ରାଜ୍ୟରେ ଧୀରେ ଧୀରେ ଶୀତର ପ୍ରକୋପ ବୃଦ୍ଧି ପାଉଛି। କେବଳ ଏତିକି ନୁହେଁ, ଅନେକ ସ୍ଥାନରେ ସକାଳୁ ସକାଳୁ କୁହୁଡ଼ି ମଧ୍ୟ ପଡୁଛି। ତେବେ ଶୁକ୍ରବାର ଘନ କୁହୁଡ଼ି ନେଇ ଏସଆରସି ସତର୍କ କରାଇଛନ୍ତି। ଭୁବନେଶ୍ୱର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆଗାମୀ ୫ ଦିନ ପାଇଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆଗାମୀ ୫ ଦିନ ପାଇଁ କୌଣସି ଚେତାବନୀ ନାହିଁ। ତେବେ ଆସନ୍ତା ୨୭ ତାରିଖରେ ଭଦ୍ରକ, […]
ରାଜ୍ୟ ସରକାରଙ୍କର ସୁଭଦ୍ରା ଯୋଜନାରେ ଆସନ୍ତା ଡିସେମ୍ବର ମାସ ପହିଲା ସୁଦ୍ଧା ୧ କୋଟି ମହିଳା ହିତାଧିକାରୀ ଆର୍ଥିକ ସହାୟତା ପାଇଥିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି ଆସନ୍ତା ରବିବାର ସୁଦ୍ଧା ଆଉ ୨୦ ଲକ୍ଷ ମହିଳା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ଅର୍ଥରାଶି ପ୍ରଦାନ କରାଯିବ। ତେବେ ‘ସୁଭଦ୍ରା’ ଆବେଦନ ବେଳେ ଆପଣ ଦେଇଥିବା ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଲିଙ୍କ୍ ଅଛି କି ? ଗୋଟିଏ […]
ଆଦିବାସୀ ଛାତ୍ର ଛାତ୍ରୀ ମାନେ ମାତୃଭାଷାରେ ପାଠ ପଢା ପଢିବା ସହ ପାଇବେ ଗୁଣାତ୍ମକ ଜ୍ଞାନ । ଆଦିବାସୀ ଛାତ୍ର ଛାତ୍ରୀଙ୍କ ପାଇଁ ସରକାରର କରୁଛନ୍ତି ଏଭଳି ଏକ ଯୋଜନା । ଆଦିବାସୀ ଭାଷା ସଂସ୍କୃତିକୁ ସୁରକ୍ଷିତ ରଖିବା ପାଇଁ ପ୍ରତିଷ୍ଠା ହେବ ଲ୍ୟାଙ୍ଗୁଏଜ୍ ଲ୍ୟାବ । ଆଗାମୀ ଦିନରେ ଆଦିବାସୀ ଭାଷା ସଂସ୍କୃତି କେମିତି ସୁରକ୍ଷିତ ରହିବ ତା ପାଇଁ ଲ୍ୟାଙ୍ଗୁଏଜ୍ ଲ୍ୟାବ କରାଯିବ। ଆଦିବାସୀ ଭାଷାକୁ ଗୁରୁତ୍ଵ ଦେଇ ଶିକ୍ଷକ ନିଯୁକ୍ତି କରାଯାଉଛି । […]
ଗୋ- ଚାଲାଣ ବନ୍ଦ ପାଇଁ ସରକାରଙ୍କ ବଡ ନିଷ୍ପତି। ଗୋ- ସୁରକ୍ଷା ଓ ଗୋ ରକ୍ଷା ପାଇଁ ରାଜ୍ୟରେ ଗଠିତ ହେଲା କମିଟି ।ଗୋ-ସୁରକ୍ଷା ପାଇଁ ୩୦୦ କୋଟି ଟଙ୍କାର ସ୍ଵତନ୍ତ୍ର ବଜେଟ୍ । ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ୫ କ୍ୟାବିନେଟ୍ ମନ୍ତ୍ରୀ ଓ ପୋଲିସ DGଙ୍କୁ ନେଇ ଗୋ-ସୁରକ୍ଷା ପାଇଁ କମିଟି ଗଠନ ହୋଇଛି । ଗୋ ଚାଲାଣ, ଗୋ ସୁରକ୍ଷା ସହ ରାସ୍ତାରେ ଘଟୁଥିବା ଦୁର୍ଘଟଣା ଓ ଚିକିତ୍ସା ବାବଦରେ କାର୍ଯ୍ୟ କରିବ ଏହି […]
ନୟାଗଡ଼,(ଓଡ଼ିଶା ଦର୍ପଣ ) : ମାଟ୍ରିକ ୮୪ ବ୍ୟାଚର ସହପାଠୀ ତଥା ଆଦର୍ଶ ଶିକ୍ଷକ କିଶୋର ଚନ୍ଦ୍ର ସେନାପତିଙ୍କ ଆକସ୍ମିକ ବିୟୋଗରେ ଏକ ଶୋକ ତଥା ଶ୍ରଦ୍ଧାଞ୍ଜଳି ସଭା ମୈତ୍ରୀ ଯୁବ ସଂସଦ, ନୟାଗଡ଼ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ତଥା ଶିକ୍ଷାବିତ୍ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଥମେ ସ୍ବର୍ଗତ ଆତ୍ମାର ସଦଗତି ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ନୟାଗଡ଼ରେ ରହୁଥିବା ମାଟ୍ରିକ ୮୪ ବ୍ୟାଚର ସହପାଠୀ […]
ଚଳିତ ବର୍ଷ ଯୁକ୍ତ୨ ବୋର୍ଡ ପରୀକ୍ଷା ମାର୍କିଂ ଢାଞ୍ଚାରେ ପରିବର୍ତ୍ତନ କରାଯିବ। ଏନେଇ ସୂଚନା ଦେଇଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା । ତାଙ୍କ ସୂଚନା ଅନୁଯାୟୀ, ଏଥର ଜାତୀୟ ଶିକ୍ଷା ପଦ୍ଧତି ଅନୁଯାୟୀ ୮୦ ମାର୍କର ଥିଓରୀ ଓ ୨୦ ମାର୍କର ଆସେସମେଣ୍ଟ ପରୀକ୍ଷା ଦେବେ ଯୁକ୍ତ ଦୁଇ ପରୀକ୍ଷାର୍ଥୀ। ୧୦୦ ରୁ ୨୪ ମାର୍କ ରଖିଲେ ପାସ ହେବେ ପରୀକ୍ଷାର୍ଥୀ । ପିଲାଙ୍କୁ ବୋର୍ଡ ପରୀକ୍ଷାର ଚାପ କମାଇବା ଓ ଭଲ […]
ମଞ୍ଚେଶ୍ବର ଥାନା ଅଧୀନ ଏକ ଘରୋଇ ହସ୍ପିଟାଲ ସମ୍ମୁଖରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି। ରାସ୍ତା ମଝିରେ ଜଣେ ଯୁବତୀ ବାଇକ୍ରେ ବସିଥିବା ଜଣେ ଯୁବକଙ୍କୁ ଗାଲରେ ଚାପୁଡ଼ା ମାରୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି। ଜଣେ ଯୁବକ ବାଇକରେ ଆସି ହସ୍ପିଟାଲ ନିକଟରେ ହୋହାଲ୍ଲା କରିଥିଲେ ଏବଂ ଜଣେ ଯୁବତୀଙ୍କୁ ଖୋଜିଥିଲେ । ଠିକ ସେହି ସମୟରେ ଯୁବତୀଜଣଙ୍କ ପହଂଚି ମୋତେ ବଦନାମ କରୁଛୁ । ମୋ ଇଜ୍ଜତ ସହ ଖେଳୁଛୁ କହି ଯୁବକଙ୍କୁ ବାଡେଇ […]
ରାଜ୍ୟରେ ଶିକ୍ଷକ ନିଯୁକ୍ତି ପାଇଁ ହେଉଥିବା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ରେଜଲ୍ଟ ପ୍ରକାଶ ପାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାର ଅଫିସିଆଲ ୱେବସାଇଟ ଓଡ଼ିଶା ଡଟ୍ ଏସି ଡଟ୍ ଇନ୍ (http://www.bseodisha.ac.in/) ରେ ଲଗ୍ ଇନ୍ କରି ପରୀକ୍ଷାର୍ଥୀମାନେ ତାଙ୍କର ରେଜଲ୍ଟ ଜାଣିପାରିବେ। ସେହିଭଳି କୃତକାର୍ଯ୍ୟ ହୋଇନଥିବା ପରୀକ୍ଷାର୍ଥୀ ସେମାନଙ୍କର ସ୍କାନ୍ ହୋଇଥିବା ଓଏମ୍ଆର୍ ଉତ୍ତର ଖାତା ଏହି ଓ୍ବେବସାଇଟ୍ରୁ ଡାଉନଲୋଡ୍ କରିପାରିବେ । ଯାହା ଆସନ୍ତା ୨୯ ତାରିଖ ଯାଏଁ ଓ୍ବେବସାଇଟ୍ରେ ଉପଲବ୍ଧ […]
ଏଟିଏମ୍ ଭାଙ୍ଗି ଟଙ୍କା ପଇସା ଲୁଟ୍ କରିବା ପାଇଁ ଆସିଥିଲେ ଲୁଟେରା। ଫେଲ୍ ମାରିଲା ଯୋଜନା। ଏଟିଏମର ସଟରର ତାଲା ନ ଖୋଲିବାରୁ ଲୁଟ୍ ନ କରି ଫେରିଗଲେ ଲୁଟେରା। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଏଟିଏମର ତାଲା ଭାଙ୍ଗିବା ସହ ଏଟିଏମ ବାହାରେ ଲାଗିଥିବା ସିସିଟିଭିରେ କଲର ସ୍ପ୍ରେ କରି ଲୁଟ ଉଦ୍ୟମ କରିଥିଲେ । ସଟରର ତାଲା ଖୋଲି ନପାରିବାରୁ ଲୁଟ ଉଦ୍ୟମରେ ବିଫଳ ହୋଇଛନ୍ତି ଦୁର୍ବୃତ୍ତ । ଆଜି ସକାଳୁ ଏ […]
ରାଜ୍ୟରେ ତଳମୁହାଁ ହେଉଛି ପାରଦ। ରାଜ୍ୟରେ ଶୁକ୍ରବାର ସବୁଠାରୁ ଥଣ୍ଡା ସହର ଭାବେ ଫୁଲବାଣୀର ତାପମାତ୍ରା ରେକର୍ଡ କରାଯାଇଛି ।। ସକାଳୁ କୁହୁଡ଼ିର ମାତ୍ରା କମ୍ ଥିଲା ବେଳେ ଶୀତ ଅନୁଭବ ହେଉଛି । ଲୋକେ ଶୀତରୁ ରକ୍ଷା ପାଇବାକୁ ଗ୍ରାମାଞ୍ଚଳର ଲୋକେ ନିଆଁ ପୁଉଁଛନ୍ତି । ଆଗକୁ ଆହୁରି ୨ ରୁ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ତାପମାତ୍ରା କମିପାରେ ବୋଲି ପାଣିପାଗ କେନ୍ଦ୍ରର ଆକଳନ କରିଛି । ଡିସେମ୍ବର ପ୍ରଥମ ସପ୍ତାହରୁ ରାଜ୍ୟରେ ଶିତ […]
ଗୁରୁବାର ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଆରପିଏଫ୍ କର୍ମଚାରୀ ସଞ୍ଜୟ ପ୍ରଧାନ ଟ୍ରେନ୍ରୁ ଖସି ପଡ଼ିଥିବା ଜଣେ ବୃଦ୍ଧାଙ୍କୁ ଉଦ୍ଧାର କରିଛନ୍ତି। ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ପୋଇପଟା ଗ୍ରାମର ପାର୍ବତୀ ଦାସ (୬୬) ପରିବାର ଲୋକଙ୍କ ସହ ପୁରୀ-ଅହମଦାବାଦ ଟ୍ରେନ୍ (ନଂ ୨୦୮୬୧)ରେ ଭୁବନେଶ୍ୱରରୁ ଅହମଦାବାଦ ଅଭିମୁଖେ ଯାତ୍ରା କରୁଥିବା ବେଳେ ବୁଧବାର ରାତି ପ୍ରାୟ ୨ଟା୪୫ରେ ହାତୀବାରି-ମାନେଶ୍ୱର ରେଳ ଷ୍ଟେସନ ମଧ୍ୟରେ ଅବସ୍ଥିତ କୁମୁକାଠାରେ ଖସି ପଡ଼ିଥିଲେ।ହେଲେ ଚଳନ୍ତା ଟ୍ରେନରୁ ପଡ଼ି ବୃଦ୍ଧ […]
ଆଦାନୀକୁ ନେଇ ଆମେରିକା ରିପୋର୍ଟ ପରେ ବଢିବାରେ ଲାଗିଛି ଅଦାନୀ ଗ୍ରୁପର ସମସ୍ୟା । କେନିଆ ଆଦାନୀ ସହ କରିଥିବା ଦୁଇଟି ବଡ ଚୁକ୍ତିନାମାଙ୍କୁ ରଦ୍ଦ କରିଛି । ଏୟାରପୋର୍ଟ ସମ୍ପ୍ରସାରଣ ଓ ବିଜୁଳି ଭଳି ବଡ ପ୍ରକଳ୍ପ ନେଇ ଅଦାନୀ ସହ ଡିଲ କରିଥିଲା କେନିଆ । କେନିଆ ମିଡିଆକୁ ସମ୍ବୋଧିତ କରି ସେଠାକାର ରାଷ୍ଟ୍ରପତି ବିଲିୟମ ରୁଟୋ, ଅଦାନୀ ସହ ହୋଇଥିବା ଏହି ଦୁଇଟି ବଡ ଚୁକ୍ତିନାମାକୁ ରଦ୍ଦ କରିବାକୁ ଘୋଷଣା କରିଛନ୍ତି । […]
