ଜେନେରାଲ ଧୀରଜ ସେଠଙ୍କୁ ଭାରତୀୟ ସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତ କଲେ କେନ୍ଦ୍ର ସରକାର

ଭାରତୀୟ ସେନାର ନେତୃତ୍ୱରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। କେନ୍ଦ୍ର ସରକାର ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ ଭାରତୀୟ ସେନାର ପରବର୍ତ୍ତୀ ମୁଖ୍ୟ (Army Chief) ଭାବରେ ନିଯୁକ୍ତ କରିବାକୁ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ଆସନ୍ତା ୩୦ତାରିଖରେ ସମ୍ଭାଳିବେ କମାଣ୍ଡ । ବର୍ତ୍ତମାନ ସେନା ପ୍ରମୁଖ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀଙ୍କ ସ୍ଥାନ ନେବେ ଜେନେରାଲ ଧୀରଜ ସେଠ ।

ଆସନ୍ତା ୩୦ତାରିଖରେ ବର୍ତ୍ତମାନର ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ଅବସର ପରେ ଧୀରଜ ସେଠ୍ ଆନୁଷ୍ଠାନିକ ଭାବେ ଜେନେରାଲ ପଦବୀ ଗ୍ରହଣ କରିବେ । ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ ଗତ ଏପ୍ରିଲରୁ ଭାରତୀୟ ସେନାର ଉପ-ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । ନ୍ୟାସନାଲ ଡିଫେନ୍ସ ଏକାଡେମୀର ପ୍ରାକ୍ତନ ଛାତ୍ର ଧୀରଜ ସେଠଙ୍କର ଭାରତୀୟ ସେନାରେ ପ୍ରାୟ ଚାରି ଦଶନ୍ଧି ଅଭିଜ୍ଞତା ରହିଛି । ସେ ବେଶ୍ ଜଣାଶୁଣା ଏବଂ ପ୍ରତିଷ୍ଠିତ ଆର୍ମୋର୍ଡ କର୍ପସର ଜଣେ ଅତି ଦକ୍ଷ ଅଫିସର । ସେ ନିଜ କାର୍ଯ୍ୟକାଳ ମଧ୍ୟରେ ଭାରତୀୟ ସେନାର ସଦର୍ଣ୍ଣ କମାଣ୍ଡ, ସାଉଥ୍ ୱେଷ୍ଟର୍ଣ୍ଣ କମାଣ୍ଡ, XXI ଷ୍ଟ୍ରାଇକ୍ କୋର ଏବଂ ଦିଲ୍ଲୀ ଏରିଆ ଭଳି ଗୁରୁତ୍ୱପୂର୍ଣ୍ଣ ସାମରିକ ଘାଟିର ନେତୃତ୍ୱ ନେଇଛନ୍ତି । ସେ ଦକ୍ଷତାର ସହ ଅପରେସନ ସିନ୍ଦୂରରେ ମଧ୍ୟ ସଫଳ ପରିଚାଳନା କରିଥିଲେ ।ବର୍ତ୍ତମାନର ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ କାର୍ଯ୍ୟକାଳ ଜୁନ୍ ୩୦, ୨୦୨୬ ପର୍ଯ୍ୟନ୍ତ ରହିଛି। ସେ ୩୦ ଜୁନ୍ ୨୦୨୪ ରେ ଭାରତୀୟ ସେନାର ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ସେନା ନିୟମ ଅନୁଯାୟୀ, ଆର୍ମି ଚିଫଙ୍କ କାର୍ଯ୍ୟକାଳ ତିନି ବର୍ଷ କିମ୍ବା ୬୨ ବର୍ଷ ବୟସ ପର୍ଯ୍ୟନ୍ତ ସୀମିତ ।

ଅଧିକ ପଢନ୍ତୁ