ଦକ୍ଷିଣ ଓଡିଶାରେ ନାରୀ ସୁରକ୍ଷାକୁ ନେଇ ଆନ୍ଦୋଳନ କରିବ ବିଜେଡି-ପ୍ରଦୀପ ମାଝୀ

ବିଜେପି ସରକାର ଓଡ଼ିଶାକୁ ଆସିବା ପରେ ବୋଧେ କାହାର ନଜର ଲାଗିଯାଇଛି। ନାରୀ ସୁରକ୍ଷାରେ ଭାରତ ବର୍ଷରେ ଓଡ଼ିଶା ଉଦାହରଣ ସୃଷ୍ଟି କରିଥିଲା । କିନ୍ତୁ ବର୍ତ୍ତମାନ ସ୍ଥିତି ଓଲଟା ହୋଇଛି ବୋଲି ବିଜେଡିର ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି । ଯେଉଁଠି ନାରୀ ଅସୁରକ୍ଷିତ ସେଠି ଓଡିଶାକୁ କିପରି ବିଜେପି ସରକାର ପୂର୍ବ ଭାରତର ମୁଖଶାଳା କରିବେ । ମାଲାକନଗିରି ଘଟଣା ହୃଦୟ ବିଦାରକ । ୧୫ ବର୍ଷର ନାବାଳିକା ଦୁଇ ଦୁଇ ନିର୍ଯାତନାର ଶିକାର ହେବ। ରେସ୍କ୍ୟୁ ହେବା ପରେ ଶିକାର ହେଲା । ପୋଲିସ ଅଭିଯୋଗ ପରେ ବି କିଛି କାର୍ଯ୍ୟାନୁଷ୍ଠାନ ନାହିଁ ଅଭିଯୁକ୍ତ ବିରୋଧରେ ।

ନ୍ୟାୟ ନମିଳିବାରୁ ଲଜ୍ଜା ସହିନପାରି ବିଷ ପିଇ ଆତ୍ମହତ୍ୟା ପାଇଁ ଚେଷ୍ଟା କଲେ । ଏବେ ସେ ଡାକ୍ତରଖାନା ରେ ମୃତ୍ୟୁ ସହିତ ସଂଗ୍ରାମ କରୁଛି । ବନ୍ଧୁ ଗାଁ କୋରାପୁଟ ରେ ଜୁଲାଇ ରେ ଦୁଷ୍କର୍ମ କରାଯାଉଛି। କିଛି ନ୍ୟାୟ ନାହିଁ। ଅନୁସୂଚିତ ଜନଜାତି ବିଭାଗର ମନ୍ତ୍ରୀ ଚୁପ୍ । ଦକ୍ଷିଣ ଓଡିଶାରେ ନାରୀ ସୁରକ୍ଷାକୁ ନେଇ ବିଜେଡି ଆନ୍ଦୋଳନ କରିବ । ଶୁକ୍ରବାର ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ମାଲକାନଗିରି ଯାଇ ପୀଡ଼ିତାଙ୍କ ପରିବାରଙ୍କୁ ଭେଟିବେ। ଡାକ୍ତରଖାନାରେ ଯାଇ ତଥ୍ୟ ସଂଗ୍ରହ କରିବେ। ୨୬ ତାରିଖରେ ଡିଆରାଇଜି ଅଫିସ୍ ଘେରାଉ କରାଯିବା ସହ ଆନ୍ଦୋଳନ କରାଯିବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି।

ଅଧିକ ପଢନ୍ତୁ