ନୟାଗଡ଼,(ଓଡ଼ିଶା ଦର୍ପଣ):ଜିଲ୍ଲା ପ୍ରଶାସନ, ନୟାଗଡ଼ ପକ୍ଷରୁ ନୟାଗଡ଼ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଜାତୀୟ କ୍ରୀଡ଼ା ଦିବସ-୨୦୨୬ ର ତୃତୀୟ ଦିନ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଭାରତୀୟ ହକିର କିମ୍ବଦନ୍ତୀ ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ଏହି ଦିବସ ପାଳନ କରାଯାଇଥାଏ।ଏହି ଅବସରରେ ଜିଲ୍ଲାପାଳ ମଧୁମିତା ରଥ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଏବଂ ଜିଲ୍ଲା କ୍ରିଡା ଅଧିକାରୀ ସୁଜାତା କୁମାରୀ ସାହୁ ଆଦି ଉପସ୍ଥିତ ଥିଲେ। ଜିଲ୍ଲାପାଳ ଶ୍ରୀମତୀ ରଥ […]
ମେଷ : ଆଜି କୋର୍ଟ-କଚେରୀ ବିଷୟରେ ନ ପଡ଼ିବା ଉତ୍ତମ ହେବ। ମଧ୍ୟାହ୍ନ ପରେ ଆପଣ ଭଲ ଅନୁଭବ କରିବେ। ପରିବାରରେ ସୁଖ-ଶାନ୍ତି ରହିବ।କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରି ପାରିବେ। ବୃଷ : ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର […]
ଚୌଦ୍ୱାର ସର୍କଲ ଜେଲରୁ କଏଦୀ ଫେରାର ଘଟଣାରେ ସୁରକ୍ଷା ତ୍ରୁଟି ଓ ବଡ଼ ଧରଣର ଷଡ଼ଯନ୍ତ୍ର ମାମଲାରେ ଜେଲ୍ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କୁ ଲାଗିଛି ବଡ ଝଟକା । ଜେଲ୍ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ଆଗୁଆ ଜାମିନ ଆବେଦନ ଉପରେ ଶୁଣାଣି ଶେଷ କରି ହାଇକୋର୍ଟ ତାହାକୁ ନାକଚ କରିଦେଇଛନ୍ତି ।ସମ୍ଭାବ୍ୟ ଗିରଫଦାରୀରୁ ସୁରକ୍ଷା ପାଇଁ ସୁଜିତ କୁମାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତ ଅକ୍ଟୋବର ୩ ତାରିଖରେ ଚୌଦ୍ୱାର ସର୍କଲ ଜେଲ୍ ରୁ […]
ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା କମ୍ପାନୀ ‘ଏଭରେଷ୍ଟ ଫୁଡ୍ ପ୍ରଡକ୍ଟସ’ ଏବଂ ‘ଲାଲଜୀ ଗୋଧୁ’ ଦ୍ୱାରା ପ୍ରସ୍ତୁତ କମ୍ପାଉଣ୍ଡେଡ୍ ହିଙ୍ଗୁ (Compounded Asafoetida) ର ବିକ୍ରି ଉପରେ FSSAI ସାମୟିକ ଭାବେ ରୋକ୍ ଲଗାଇଛି।ଏଥିସହ ନିର୍ଦ୍ଧାରିତ ଖାଦ୍ୟ ସୁରକ୍ଷା ମାନଦଣ୍ଡ ପାଳନ ପାଇଁ କିଭଳି ପଦକ୍ଷେପ ନିଆଯିବ, ସେନେଇ ଆକ୍ସନ ପ୍ଲାନ୍ ଦାଖଲ କରିବାକୁ ମଧ୍ୟ […]
ତୃଣମୂଳ ଛାତ୍ର ପରିଷଦ (TMCP)ର ପ୍ରତିଷ୍ଠା ଦିବସ ସମାବେଶ ଆୟୋଜନ ପାଇଁ କୋଲକାତା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଓ ସର୍ତ୍ତଗୁଡ଼ିକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ବିରୋଧରେ କୋଲକାତା ପୋଲିସ ନିଜଆଡ଼ୁ ମାମଲା ରୁଜୁ କରିଛି। କଲକାତା ହାଇକୋର୍ଟ ଅଗଷ୍ଟ ୨୮ ତାରିଖରେ କ୍ୟାଥେଡ୍ରାଲ୍ ରୋଡରେ ଟିଏମସିପିର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ପାଇଁ ଅନୁମତି ପ୍ରଦାନ କରିଥିଲେ। କୋର୍ଟ ସର୍ତ୍ତ ରଖିଥିଲେ ଯେ ଜନସାଧାରଣ ଏବଂ […]
ଭାରତକୁ ବଡ ଝଟକା। ଦୁଇଥର ଅଲିମ୍ପିକ୍ ପଦକ ବିଜେତା ଏବଂ ଭାରତର ଷ୍ଟାର ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା ଜାପାନର ଆଇଚି-ନାଗୋୟାରେ ହେବାକୁ ଥିବା ୨୦୨୬ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିପାରିବେ ନାହିଁ। ନୀରଜ ଆଘାତ ଯୋଗୁଁଁ ୨୦୨୬ ସିଜିନର ବାକି ଖେଳରୁ ବାଦ ପଡ଼ିଛନ୍ତି। ନୀରଜ ନିଜେ ସୋସିଆଲ ମିଡିଆରେ ଏକ ଭାବୁକ ପୋଷ୍ଟ କରିଛନ୍ତି । ନୀରଜ ଚୋପ୍ରା ନିକଟରେ ଲୁସାନେ ଡାଏମଣ୍ଡ ଲିଗରେ ୮୮.୦୫ ମିଟରର ଥ୍ରୋ କରି ଚଳିତ ସିଜନର ନିଜର […]
ନୟାଗଡ଼,(ଓଡ଼ିଶା ଦର୍ପଣ): ସ୍ଥାନୀୟ ଏନଏସି ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ‘ଜାତୀୟ କ୍ରୀଡ଼ା ଦିବସ’ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି। ଭାରତୀୟ ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ସୁସ୍ଥ ଶରୀର ପାଇଁ ଶାରୀରିକ ଶିକ୍ଷାର ମହତ୍ତ୍ୱ ବାର୍ତ୍ତା ପ୍ରଚାର କରିବା।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ଖଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ […]
ବଲିଉଡର ଜଣାଶୁଣା ଅଭିନେତା ଇମ୍ରାନ ହାସମୀ ସ୍ୱାଇନ୍ ଫ୍ଲୁ (H1N1) ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଗତ କିଛି ଦିନ ହେବ ସେ ଅସୁସ୍ଥ ଅନୁଭବ କରୁଥିଲେ। ନିକଟରେ ରାଞ୍ଚି ଗସ୍ତ ପରେ ତାଙ୍କର ଏହି ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି।ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ଏବଂ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି । ଅସୁସ୍ଥତା କାରଣରୁ ଇମ୍ରାନ ତାଙ୍କର ନିର୍ଦ୍ଧାରିତ ବେଙ୍ଗାଲୁରୁ ଗସ୍ତକୁ ବାତିଲ କରିଛନ୍ତି। ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାର ଥିଲେ ମଧ୍ୟ […]
ରାଜ୍ୟ ପୋଲିସ ଭବନଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଡିଜିପି ଏବଂ ଆଇଜିପି ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର ଆଇନ ଶୃଙ୍ଖଳା, ଆଭ୍ୟନ୍ତରୀଣ ସୁରକ୍ଷା, ସାଇବର ସୁରକ୍ଷା ଏବଂ ଭବିଷ୍ୟତର ପୋଲିସିଂ ବ୍ୟବସ୍ଥାର ବ୍ୟାପକ ସମୀକ୍ଷା କରିଛନ୍ତି । ପୋଲିସ ସଂସ୍କାର ପାଇଁ ପ୍ରତ୍ୟେକ ପ୍ରସ୍ତାବ ଓ ଗୁରୁତ୍ଵପୂର୍ଣ୍ଣ ଦିଗକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱର ସହ ନେବା ସହିତ ଏଗୁଡ଼ିକର ସଫଳ କାର୍ଯ୍ୟକାରିତା ପାଇଁ ସରକାର ସମସ୍ତ ସାଧନ, ଅନୁଦାନ ଓ ପ୍ରଶାସନିକ ସହଯୋଗ […]
ଆସନ୍ତା ସୋମବାର ଅଗଷ୍ଟ ୩୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଦିନକୁ ଦିନ ଗମ୍ଭୀର ହେଉଛି ଜଳବାୟୁ ପରିବର୍ତ୍ତନର ପ୍ରଭାବ । ଓଡ଼ିଶାରେ ବଢ଼ୁଥିବା ସାମୁଦ୍ରିକ ତଟ କ୍ଷୟ ଏବେ ସରକାରଙ୍କ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି । ସମୁଦ୍ର ଧୀରେ ଧୀରେ କୂଳ ଖାଉଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳର ଭିତ୍ତିଭୂମି ଓ ଲୋକଙ୍କ ସୁରକ୍ଷା ପ୍ରତି ବିପଦ ବଢ଼ିବାର ଆଶଙ୍କା ରହିଛି ।। ୬ ଉପକୂଳ ଜିଲ୍ଲାରେ ଖର୍ଚ୍ଚ ହେବ ୨ ହଜାରରୁ ଅଢେଇ ହଜାର କୋଟି । ଖୋଳାଯିବ ନଦୀ ମୁହାଣ, କଢ଼ାଯିବ ପଟୁ । […]
ନେପାଳରେ ଆକସ୍ମିକ ବନ୍ୟା ପରେ ଭୟାବହ ସ୍ଥିତି । ବନ୍ୟାରେ ବହିଯାଇଥିବା ଶବ ନଦୀ ପଥରେ ଭାସି ଭାସି ଭାରତରେ ପହଞ୍ଚୁଛି । ନେପାଳରୁ ପ୍ରାୟ ୨୦୦ କିଲୋମିଟର ନଦୀ ପଥ ଅତିକ୍ରମ କରି ଉତ୍ତର ପ୍ରଦେଶର ବିଭିନ୍ନ ଅଞ୍ଚଳରେ ଶବ ମିଳୁଥିବା ଜଣାପଡ଼ିଛି । ଏବେ ସୁଦ୍ଧା ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଓ କୁଶୀନଗର ଜିଲ୍ଲା ଦେଇ ପ୍ରବାହିତ ଗଣ୍ଡକ ନଦୀରୁ ୭ଟି ଅଜ୍ଞାତ ଶବ ଉଦ୍ଧାର ହୋଇଛି। ଉଦ୍ଧାର ହୋଇଥିବା ଶବଗୁଡ଼ିକୁ ଚିହ୍ନଟ ପର୍ଯ୍ୟନ୍ତ […]
