author

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ଅଭିନେତା ତଥା ବିଜେଡି ନେତା ଅରିନ୍ଦମ୍‌

ଓଲିଉଡ ସୁପରଷ୍ଟାର ତଥା ବିଜେଡି ନେତା ଅରିନ୍ଦମ୍ ରାୟ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଛନ୍ତି। କଟକ ଆଠଗଡ ଅନ୍ତର୍ଗତ ଧବଳେଶ୍ୱର ନିକଟରେ ଏକ ଘରୋଇ ରିସର୍ଟରେ ଏହି ବୈଠକ ଅନୁଷ୍ଠିତ ହୋଇଛି।ଯାହାର ଫଟୋ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ।ପାଞ୍ଚ ମାସ ତଳେ ଅଭିନେତା ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଅରିନ୍ଦମ ରାୟ କହିଥିଲେ-‘ଦଳରେ ଯଦି ବ୍ୟବହାର ନହେବୁ ତେବେ କାହିଁକି ରହିବୁ’ । ଅରିନ୍ଦମଙ୍କ ଏଭଳି ବୟାନ ସୂଚାଇଥିଲା କି ସେ […]

୧୪୦ ଭାଷାରେ ଗୀତ ଗାଇ ସୃଷ୍ଟି କଲେ ଗିନିଜ୍‌ ରେକର୍ଡ

୧୪୦ ଭାଷାରେ ଗୀତ ଗାଇ ୱାଲ୍ଡ ରେକର୍ଡ କରିଛନ୍ତି ଜଣେ ଭାରତୀୟ ଯୁବତୀ ସୁଚେତା। ଆଜି ପର୍ଯ୍ୟନ୍ତ ଦୁନିଆରେ କେହି ଏହି ସଫଳତା ହାସଲ କରିବାକୁ ସକ୍ଷମ ହୋଇନାହାନ୍ତି। ଏହି କାରଣରୁ ଗିନିଜ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ସୁଚେତାଙ୍କ ନାମ ମଧ୍ୟ ରେକର୍ଡ କରାଯାଇଛି।ତାଙ୍କ ଗୀତ ଗାଇବାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।କେରଳର ବାସିନ୍ଦା ସୁଚେତା ୨୪ ନଭେମ୍ବର ୨୦୨୩ରେ ଦୁବାଇରେ ଜଳବାୟୁ ପାଇଁ କନସର୍ଟରେ ଅଂଶଗ୍ରହଣ କରିଥିଲେ। ଏହି […]

ହୀରାକୁଦରେ ଆରଂଭ ହେଲା ପକ୍ଷୀଗଣନା, ୩୨ଟି ଟିମ କରିବେ ପକ୍ଷୀ ଗଣନା

ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଏହି ପକ୍ଷୀ ଗଣନା ଆରମ୍ଭ ହୋଇଛି । ହୀରାକୁଦର ୫୦୦ ବର୍ଗ କିଲୋମିଟର ମଧ୍ୟରେ ପକ୍ଷୀ ଗଣନା କରାଯିବ। ଏହି ଗଣନା ପରେ ରାଜ୍ୟ ବାହାରୁ କେତେ ପକ୍ଷୀ ଆସିଛନ୍ତି ଏବଂ ହୀରାକୁଦରେ ମୋଟ କେତେ ପକ୍ଷୀ ରହିଛନ୍ତି ତାହା ଜଣାପଡ଼ିବ। ଆସନ୍ତାକାଲି ହୀରାକୁଦରେ​‌ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୩୨ଟି ଟିମ ପକ୍ଷୀ ଗଣନା କରିବେ। ୩୩ଜଣ ପକ୍ଷୀ […]

ଆଫଗାନିସ୍ତାନ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା 

ଆସନ୍ତା ୧୧ ତାରିଖରୁ ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ପାଇଁ ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ନିୟମିତ ଅଧିନାୟକ ରୋହିତ ଶର୍ମା ଓ ତାରକା ବ୍ୟାଟର ବିରାଟ କୋହଲି ୧୪ ମାସ ପରେ ଟି-୨୦ ଅନ୍ତର୍ଜାତୀୟ ଦଳକୁ ଫେରିଛନ୍ତି। ରୋହିତ ପୁଣି ଥରେ ଟି-୨୦ ଦଳର ନେତୃତ୍ଵ ସମ୍ଭାଳିବେ। ଏହି ଦୁଇ ଖେଳାଳି ଟି-୨୦ ବିଶ୍ଵକପ୍ ୨୦୨୪ ଖେଳିବାକୁ ଇଚ୍ଛା ପ୍ରକାଶ କରିଥିଲେ।ତେବେ ଆହତ ଜନିତ କାରଣରୁ ହାର୍ଦ୍ଦିକ […]

ସ୍ପଷ୍ଟ ହସ୍ତାକ୍ଷରରେ ଡାକ୍ତରମାନେ ପ୍ରେସକ୍ରିପ୍ସନ ଲେଖିବାକୁ ହାଇକୋର୍ଟ ର ନିର୍ଦେଶ

ଜଣେ ସାଧାରଣ ଲୋକ ପାଇଁ ଡାକ୍ତର ଲେଖୁଥିବା ପ୍ରେସକ୍ରିପ୍ସନ ପଢ଼ିବା ଏତେ ସହଜ ହୋଇନଥାଏ । କେବଳ ଔଷଧ ଦୋକାନୀ ହିଁ ଏହି ଚିଠାକୁ ଦେଖି ଔଷଧ ଦେଇଥାନ୍ତି ଯାହା ଦ୍ୱରା ଔଷଧ ଠିକ କି ଭୁଲ ଜାଣିବା ସହଜ ହୁଅ ନାହିଁ । ଏନେଇ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ଡାକ୍ତରମାନେ ସ୍ପଷ୍ଟ ହସ୍ତାକ୍ଷରରେ ପ୍ରେସକ୍ରିପ୍ସନ ଲେଖିବେ, ଫଳରେ ସାଧାରଣ ଲୋକଟିଏ ଔଷଧ ଓ ରୋଗ ବିଷୟରେ ଜାଣିପାରିବ ଓ ବୁଝିପାରିବ […]

ପ୍ରଧାନମନ୍ତ୍ରୀଙ୍କ ଉପରେ ମାଳଦ୍ୱୀପ ନେତାଙ୍କ ମନ୍ତବ୍ୟକୁ ନେଇ ଦୁଃଖ ପ୍ରକାଶ କଲେ ବଲିଉଡ୍ ଷ୍ଟାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଲାକ୍ଷାଦ୍ବୀପ ଗସ୍ତ କରିଥିଲେ। ତାଙ୍କ ଗସ୍ତ ସମୟର ଫଟୋ ସାମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ ହୋଇଥିଲା ଏବଂ ଏହି ଫଟୋକୁ ନେଇ ଭାରତରେ ମାଳଦ୍ୱୀପ ଓ ଲାକ୍ଷାଦ୍ବୀପ ମଧ୍ୟରେ ତୁଳନା ଆରମ୍ଭ ହୋଇଥିଲା। ଏହା ଦେଖି ମାଳଦ୍ୱୀପ ମନ୍ତ୍ରୀମାନେ ରାଗିଯିବା ସହ ଭାରତ ବିରୋଧୀ ମନ୍ତବ୍ୟ ଦେଇଥିଲେ। ତାଙ୍କ ବୟାନ ପରେ ସାମାଜିକ ଗଣମାଧ୍ୟମରେ #BoycottMaldives ଟ୍ରେଣ୍ଡ୍‌ କରୁଛି। ଲୋକେ ମାଳଦ୍ୱୀପକୁ ନେଇ ବେଶ୍‌ ନକରାତ୍ମକ କମେଣ୍ଟ କରିଛନ୍ତି। ବର୍ତ୍ତମାନ ବଲିଉଡ […]

ଦଶପଲ୍ଲାରେ ‘ସଙ୍ଗୀତଧାରା’ ପକ୍ଷରୁ ଭକ୍ତିସଙ୍ଗୀତ ପ୍ରତିଯୋଗିତା

ନୟାଗଡ଼,୭/୧: ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଆଜି ଦଶପଲ୍ଲାସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପରିସରରେ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦଶପଲ୍ଲା, ଗଣିଆ ଓ ନୂଆଗାଁ ବ୍ଲକ୍‌ର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନରତ ୧୪ରୁ ୨୪ବର୍ଷ ବୟସର ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ବିଚାରକ ଭାବେ ସଙ୍ଗୀତଜ୍ଞ ଶରତ କୁମାର ସାହୁ, ଡ.ଆଶୁତୋଷ ମିଶ୍ର ଏବଂ ଶୁଭଶ୍ରୀ ସନମ ଦାସ ଯୋଗଦାନ କରି ଶ୍ରେଷ୍ଠ କଣ୍ଠଶିଳ୍ପୀ ମାନଙ୍କୁ ଚୟନ […]

ଟ୍ରେନରେ ଗୋବର ଘସି ଜାଳି ସେକି ହେଲାବେଳେ ଧରିଲେ ଆରପିଏଫ ଯବାନ

ଆସାମରୁ ଦିଲ୍ଲୀ ଯାଉଥିବା ସମ୍ପର୍କ କ୍ରାନ୍ତି ସୁପରଫାଷ୍ଟ ଏକ୍ସପ୍ରେସରେ ଏଭଳି ଏକ ଘଟଣା ଘଟିଛି । ନିଆଁ ଜାଳିଥିବା ଦୁଇ ଯୁବକ ଗିରଫ ହୋଇଛନ୍ତି ।୨ ଯୁବକ ଚନ୍ଦନ ଏବଂ ଦେବେନ୍ଦ୍ର ସେମାନଙ୍କ ଲଗେଜରେ ଘଷି ନେଇଥିଲେ।ଏହି ଦୁହିଁଙ୍କ ବୟସ ୨୦ ବର୍ଷ ବୟସ ହେବ, ଟ୍ରେନ୍‌ ଭିତରେ ହଜାର ହଜାର ଯାତ୍ରୀଙ୍କୁ ବିପଦ ମୁହଁକୁ ଠେଲିଦେଇ ସେମାନେ ଘଷି ଜାଳି ନିଆଁ ପୋଉଁଥିବାବେଳେ ଉତ୍ତରପ୍ରଦେଶର ଆଲିଗଡ଼ଠାରେ ସେମାନଙ୍କୁ ଗିରଫ କରାଯାଇଥିଲା।ଅଟକ ରଖାଯାଇ ଯାଞ୍ଚ କରିବା ପରେ […]

ରାତିରେ ଅଧିକ ରୁଟି ସେବନ କରିବା ଉଚିତ ନୁହେଁ ଓ ଗ୍ୟାସରେ ରୁଟି ସିଧାସଳଖ ସେକନ୍ତୁ ନାହିଁ।

ରୁଟି ଆମ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଦେଶର ଅଧିକାଂଶ ସ୍ଥାନରେ ଦିନ ଓ ରାତିରେ ରୁଟି ଖାଇବାକୁ ପସନ୍ଦ କରିଥାଆନ୍ତି।ଭାତ ତୁଳନାରେ ରୁଟି ଖାଇବା ଦ୍ୱାରା ମୋଟାପଣ ବୃଦ୍ଧି ହୋଇନଥାଏ। କିନ୍ତୁ ସମସ୍ତ ସମୟରେ ରୁଟି ଖାଇବା ସ୍ୱାସ୍ଥ୍ୟ ପାଇଁ ଉପକାରୀ ନୁହେଁ। ଗହମ ଅଟାରୁ ପ୍ରସ୍ତୁତ ଗୋଟିଏ ରୁଟିରେ ପ୍ରାୟ ୧୦୪ କ୍ୟାଲୋରୀ ରହିଥାଏ। ଗୋଟିଏ ରୁଟିରେ ୧୫ରୁ୨୦ଗ୍ରାମ କାର୍ବୋହାଇଡ୍ରେଟ ରହିଥାଏ।ପୁରୁଷ ଓ ମହିଳାଙ୍କ ପାଇଁ ରୁଟିର ପରିମାଣ ଭିନ୍ନ। ଯେଉଁ ମହିଳାମାନେ ନିଜ […]

ମନ୍ତ୍ରୀଙ୍କ ଗାଡ଼ି ଧକ୍କାରେ ଶିଶୁ ଆହତ

ଆଦିବାସୀ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକଙ୍କ ଗାଡି ଧକ୍କାରେ ଜଣେ ୪ ବର୍ଷର ଶିଶୁ ଗୁରୁତର ଭାବେ ଆହାତ ହୋଇ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି । ସୂଚନା ମୁତାବକ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ଶନିବାର ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶେଷ ଦିବସ ଥିଲା। ଏଥିରେ ଯୋଗଦେଇ ଅପରାହ୍ନ ୫ଟାରେ ଅନୁସୂଚିତ ଜନଜାତି ଓ ଜାତି ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଫେରୁଥିଲେ। ଏହି ସମୟରେ ବେଲକଣା ଛକ […]

ନୃତ୍ୟ ସାଙ୍ଗକୁ ଦମଦାର ଭାଷଣ ଦେଲେ ନ୍ୟୁଜିଲାଣ୍ଡର ସର୍ବକନିଷ୍ଠ ସାଂସଦ

ନ୍ୟୁଜିଲାଣ୍ଡର ୧୭୦ ବର୍ଷ ଇତିହାସରେ ସବୁଠୁ କନିଷ୍ଠ ସାଂସଦ । ନାଁ ତାଙ୍କର ହାନା ରାୱହିତ ମୈପି-କ୍ଲାର୍କ, ବୟସ ୨୧ ।ସେ ସଂସଦରେ ନାଚି ନାଚି ଜନସାଧାରଣଙ୍କ ଦାବି ଉପସ୍ଥାପନ କରିଛନ୍ତି। ଭାରତରେ ନୁହେଁ ସେ ହେଉଛନ୍ତି ନ୍ୟୁଜିଲାଣ୍ଡର ସର୍ବ କନିଷ୍ଠ ଏମପି ହାନା ରହିତି ମାଇପି କର୍‌ଲାକେ। ନ୍ୟୁଜିଲାଣ୍ଡ ସଂସଦରେ ତାଙ୍କର ଦମଦାର ଭାଷଣ ସାଙ୍ଗକୁ ଦାବି ଉପସ୍ଥାପନ କରିବାର ପ୍ରଭାବଶାଳୀ ନୃତ୍ୟ ସାରା ବିଶ୍ୱକୁ ଚକିତ କରିଛି। କୁହାଯାଉଛି ଯେ ହାନା ୨୦୨୩ ଡିସେମ୍ବରରେ […]

କ୍ରିକେଟରୁ ସନ୍ନ୍ୟାସ ନେଇ ରାଜନୀତିରେ ଯୋଗ ଦେଲେ ମାତ୍ର ୯ ଦିନରେ ଦଳରୁ ଇସ୍ତଫା ଦେଲେ

ଦିନେ କ୍ରିକେଟରେ ଚକ୍କା ଚଉକା ମାରୁଥିବା କ୍ରିକେଟରେ ଶେଷରେ ରାଜନୀତିରେ ହୋଇଗଲେ କ୍ଲିନ୍ ବୋଲ୍ଡ । ୯ ଦିନ ପରେ ପଲିଟିକ୍ସ ଛାଡିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଅମ୍ୱାତି ରାୟୁଡୁ । ରାଜନୀତିରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିବା ନେଇ ରାୟୁଡ଼ୁ ସୋସିଆଲ ମିଡିଆରେ ପୋଷ୍ଟ ଲେଖି ଜଣାଇଛନ୍ତି। ଏକ୍ସରେ ସେ ଲେଖିଛନ୍ତି, ‘ମୁଁ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ଛାଡ଼ିବାକୁ ନିଷ୍ପତ୍ତି ନେଇଛି। କିଛି ଦିନ ଯାଏ ରାଜନୀତିରୁ ଦୂରରେ ରହିବାକୁ ଚାହୁଁଛି। ଆଗାମୀ ଦିନରେ […]