author

ପୀତବାସ ପଣ୍ଡା ହତ୍ୟା ମାମଲା, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ

ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ।ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଦର୍ଶାଯାଇଥିଲା । ତେବେ ଚୂଡ଼ାନ୍ତ ଚାର୍ଜସିଟ୍‌ରେ ବିକ୍ରମ ପଣ୍ଡାଙ୍କ ସମେତ ୧୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଦଫା ବାଦ୍ ଦିଆଯାଇଛି ।ବିକ୍ରମ ପଣ୍ଡାଙ୍କ ସହ ପୂର୍ବତନ ମେୟର ପିଣ୍ଟୁ ଦାସ, ମଦନ ଦଳେଇ ଓ ମଳୟ ବିଷୋୟୀଙ୍କ ନାଁରୁ ମଧ୍ୟ ହତ୍ୟା ଦଫା ହଟାଯାଇଛି । […]

ପଞ୍ଚାୟତ ଓ ପୌର ନିର୍ବାଚନ: ସେପ୍ଟେମ୍ବର ୩ରୁ ଭୁବନେଶ୍ୱରରେ ଆରମ୍ଭ ହେବ ପାଇଲଟ୍ ସର୍ଭେ

ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ୱଚ୍ଛ ଓ ନିର୍ଭୁଲ ଏବଂ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ  ଭୋଟର ତାଲିକାରେ ଥିବା ତ୍ରୁଟି ଗୁଡିକୁ ଦୂର କରିବା ଲକ୍ଷ୍ୟରେ ରାଜ୍ୟରେ ଏକ ବିଶେଷ ପାଇଲଟ୍ ସର୍ଭେ ଅଭିଯାନ ଭୁବନେଶ୍ୱର ମହାନଗର ନିଗମରେ (ବିଏମସି) ଆରମ୍ଭ ହେବାକୁ ଯାଉଛି।ଆସନ୍ତା ସେପ୍ଟେମ୍ବର ୩ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ବିଏମସି ଅଧୀନରେ ଥିବା  ୩ଟି ବିଧାନସଭା କ୍ଷେତ୍ରରେ  ଭୁବନେଶ୍ୱର-ଉତ୍ତର ବିଧାନସଭା  କ୍ଷେତ୍ରର ୱାର୍ଡ ନଂ […]

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ୍

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ସାରା ଓଡ଼ିଶାରେ ଜାରି ରହିଛି ବର୍ଷା । ଅନେକ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ଆଗକୁ ଆହୁରି ୩ ଦିନ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହା ଭିତରେ ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ୍ ଖୋଲାଯାଇଛି। ଏବେ ମୋଟ ୮ଟି ସ୍ଲୁଇସ୍ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଜଳଭଣ୍ଡାରର […]

ସ୍କୁଲ୍‌ ପିଲାଙ୍କ ପାଇଁ ସେପ୍ଟେମ୍ବର ଶେଷରେ ସମେଟିଭ୍ ଆସେସମେଣ୍ଟ

ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ସମେଟିଭ୍ ଆସେସମେଣ୍ଟ-୧ ଆୟୋଜନ ନେଇ ଓସେପାର ନିର୍ଦ୍ଦେଶ ।୦୨୬-୨୭ ଶିକ୍ଷାବର୍ଷ ପାଇଁ ଶିଶୁ ବାଟିକା ୩ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମେଟିଭ୍ ଆସେସମେଣ୍ଟ-୧ ଆସନ୍ତା ସେପ୍ଟେମ୍ବର ମାସର ଚତୁର୍ଥ ସପ୍ତାହରେ କରାଯିବ । ପୂର୍ବରୁ ଜାରି ହୋଇଥିବା ଆସେସମେଣ୍ଟ ଫ୍ରେମୱାର୍କ ଫର୍‌ ସ୍କୁଲ ଏଜୁକେସନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । । ଏନେଇ ସମସ୍ତ ଡିଇଓ ଏବଂ ଡିପିସିମାନଙ୍କୁ ଆବଶ୍ୟକ ପଦକ୍ଷେପ […]

କଟକ ରେଳଷ୍ଟେଶନ ଅଞ୍ଚଳରୁ ସାତ ବର୍ଷ ନାବାଳିକାଙ୍କୁ ଅପହରଣର ମିଳିଲା CCTV ଫୁଟେଜ

କଟକ ଜିଲା ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଷ୍ଟେଶନ ଅଞ୍ଚଳରୁ ୭ ବର୍ଷର ନାବାଳିକାଙ୍କୁ ଅପହରଣ ହୋଇଥିବା ଅଭିଯୋଗ। ଜଣେ ବୃଦ୍ଧ ନାବାଳିକାଙ୍କୁ ନେଇକି ଯାଉଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି । ଗତକାଲି(ରବିବାର) ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । ନିଖୋଜଙ୍କ ବାବଦରେ ଖବର ଦେଲେ 25 ହଜାରର ଟଙ୍କା ପୁରସ୍କାର ରାଶି ଦେବାକୁ ପୋଲିସ ଘୋଷଣା କରିଛି ।ଅପହୃତା ନାବାଳିକା ଏବେ କେଉଁଠି ଅଛନ୍ତି, ସୁରକ୍ଷିତ କି ନାହିଁ, […]

ନେପାଳ ବନ୍ୟା: ୯୦୦ ଟପିଲା ମୃତ୍ୟୁ ସଂଖ୍ୟା

ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା ୯୦୦ ଟପିଛି । ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରାଯାଇଥିବା ବେଳେ ମୃତ୍ୟସଂଖ୍ୟା ୯୦୩କୁ ବଢ଼ିଛି । ନେପାଳୀ କର୍ତ୍ତୃପକ୍ଷ ଏନେଇ ସୁଚନା ଦେଇଛନ୍ତି । ବନ୍ୟା ପ୍ରଭାବିତ ଅଞ୍ଚଳରେ ବ୍ୟାପକ ମାତ୍ରାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତିବ୍ବତ ସୀମା ନିକଟରେ ହୋଇଥିବା ବରଫ-ପଥର ଧସିପଡ଼ିବା କାରଣରୁ ସୃଷ୍ଟି ହୋଇଥିବା ଏହି ବନ୍ୟା ଓ ଭୂସ୍ଖଳନରେ ହଜାର ହଜାର ଲୋକ ନିଖୋଜ ଅଛନ୍ତି। ପ୍ରାୟ ୨୦,୦୦୦ ସୁରକ୍ଷା କର୍ମୀ ଏବଂ […]

ଦିଲ୍ଲୀରେ ୧୬ ବର୍ଷୀୟା ଝିଅକୁ ୪୭ କିଲୋମିଟର ଦୂରତା ଚଳନ୍ତା ବସରେ ବଳାତ୍କାର

‘ନିର୍ଭୟା ମାମଲା’କୁ ମନେ ପକାଇବା ଭଳି ଏକ ୧୬ ବର୍ଷୀୟା ଛାତ୍ରୀଙ୍କ ସହିତ ବଳାତ୍କାର ମାମଲା ରାଜଧାନୀ ଦିଲ୍ଲୀରେ ପୁଣି ଥରେ ସାମ୍ନାକୁ ଆସିଛି। ଚଳନ୍ତା ବସ ଭିତରେ ପୀଡିତାଙ୍କୁ ବଳାତ୍କାର କରିବା ପରେ, ଡ୍ରାଇଭର ଏବଂ କଣ୍ଡକ୍ଟର ତାଙ୍କୁ କଶ୍ମୀର ଗେଟ ନିକଟରେ ରିଙ୍ଗ ରୋଡରେ ଛାଡି ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ପୀଡିତାଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, କଶ୍ମୀର ଗେଟ ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି | ଘଟଣାଟି ଅଗଷ୍ଟ ୪ […]

ଓଡ଼ିଶା କ୍ୟାଡରର ବରିଷ୍ଠ IPS ଅଧିକାରୀ ତଥା କ୍ରାଇମବ୍ରାଞ୍ଚ IG ଶେଫିନ୍ ଅହମ୍ମଦଙ୍କ ପରଲୋକ

ଓଡ଼ିଶା କ୍ୟାଡରର ବରିଷ୍ଠ IPS ଅଧିକାରୀ ତଥା କ୍ରାଇମବ୍ରାଞ୍ଚ IG ଶେଫିନ୍ ଅହମ୍ମଦଙ୍କ ପରଲୋକ । କେରଳର ତିରୁବନନ୍ତପୁରମସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶେଫିନ୍ ଅହମ୍ମଦ ୨୦୦୩ ବ୍ୟାଚ୍ ର ଓଡ଼ିଶା କ୍ୟାଡର IPS ଅଧିକାରୀ ଥିଲେ। ସେ ଓଡ଼ିଶା ପୋଲିସର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଥିଲେ। ଶେଷ ସମୟରେ ସେ CID-Crime Branchର IG ଭାବେ ଦାୟିତ୍ୱ ତୁଲାଉଥିଲେ। କିଛି ସମୟ ଧରି କ୍ୟାନ୍ସରରେ ପୀଡ଼ିତ […]

ଆଜି ହେଉଛି ସ୍ବାୟତ୍ତ ଶାସନ ଦିବସ

ପ୍ରତିବର୍ଷ ଅଗଷ୍ଟ ୩୧ ତାରିଖକୁ ଓଡ଼ିଶାରେ ସ୍ବାୟତ୍ତ ଶାସନ ଦିବସ (Local Self-Government Day) ଭାବେ ପାଳନ କରାଯାଏ।ଏହି ଅବସରରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ସମେତ ରାଜ୍ୟର ସମସ୍ତ ପୌରାଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଭାରତୀୟ ଗଣତନ୍ତ୍ରର ମୂଳଦୁଆ ସ୍ଥାନୀୟ ସ୍ବାୟତ୍ତ ଶାସନ ଉପରେ ପ୍ରତିଷ୍ଠିତ। ଏହି ଦିବସ ଆମକୁ ସ୍ମରଣ କରାଇଦିଏ ଯେ ବିକାଶର ପ୍ରକୃତ ସଂଜ୍ଞା କେବଳ ଭୌତିକ ଭିତ୍ତିଭୂମିର ନିର୍ମାଣ ନୁହେଁ, ବରଂ ନାଗରିକଙ୍କ ଆବଶ୍ୟକତା, […]

ପଶ୍ଚିମ ମୁହାଁ ଲଘୁଚାପ, ୪ ଦିନ ଛାଡ଼ିବନି ବର୍ଷା

ଲଘୁଚାପ ପ୍ରଭାବରେ ରାଜ୍ୟରେ ଆହୁରି ୪ ଦିନ ନିର୍ଧୂମ ବର୍ଷିବ । ପଶ୍ଚିମ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ। ତେବେ ଅଧିକାଂଶ ନଦୀର ଜଳସ୍ତର କମୁଥିବାରୁ ବନ୍ୟା ଆଶଙ୍କା ନାହିଁ | ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପ୍ରକୋପ । ବିଶେଷକରି ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି । ବରଗଡ଼ ଜିଲ୍ଲା ପାଇଁ ରେଡ୍ […]

ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାରର ଗଣତିମଣତି, ସିସିଟିଭି ସର୍ଭେଲାନ୍ସରେ ଚାଲିବ କାମ

ଆଜି ଓ ଆସନ୍ତାକାଲି ହେବ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି । ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ବ୍ୟବସ୍ଥାବଳୀ ଅନୁଯାୟୀ ଗଣତି କରାଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଗଣତି ମଣତି କାର୍ଯ୍ୟରେ ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସହିତ ପ୍ରାଧିକୃତ ସେବାୟତ, ଶ୍ରୀମନ୍ଦିର ବଣିଆ, ଜେମୋଲୋଜିଷ୍ଟ, ଭଣ୍ଡାର ମେକାପ, ଦେଉଳକରଣ ଉପସ୍ଥିତ ରହିବେ। ମହାପ୍ରଭୁଙ୍କ ଦୂର୍ଲ୍ଲଭ ସ୍ବର୍ଣ୍ଣ ଅଳଙ୍କାର […]

ଆଜିର ରାଶିଫଳ(୩୧ ଅଗଷ୍ଟ, ୨୦୨୬)

ମେଷମନ ଭିତରର ଅକୁହାକଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ।ଆପଣଙ୍କ ରୁଚିପୂର୍ଣ୍ଣ ବ୍ୟବହାରରୁ ପ୍ରଶଂସିତ ହେବେ। ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ କରିପାରନ୍ତି। ସାଂଗଠନିକ କ୍ଷେତ୍ରରେ ଗଠନ ମୂଳକ ପ୍ରେରଣା ଦେଇ ପଦସ୍ଥବ୍ୟକ୍ତିଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି। ବୃଷଅସ୍ବାଭାବିକ ଚିନ୍ତାଧାରାର ସୃଷ୍ଟି ହେବାସହ ବିକ୍ଷିପ୍ତ ମାନସିକ ସ୍ଥିତି ଉପତ୍ନ କରିବ। କିନ୍ତୁ କର୍ମାଧିପ ରାଶିରେ କର୍ମସାଧନ ପାଇଁ ଆପ୍ରାଣ ଉଦ୍ୟମ ଚଳାଇ କୃତକାର୍ଯ୍ୟ ହୋଇପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରଶାସନ, ବନ୍ଧୁ ସମ୍ପର୍କ, […]