କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । ଖରାପ ପାଗ ଓ ଆବହାଅବସ୍ଥାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ବାତିଲ ।ଆସନ୍ତା ୪ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ବାତିଲ ହୋଇଥିବା ନେଇ ବରଗଡ଼ ଏମପି ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି। ପୂର୍ବର କାର୍ଯ୍ୟସୂଚୀ ଅନୁସାରେ, ଶାହା ଜୁଲାଇ ୪ରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚି ବରଗଡ଼ ଗସ୍ତ କରିଥାନ୍ତେ । ସେଠାରେ ୧୭୫୦ କୋଟି ଟଙ୍କାର ଇଥାନଲ ପ୍ଲାଣ୍ଟ ଉଦଘାଟନ ସହିତ ସାଧାରଣ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଥିଲା ।ତେବେ ପାଗ ଖରାପ ଥିବାରୁ ସେଗୁଡ଼ିକ ପରେ ପୁନଃ ସୂଚିବଦ୍ଧ କରାଯିବ ବୋଲି ଆଶା କରାଯାଉଛି । ଏହି ଘଟଣା ପରେ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି, ଆଗାମୀ ତାରିଖରେ ଗସ୍ତ ପୁନଃ ଘୋଷଣା ହୋଇପାରେ ବୋଲି ଆଶା ।ଅନ୍ୟପଟେ ରାଜ୍ୟ ବିଜେପି ସଭାପତି ମଧ୍ୟ ସମାନ ସୂଚନା ଦେଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । କିଛି ଗୁରୁତ୍ୱପୁର୍ଣ କାମ ଆସିବାରୁ ତାଙ୍କ ଗସ୍ତ ବାତିଲ ହୋଇଛି । ପରବର୍ତୀ ସମୟରେ ଅମିତ ଶାହଙ୍କ ଗସ୍ତ ରି ସିଡ୍ୟୁଲ ହେବ ।
