ଏହି କାରଣ ପାଇଁ ଖେମିନିଙ୍କ ଅନ୍ତିମ ସଂସ୍କାରରୁ ୧୩ ଦେଶ ନିଜକୁ ଦୂରେଇ ରଖିଲେ

ଇରାନକୁ ପ୍ରାୟ ୩୬ ବର୍ଷ ଧରି ଶାସନ କରିଥିବା ଅଲି ଖାମେନି ଗତ ଫେବୃଆରୀ ୨୮ ତାରିଖରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣରେ ପ୍ରାଣ ହରାଇଥିଲେ। ଯଦିଓ ଇସଲାମିକ୍ ନିୟମ ଅନୁସାରେ ୨୪ ଘଣ୍ଟା ମଧ୍ୟରେ ଶବ ସତ୍କାର କରାଯାଏ, କିନ୍ତୁ ଯୁଦ୍ଧ ପରିସ୍ଥିତି ଯୋଗୁଁ ଏଥିରେ ବ୍ୟତିକ୍ରମ ଦେଖାଦେଇଥିଲା।
ଜୁଲାଇ ୪ରେ ଆମେରିକା ଗଠନର ୨୫୦ତମ ବାର୍ଷିକୀ ଅବସରରେ ଇରାନ ଏହି ଶେଷକୃତ୍ୟ ପ୍ରକ୍ରିୟା ଆରମ୍ଭ କରିଛି। ଜୁଲାଇ ୭ରେ ତେହେରାନର ଦକ୍ଷିଣରେ ଥିବା ପବିତ୍ର ସହର ‘କୋମ୍’ରେ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଜୁଲାଇ ୯ରେ ଖାମେନିଙ୍କ ନିଜ ସହର, ‘ମଶହାଦ’ରେ ତାଙ୍କୁ କବର ଦିଆଯିବ।ଇରାନର ସରକାରୀ ଖବର ସଂସ୍ଥା, ତସନିମ ଦାବି କରିଛି ଯେ ଆମେରିକାର ଚାପ ଯୋଗୁଁ ୧୩ଟି ଦେଶ ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ଅନ୍ତିମ ସଂସ୍କାର ଉତ୍ସବରେ ଯୋଗ ଦେଇ ନାହାନ୍ତି ଅବା ସେମାନଙ୍କ ପ୍ରତିନିଧିମାନଙ୍କ ସଂଖ୍ୟା କମାଇ ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ଅନ୍ତିମ ସଂସ୍କାର ପୂର୍ବରୁ ଆମେରିକା ଅନେକ ଦିନ ପର୍ଯ୍ୟନ୍ତ ଅନ୍ୟ ଦେଶମାନଙ୍କ ସହିତ ଯୋଗାଯୋଗ କରିଥିଲା, ସେମାନଙ୍କୁ ଉତ୍ସବରେ ଯୋଗ ନ ଦେବାକୁ ଅନୁରୋଧ କରିଥିଲା। ଏହି କାର୍ଯ୍ୟକ୍ରମ କେନ୍ଦ୍ରୀୟ ତେହେରାନର ଇମାମ ଖୋମେନି ଗ୍ରାଣ୍ଡ ମସଜିଦରେ ଅନୁଷ୍ଠିତ ହୋଇଥିଲା,ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି, ଅନେକ ଆଫ୍ରିକୀୟ ଦେଶରେ ଥିବା ଆମେରିକାର ରାଷ୍ଟ୍ରଦୂତମାନେ ଚେତାବନୀ ଦେଇଥିଲେ ଯେ, ଯଦି ସେମାନଙ୍କର ନେତା କିମ୍ବା ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି, ତେବେ ଆମେରିକା ବିକାଶ ସହାୟତା ହ୍ରାସ କରିବାକୁ ଚିନ୍ତା କରିବ। ଏହା ବ୍ୟତୀତ, ସୂତ୍ର ଅନୁଯାୟୀ, ମାର୍କୋ ରୁବିଓ ଏହି ପ୍ରସଙ୍ଗରେ ଅତି କମରେ ପାଞ୍ଚଟି ଆରବ ଦେଶର ବୈଦେଶିକ ମନ୍ତ୍ରୀଙ୍କ ସହ ସିଧାସଳଖ କଥା ହୋଇଥିବା କୁହାଯାଉଛି। ତସନିମ କହିଛି, ଆମେରିକାର ଚାପ ପରେ ୧୩ଟି ଦେଶ ସେମାନଙ୍କର ଅଂଶଗ୍ରହଣ ରଦ୍ଦ କରିଛନ୍ତି ଅବା ସେମାନଙ୍କ ପ୍ରତିନିଧିମଣ୍ଡଳର ସଦସ୍ୟ ସଂଖ୍ୟା କମ୍ କରିଛନ୍ତି। ଏଥିରେ ପୂର୍ବ ୟୁରୋପର ତିନୋଟି ଦେଶ, ଆଫ୍ରିକାର ପାଞ୍ଚଟି, ପାରସ୍ୟ ଉପସାଗରର ଦୁଇଟି ଆରବ ଦେଶ ଏବଂ ପୂର୍ବ ଏସିଆର ଦୁଇଟି ପ୍ରମୁଖ ଦେଶ ସାମିଲ ଅଛନ୍ତି। ତେବେ ରିପୋର୍ଟରେ ଏହି ଦେଶଗୁଡ଼ିକର ନାମ ପ୍ରକାଶ କରାଯାଇ ନାହିଁ।

ଅଧିକ ପଢନ୍ତୁ