ନାବାଳିକା ଅଶ୍ଳୀଳ ଭିଡିଓ ଭାଇରାଲ୍ ମାମଲା: ୨ ଅଭିଯୁକ୍ତଙ୍କୁ ୫ ବର୍ଷ ଲେଖାଏଁ ଜେଲ୍

ଜଣେ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ କରିବା ଏବଂ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଭଳି ଏକ ସମ୍ବେଦନଶୀଳ ମାମଲାରେ ବାରିପଦା ସ୍ଥିତ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।୨ ଅଭିଯୁକ୍ତଙ୍କୁ ୫ ବର୍ଷ ଲେଖାଏଁ କାରାଦଣ୍ଡ ଶୁଣାଣି ହୋଇଛି  । ଏଥି ସହିତ ୫ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଏବଂ ଅନାଦେୟ ୨ ବର୍ଷ ଅଧିକ ଜେଲଦଣ୍ଡ । ଅଭିଯୁକ୍ତ ଦ୍ୱୟ ହେଲେ ବାଲେଶ୍ୱର ଜିଲ୍ଲା କୁଣ୍ଡିଆ ଗାଁର ଦିନେଶ କୁମାର ପାତ୍ର  ଏବଂ ଅନ୍ୟ ଜଣେ ହେଲେ ବୈଶିଙ୍ଗା ଥାନା ଅନ୍ତର୍ଗତ ଜଡ଼ିଦା ଅଞ୍ଚଳର ଜୟକୃଷ୍ଣ ବେହେରା ।ଗତ ୨୦୨୧ ମସିହାରେ ଜଣେ ନାବାଳିକାଙ୍କ ସହିତ ଅନୈତିକ ସମ୍ପର୍କ ସହ ତାଙ୍କ ଅଶ୍ଳୀଳ ଫଟୋ ଭିଡିଓ ଭାଇରାଲ କରିବା ମାମଲାରେ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବୈଶିଙ୍ଗା ଥାନା ପୋଲିସ। ଉକ୍ତ ମାମଲାରେ ୨୦ ଜଣ ସାକ୍ଷୀଙ୍କ ବୟାନ ସହିତ ଅନ୍ୟାନ୍ୟ ପ୍ରମାଣକୁ ଭିତ୍ତିକରି ଜଜ୍ ଏହି ରାୟ ଶୁଣାଇଛନ୍ତି।

ଅଧିକ ପଢନ୍ତୁ