ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଅଧିକାରୀଙ୍କ ବିରୁଦ୍ଧରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ଘଟଣାରେ କଡ଼ା ଆକ୍ସନ। ନିଲମ୍ବିତ ହେଲେ ଶରଣକୂଳର ପୂର୍ବତନ ଥାନାଅଧିକାରୀ ନିଲମ୍ବିତ । ସୋମବାର ତାଙ୍କୁ ନିଲମ୍ବନ କରିଛନ୍ତି ଡିଜିପି ।ନିଲମ୍ବନ ଆଦେଶ ବଳବତ୍ତର ଥିବା ପର୍ଯ୍ୟନ୍ତ ସେ କେନ୍ଦ୍ରାଞ୍ଚଳ ଆଇଜିଙ୍କ ଅଧିନରେ ରହିବେ ବୋଲି ଜାରି ହୋଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି। ନୟାଗଡ଼ ଜିଲା ଶରଣକୁଳ ଥାନା ଅଧିକାରୀଙ୍କ ନାମରେ ବଳାତ୍କାର ଅଭିଯୋଗ ଆଣିଥିଲେ ମହିଳା। ଏହି ଏତଲାକୁ ଗ୍ରହଣ କରି ପୁଲିସ ସଂପୃକ୍ତ ଥାନାଧିକାରୀ ସୁଜିତ କୁମାର ଦାସଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ବର ସହ ଗ୍ରହଣ କରିଛି ଓଡ଼ିଶା ପୁଲିସ। ସୂଚନାଥାଉକି, ପୂର୍ବତନ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଆସିଥିଲା ସଂଗିନ୍ ଅଭିଯୋଗ । ଭିଡିଓ କଲ୍ କରି ଫେବର୍ ମାଗିବା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ ଜଣେ ମହିଳା। ଏହା ପରେ ଥାନା ଅଧିକାରୀଙ୍କର ମହିଳାଙ୍କ ସହ ହ୍ବାଟସଅପ୍ କଲର ସ୍କ୍ରିନ୍ ସଟ୍ ମଧ୍ୟ ଭାଇରାଲ୍ ହୋଇଥିଲା । ମହିଳାଜଣଙ୍କ ଏନେଇ ନୟାଗଡ଼ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ମହିଳାଙ୍କୁ ପ୍ରେମ ଜାଲରେ ଫସାଇବା ସହ ଶାରୀରିକ ସମ୍ପର୍କ ରଖିଥିବା ସେ ଅଭିଯୋଗ କରିଥିଲେ ।
ମହିଳାଙ୍କ ଅଭିଯୋଗ ଅନୁସାରେ, ଶରଣକୂଳ ଥାନା ଜାମୁସାହି ଗ୍ରାମରେ ଥିବା ମହିଳାଙ୍କ ପରିବାର ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଜମି ବାଡ଼ି ବିବାଦକୁ ନେଇ କିଛିଦିନ ତଳେ ଗଣ୍ଡଗୋଳ ହୋଇଥିଲା । ଏନେଇ ପୀଡ଼ିତା ଜଣଙ୍କ ଶରଣକୂଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ସମୟ ଗଡ଼ିଯାଇଥିଲେ ବି ନ୍ୟାୟ ପାଇନଥିଲେ ପୀଡ଼ିତା। ବାରମ୍ବାର ଶରଣକୂଳ ଥାନାକୁ ଦୌଡିବା ପରେ ଥାନା ଅଧିକାରୀ ସୁଜିତ କୁମାର ଦାଶ ତାଙ୍କ ଫୋନ ନମ୍ବର ନେବା ସହିତ ନ୍ୟାୟ ଦେବା ପାଇଁ ପ୍ରତିଶୃତି ଦେଇଥିଲେ ।କିନ୍ତୁ କିଛି ଦିନ ପରେ ନ୍ୟାୟ କଣ ଦେବେ ଫୋନ କରି ପ୍ରେମ ନିବେଦନ କରିଥିଲେ । ମହିଳାଙ୍କୁ କ୍ୱାର୍ଟରକୁ ଡାକି ତାଙ୍କ ଅନିଚ୍ଛା ସତ୍ତ୍ବେ ଜୋର ଜବରଦସ୍ତ କରି ଶାରୀରିକ ସମ୍ପର୍କ ରଖିଥିଲେ ବୋଲି ମହିଳା ଅଭିଯୋଗ କରିଥିଲେ ।ଏନେଇ ସମ୍ପୃକ୍ତ ମହିଳା ନୟାଗଡ଼ ଏସ୍ପିଙ୍କ ଦ୍ୱାରସ୍ଥ ହେବା ସହ ଅତିରିକ୍ତ ଏସ୍ପିଙ୍କ ନିକଟରେ ଅଭିଯୋଗ କରିଥିଲେ।
