କରୋନାରେ ପୁଣି ଚାଲିଗଲା ୨ ଜୀବନ, ୪ ସଂକ୍ରମିତ ଚିହ୍ନଟ

ଦେଶକୁ ପୁଣି କରୋନା ଭୟ  । ଆନ୍ଧ୍ରପ୍ରଦେଶର କଡପ୍ପାରେ ବୁଧବାର ଜଣେ ୪୬ ବର୍ଷୀୟ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ଘଟିଛି । ତାଙ୍କୁ ଗତମାସରେ ଭେଲ୍ଲୋରର ସିଏମ୍ସି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ କୋଭିଡ୍ ଟେଷ୍ଟ ପଜିଟିଭ ଆସିଥିଲା । ୪ ଦିନ ଚିକିତ୍ସା ପରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ସହିତ ଅନ୍ୟ ୪ ଜଣ ମଧ୍ୟ କୋଭିଡ ପଜିଟିଭ ସଂକ୍ରମିତ ହୋଇଛନ୍ତି । ତାଙ୍କ ଫୁସ୍ଫୁସ୍ ଖରାପ ହୋଇଯାଇଥିଲା ଏବଂ ସେ ନିମୋନିଆର ଶିକାର ହୋଇଥିଲେ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି । ତାଙ୍କୁ କଣ୍ଟେନମେଣ୍ଟ ଜୋନରେ ରଖାଯାଇଥିଲା । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟ୍ରେସ୍ କରାଯାଉଛି । ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ କରାଯାଇଛି ।କରୋନାରେ ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ କଡପ୍ପା ଏବଂ ତିରୁପତି ଜିଲ୍ଲାରେ ଆଉ ୪ ଜଣ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ମେଡିକାଲ ଏଜୁକେସନ ନିର୍ଦ୍ଦେଶକ ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନାରେ ଆଇସୋଲେସନ ବେଡ୍,ଆଇସିୟୁ ବେଡ୍, ଅକ୍ସିଜେନ, ଭେଣ୍ଟିଲେଟର,ଔଷଧ, ରାପିଡ ଟେଷ୍ଟ କିଟ୍, ଆମ୍ବୁଲାନ୍ସ ଏବଂ ମେଡିକାଲ ଷ୍ଟାଫ୍‌ଙ୍କ ଉପଲବ୍ଧତାର ତଥ୍ୟ ମାଗିଛନ୍ତି ।

ଅଧିକ ପଢନ୍ତୁ