MMDR ଆଇନରେ ଓଡ଼ିଶାର ଅର୍ଥନୈତିକ ସ୍ବାଧୀନତାକୁ ଛଡ଼ାଇ ନିଆଯାଇଛି: ବିଜେଡି

MMDR ଆକ୍ଟ ସଂଶୋଧନକୁ ନେଇ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ । ଏହି ସଂଶୋଧନ ରାଜନୈତିକ ଲଢ଼େଇ ନୁହେଁ, ବରଂ ଓଡ଼ିଶାର ଅଧିକାର ଓ ସ୍ୱାର୍ଥର ପ୍ରଶ୍ନ ବୋଲି ଦଳ ପକ୍ଷରୁ କୁହାଯାଇଛି । କେନ୍ଦ୍ର ସରକାର ଓଡ଼ିଶାକୁ ତା’ର ଅଧିକାରରୁ ବଞ୍ଚିତ କରୁଥିବା ବିଜେଡି ଅଭିଯୋଗ କରିଛି ।। ଏହି କଳା ଆଇନ ସଂସଦରେ ପାରିତ ହେଲା। ଏହି ଦିନ ଇତିହାସର ଏକ କଳା ଦିବସ। ୧୯୩୬ ଏପ୍ରିଲ ୧ ତାରିଖରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ହୋଇଥିଲା ଓଡ଼ିଶା। ଏହାକୁ ଉତ୍କଳ ଦିବସ ଭାବେ ପାଳନ ହେଉଛି। ସେବେ ଠାରୁ ଓଡ଼ିଆ ଲୋକ ଜାଣିଲେ ଯେ ସେମାନଙ୍କ ନିଜ ଜମି ଓ ଅସ୍ମିତା ଅଛି। ହେଲେ ୨୦୨୬ ଅଗଷ୍ଟ ୧୩ ତାରିଖରେ ଓଡ଼ିଶାର ଅର୍ଥନୈତିକ ସ୍ୱାଧୀନତାକୁ ଛଡାଇ ନିଆଗଲା। ଭାରତୀୟ ସମ୍ବିଧାନ ଅନୁଯାୟୀ, ଭୂମି ଅଧିକାର ରାଜ୍ୟର। ହେଲେ ଏହି ଅଧିକାରରୁ ଏବେ ବଞ୍ଚିତ ହେଲା ରାଜ୍ୟ । କେନ୍ଦ୍ର ସରକାରଙ୍କ MMDR ଆଇନକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛି ।ବିଜେଡିର ଅଭିଯୋଗ ଅନୁସାରେ, ନବୀନ ପଟ୍ଟନାୟକ ସରକାର ସମୟରେ ଓଡ଼ିଶା ନିଜସ୍ୱ ରାଜସ୍ୱ ଉପରେ ଗୁରୁତ୍ୱ ଦେଇ ଭିତ୍ତିଭୂମି ବିକାଶ କରୁଥିଲା । କେନ୍ଦ୍ରର ଅର୍ଥ ଉପରେ ନିର୍ଭର ନକରି ରାଜ୍ୟର ଅର୍ଥ ରାଜ୍ୟରେ ଖର୍ଚ୍ଚ କରିବା ଦିଗରେ ନବୀନ ସରକାର ପଦକ୍ଷେପ ନେଇଥିଲା ବୋଲି ଦଳ କହିଛି ।MMDR ଆଇନ ସଂଶୋଧନ ଯୋଗୁଁ ଓଡ଼ିଶା ବଡ଼ ଆର୍ଥିକ କ୍ଷତିର ସମ୍ମୁଖୀନ ହେବ ବୋଲି ବିଜେଡି ଦାବି କରିଛି । ଦଳର ଅଭିଯୋଗ ଅନୁସାରେ, ରାଜ୍ୟ ପ୍ରାୟ ୧ ଲକ୍ଷ କୋଟିରୁ ଅଧିକ ବକେୟା ପ୍ରାପ୍ୟ ହରାଇବା ସହ ପ୍ରତିବର୍ଷ ପ୍ରାୟ ୧୨ ହଜାର କୋଟି ଟଙ୍କାର କ୍ଷତି ସହିବ ।ସେ ଆହୁରି ମଧ୍ୟ କହିଛନ୍ତି, ବିନା ଆଲୋଚନା MMDR ଆଇନ ଆସିଲା। ସେକ୍ସନ 9D ଯାହା ଲଗାଗଲା, ପୂର୍ବ ଅଧିକାର ଆଉ ରାଜ୍ୟ ସରକାରଙ୍କ ରହିବ ନାହିଁ। ସୁପ୍ରିମ କୋର୍ଟଙ୍କ ୯ ଜଣିଆ ଖଣ୍ଡପୀଠ ଓଡ଼ିଶା ସପକ୍ଷରେ ନିଷ୍ପତ୍ତି ଦେଇଥିଲେ।

ଅଧିକ ପଢନ୍ତୁ