ଜିନପିଙ୍ଗଙ୍କ ଆମେରିକା ଗସ୍ତ ନିଶ୍ଚିତ : ସେପ୍ଟେମ୍ବର ୨୩-୨୫ ମଧ୍ୟରେ କାର୍ଯ୍ୟକ୍ରମ

ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ସେପ୍ଟେମ୍ବର ୨୩ ରୁ ୨୫ ପର୍ଯ୍ୟନ୍ତ ଆମେରିକା ଗସ୍ତ କରିବେ। ଏହି ସମୟ ମଧ୍ୟରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଶିଖର ଆଲୋଚନା କରିବେ। ସୋମବାର ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ଆନୁଷ୍ଠାନିକ ଭାବରେ ସିଙ୍କ ଗସ୍ତ ସ୍ପଷ୍ଟ କରିଛି।ଆମେରିକା ସରକାର ପୂର୍ବରୁ ଘୋଷଣା କରିସାରିଛନ୍ତି ଯେ, ଚଳିତ ସପ୍ତାହରେ ଦୁଇ ଦେଶର ନେତାମାନେ ସାକ୍ଷାତ କରିବେ। ଆଶା କରାଯାଉଛି, ଏହି ବୈଠକ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା ଏବଂ ବ୍ୟାପକ ରଣନୈତିକ ପ୍ରସଙ୍ଗ ଉପରେ ଉତ୍ତେଜନା ହ୍ରାସ କରିବାର ଏକ ପ୍ରୟାସ ହେବ। ଦୁଇ ନେତା ଶେଷ ଥର ପାଇଁ ମେ’ ମାସରେ ଟ୍ରମ୍ପଙ୍କ ବେଜିଂ ଗସ୍ତ ସମୟରେ ପରସ୍ପରକୁ ସାକ୍ଷାତ କରି ବିଶ୍ୱର ଦୁଇ ବୃହତ୍ତମ ଅର୍ଥନୀତି ମଧ୍ୟରେ ସମ୍ପର୍କ ଉନ୍ନତ କରିବା ବିଷୟରେ ଆଲୋଚନା କରିଥିଲେ।

ଅଧିକ ପଢନ୍ତୁ