ଆସନ୍ତା ୨୩ ତାରିଖରେ ମନ୍ତ୍ରୀ ପରିଷଦ ବୈଠକ ।

ଆସନ୍ତା ୨୩ ତାରିଖରେ ମନ୍ତ୍ରୀ ପରିଷଦ ବୈଠକ । ସେହିଦିନ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ରାଜ୍ୟର ଅତିରିକ୍ତ ବଜେଟ୍ ଉପରେ ଆଲୋଚନା କରାଯିବ । ମନ୍ତ୍ରୀମାନଙ୍କ ମଧ୍ୟରେ ଆଲୋଚନା ପରେ ଏହି ବଜେଟ୍‌କୁ ମନ୍ତ୍ରୀ ପରିଷଦର ଅନୁମୋଦନ ମିଳିବ। ବିଧାନସଭାର ଆଗାମୀ ଶୀତ ଅଧିବେଶନର ପ୍ରଥମ ଦିନ ଅର୍ଥାତ୍‌ ନଭେମ୍ବର ୨୬ରେ ମୁଖ୍ୟମନ୍ତ୍ରୀ ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିବେ। ତାହା ୫ ତାରିଖରେ […]

ଖୁବ୍‌ଶୀଘ୍ର ରାଜ୍ୟରେ ପ୍ରତିଷ୍ଠା ହେବ ମହିଳା କୋର୍ଟ

ରାଜ୍ୟରେ ଦିନକୁ ଦିନ ଦୁଷ୍କର୍ମ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ନାବାଳିକାମାନଙ୍କ ଉପରେ ଅଧିକ ଯୌନ ନିର୍ଯାତନା କରାଯାଉଥିବାର ଘଟଣା ନଜରକୁ ଆସୁଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ଖୁବଶୀଘ୍ର ମହିଳା କୋର୍ଟ ପ୍ରତିଷ୍ଠା କରିବାକୁ ଯାଉଛନ୍ତି।ମହିଳାଙ୍କ ଉପରେ ହେଉଥିବା ସମସ୍ତ ନିର୍ଯାତନା ସମ୍ପର୍କିତ ମାମଲା ଏହି କୋର୍ଟରେ ବିଚାର କରାଯିବ । ସବୁଠାରୁ ବଡ଼ କଥା ହେଲା ଯେ, ଏହି ସ୍ଵତନ୍ତ୍ର ମହିଳା କୋର୍ଟରେ ଜଜ୍‌ଙ୍କ ସମେତ ସରକାରୀ […]

ମୋବାଇଲ ପାଇଁ ଚାଲିଗଲା ୨ ଜୀବନ

ପାରିବାରିକ କଳହର କରୁଣ ପରିଣତି ନେଇଛି ଉଭୟ ସ୍ବାମୀ ଓ ସ୍ତ୍ରୀ ଙ୍କ ମୂଲ୍ୟବାନ ଜୀବନ । ମୋବାଇଲ ବନ୍ଧା ରଖିବାକୁ ନେଇ ବଚସା ପରେ ସ୍ତ୍ରୀ ଙ୍କ ନିଜ ଘରେ ଆତ୍ମହତ୍ୟା | ତେବେ ସ୍ତ୍ରୀ ଆତ୍ମହତ୍ୟା କରିବା ଦେଖି ସ୍ବାମୀ ସ୍ତ୍ରୀ ଙ୍କୁ ବଞ୍ଚେଇବାକୁ ଉଦ୍ୟମ କରି ବିଫଳ ହେବା ପରେ ଅନ୍ୟ ଏକ କୋଠରୀ ରେ ସ୍ବାମୀ ମଧ୍ୟ ଆତ୍ମହତ୍ୟା କରିଥିଲେ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲିଗୁଡା […]

ଆଦିବାସୀ ଯୁବତୀଙ୍କୁ ବିଷ୍ଠା ଖୁଆଇବା ଘଟଣା

ଜଣେ ୨୦ ବର୍ଷର ଆଦିବାସୀ ଯୁବତୀଙ୍କ ସହ ଘଟିଥିଲା ଏକ ନିନ୍ଦନୀୟ ଘଟଣା । ତାଙ୍କୁ ଗାଳିଗୁଲଜ କରି ବିଷ୍ଠା ଆଣି ମୁହଁରେ ଘସିବା ସହ ଖୁଆଇ ଦେଇଥିବା ନେଇ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନାରେ ହୋଇଥିଲା ଅଭିଯୋଗ ।ଅଭିଯୁକ୍ତକୁ ଗିରଫ ଦାବିରେ ପୀଡ଼ିତାଙ୍କ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଥିଲେ । ହେଲେ ବଙ୍ଗୋମୁଣ୍ଡା ଥାନା ଅଧିନସ୍ଥ ଜୁରାବନ୍ଧ ଗାଁ ର ଆଦିବାସୀ ଯୁବତୀଙ୍କୁ ଶାରୀରିକ ମାନସିକ ନିର୍ଯାତନା ଏବଂ ବିଷ୍ଠା ବୋଳି ଖୁଆଇ ଦେବା […]

ଅଙ୍ଗନବାଡି କର୍ମୀଙ୍କ ଖାତାକୁ ଯିବ ‘ସୁଭଦ୍ରା’ ଟଙ୍କା

ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍‌ । ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ଦିଆଯିବ ସୁଭଦ୍ରା ଟଙ୍କା । ଆଗାମୀ ଦିନରେ ପ୍ରଦାନ ହେବାକୁ ଥିବା ତୃତୀୟ ପର୍ଯ୍ୟାୟରେ ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ସାମିଲ କରାଯିବ । ଏଥିପାଇଁ ସମସ୍ତଙ୍କର ଆବେଦନ ପତ୍ର ଯାଞ୍ଚ ସରିଛି । ପାଖାପାଖି ୨୦ ଲକ୍ଷ ମହିଳାକୁ ଏଥିରେ ସାମିଲ କରାଯିବ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି […]

ବାଲିଯାତ୍ରା ଫୁଡ୍‌ ଷ୍ଟଲ୍‌ରେ ରେଡ୍‌: ଖାଦ୍ୟ ଷ୍ଟଲ୍‌ରୁ ବାସି ଖାଦ୍ୟ ଜବତ

ଆକ୍ସନ ମୋଡ଼ରେ ଫୁଡ୍‌ ସେଫ୍ଟି ଟିମ୍‌ । କଟକ ବାଲିଯାତ୍ରାରେ କଟକ ମହାନଗର ନିଗମର ଫୁଡ୍‌ ସେଫ୍ଟି ଟିମ୍‌ ପକ୍ଷରୁ ଚାଲିଛି ଚଢାଉ । ସକାଳୁ ସକାଳୁ ଖାଦ୍ୟ ଷ୍ଟଲରେ ଅଚାନକ ଚଢାଉ କରାଯାଇଛି । ବାସି ଖାଦ୍ୟ ଗଚ୍ଛିତ ରଖିଥିବା ଅଭିଯୋଗରେ କିଛି ଦୋକାନୀଙ୍କୁ ଫାଇନ ମଧ୍ୟ କରାଯାଇଛି । ନିୟମିତ ବ୍ୟବଧାନରେ ବାଲିଯାତ୍ରା ସରିବା ଯାଏ ଏଭଳି ଯାଞ୍ଚ ଚାଲିବ ବୋଲି କୁହାଯାଇଛି। ପ୍ରତିଦିନ ବାଲିଯାତ୍ରାକୁ ଲକ୍ଷାଧିକ ଲୋକ ଆସିଥାନ୍ତି। ତେଣୁ ସମସ୍ତଙ୍କ ସ୍ୱାସ୍ଥ୍ୟକୁ […]

ବର୍ଷସାରା ମହାନଦୀ ପଠାରେ ହେବ ମିନି ବାଲି ଯାତ୍ରା।

ଐତିହାସିକ କଟକ ବାଲିଯାତ୍ରା ପ୍ରତି ରହିଛି ରାଜ୍ୟବାସୀଙ୍କର ଅହେତୁକ ଆକର୍ଷଣ। ବର୍ଷକରେ ଥରେ ପଡ଼ୁଥିବା ଏହି ବାଲିଯାତ୍ରା ବୁଲିବାକୁ ଦୂରଦୂରାନ୍ତରୁ ଲୋକେ ଏଠାକୁ ଆସିଥାନ୍ତି। ମାତ୍ର ଏବେ ଆଉ ବର୍ଷଯାକ ଅପେକ୍ଷା କରିବାକୁ ପଡ଼ିବନି। କାରଣ ବର୍ଷସାରା ମହାନଦୀ ପଠାରେ ହେବ ମିନି ବାଲି ଯାତ୍ରା।କଟକ ବାଲିଯାତ୍ରାର ଷଷ୍ଠ ସନ୍ଧ୍ୟାରେ ଗତ ରାତିରେ ବାଲି ଯାତ୍ରା ପରିଦର୍ଶନ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏହି ଅବସରରେ ସେ କହିଛନ୍ତି, ଖୁବଶୀଘ୍ର ଆରମ୍ଭ ହେବ ମହାନଦୀ […]

୧୦ମ ଏବଂ ଦ୍ବାଦଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କଲା CBSE

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସଇ ୧୦ମ ଏବଂ ଦ୍ବାଦଶ ପରୀକ୍ଷା ତାରିଖ ଘୋଷଣା କରିଛି । CBSE ୧୦ମ ଏବଂ ଦ୍ବାଦଶ ପରୀକ୍ଷା ୨୦୨୫ ଫେବ୍ରୁଆରୀ ୧୫ରୁ ଆରମ୍ଭ ହେବ। ୧୦ମ ପରୀକ୍ଷା ମାର୍ଚ୍ଚ ୧୮ ଏବଂ ଦ୍ବାଦଶ ବୋର୍ଡ ପରୀକ୍ଷା ଏପ୍ରିଲ ୪ ପର୍ଯ୍ୟନ୍ତ ଚାଲିବ।ଫେବ୍ରୁଆରି ୧୮ ତାରିଖରୁ ଯୁକ୍ତ ଦୁଇ ଥିଓରି ପରୀକ୍ଷା । ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅସିଲା ପରୀକ୍ଷା ସୂଚୀ । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ […]

ବଙ୍ଗୋପସାଗରରେ ଘନେଇଲା ପୁଣି ବାତ୍ୟା ଆଶଙ୍କା

ବଙ୍ଗୋପସାଗରରେ ଆସୁଛି ଭୀଷଣ ସାମୁଦ୍ରିକ ଝଡ଼। ସମ୍ଭାବ୍ୟ ବାତ୍ୟା ତାମିଲନାଡୁ ଏବଂ ଶ୍ରୀଲଙ୍କା ଉପକୂଳରେ ସ୍ଥଳଭାଗ ଛୁଇଁପାରେ ବୋଲି ଅଧିକାଂଶ ଘରୋଇ ପାଣିପାଗ ସଂସ୍ଥା ଆକଳନ କରିଛନ୍ତି। ତେବେ ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ରହିବ ନାହିଁ। ୨୭ରୁ ୨୯ ତାରିଖ ଯାଏ ଦକ୍ଷିଣ ଉପକୂଳରେ ଓ ୨୮ରୁ ୩୦ ତାରିଖ ଯାଏ ଆଭ୍ୟନ୍ତରରେ ପାଗ ମେଘୁଆ ରହିପାରେ । କୁହୁଡ଼ି ବି ଦୃଶ୍ୟମାନ ହେବ । ଉପକୂଳ ଓଡ଼ିଶାରେ ୨୨ରୁ ୨୪ ତାରିଖ ଯାଏ ସାମାନ୍ୟ […]

କଲରାପତରିଆ ମାରି ମାଂସ ଖାଇଲା ମଣିଷ । ଏମାନଙ୍କୁ ସାମାଜିକ ବାସନ୍ଦ କର

ନୂଆପଡ଼ା ଜିଲାରେ କଲରାପତରିଆ ବାଘକୁ ଫାଶରେ ଧରି ରାନ୍ଧିଣ ଖାଇବା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶିକାରୀମାନେ ବାରହା ଧରିବାକୁ ଜାଲ ବିଛାଇଥିବା ବେଳେ ଏଥିରେ କଲରାପରତିଆ ପଡ଼ିଥିଲେ। ନୃଶଂସ ଶିକାରୀମାନେ ତାକୁ ବି ଛାଡ଼ିଲେନି। ଜଙ୍ଗଲ ଭିତରେ ଭାଗ ବଣ୍ଟା କରିନେଲେ ଆଉ ରୋଷେଇ କରି ଖାଇଲେ ।ବାଘକୁ ମଣିଷ ଖାଇବ ଏକଥା ବିଶ୍ବାସଯୋଗ୍ୟ ନୁହେଁ । କାରଣ ଶିକାରୀ ଯେବେ ଶିକାର ପାଲଟୁଛି ସେତେବେଳେ ବନବିଭାଗ ନିଜର ଅସହାୟତା ପ୍ରକାଶ କରିଛି […]

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମଲେଖା ପାଇଁ ବଢିଲା ଆବେଦନ ତାରିଖ

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଆବେଦନ ତାରିଖକୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆସନ୍ତା ଶିକ୍ଷାବର୍ଷ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଏବଂ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଏହି ବର୍ଦ୍ଧିତ ସମୟସୀମା ଲାଗୁ ହେବ।ରାଜ୍ୟର ୩୧୩ଟି ବ୍ଲକରେ ୩୧୪ଟି ଆଦର୍ଶ ବିଦ୍ୟାଳୟ ସହିତ ରାଜ୍ୟ ଖଣି ନିଗମର ଖଣି ଅଞ୍ଚଳଗୁଡ଼ିକରେ ୫ଟି ମାଇନିଂ ଆଦର୍ଶ ବିଦ୍ୟାଳୟ ଚାଲିଛି । ଏହିସବୁ ବିଦ୍ୟାଳୟଗୁଡ଼ିକରେ […]

ଜେଲରୁ ପାଠ ପଢିବେ ମାଓ ନେତା ସବ୍ୟସାଚୀ ପଣ୍ଡା।

ଜେଲରେ ରହି MA ପଢିବେ କୁଖ୍ୟାତ ମାଓନେତା ସବ୍ୟସାଚୀ ପଣ୍ଡା। ଦୁଇ ଦଶନ୍ଧି ଧରି ପୁଲିସ ଓ ପ୍ରଶାସନର ନିଦ ହଜାଇ ଦେଇଥିବା ଏହି ଟପ୍ ମାଓନେତାଙ୍କର ଏବେ ପାଠ ପଢ଼ାରେ ବେଶ୍ ଆଗ୍ରହ। ଜେଲ୍ ଭିତରେ ଅଧିକ ସମୟ କାଟୁଛନ୍ତି ପାଠପଢାରେ। ୨୦୨୨ରେ ହ୍ୟୁମାନିଟିରେ ଇଗନୋରୁ ଡିଗ୍ରୀ ହାସଲ କରିଥିବା ସବ୍ୟସାଚୀ ପଣ୍ଡା ଏବେ ପିଜି କରିବେ | ତାଙ୍କ ସହ ମୋଟ ୪ ଜଣ କଏଦୀ ଏବଂ ଦୁଇ ଜଣ ବିଚାରାଧୀନ ବନ୍ଦୀ ଦେବେ […]