ଓଡିଆ ଆଦିବାସୀ ଝିଅମାନଙ୍କୁ ପାଇଲଟ୍ ହେବା ପାଇଁ ଦିଆଯିବ ସ୍ୱତନ୍ତ୍ର ଟ୍ରେନିଂ

ଏବେ କ୍ୟାଡେଟ୍ ପାଇଲଟ୍ ପ୍ରୋଗ୍ରାମ୍‌ରେ ଓଡିଆ ଆଦିବାସୀ ଝିଅମାନଙ୍କୁ ପାଇଲଟ୍ ହେବା ପାଇଁ ଦିଆଯିବ ସ୍ୱତନ୍ତ୍ର ଟ୍ରେନିଂ । ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଏହି ବଡ ଘୋଷଣା କରିଛନ୍ତି । ବି- ଏମ୍‌ଏଏଏନ୍ ଅଧୀନରେ କ୍ୟାଡେଟ୍ ପାଇଲଟ୍ ପ୍ରୋଗ୍ରାମ୍ ଆରମ୍ଭ ହେବ । ଯେଉଁଥିରେ ଆଦିବାସୀ ଝିଅମାନଙ୍କୁ ପାଇଲଟ୍ ହେବା ପାଇଁ ଟ୍ରେନିଂ ଦିଆଯିବ । ଢେଙ୍କାନାଳ ବିରାଶୋକରେ ହେବ ବିଶ୍ୱସ୍ତରୀୟ ବିମାନ ପ୍ରଶିକ୍ଷଣ କେନ୍ଦ୍ର । ଭୁବନେଶ୍ୱର ବିମାନବନ୍ଦରରେ ଆଧୁନିକ ଏମ୍‌ଆର୍‌ଓ ସୁବିଧା ସ୍ଥାପନ ହେବ । ୧୪ ମାସରେ ଓଡିଶାର ବିମାନବନ୍ଦର ୧୫ଟି ନୂଆ ସ୍ଥାନ ସହ ଯୋଡି ହୋଇଛି । ଓଡିଶାକୁ ସବୁ ସହଯୋଗ ଦିଆଯିବ କହିଲେ କେନ୍ଦ୍ରମନ୍ତ୍ରୀ ରାମମୋହନ ନାଇଡୁ । ତେବେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ପୁରୀରେ ଏକ ବିଶ୍ୱସ୍ତରୀୟ ଆନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ହେଉଛି ଏବଂ ଏହି ବିମାନବନ୍ଦର, ସାରା ବିଶ୍ୱର କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଦ୍ୱାରପଥ ହେବ। ଏଥିସହିତ ଝାରସୁଗୁଡା ବିମାନବନ୍ଦରର ବିସ୍ତାର ପାଇଁ ଜମି ବ୍ୟବସ୍ଥା କରାଯାଇଛି।

ଅଧିକ ପଢନ୍ତୁ