବିକ୍ରି ହେବା ଅନେକଙ୍କୁ ଆଶ୍ଚର୍ୟ୍ୟ କରିଛି ।ବୁଧବାର ବିଧାନସଭା ଶୀତ ଅଧିବେଶନରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ପିଆଜ ମିଶନ ଆଉ ରାଜ୍ୟରେ କେତେ ପରିମାଣରେ ପିଆଜ ଉତ୍ପାଦନ ହେଉଛି ସେନେଇ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ରଖିଥିଲେ […]
ରାଜ୍ୟରେ ଗତ ଦୁଇ ବର୍ଷରେ ୫ ଲକ୍ଷରୁ ଅଧିକ ଲୋକଙ୍କୁ କାମୁଡ଼ିଲେଣି ବୁଲା କୁକୁର । ବୁଧବାର ଗୃହରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।ରାସ୍ତାରେ ବୁଲୁଛନ୍ତି ୧୭ ଲକ୍ଷ ବୁଲା କୁକୁର । ବୁଲା କୁକୁରଙ୍କ ଉପଦ୍ରବରେ ଲୋକ ହନ୍ତସନ୍ତ । ରାଜ୍ୟର ୮ ଟି ସହରାଞ୍ଚଳରେ ୪ ହଜାର ୬୦୫ କୁକୁରଙ୍କ ବନ୍ଧ୍ୟା କରଣ କରାଯାଇଛି। ଗତ ୧୦ ମାସରେ ୨ ଲକ୍ଷ ୪୩ ହଜାର […]
ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଷଣ୍ଢ ଚିନ୍ତା । ରାଜ୍ୟର କେଉଁ ଜିଲ୍ଲାରେ କେତେ ଷଣ୍ଢ ଅଛନ୍ତି? ସେମାନଙ୍କ ସଂଖ୍ୟା କେତେ? ଆଉ ଷଣ୍ଢ ବଂଶର ବୃଦ୍ଧି ଲାଗି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କି ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ବିଧାନସଭାରେ ଉତ୍ତର ରଖିଲେ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ରାଜ୍ୟର ୩୦ଟି ଜିଲ୍ଲାରେ […]
