ଭୁବନେଶ୍ବରରେ ଆୟୋଜନ ହେବ ‘କଲରାପତରିଆ ବାଘ ସଂରକ୍ଷଣ କାର୍ଯ୍ୟକ୍ରମ’ । ଅନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ (IBCA)ର ଉଦ୍ଦେଶ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ସାରା ଦେଶରେ କେତେକ ବିଷୟଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମଗୁଡ଼ିକ ଭାରତର ପାଞ୍ଚଟି ବ୍ୟାଘ୍ର ପ୍ରଜାତି ଯଥା- ବାଘ, ଏସୀୟ ସିଂହ, କଲରାପତରିଆ, ବରଫାଞ୍ଚଳରେ ବାସ କରୁଥିବା ଚିତାବାଘ ଏବଂ ଚିତାମାନଙ୍କ ସଂରକ୍ଷଣକୁ ନେଇ ଆୟୋଜନ କରାଯିବ ।ତେବେ ଏହି 5ଟି କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ କାର୍ଯ୍ୟକ୍ରମ ଭୁବନେଶ୍ବରରେ ଆୟୋଜନ କରାଯିବ । ଏହାର ଶୀର୍ଷକ ରହିବ କଲରାପତରିଆ ସଂରକ୍ଷଣ ଓ ଅନ୍ତର୍ଜାତୀୟ ଜୈବ ବିବିଧତା ।
