ବର୍ଷ ଆରମ୍ଭରୁ ଇତିହାସ ରଚିଛି ଭାରତୀୟ ମହାକାଶ ସଂସ୍ଥା ଇସ୍ରୋ। ଭାରତର ଆଦିତ୍ୟ ଉପଗ୍ରହ ଏଲ୍-୧ ପଏଣ୍ଟର ହେଲୋ କକ୍ଷପଥରେ ପ୍ରବେଶ କରିଛି। ଏବେ ଆଦିତ୍ୟ ପୃଥିବୀଠାରୁ ୧୫ ଲକ୍ଷ କିମି ଦୂରରେ ରହିଛି । ୨ ସେପ୍ଟେମ୍ବର ୨୦୨୩ରେ ଆରମ୍ଭ ହୋଇଥିବା ଆଦିତ୍ୟର ଯାତ୍ରା ଶେଷ ହୋଇଛି । ୪ ଶହ କୋଟି ଟଙ୍କା ଖର୍ଚ୍ଚରେ ଭାରତର ଏହି ମିଶନ ସାରା ଦୁନିଆର ସାଟେଲାଇଟକୁ ସୂର୍ଯ୍ୟଝଡ଼ରୁ ସୁରକ୍ଷା ଦେବ । L1 ପଏଣ୍ଟରେ ପହଞ୍ଚିବା ପରେ […]
ରାଜ୍ୟରେ ସ୍ଥଗିତ ରହିଲା ଡ୍ରାଇଭରଙ୍କ ଆନ୍ଦୋଳନ । ଘଣ୍ଟେ ଦୁଇ ଘଣ୍ଟା ଭିତରେ କାର୍ଯ୍ୟରେ ଯୋଗଦେବେ ଡ୍ରାଇଭର । ସ୍ୱାଭାବିକ ହେବ ପରିବହନ ବ୍ୟବସ୍ଥା । ଡ୍ରାଇଭରଙ୍କ ଦାବି ପୂରଣ ନେଇ ପରିବହନ କମିଶନର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ଡ୍ରାଇଭର ମହାସଂଘ। ଫଳରେ ଖୁବଶୀଘ୍ର ପେଟ୍ରୋଲ ଡିଜେଲ ଓ ଏଲପିଜି ପରିବହନ ସ୍ବାଭାବିକ ହେବ। ଡ୍ରାଇଭରଙ୍କ ପାଇଁ ଗଠିତ ହୋଇଛି ୱେଲଫେୟାର ବୋର୍ଡ।ସେପଟେ ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ବସ୍ ମାଲିକ […]
ଆଜି ନୂଆଗାଁ ଷ୍ଟେସନ ଠାରୁ ଦଶପଲ୍ଲା ଷ୍ଟେସନ ପର୍ଯ୍ୟନ୍ତ ପ୍ରାୟ 15 କିଲୋମିଟର ପର୍ଯ୍ୟନ୍ତ ରେଳ ଚଳାଚଳ ଆରମ୍ଭ ହୋଇଛି । ଏହାକୁ ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି । ଦସପଲ୍ଲାକୁ ଆଜିଠୁ 4ଟି ଟ୍ରେନ୍ ଚଳାଚଳ କରିବ । ରାଜଧାନୀ, ପୁରୀ ଓ ଭଦ୍ରକ ସହ ଯୋଡି ହେବ ଦଶପଲ୍ଲା । 2ଟି ପାସେଞ୍ଜର ଏବଂ ଗୋଟିଏ ଲେଖା ଖାଏଁ ଏକ୍ସପ୍ରେସ ଓ ମେମୁ ଦଶପଲ୍ଲାକୁକୁ ନିୟମିତ […]
ଆମ ଦେଶରେ ଏପରି କିଛି ନଦୀ ରହିଛି ଯାହାର ଉତ୍ପତ୍ତି ସ୍ଥଳରୁ ଶେଷ ସ୍ଥଳରେ ପହଞ୍ଚିବା ପାଇଁ ଆପଣଙ୍କୁ ଅନେକ ଦିନ ଲାଗି ଯିବ । ଗଙ୍ଗା, ଯମୁନା, ଗୋଦାବରୀ, ନର୍ମଦା ଏବଂ ବ୍ରହ୍ମପୁତ୍ର ଭାରତର ପ୍ରମୁଖ ନଦୀ । କିନ୍ତୁ ଭାରତରେ ଦୁନିଆର ସବୁଠାରୁ ବଡ଼ ନଦୀ ନାହିଁ କି ଦୁନିଆର ସବୁଠାରୁ ଛୋଟ ନଦୀ ନାହିଁ । ଏହି ନଦୀ ଦୁଇଟି ଭିନ୍ନ ଭିନ୍ନ ଦେଶରେ ରହିଛି । ସମସ୍ତେ ଜାଣିଛନ୍ତି ଦୁନିଆର ସବୁଠାରୁ […]
ହୁତି ଜଳଦସ୍ୟୁଙ୍କ କବଳରୁ ଉଦ୍ଧାର ହେଲେ ୧୫ ଭାରତୀୟ ନାଗରିକ। ଭାରତୀୟ ନୌସେନା ସୋମାଲିଆ ତଟରେ ପହଞ୍ଚି ଅପହରଣକାରୀଙ୍କ କବଳରୁ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିଛି ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି। କେବଳ ଭାରତୀୟ ନୁହଁନ୍ତି ଜାହାଜରେ ଥିବା ସମସ୍ତ ୨୧ ଜଣଙ୍କୁ ଉଦ୍ଧାର କରାଯାଇଛି। ଏଥିସହ ଜଳଦସ୍ୟୁମାନେ ଜାହାଜକୁ ଛାଡ଼ି ପଳାୟନ କରିଥିବା ନୌସେନା କହିଛି।ସୂଚନା ଥାଉକି ‘ଏମ୍ଭି ଲିଲା ନୋରଫୋକ୍’ ନାମକ ଲାଇବେରିଆ ପତାକା ଥିବା ଏକ ମାଲବାହୀ ଜାହାଜକୁ ଅପହରଣ କରି […]
ଏବେ କୁଲ କ୍ୟାପଟେନ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ବଡ ଖବର ସାମ୍ନାକୁ ଆସୁଛି। ୧୫ କୋଟି ଟଙ୍କାର କ୍ଷତି ସହିଲେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍ ମହେନ୍ଦ୍ର ସିଂହ ଧୋନୀ। ଠକାମୀର ଶିକାର ହେବା ପରେ ଧୋନୀ ତାଙ୍କ ବନ୍ଧୁ ଓ ବିଜ୍ନେସ୍ ପାର୍ଟନର୍ ମିହିର ଦିବାକର ଓ ସୌମ୍ୟ ବିଶ୍ୱାସଙ୍କ ବିରୋଧରେ ରାଞ୍ଚି କୋର୍ଟରେ ମାମଲା ଦାୟର କରିଛନ୍ତି। ଅର୍କା ସ୍ପୋର୍ଟ୍ସ ଆଣ୍ଡ ମ୍ୟାନେଜ୍ମେଣ୍ଟ ଲିମିଟେଡ୍ର ଏହି ଦୁଇ ଜଣଙ୍କ ବିରୋଧରେ ମାମଲା ହୋଇଛି।କୁହାଯାଉଛି […]
ହିଟ୍ ଆଣ୍ଡ ରନ୍ ମାମଲାର ଦଣ୍ଡବିଧାନ ବ୍ୟବସ୍ଥାକୁ ବିରୋଧ କରି ଆଜିଠାରୁ ସର୍ବଭାରତୀୟ ସ୍ତରରେ ଡ୍ରାଇଭରଙ୍କ ପକ୍ଷରୁ ଷ୍ଟିଅରିଂ ଛାଡ ଆନ୍ଦୋଳନ ଆରମ୍ଭ ହୋଇଛି। ଓଡ଼ିଶା ଡ୍ରାଇଭର୍ ମହାସଂଘ ପକ୍ଷରୁ ଆଇନ୍ ପ୍ରତ୍ୟାହାର ଏବଂ ପୁରୁଣା ଦାବିକୁ ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି।ବସ, ଟ୍ରକ୍ ଓ ଅନ୍ୟ ପରିବହନ ସେବାରେ ନିୟୋଜିତ ରାଜ୍ୟର ୨ଲକ୍ଷରୁ ଅଧିକ ଡ୍ରାଇଭର ଷ୍ଟିଅରିଂ ଛାଡିବେ । ଆନ୍ଦୋଳନରେ ସାମିଲ ହେବେ । ଏହା ଦ୍ୱରା ଦୈନିକ […]
ପୁଣି ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ ଗୌତମ ଆଦାନୀ। ହିଣ୍ଡେନବର୍ଗ ରିପୋର୍ଟ ପରେ ଦୋହଲି ଯାଇଥିବା ଆଦାନି ସାମ୍ରାଜ୍ୟ ପୁଣିଥରେ ଶକ୍ତି ଯୋଗାଡ଼ କରି ଆଗକୁ ବଢିଛି। ଏହା ସହିତ ଗୌତମ ଆଦାନି ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଭାରତ ଏବଂ ଏସିଆର ଏକ ନମ୍ବର ଧନୀ ତାଲିକାରେ ପ୍ରଥମ ସ୍ଥାନ ଦଖଲ କରିଛନ୍ତି। ଆଦାନି ବିଶ୍ୱ ଧନୀ ତାଲିକାରେ ମଧ୍ୟ ଲମ୍ବା ଡିଆଁ ମାରି ୧୨ ନମ୍ବର ତାଲିକାରେ ପହଞ୍ଚିଛନ୍ତି ଏବଂ […]
ସାଧାରଣ ନିର୍ବାଚନ-୨୦୨୪କୁ ଦୃଷ୍ଟିରେ ରଖି ରାଜ୍ୟରେ ଭୋଟର ତାଲିକା ପ୍ରକାଶ ପାଇଛି । ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ପାଇଁ ଗତବର୍ଷ ଅକ୍ଟୋବର ୨୭ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିବା ସଂପର୍କରେ ଉପସ୍ଥିତ ରାଜନୈତିକ ଦଳମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଅବଗତ କରାଇଛନ୍ତି । ନୂଆକରି ଯୋଡ଼ି ହୋଇଥିବା ଯୁବ ଭୋଟରଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଭୋଟର ସଂଖ୍ୟା ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ରେ ପହଞ୍ଚିଛି। ସେଥି ମଧ୍ୟରୁ ପୁରୁଷ […]
ହିଣ୍ଡନବର୍ଗ ମାମଲାରେ ଆଦାନୀ ଗ୍ରୁପକୁ କ୍ଲିନ୍ ଚିଟ୍ ଦିଆଯିବା ଉପରେ ସୁପ୍ରିମକୋର୍ଟ ମୋହର ମାରିଛନ୍ତି । ସେବି ତଦନ୍ତ ରିପୋର୍ଟରେ ହସ୍ତକ୍ଷେପ କରିବା ପାଇଁ ମନା କରିଦେଇଥିଲେ । ୩ ଜଜଙ୍କ ଖଣ୍ଡପୀଠ କହିଥିଲେ ଯେ ସେବି ତଦନ୍ତ ଠିକ୍ ଅଛି ଏବଂ ସେ ଏହି ମାମଲାର ତଦନ୍ତ ପାଇଁ ସକ୍ଷମ ଏଜେନ୍ସି ଅଟେ । ମାର୍କେଟ୍ ନିୟାମକ ଆଦାନୀ-ହିଣ୍ଡନବର୍ଗ ମାମଲାରେ ୨୪ ମଧ୍ୟରୁ ୨୨ ମାମଲାର ତଦନ୍ତ ଶେଷ କରିସାରିଛି । ଏବେ ଆଉ ଦୁଇଟି […]
ଖ୍ୟାତନାମା ନିର୍ଦ୍ଦେଶକ ଜିତ୍ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶିତ ରିଲିଜ ଅପେକ୍ଷାରେ ଥିବା ଓଡ଼ିଆ ଚଳଚ୍ଚିତ୍ର ‘ଡ଼ିଅର୍ ପୁରୁଷ’ର ଟ୍ରେଲର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ଆମେରିକା, ନ୍ୟୁୟର୍କର ପ୍ରସିଦ୍ଧ ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହୋଇ ଇତିହାସ ସୃଷ୍ଟି କରିଛି।ସମାଜରେ ନାରୀ ଓ ପୁରୁଷର ସମ୍ପର୍କ ଭିତରେ ପୁରୁଷ ସାମ୍ନା କରୁଥିବା ଆହ୍ବାନ ସହ ହାସ୍ୟରସକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରରେ ୬ଜଣ ଦମ୍ପତିଙ୍କ ଜୀବନଯାତ୍ରା ଦର୍ଶାଯାଇଛି। ଏଥିରେ ଅଭିନେତ୍ରୀ ତଥା ପ୍ରଯୋଜିକା ଝିଲିକ୍ ଭଟ୍ଟାଚାର୍ଯ୍ୟ ଏକ ଭିନ୍ନ ଲୁକ୍ରେ […]
ବଲିଉଡ ଅଭିନେତା ଶ୍ରେୟାସ ତଲପଡେ। ଡିସେମ୍ବର ୪ରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଯାଇଥିଲା। ଡିସେମ୍ବର ୧୪ରେ ସେ ‘ଓ୍ବେଲକମ୍ ଟୁ ଦ ଜଙ୍ଗଲ’ର ଶୁଟିଂ କରୁଥିଲେ। ଶୁଟିଂ ଶେଷ ହେବା ପରେ ତାଙ୍କୁ ଅସହଜ ଅନୁଭବ ହୋଇଥିଲା। ଡାକ୍ତରଖାନାରେ ପହଞ୍ଚିବା ପରେ ହୃଦଘାତ ହୋଇଥିବା ସେ ଜାଣିବାକୁ ପାଇଥିଲେ। ଡାକ୍ତରମାନେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରିଥିଲେ। ଅଭିନେତା ବର୍ତ୍ତମାନ ତାଙ୍କ ପରିବାରର ସହଯୋଗ ଏବଂ ତାଙ୍କ ପ୍ରଶଂସକଙ୍କ ପ୍ରାର୍ଥନା ସହିତ ସୁସ୍ଥ ହୋଇଛନ୍ତି। ନିକଟରେ ସେ ତାଙ୍କ […]
