ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ଏବଂ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଭାଗ ଡିନ୍ ପ୍ରଫେସର ଶରତ କୁମାର ପଳିତାଙ୍କ ନେତୃତ୍ୱରେ ହୋଇଥିବା ଗବେଷକଙ୍କୁ ସଫଳତା ମିଳିଛି। ପ୍ରଥମ ଥର ପାଇଁ ଦକ୍ଷିଣ ଓଡ଼ିଶାର ଇନ୍ଦ୍ରାବତୀ ନଦୀରୁ ଦୁଇଟି ମହାସିର୍ ପ୍ରଜାତିର ମାଛ (ଟର ଟର୍, ଟର ପୁଟିଟୋରା) ସନ୍ଧାନ କରିଛନ୍ତି ଗବେଷକ। ଏହି ଦୁଇଟି ନୂତନ ମହାସିର୍ ମାଛ ପ୍ରଜାତି ସାୟପ୍ରିନୟଡ ପରିବାର ଅନ୍ତର୍ଭୁକ୍ତ ତଥା ଏମାନେ ବଡ଼ ଶରୀର ବିଶିଷ୍ଟ ଓ ଏମାନଙ୍କର ଦେହର […]
ପଶ୍ଚିମବଙ୍ଗରେ ଅଟକି ରହିଛି ଓଡ଼ିଶାକୁ ଆସୁଥିବା ଆଳୁ ଗାଡ଼ି । ଗତ ଦୁଇଦିନ ବିତିଗଲାଣି ସେଠାରୁ ଆଳୁ ଆସିପାରିନି । ଏହାର ପ୍ରଭାବ ଏବେ ବଜାରରେ ପଡ଼ିଛି । ଭୁବନେଶ୍ୱର ଓ କଟକରେ ଆଳୁ ଦର କିଲୋଗ୍ରାମ ପିଛା ୪୦ ଛୁଇଁଛି । ଶୁକ୍ରବାର ରାଜଧାନୀର ୧ ନମ୍ବର ହାଟ ଏବଂ ଅନ୍ୟାନ୍ୟ ଛୋଟ ଦୋକାନରେ ଆଳୁ କିଲୋ ୪୦ଟଙ୍କାରେ ବିକ୍ରି ହେଉଥିଲା । ଗୋଟିଏପଟେ ଗୋଦାମରେ ଥିବା ଆଳୁ ଶେଷ ହେଉଥିବା ବେଳେ ପଶ୍ଚିମବଙ୍ଗରୁ ଆମଦାନୀ […]
ଡିଜି-ଆଇଜି ସମ୍ମିଳନୀରେ ଆଜି ୨ୟ ଦିନ । ଆଜିର ଏହି ସମ୍ମିଳନୀରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଥିପାଇଁ ପ୍ରଥମେ ସକାଳ ୮ଟା ୫ ମିନିଟରେ ଆଇପିଏସ୍ ମେସ୍ରୁ ବାହାରି ୮ ଟା ୧୫ରେ ସମ୍ମିଳନୀ କକ୍ଷରେ ପହଞ୍ଚିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ତାଙ୍କ ପରେ ୮ଟା ୨୦ରୁ ରାଜଭବନରୁ ବାହାରି ୮.୨୫ ମିନିଟରେ ଲୋକସେବା ଭବନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ସକାଳ ୮ […]
ଥେରୁବାଲି-୨୯/୨୧/2024 ଇମ୍ଫା ପାରିପାର୍ଶ୍ଵକ ଅଂଚଳର ୨୫ ଜଣ ମହିଳାଙ୍କୁ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ କରାଇବା ର ଲକ୍ଷ ନେଇ ଇମ୍ଫା ର ସାମାଜିକ ଦାୟିତ୍ୱ ବୋଧ କାର୍ଯ୍ୟ ନିର୍ବାହୀ ସଂସ୍ଥା ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ତରଫରୁ ପରିଚାଳିତ ସିଲେଇ ତାଲିମ କେନ୍ଦ୍ରରେ ସିଲେଇ ତାଲିମର ପୁନଃ ପ୍ରଶିକ୍ଷଣ ଶୁଭାରମ୍ଭ ଗୋପବନ୍ଧୁ ନଗରସ୍ଥିତ ଇମ୍ଫା ଏମ୍ପ୍ଲୟୀଜ କ୍ଲବ ପରିସରରେ ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସରରେ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନର ଉପ-ସଭାପତି ଶ୍ରୀମାନ ଧର୍ମେଶ ଗୋଏଲ ,ଇମ୍ଫା […]
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୧ ହଜାର ୬୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୮ ହଜାର ୧୧୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୧,୬୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୮ ,୧୧୦ ଟଙ୍କା ହୋଇଛି ।ଘରୋଇ ବଜାରରେ ଟଙ୍କାର ମୂଲ୍ୟ ହ୍ରାସ ମଧ୍ୟ ସୁନା ଦର ବୃଦ୍ଧିର […]
କୋର୍ଟ ରୁମ୍ ଭିତରେ ପଶିଲା ମାଙ୍କଡ । ସିଧା ଯାଇ ଜଜ୍ଙ୍କ ପୋଡିୟମ ଉପରେ ବସିପଡିଲା । ମାଙ୍କଡକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ।୧୦ ମିନିଟ୍ ଏପଟସେପଟ ବୁଲିବା ପରେ ମନକୁ ମନ ବାହାରି ଯାଇଥିଲା ମାଙ୍କଡ । ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟର ଏ ଭିଜୁଆଲ ବେଶ ଭାଇରାଲ ହୋଇଛି । ହଠାତ ହନୁ ପଶି ଆସି ପୋଡିୟମ ଉପରେ ବସି ପଡିବାରୁ କିଛି ସମୟ ପାଇଁ କୋର୍ଟ କାର୍ଯ୍ୟ ଅଟକି ଯାଇଥିଲା […]
ଓଡ଼ିଶାରେ ଧରା ପଡ଼ିଲେ ଛତିଶଗଡ ମହିଳା ମାଓବାଦୀ। ଆନ୍ତି ମାଡବି ଓରଫ ଲାକେକୁ ଗିରଫ କରିଛି ମାଲକାନଗିରି ପୁଲିସ। ୯ ଟି ଗୁଳିବିନିମୟ ହିଂସାକାଣ୍ଡରେ ମାଷ୍ଟର ମାଇଣ୍ଡ ଥିଲା ମାଧବୀ । ଟପ୍ ମାଓ ନେତା ଉଦୟର ଅଙ୍ଗରକ୍ଷୀ ଟିମ୍ ରେ ନିୟୋଜିତ ଥିଲା ମାଧବୀ ଓରଫ୍ ଲାକେ । ୨୦୧୭ ମସିହାରେ ଲାଲବାହିନି ର ପ୍ଲାଟୁନ ନମ୍ବର ୧୨ ରେଯୋଗ ଦେଇଥିଲା ମାଧବୀ । ମାଧବୀ ନାମ ରେ ଆମ ରାଜ୍ୟ ପକ୍ଷରୁ ଦୁଇ ଲକ୍ଷ୍ୟ […]
ପିଏମ୍ ମୋଦୀ କହିଛନ୍ତି, ‘ଆଜିର କେନ୍ଦ୍ର ସରକାର ଓଡ଼ିଶାର ଗୌରବକୁ ପ୍ରାଥମିକତା ଦେଉଛନ୍ତି । ଚଳିତ ମାସରେ ବାଲିଯାତ୍ରାର ସଫଳ ଆୟୋଜନ ହୋଇଛି । ଡିଜିପି କନଫରେନ୍ସ ଆୟୋଜନ ପାଇଁ ମୁଁ ଏଠାକୁ ଆସିଛି । ଆମ ଦେଶରେ ଶହେ ବର୍ଷରୁ ଅଧିକ ଧରି ଡିଜିପି କନଫରେନ୍ସ ହେଇଆସୁଛି, କିନ୍ତୁ ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜନ ହେଉଛି । ଚାରି ଦିନ ପରେ ଓଡ଼ିଶାର ପୁରୀରେ ନୌସେନା ଦିବସ ପାଳନ କରାଯିବ । ପୁରୀରେ ନୌସେନା […]
ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଏୟାରପୋର୍ଟରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଭାଷଣ ଆରମ୍ଭରୁ ସେ ଓଡ଼ିଆରେ ସମ୍ବୋଦନ କରିଛନ୍ତି।ସେ କହିଛନ୍ତି, ଦିଲ୍ଲୀରେ ଓଡ଼ିଶା ପର୍ବରେ ୫ ଦିନ ପୂର୍ବେ ଭଲ ମସଲା ଚା ପିଇଥିଲି। ଆଜି ଲିଙ୍ଗରାଜଙ୍କ ଭୂମିକୁ ଆସିବାର ସୁଯୋଗ ମିଳିଛି। ବିମାନ ବନ୍ଦରରେ ଏତେ ସଂଖ୍ୟାରେ ଲୋକ ମୋତେ ଅଭିଭୂତ କରିଛି।ବିପକ୍ଷ ଦଳ ବିଜେପି ସରକାର ବିରୋଧରେ ଅପପ୍ରଚାର କରୁଛନ୍ତି ହେଲେ ଜନତା ବିଜେପି ସରକାରର କାମକୁ ଦେଖି ତାଙ୍କୁ […]
କେନ୍ଦୁଝର ଜିଲ୍ଲାର ଅମୀୟ ଚକ୍ର ରାଜଧାନୀ ଭୁବନେଶ୍ୱରରେ ଏକ କମ୍ପାନୀରେ ଆକାଉଣ୍ଟାଣ୍ଟ୍ ଭାବେ ଚାକିରି କରୁଛନ୍ତି। ସେଠାରେ ଚାକିରି କରୁଥିଲେ କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର ଲିମା(ଛଦ୍ମନାମ)। ପ୍ରଥମ ଦେଖାରେ ଲିମାଙ୍କୁ ମନ ଦେଇ ବସିଥିଲେ ଅମୀୟ। ଆଉ ପ୍ରପୋଜ ମାରିଥିଲେ। ହେଲେ ଲିମା ମନା କରିଥିଲେ। ଉଭୟଙ୍କ ଜାତି ଭିନ୍ନ ହୋଇଥିବାରୁ ଅମୀୟଙ୍କ ପ୍ରପୋଜକୁ ଅସ୍ୱୀକାର କରିଥିଲେ ଲିମା।ପ୍ରେମରେ ଜାତିପ୍ରଥା ପ୍ରତିବନ୍ଧକ ସାଜିବ ନାହିଁ ବୋଲି କଥା ଦେଇଥିଲେ। ପରବର୍ତ୍ତୀ ସମୟରେ ଉଭୟ ପରସ୍ପରକୁ ଭଲ […]
ଆପଣଙ୍କର ବର୍ତ୍ତମାନର ପାନ୍ କାର୍ଡ ବନ୍ଦ ହେବ ନାହିଁ କିନ୍ତୁ ଏହା ଅପଗ୍ରେଡ ହେବ। ଏହାକୁ ଅପଡେଟ୍ କରିବା ପାଇଁ ଆପଣଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ | ସର୍ବପ୍ରଥମେ, ଜାଣନ୍ତୁ ଯେ ଆପଣଙ୍କୁ ଏକ ନୂତନ କାର୍ଡ ତିଆରି କରିବାକୁ ପଡିବ ନାହିଁ, କେବଳ ପୁରୁଣା ପାନ୍ କାର୍ଡକୁ ଅପଡେଟ କରିବାକୁ ପଡିବ। ନୂତନ କାର୍ଡରେ ମୁଦ୍ରିତ QR ଅନେକ କାର୍ଯ୍ୟ କରିପାରିବ। ସରକାରୀ ସଂଗଠନର ସମସ୍ତ ଡିଜିଟାଲ ସିଷ୍ଟମରେ ପାନ୍କୁ ଏକ ସାଧାରଣ […]
ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡିଜିପି ସମ୍ମିଳନୀରେ ଯୋଗ ଦେବା ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ମୋଦି । ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ମୋଦି । ବିମାନବନ୍ଦରରେ ପହଞ୍ଚିବା ପରେ ପିଏମ ମୋଦିଙ୍କୁ ବିପୁଳ ସ୍ୱାଗତ ।ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବିମାନ ବନ୍ଦରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ, […]
