ରାଜ୍ୟରେ ନାହିଁ ତେଲ ସଙ୍କଟ: ଯୋଗାଣ ସଚିବ

ତେଲ ସଙ୍କଟ ଉପରେ ବଡ଼ ସୂଚନା ଦେଇଛନ୍ତି ଯୋଗାଣ ବିଭାଗ ପ୍ରମୁଖ ସଚିବ। ସେ କହିଛନ୍ତି ଯେ ରାଜ୍ୟରେ ତେଲ ସଙ୍କଟ ନାହିଁ। ପେଟ୍ରୋଲ ଓ ଡିଜେଲ ଯଥେଷ୍ଟ ମହଜୁଦ ରହିଛି। ରାଜ୍ୟରେ ଥିବା ୨୮ ଶହ ପେଟ୍ରୋଲ ପମ୍ପରୁ ମାତ୍ର ୨୦ରୁ ୩୦ଟି ତେଲ ଟାଙ୍କିରେ ତେଲ ସରିଯାଇଛି। କିଛି ପେଟ୍ରୋଲ ପମ୍ପ ମାଲିକ ଟଙ୍କା ଡିପୋଜିଟ୍ କରୁନଥିବାରୁ ସେମାନଙ୍କୁ ତେଲ ମିଳିନଥିବ । ଖୁବ୍ ଶୀଘ୍ର ରାଜ୍ୟର ସମସ୍ତ ଟାଙ୍କିରେ ତେଲ ପହଞ୍ଚିବ ବୋଲି ଯୋଗାଣ ବିଭାଗ ପ୍ରମୁଖ ସଚିବ ସଂଜୟ ସିଂ କହିଛନ୍ତି।ଭୟଭୀତ ହୋଇ ଆଦୌ ତେଲ କିଣନ୍ତୁ ନାହିଁ। ଘରୋଇ ବସ ମାଲିକ ସଂଘର ଆଶଙ୍କା ଭିତ୍ତିହୀନ, ବସ ଚାଲିବାରେ ଅସୁବିଧା ନାହିଁ ବୋଲି ସେ କହିଛନ୍ତି।

ଅଧିକ ପଢନ୍ତୁ