ବାପାଙ୍କ ଟ୍ରାକ୍ଟର ତଳେ ଚାପି ହୋଇ ୩ ବର୍ଷ ଶିଶୁର

ବୌଦ୍ଧ ଆଦର୍ଶ ଥାନା ନାରାୟଣ ନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାପାଙ୍କ ଟ୍ରାକ୍ଟର ତଳେ ଚାପି ହୋଇ ୩ ବର୍ଷ ଶିଶୁର ଜୀବନ ଚାଲିଯାଇଛି । ବୌଦ୍ଧ ନାରାୟଣ ନଗର ଅନୀଲ କର୍ଣଙ୍କ ପୁଅ ହେଉଛି ଆହ୍ୱାନ କର୍ଣ। ସୂଚନା ଅନୁସାରେ ବାପାଙ୍କ ଟ୍ରାକ୍ଟର ତଳେ ଚାପି ହୋଇ ୩ ବର୍ଷ ଶିଶୁ ପୁତ୍ରର ମୃତ୍ୟୁ ଘଟିଛି ।ଅନୀଲ କର୍ଣ୍ଣ ଟ୍ରାକ୍ଟର ଚଲାନ୍ତି। ସେ ଆଜି ଘର ପାଖରେ ତାଙ୍କ ଟ୍ରାକ୍ଟରକୁ […]

ଓଡ଼ିଶାର ୭ ଜିଲ୍ଲାରେ ଏବେ ବି ସକ୍ରିୟ ଅଛନ୍ତି ମାଓବାଦୀ

ଭାରତରେ ମୋଟ୍ ୩୮ ଜିଲ୍ଲାରେ ମାଓବାଦୀ ସକ୍ରିୟ ରହିଛନ୍ତି। ଏଥିରୁ ଓଡ଼ିଶାରେ ୭ ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି ଜାରି ରହିଛି। ରାଜ୍ୟରେ ୬୦ରୁ ୭୦ ମାଓବାଦୀ ସକ୍ରିୟ ଅଛନ୍ତି। ଓଡ଼ିଶାରେ ନକ୍ସଲ ମୁଭମେଣ୍ଟର ନେତୃତ୍ୱ ନେଉଛନ୍ତି ଛତିଶଗଡ଼ ଓ ଆନ୍ଧ୍ର କ୍ୟାଡର।ମାର୍ଚ୍ଚ ୨୦୨୬ ସୁଦ୍ଧା ଓଡିଶାକୁ ନକ୍ସଲ ମୁକ୍ତ ରାଜ୍ୟ କରିବାକୁ ଚାଲିଛି ପ୍ରୟାସ। ସୂଚନା ଦେଇଛନ୍ତି ବିଏସଏଫ ଆଇଜି ଚାରୁ ଧ୍ଵଜ ଅଗ୍ରୱାଲ । ବିଏସଏଫ୍ ରେ ବାର୍ଷିକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି […]

ମିଛଟାରେ କାନ୍ଦୁଥିଲେ ମହିଳା, ମେଡିକାଲ୍‌ରୁ ଚୋରି ହୋଇନି ପିଲା!

ୟାଗଡ଼ରେ ଡାକ୍ତରଖାନାରୁ ପିଲା ଚୋରି ଅଭିଯୋଗକୁ ଖଣ୍ଡନ । ହସ୍ପିଟାଲରୁ ପିଲା ଚୋରି ହୋଇନଥିବା କହିଲେ ମେଡିକାଲ କର୍ତ୍ତୃପକ୍ଷ । ସିସିଟିଭି ଯାଞ୍ଚ ପରେ ଘଟଣାକୁ ଖଣ୍ଡନ କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ ଜଗଦୀଶ ଜେନା । ମେଡିକାଲକୁ ବଦନାମ କରିବା ପାଇଁ ଏଭଳି କରାଯାଇଥିବା ଅଭିଯୋଗ କରିଛନ୍ତି ।ଅଭିଯୋଗ ଆସିବା ପରେ ମେଡିକାଲ କର୍ତ୍ତୃପକ୍ଷ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଥିଲେ । ମହିଳା ଜଣଙ୍କ ଡାକ୍ତରଖାନା ଟିକେଟ […]

୨୦୨୭ ଡିସେମ୍ବର ସୁଦ୍ଧା ସରିବ ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାମ

ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ଅଗ୍ରଗତି ନେଇ ସମୀକ୍ଷା କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ବର୍ତ୍ତମାନ ସୁଦ୍ଧା ଏହା କେତେ ଆଗେଇଛି, କ’ଣ ଡିପିଆର ଅଛି, କିଏ ମେଟ୍ରୋ ରେଳ ପ୍ରକଳ୍ପ କାମ ନେଇଛି, କେତୋଟି ଷ୍ଟେସନ ହେବ ଏବଂ ଏହାକୁ କିପରି ଡିଜାଇନ କରାଯିବ, ଏହାସହ କେବେ ସୁଦ୍ଧା କାର୍ଯ୍ୟ ସରିବ ଏବଂ ଏଥିପାଇଁ ବଜେଟ୍ କେତେ ରହିଛି ତାହା ଅନୁଧ୍ୟାନ କରିଛନ୍ତି ଭୁବନେଶ୍ୱର ସାଂସଦ । ୨୦୨୭ ଡିସେମ୍ବରରେ ପ୍ରଥମ ପର୍ଯ୍ୟାୟ […]

୪ ତାରିଖ ଦିନ ପୁରୀ ସମୁଦ୍ର ସ୍ନାନ ଉପରେ କଟକଣା

ଡିସେମ୍ବର ୪ରେ ନୌସେନା ଦିବସ । ଉତ୍ସବ ପାଳନ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା । ବ୍ଲାଙ୍କେଟ ସିକ୍ୟୁରିଟି ମଧ୍ୟରେ ରହିବ ଶ୍ରୀକ୍ଷେତ୍ର । ସୁରକ୍ଷା ଦାୟିତ୍ବରେ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ରହିବେ । ରଣଭୂମି ପାଲଟି ଯାଇଛି ପୁରୀ ବେଳାଭୂମୀ । ଟ୍ୟାଙ୍କ ଗୁଡ଼ିକ ବେଳାଭୂମିରେ ଦେଖାଉଛନ୍ତି କୌଶଳ। ଯୁଦ୍ଧଭୂମି ଭଳି ଲାଗୁଛି ବେଳାଭୂମି । ଶୁଭୁଛି ଯୁଦ୍ଧପୋତର ଗର୍ଜନ । ଆକାଶରେ ପଇଁତରା ମାରୁଛି ଯୁଦ୍ଧ […]

ପୁଣି ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢାଇଲେ ରାଜ୍ୟ ସରକାର

ପୁଣି ବଢ଼ିଲା ମଧ୍ୟାହ୍ନ ଭୋଜନରେ ଖର୍ଚ୍ଚ। ପ୍ରାଥମିକ ସ୍କୁଲ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନରେ ଖର୍ଚ୍ଚ ୭ଟଙ୍କା ୬୪ ପଇସା ହେବ । ପୂର୍ବରୁ ଏହି ଖର୍ଚ୍ଚ ୫ ଟଙ୍କା ୯୦ ପଇସା ଥିଲା ।ଡିସେମ୍ବର ପହିଲାରୁ ବର୍ଦ୍ଧିତ ଖର୍ଚ୍ଚ ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଣିକି ବର୍ଦ୍ଧିତ ଦରରେ ମିଳିବ ମଧ୍ୟାହ୍ନ ଭୋଜନ । ସେହିଭଳି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖର୍ଚ୍ଚ ୧୦ ଟଙ୍କା ୯୪ ପଇସାକୁ ବୃଦ୍ଧି ହୋଇଛି […]

ରାଜସୁନାଖଳା ସ୍ଵାସ୍ଥ୍ୟକେନ୍ଦ୍ର ରୁ ପିଲା ଚୋରି ଅଭିଯୋଗ ।

ଭୀମସାର ପରେ ନୟାଗଡ଼ରେ ମେଡିକାଲରୁ ଶିଶୁପୁତ୍ର ଚୋରି । ରଣପୁର ବ୍ଲକ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଶିଶୁପୁତ୍ର ଚୋରି ଅଭିଯୋଗ ହୋଇଛି । ଜନ୍ମ ହେବାର କିଛି ସମୟ ପରେ ଶିଶୁପୁତ୍ରକୁ ପାଉନାହାନ୍ତି ପରିବାର ଲୋକ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ନବଜାତ ଶିଶୁ ଗାଏବ ! ନବଜାତ ଶିଶୁ ପୁତ୍ରକୁ ଚୋରି ଅଭିଯୋଗ ସାମ୍ନାକୁ ଆସିବା ପରେ ମେଡିକାଲରେ ତନାଘନା ।ବୋଲଗଡ଼ ଗୋଡ଼ଭଙ୍ଗା ଗାଁର ବିଜୟ କୁମାର ପରିଡ଼ାଙ୍କ ପତ୍ନୀ […]

ପଶ୍ଚିମବଙ୍ଗକୁ ଓଡ଼ିଶା ମାଗିବନି ଆଳୁ ।

ପଶ୍ଚିମବଙ୍ଗକୁ ଓଡ଼ିଶା ମାଗିବନି ଆଳୁ । ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରେ ଓଡ଼ିଶାର ଆଳୁ ଗାଡିକୁ ପଶ୍ଚିମବଙ୍ଗ ସରକାର ଅଟକାଇବା ପରେ ମମତା ସରକାର ଉପରେ ବର୍ଷିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ଯେ, ପଶ୍ଚିମବଙ୍ଗରୁ ଆଉ ଆଳୁ ଆସିବ ନାହିଁ, ଆମେ ମାଗିବୁ ନାହିଁ । ଆମେ ମାଗି ଖିଆ ନୁହେଁ, ପଶ୍ଚିମବଙ୍ଗରେ କେବଳ ଆଳୁ ନାହିଁ । ତେବେ ଉତ୍ତର ପ୍ରଦେଶରୁ ଆଜି ଆଳୁ ଆସିଛି । ବଜାରରେ ମଧ୍ୟ […]

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଖାଇଲେ ଖାଣ୍ଟି ଓଡ଼ିଆ ଖାଦ୍ୟ

ମୋଦୀ ଖାଇଲେ ଓଡ଼ିଆ ଖାଦ୍ୟ। ଗତକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାତ୍ରି ଭୋଜନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀଙ୍କ ପାଇଁ ରାଜ୍ୟ ବିଜେପି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ରାତ୍ରି ଭୋଜନରେ ପ୍ରାୟ ଓଡ଼ିଆ ବ୍ୟଞ୍ଜନ ପରସା ଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀଙ୍କୁ ସନ୍ତୁଳା, ଜହ୍ନିଆଳୁ ରାଇ, ଡାଲମା, ଛେନାପୋଡ଼, ଭେଣ୍ଡି ଭୁର୍ଜି ଖାଇବାକୁ ଦିଆଯାଇଥିଲା। ଏଥିସହିତ ଗୁଜରାଟୀ ଖାଦ୍ୟ ମୁଙ୍ଗ୍‌ଦାଲ, ଖେଚୁଡ଼ି, ଭେଜ୍‌ଦମ୍‌ ବିରିୟାନୀ ବି ପରଷା ଯାଇଥିଲା। ମେନ୍‌ ମେନ୍ୟୁରେ ମଟର ପନିର, ତାଓ୍ବା […]

ଆଜି ଅପରାହ୍ଣରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଫେଙ୍ଗଲ। 

ବାତ୍ୟା ‘ପେଙ୍ଗାଲ’ ଶନିବାର ଅପରାହ୍ନରେ ତାମିଲନାଡୁର ପୁଡୁଚେରୀଠାରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ କିଲୋମିଟର ରହିବ। ତେବେ ଏହା ପୂର୍ବରୁ ତାମିଲନାଡୁରେ ପୂର୍ବାହ୍ନ ସମୟରୁ ପ୍ରବଳ ବର୍ଷା ଏବଂ ପବନ ଆରମ୍ଭ ହୋଇଯାଇଛି। ଏବେ ପୁଡୁଚେରୀଠାରୁ ୧୮୦ ଓ ଚେନ୍ନାଇଠାରୁ ୧୯୦ କିଲୋମିଟର ଦୂରରେ ରହିଛି ବାତ୍ୟା ଫଙ୍ଗାଲ। ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି। ସମୁଦ୍ର କୂଳବର୍ତ୍ତୀ […]

ବ୍ୟଙ୍ଗକବି ଶ୍ରୀ ଚିତାକଟାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

ନୟାଗଡ଼,(ଓଡ଼ିଶା ଦର୍ପଣ): ଓଡ଼ିଶା ହାସ୍ୟ ବ୍ୟଙ୍ଗ ସାହିତ୍ୟର ଧୂରୀଣ ବ୍ୟଙ୍ଗକାର ସ୍ବର୍ଗତ ସରୋଜ କୁମାର ମିଶ୍ର (ଶ୍ରୀ ଚିତାକଟା )ଙ୍କ ବିୟୋଗରେ ଗତକାଲି ନୟାଗଡ଼ ନୀଳମାଧବ କଲ୍ୟାଣ ମଣ୍ଡପର ଯଦୁମଣି ସଭାଗୃହରେ ବ୍ୟଙ୍ଗ କଲମର ସମ୍ପାଦକ ରବୀନ୍ଦ୍ର ରାଉତଙ୍କ ଆବାହକତ୍ୱରେ ନୟାଗଡ଼ର ଏଗାର ଗୋଟି ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ଯଥା ବ୍ୟଙ୍ଗ କଲମ,ଜିଲ୍ଲା ଲେଖକ ପରିଷଦ, ପରମ୍ପରା, ତଥାସ୍ତୁ, ସେତୁବନ୍ଧ, ଆର୍ଟ ପଏଣ୍ଟ, କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ, ମା’ ଫାଉଣ୍ଡେସନ, ନାଟ୍ୟଧାରା, […]

ଡିଜିପି ସମ୍ମିଳନୀରେ ଆତଙ୍କୀ ଆକ୍ରମଣ ପାଇଁ ଧମକ ।

ଓଡ଼ିଶାରେ ଆୟୋଜିତ ହେଉଛି ଡ଼ିଜି-ଆଇଜି ସମ୍ମିଳନୀ । ଆଉ ଏହାରି ଭିତରେ ଖଲିସ୍ଥାନୀ ଆତଙ୍କୀ ପନ୍ନୁର ଏକ ଅଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଉପରେ ଆକ୍ରମଣ କରିବା ନେଇ କହିବା ସହ, ଲୋକସେବା ଭବନ ଉପରେ ଯେଉଁ ବ୍ୟକ୍ତି ଖଲିସ୍ତାନୀ ପତାକା ଉଡାଇବ ତାକୁ 25 ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛି । ଆଜି ସକାଳ ୯ ଟା ୪ମିନିଟ୍‌ସମୟରେ ଏହି ଧମକ ପୂର୍ଣ୍ଣ ଇ-ମେଲ୍ ବରିଷ୍ଠ […]