ନିଆଳିର ଶ୍ରୀମାଧବାନନ୍ଦଜୀଉ ମନ୍ଦିରରୁ ଭଣଜା ପାଇଁ ଯିବ ଓ ନବବସ୍ତ୍ର ସହ ଅଷ୍ଟମୀ ଭାର । ମାର୍ଗଶୀର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବଡଦିଅଁ ହେବେ ପୋଢୁଆଁ । ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର, ସୁଭଦ୍ରା, ସୁଦର୍ଶନ, ମାଧବ, ଭୂଦେବୀ ଓ ଶ୍ରୀଦେବୀଙ୍କ ପାଇଁ ପାଟବସ୍ତ୍ର ଆସିବ ।ପୋଢୁଆଁ ସାମଗ୍ରୀ ଗୁଡ଼ିକ ମଧ୍ୟରେ ଅଛି – ଅରୁଆ ଚାଉଳ,ବିରି,ନଡ଼ିଆ,ଗୁଡ଼ , ପାଚିଲା କଦଳି ,ଘିଅ , ଚନ୍ଦନ କାଠ , କର୍ପୂର , ଅଗୁରୁ , […]
ବୈକୁଣ୍ଠଧାମ ଆଶ୍ରମ ଭଙ୍ଗା ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ। ସରକାରୀ ଜମି ଜବର ଦଖଲ କରି ଗଢି ଉଠିଥିବା ଆଶ୍ରମକୁ ଭାଙ୍ଗିବାକୁ ଗୁରୁବାର ଅପରାହ୍ନରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଘୋଷଣା କରିବା ପରେ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଡିସେମ୍ବର ୧୨ ତାରିଖ ଯାଏଁ ରହିତାଦେଶ ଦେଇଛନ୍ତି ହାଇକୋର୍ଟ।ସୂଚନାଥାଉକି, ବେଆଇନ ନିର୍ମାଣ ଅଭିଯୋଗ ପରେ ବୈକୁଣ୍ଠଧାମ ଆଶ୍ରମ ଭାଙ୍ଗିବାକୁ ଘୋଷଣା କରିଥିଲା ବିଡିଏ। ଆଶ୍ରମ ଶୁକ୍ରବାର ଉଚ୍ଛେଦ ହୋଇଥାନ୍ତା। ଏମିତିକି ଆଶ୍ରମ ଆଗରେ ବିଡିଏ ଏନଫୋର୍ସମେଣ୍ଟ ଟିମ୍ […]
ସମ୍ବଲପୁରର ଗଙ୍ଗାଧର ମେହର ବିଶ୍ୱବିଦ୍ୟାଳୟ କୁଳପତି ଏନ ନାଗରାଜୁ, ଉତ୍କଳ ବିଶ୍ଵବିଦ୍ୟାଳୟ କୁଳପତି ସବିତା ଆଚାର୍ଯ୍ୟ ଓ ରମାଦେବୀ ବିଶ୍ବବିଦ୍ୟାଳୟ କୁଳପତି ଅପରାଜିତା ଚୌଧୁରୀଙ୍କ କାର୍ଯ୍ୟକାଳ ୬ ମାସ ପାଇଁ ବୃଦ୍ଧି କରାଯାଇଛି । ଏହି ୩ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ଚୟନ ନିମନ୍ତେ ଏପର୍ଯ୍ୟନ୍ତ ଉଚ୍ଚଶିକ୍ଷା ବିଭାଗ ବିଜ୍ଞାପନ ଜାରି କରିନଥିବାରୁ ରାଜ୍ୟପାଳ ଆଜି ସମ୍ପୃକ୍ତ କୁଳପତିମାନଙ୍କ କାର୍ଯ୍ୟକାଳକୁ ଆଉ ୬ମାସ ବୃଦ୍ଧି କରିଛନ୍ତି । ତେବେ ଏହି ସମ୍ପ୍ରସାରିତ କାର୍ଯ୍ୟକାଳ ମଧ୍ୟରେ ସମ୍ପୃକ୍ତ କୁଳପତିମାନେ […]
ନୟାଗଡ଼, (ଓଡ଼ିଶା ଦର୍ପଣ):ମୋଟର ଯାନ ଆକ୍ଟ ୧୯୮୮(୫୯)ର ସେକ୍ସନ ୧୧୫ ଏବଂ ଓଡ଼ିଶା ମୋଟରଯାନ ରୁଲ ୧୯୯୩ର ରୁଲ ୧୭୩ ଅନୁସାରେ ସଡ଼କ ଦୁର୍ଘଟଣାକୁ ପ୍ରତିହତ କରିବା ପାଇଁ ସମଗ୍ର ନୟାଗଡ଼ ଜିଲ୍ଲାରେ ମାଲ ପରିବହନ କରୁଥିବା ଭାରୀଯାନ ଯଥା-ଟିପର, ଟ୍ରକ୍, ଇତ୍ୟାଦି ଦ୍ୱାରା ବାଲି, ମୋରମ,ଗୁଣ୍ଡ ପଥର(ଚିପସ୍), ଖଣ୍ଡ ପଥର, ଇଟା ଇତ୍ୟାଦିର ପରିବହନ ସକାଳ ୭ଘଟିକା ଠାରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ଜିଲ୍ଲାପାଳ-ତଥା-ଜିଲ୍ଲା ମାଜଷ୍ଟ୍ରେଟ୍ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଦ୍ୱାରା ନିଷିଦ୍ଧ କରାଯାଇଛି। […]
ପ୍ରତ୍ୟାହାର ହେଲା ଲଘୁ ଖଣିଜ ଦ୍ରବ୍ୟ ପରିବହନକାରୀ ଟ୍ରକ୍ ଧର୍ମଘଟ । ରାଜ୍ୟ ସରକାରଙ୍କ ଆଲୋଚନା ପରେ ପ୍ରତ୍ୟାହାର ହେଲା ଧର୍ମଘଟ । ଖୋର୍ଦ୍ଧା ଟ୍ରକ୍ ମାଲିକ ସଂଘ ଆହ୍ବାନ କ୍ରମେ ପାଖାପାଖି ୧୦ ଜିଲ୍ଲାର ୧୫ ଟ୍ରକ୍ ମାଲିକ ସଂଘର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ନେଇଥିଲେ । ୧୦ ତାରିଖରୁ ଆନ୍ଦୋଳନ ଜାରି ରହିଥିଲା । 11 ଦଫା ଦାବି ନେଇ 13 ଜିଲ୍ଲାର ଲଘୁ ଖଣିଜ ପଦାର୍ଥ ବା ବାଲି ପରିବହନ କରୁଥିବା […]
ବହୁ ଚର୍ଚ୍ଚିତ ବାବା କାଶୀନାଥଙ୍କ ବୈକୁଣ୍ଠ ଧାମ ଉପରେ ଆସନ୍ତା କାଲି ଚାଲିବ ବୁଲଡୋଜର । ଏନେଇ ବିଡିଏ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ଆଶ୍ରମ ଭିତରେ ଥିବା ଜିନିଷପତ୍ର ବାହାର କରିବାକୁ ବିଡିଏ ନିର୍ଦ୍ଦେଶ ଦେଇଛି । ବେଆଇନ ଭାବେ ନିର୍ମାଣ ହୋଇଥିବାରୁ ଏହା ଭଙ୍ଗାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମର ଗୁମର ଧିରେ ଧିରେ ଖୋଲିବାରେ ଲାଗିଛି । ଆତ୍ମଘୋଷିତ ବାବା କାଶୀନାଥ ମିଶ୍ରଙ୍କର ବି ପେଡି […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଶିକ୍ଷା ଗ୍ରହଣ ଯେପରି ଗୁରୁତ୍ଵପୂର୍ଣ୍ଣ, ସେହିପରି ସଠିକ ବିଷୟ ଚୟନ, ଅଧିକାର, କର୍ତ୍ତବ୍ୟ ଓ ଆଇନଗତ ଜ୍ଞାନ ମଧ୍ୟ ଦରକାର । ନୟାଗଡ଼ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ ସରକାରୀ ଆଇ.ଟି.ଆଇ ନୟାଗଡ଼ ଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଜାତୀୟ ଆଇନ ସେବା ପ୍ରାଧିକରଣ ସଙ୍ଗୀତ “ଏକ ମୁଠି ଆସମାନ” ଗାନ […]
“ଡ଼ିସେମ୍ବର ୨୬ତlରଖରୁ ୩୦ତାରିଖରେ ଅନୁଷ୍ଠିତ ହେବ””ପଦ୍ମପୁର ମରିଚଗୁଡା ଅକ୍ଷର ବ୍ରହ୍ମ ମନ୍ଦିରରୁ ଶୁଭାରମ୍ଭ ହେବ “ରାୟଗଡ:-ତା. ୨୧/୧୧/୨୦୨୪ରାୟଗଡ ଜିଲ୍ଲାସ୍ତରୀୟ ଲୋକମହୋତ୍ସବ ଚଇତି -୨୦୨୪ ପାଳନ ନିମନ୍ତେ ପ୍ରସ୍ତୁତି ଜିଲ୍ଲାସଂସ୍କୃତି ପରିଷଦ ଅଧ୍ୟାକ୍ଷା ତଥା ଜିଲ୍ଲାପାଳ ରାୟଗଡ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତlରେ ସ୍ଥାନୀୟ ବିଜୁ ପଟନାୟିକ ଆଡିଟରିୟମ ଠାରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ମାନ୍ୟବର ବିଧାୟକ ରାୟଗଡ ଶ୍ରୀ ଅପ୍ପଳ ସ୍ୱାମୀ କଦ୍ରାକ, ମାନ୍ୟବର ଗୁଣୁପୁର ବିଧାୟକ, ସତ୍ୟଜିତ ଗମାଙ୍ଗ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସରସ୍ବତୀ […]
ଓଡ଼ିଶାରେ ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱ ବିଦ୍ୟାଳୟ। ଏ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା। ସେପଟେ ସମ୍ବଲପୁରରେ ୧୦୦ ଏକର ଜମିରେ ହେବ ଆକୁଆ ପାର୍କ। ମଧୁର ମାଛ ଉତ୍ପାଦନରେ ଆତ୍ମନିର୍ଭର ହେବ ଓଡ଼ିଶା। ସାରା ଦେଶରେ ଓଡ଼ିଶା ୪ ନମ୍ବରରେ ଥିବା ବେଳେ ରପ୍ତାନି ମଧ୍ୟ ବଢିଛି। ବିଶ୍ୱ ମତ୍ସ୍ୟ ଦିବସରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସୂଚନା ଦେଇଛନ୍ତି। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ମଧୁର ଜଳ ମାଛକୁ ବିଦେଶକୁ ରପ୍ତାନି […]
ଡିସେମ୍ବର ୪ ତାରିଖରେ ପୁରୀ ରାଜଭବନ ନିକଟସ୍ଥ ବ୍ଲୁ ଫ୍ଲାଗବିଚ ବେଳାଭୂମି ଠାରେ ନୌସେନା ଦିବସ ବା ନାଭି ଡେ’ ପାଳିତ ହେବ। ଏଥିରେ ନୌସେନା ର ବିବିଧ କାର୍ଯ୍ୟକ୍ରମ ପ୍ରଦର୍ଶନ ସହ ଚିତ୍ତାକର୍ଷକ ଏୟାର ସୋ’ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ଜଳ ଜାହାଜ ମାଧ୍ୟମରେ ଓ ଆକାଶ ମାର୍ଗରେ ଦୁଃସାହସିକ କୌଶଳ ପ୍ରଦର୍ଶନ କରାଯିବ। ତେବେ ଏୟାର ସୋ ଅନୁଷ୍ଠିତ ହେଉଥିବା ସମୟରେ ସଂପୃକ୍ତ ଅଂଚଳରେ ପକ୍ଷୀମାନେ ଉଡିବା ଦ୍ୱାରା ବିମାନଗୁଡିକ ଅସୁବିଧାର ସମ୍ମୁଖୀନ […]
ଡେଣ୍ଟାଲ ସର୍ଜନ ନିଯୁକ୍ତି ଅନିୟମିତତା ମାମଲାରେ ବ୍ୟକ୍ତିଗତ ହାଜିର ପାଇଁ OPSC ଅଧ୍ୟକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବାରମ୍ବାର ତାଗିଦ ସତ୍ତ୍ୱେ ରିଭାଇଜ୍ ମେରିଟ୍ ଲିଷ୍ଟ ଦାଖଲ ନ କରିବାରୁ ଗୁରୁବାର କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।ନିଯୁକ୍ତିରେ ଅନିୟମିତତା ନେଇ ହୋଇଛି ଅଭିଯୋଗ। ଡେଣ୍ଟାଲ ସର୍ଜନ ମେରିଟ ଲିଷ୍ଟ ମଗାଇଥିଲେ ହାଇକୋର୍ଟ। ତାହା ଦେବାରେ ସକ୍ଷମ ହୋଇ ନଥିଲା ଓପିଏସସି। ଭୀଷଣ ବିରକ୍ତ ପ୍ରକାଶ କଲେ ମୁଖ୍ୟ ବିଚାରପତି। ମେରିଟ ଲିଷ୍ଟ ସହିତ ଓପିଏସସି ଅଧ୍ୟକ୍ଷ ବ୍ୟକ୍ତିଗତ […]
ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ସମାରୋହ ଗୁରୁବାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ପାଳିତ ହୋଇଯାଇଛି। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ। ଡକ୍ଟର ହରେକୃଷ୍ଣ ମହତାବଙ୍କ ସମ୍ମାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକ ସ୍ବତନ୍ତ୍ର ସ୍ମାରକୀ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚନ […]
