ଫିଟନେସ୍ ଟ୍ରାକିଂ ଦୁନିଆରେ ଏବେ କ୍ରାନ୍ତି ଆସିବାକୁ ଯାଉଛି। ଏପର୍ଯ୍ୟନ୍ତ ହାତରେ ସ୍ମାର୍ଟୱାଚ୍ କିମ୍ବା ଫିଟନେସ୍ ବ୍ୟାଣ୍ଡ ପିନ୍ଧିବାର ଯେଉଁ କ୍ରେଜ୍ ରହିଥିଲା, ତାହାକୁ ସମ୍ପୂର୍ଣ୍ଣ ବଦଳାଇ ଦେବାକୁ ଆସୁଛି ଏକ ଭିନ୍ନ ଧରଣର ସ୍ମାର୍ଟ ଗ୍ୟାଜେଟ୍। ଜୋମାଟୋ ଏବଂ ଇଟର୍ନାଲର ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲ ଏକ ନୂଆ ଏବଂ ଆଶ୍ଚର୍ଯ୍ୟଜନକ ଡିଭାଇସ୍ ‘ଟେମ୍ପଲ୍’ (Temple) ଲଞ୍ଚ କରିବାକୁ ଯାଉଛନ୍ତି।Templeକୁ ସାଧାରଣ ସ୍ମାର୍ଟୱାଚ୍ କିମ୍ବା ଫିଟନେସ୍ ବ୍ୟାଣ୍ଡ ଭଳି କେବଳ ହାର୍ଟରେଟ୍, ଷ୍ଟେପ୍ସ କିମ୍ବା ଶରୀରର ଗତିବିଧି […]
ପରିମଳ କର୍ମଚାରୀଙ୍କ ସୁରକ୍ଷା ଓ ସମ୍ମାନକୁ ସରକାରଙ୍କ ଗୁରୁତ୍ୱ । ଗରିମା କର୍ମଶାଳାରେ ଯୋଗଦେଇ ପରିମଳ କର୍ମଚାରୀଙ୍କ ସୁରକ୍ଷା, ସମ୍ମାନ ଓ କଲ୍ୟାଣ ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପରିମଳ କ୍ଷେତ୍ରରେ ଏବେ ମେସିନ ଓ ରୋବୋଟିକ୍ସର ବ୍ୟବହାର ହେଉଛି। ଆଗକୁ ଆହୁରି ନୂଆ ମେସିନ ଆସିବ। ‘ମିଶନ ଜିରୋ’ ଲକ୍ଷ୍ୟ ହାସଲ ପାଇଁ ଠିକ୍ ଲୋକଙ୍କ ପାଖରେ ଠିକ୍ ଟେକ୍ନୋଲୋଜି ପହଞ୍ଚାଇବା ସରକାରଙ୍କ ଦାୟିତ୍ୱ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।ଲୋକସେବା ଭବନ କନଭେନସନ୍ ସେଣ୍ଟର ଠାରେ ଗରିମା […]
କେନ୍ଦ୍ର ସରକାର ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଥଣ୍ଡା ଏବଂ କାଶ ଔଷଧକୁ ନିଷିଦ୍ଧ କରିଛନ୍ତି। ବିଶେଷକରି କ୍ଲୋରଫେନିରାମିନ ମାଲେଏଟ (Chlorpheniramine Maleate) ଏବଂ ଫେନାଇଲେଫ୍ରିନ ହାଇଡ୍ରୋକ୍ଲୋରାଇଡ(Phenylephrine Hydrochloride) ଯୁକ୍ତ ସମସ୍ତ ଫିକ୍ସଡ ଡୋଜ କମ୍ବିନେସନ୍ (FDCs) ନିଷେଧ କରାଯାଇଛି। ଏହି ପଦକ୍ଷେପ ଶିଶୁ ସୁରକ୍ଷା ସମ୍ପର୍କରେ ଚିନ୍ତା ଏବଂ ସମ୍ଭାବ୍ୟ ପ୍ରତିକୂଳ ପ୍ରଭାବ ବିଷୟରେ ଗମ୍ଭୀର ଅଭିଯୋଗ […]
୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନଜରରେ ରଖି ରାଜ୍ୟର ପ୍ରମୁଖ ରାଜନେତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଉଛି। ରିପୋର୍ଟ ଅନୁସାରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀଙ୍କ ସମେତ ପ୍ରାୟ ୫୨ ଜଣ ନେତାଙ୍କୁ ଅତିରିକ୍ତ ସୁରକ୍ଷା କବଚ ଭାବେ ବୁଲେଟ୍ପ୍ରୁଫ୍ ଜାକେଟ୍ ଯୋଗାଇ ଦିଆଯିବ।ପ୍ରତ୍ୟେକ ଜାକେଟ୍ର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ବୋଲି ରିପୋର୍ଟରେ କୁହାଯାଇଛି। ରାଜ୍ୟର ୧୧ ଜଣ […]
ସହରାଞ୍ଚଳରେ କୃଷି ଜମିକୁ ଅଣକୃଷି କାର୍ଯ୍ୟରେ ବ୍ୟବହାର ପାଇଁ ଏଣିକି ଅଲଗା ଭାବେ ରାଜସ୍ୱ ବିଭାଗର ଅନୁମତି ନେବାକୁ ପଡ଼ିନପାରେ । ଜମି ବ୍ୟବହାର ପରିବର୍ତ୍ତନ ପ୍ରକ୍ରିୟାକୁ ସରଳ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଓଡ଼ିଶା ଭୂ-ସଂସ୍କାର ଆଇନ, ୧୯୬୦ରେ ସଂଶୋଧନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର । ସହରାଞ୍ଚଳରେ ଜମି ମାଲିକଙ୍କୁ ଗୃହ ନିର୍ମାଣ କିମ୍ବା ଲେଆଉଟ ଅନୁମୋଦନ ପାଇଁ ପୌରସଂସ୍ଥା ବା ବିକାଶ କର୍ତ୍ତୃପକ୍ଷଙ୍କ ନିକଟକୁ ଯିବାକୁ ପଡୁଛି […]
ଖରିଫ ଋତୁ ପାଇଁ ୭ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିସାରିଲେଣି । ଏନେଇ ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଆହୁରି କହିଛନ୍ତି, ଏହି ପ୍ରକ୍ରିୟାକୁ ସରଳ କରାଯାଇଛି । କୌଣସି ପ୍ରକାରର ବାଧା ନାହିଁ । କାଲି ଗୋଟିଏ ଦିନରେ ୧ ଲକ୍ଷ ୨୦ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି । ଅଗଷ୍ଟ ୩୧ ତାରିଖ ସୁଦ୍ଧା ଚାଷୀମାନେ ପଞ୍ଜୀକରଣ କରିନିଅନ୍ତୁ । ଆବଶ୍ୟକୀୟ ଦସ୍ତାବିଜ ନେଇ ପ୍ୟାକ୍ସ, […]
କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳର ସୀମାକୁ ଗୁଗୁଲ ମ୍ୟାପ୍ରେ ଭୁଲ ଭାବେ ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ଏବେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପରିଣତ ହୋଇଛି। ଡିଜିଟାଲ ମାନଚିତ୍ରରେ କୋଟିଆର ପ୍ରଶାସନିକ ସୀମା ଓ ପରିଚୟ ସଠିକ୍ ଭାବେ ପ୍ରତିଫଳିତ କରିବା ପାଇଁ ରାଜ୍ୟ ସରକାରୀ ସ୍ତରରେ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି। କୋଟିଆର ଭୁଲ ଚିତ୍ରଣ ନେଇ ପ୍ରଥମେ ଦଣ୍ଡକାରଣ୍ୟ ବିକାଶ ମହାମଞ୍ଚ ଗୁଗୁଲ୍ ଇଣ୍ଡିଆ ଓ ଗୁଗୁଲ ଏଲ୍ଏଲ୍ସିଙ୍କ ନିକଟରେ ଆପତ୍ତି ଜଣାଇଥିଲା । ସୀମା ସଂଶୋଧନ ଲାଗି […]
ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସ୍ଥିତିର ନିରନ୍ତର ତଦାରଖ ଓ ଆବଶ୍ୟକ ସହାୟତା ସୁନିଶ୍ଚିତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ବନ୍ୟାପ୍ରଭାବିତ ଜିଲ୍ଲାରେ ନିୟୋଜିତ କରାଯାଇଛି। ନିୟୋଜିତ ଅଧିକାରୀ ମାନେ ସକାଳୁ ନିଜ ନିଜ ଦାୟିତ୍ୱପ୍ରାପ୍ତ ଜିଲ୍ଲା ଅଭିମୁଖେ ଯାତ୍ରା କରି ସେଠାରେ ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସ୍ଥିତି ସମୀକ୍ଷା କରିବା ଆରମ୍ଭ କରିଛନ୍ତି । ଏଥିସହିତ, ବରିଷ୍ଠ ଅଧିକାରୀ ମାନେ […]
ଶ୍ରୀକ୍ଷେତ୍ରରେ ରବିବାର ଠାରୁ ପବିତ୍ର ଝୁଲଣ ଯାତ୍ରା ଆରମ୍ଭ ହେବ । ଶ୍ରାବଣ ଶୁକ୍ଳ ଦଶମୀରୁ ଶ୍ରୀମନ୍ଦିର ସମେତ ବିଭିନ୍ନ ମଠବାଡ଼ିରେ ପ୍ରତିପଦା ଯାଏଁ ଏହି ଝୁଲଣ ଯାତ୍ରା ଚାଲିବ ।ଝୁଲଣ କୁଞ୍ଜ ତଥା ଦୋଳିକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପ୍ରକାର ଝାଲର, ଫୁଲ, ନାଗାଫୁଲ, ଖମ୍ୱ ଝାଲର, ବାଙ୍କ ଝାଲର ଲଗାଯାଇଛି । ରାଧାକୃଷ୍ଣଙ୍କ ସହ ରାମସୀତା, ଲକ୍ଷ୍ମୀ ନୃସିଂହ ବିଭିନ୍ନ ଦିବସରେ ଦୋଳି ଖେଳିବେ । ରଙ୍ଗବେରଙ୍ଗ ଆଲୋକ ମାଳାରେ ସଜ୍ଜିତ ଝୁଲଣ […]
ଖାକିରେ କଳଙ୍କ। ଆଇନ ରକ୍ଷା କରୁଥିବା ପୁଲିସ ବାବୁଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ଏବଂ ପରେ ପ୍ରତାରଣା କରିଥିବା ଅଭିଯୋଗରେ ବାରିପଦା ଟାଉନ ଥାନାରେ କାର୍ଯ୍ୟରତ ଏସ୍ଆଇ ପ୍ରଭାତ କୁମାର ନାୟକଙ୍କ ନାଁରେ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁଯାୟୀ, ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଫେସବୁକ୍ ଜରିଆରେ ଏସ୍ଆଇ ପ୍ରଭାତ ନାୟକଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ପରେ ପରିଚୟ ପ୍ରେମରେ ପରିଣତ ହୋଇଥିଲା। […]
ପୁଣି ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖରେ ହେବ ରତ୍ନଭଣ୍ଡାରରେ ଥିବା ରତ୍ନ ଓ ଅଳଙ୍କାରର ଗଣତିମଣତି । ଶ୍ରୀମନ୍ଦିରର ବିଭିନ୍ନ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଏବଂ କମାଣ୍ଡରଙ୍କ ପରାମର୍ଶ ଅନୁଯାୟୀ ଏହି ଗଣତି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ଏସ୍ଓପି ଅନୁସାରେ ସମ୍ପୂର୍ଣ୍ଣ ପ୍ରକ୍ରିୟା କରାଯିବ । ପୂର୍ବରୁ ଯେଉଁଭଳି ନିୟମ ଓ ସତର୍କତାର ସହ ଏହି କାର୍ଯ୍ୟ କରାଯାଇଥିଲା, ସେହିଭଳି ଏଥର ମଧ୍ୟ ପ୍ରକ୍ରିୟା ଅନୁଷ୍ଠିତ […]
ମହାରାଷ୍ଟ୍ରରେ FDA ପକ୍ଷରୁ ବଡ଼ ଆକ୍ସନ । ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିବା ରେଷ୍ଟୁରାଣ୍ଟ ଏବଂ ଖାଦ୍ୟ ପ୍ରତିଷ୍ଠାନଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୂଚନା ଅନୁସାରେ, ମହାରାଷ୍ଟ୍ରରେ ୮୯ଟି ହୋଟେଲ୍, ରେଷ୍ଟୁରାଣ୍ଟ ଓ ଢାବାରେ ଯାଞ୍ଚ କରିଥିଲା FDA । ଏଥିରୁ ୭୧ଟି ପ୍ରତିଷ୍ଠାନକୁ ସୁଧାର ପାଇଁ ନୋଟିସ୍ ଦିଆଯାଇଥିବା ବେଳେ ୧୩ଟିର ଫୁଡ୍ ବିଜନେସ୍ ଲାଇସେନ୍ସ ବାତିଲ୍ କିମ୍ବା ସ୍ଥଗିତ କରାଯାଇଛି । ମୁମ୍ବାଇର ବମ୍ବେ ପ୍ରେସିଡେନ୍ସି ରେଡିଓ କ୍ଲବ୍ର ରୋଷେଇ ଘରେ […]
