ସୂର୍ଯ୍ୟରେ ବଡ଼ ହଲଚଲ। ୨୪ ଘଣ୍ଟାରେ ଉଠିଲା ୨୭ଟି ସୌର ଝଡ଼ । ଏହାକୁ ନେଇ ଚିନ୍ତାରେ ଇସ୍ରୋ ସମେତ ସାରା ବିଶ୍ୱର ମହାକାଶ ଗବେଷଣା ସଂସ୍ଥା।ଏହି ଝଡ଼କୁ ନେଇ ରେଡ଼ିଓ ବ୍ଳାକ ଆଉଟ ହେବା ନେଇ ଇସ୍ରୋ ଚେତାବନୀ ଦେଇଛି। ଏହାଫଳରେ ପୃଥିବୀ ବାୟୁମଣ୍ଡଳରେ ଚୁମ୍ବକୀୟ ବିକିରଣ ବୃଦ୍ଧି ପାଇବ ଓ ଏହାଦ୍ୱାରା ବହୁ ସମସ୍ୟା ସୃଷ୍ଟି ହେବ । ଜିପିଏସ୍ ଓ ନେଭିଗେସନ୍ ସିଗନାଲରେ ବାଧା ସୃଷ୍ଟି ହୋଇପାରେ । ଫଳରେ ଗୁଗଲ ମ୍ୟାପ୍ […]
ରାଜ୍ୟରେ ଚହଳ ପକାଇଥିବା ବ୍ରହ୍ମପୁରର କେ.ଦୀପିକା ଓ ତପସ୍ୱିନୀ ଘଟଣା ଏବେ ବି ଲୋକଙ୍କ ମନରୁ ଲିଭିନାହିଁ । ପୁଣି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଆଉ ନିଜ ହକ ପାଇଁ ପୁଣି ଜଣେ ଯୁବତୀ ନିଜ ପ୍ରେମିକର ଘର ସମ୍ମୁଖରେ ଧାରଣାରେ ବସିଛନ୍ତି । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଣ୍ଠୁପଡା ଗାଁରେ ଅଭାବନୀୟ ଘଟଣା ଘଟିଛି । ଗାଁର ଟୁଲୁ ମହାରଣା ନାମକ ଯୁବକଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ମହିଳା […]
ଭାରତରେ ଡିଜିଟାଲ ପେମେଣ୍ଟ ଆମ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହାକୁ ଧ୍ୟାନରେ ରଖି ସରକାର ଆରବିଆଇ ଏବଂ ଏନପିସିଆଇ ଫେବୃଆରୀ ୨୦୨୬ରୁ ନୂତନ ୟୁପିଆଇ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ନୂତନ ନିୟମ ଅନୁଯାୟୀ, ୟୁପିଆଇ କାରବାର ଏବଂ ଏପିଆଇ ପ୍ରିତିକ୍ରିୟାଗୁଡିକୁ ୧୦ ସେକେଣ୍ଡ ମଧ୍ୟରେ ସମାପ୍ତ କରିବାକୁ ପଡିବ । ପୂର୍ବରୁ ଏହି ସମୟ ସୀମା ୩୦ ସେକେଣ୍ଡ ଥିଲା । ଯାହା ବିଳମ୍ବରେ ପେମେଣ୍ଟ ହେଉଥିଲା । […]
କ୍ରାଶ୍ କରିଘଲା ସୁନା ଏବଂ ରୁପା । ଆଉ ଥରେ ଦୁଇ ଦାମୀ ଧାତୁର ଦାମ୍ ଖସି ଯାଇଛି । ଏହାସହ ଦୁଇ ଦିନ ଧରି ଉପରକୁ ଉଠୁଥିବା ସେୟାର ବଜାର ମଧ୍ୟ ତଳକୁ ଖସିଛି ।ଆଜି ସକାଳେ ସେୟାର ମାର୍କେଟ ଖୋଲିବା ମାତ୍ରେ ୨୪କ୍ୟାରେଟ ସୁନାର ମୂଲ୍ୟ ୫ହଜାର ହ୍ରାସ ପାଇଛି । ୧୦ଗ୍ରାମ ପିଛା ୨୪କ୍ୟାରେଟ୍ ସୁନାର ଦାମ୍ ୧ଲକ୍ଷ ୫୪ହଜାର ୫୭୦ ହୋଇଛି । ଗତକାଲି ଏହା ୧ଲକ୍ଷ ୫୯ହଜାର ୫୯୦ ରହିଥିଲା […]
ନୟାଗଡ଼ର ଏପିଆର କନଷ୍ଟେବଳଙ୍କ ଆତ୍ମହତ୍ୟା । ମୃତକ ହେଲେ ସୁନୀଲ ସେଠୀ । ଗୁରୁବାର ସେ ରିଜର୍ଭ ପୋଲିସ କ୍ୟାମ୍ପସରେ ଜୀବନ ହାରିଥିବା ସୂଚନା ରହିଛି । ଖବର ଅନୁଯାୟୀ, ସୁନୀଲ ସେଠୀଙ୍କ ଘର ନୟାଗଡ଼ ଜିଲ୍ଲା ବାହାଡ଼ାଝୋଲ ଗାଁରେ । ସେ କନେଷ୍ଟବଳ ଭାବେ ନୟାଗଡ଼ ବାରାକରେ କାର୍ଯ୍ୟରତ ଥିଲେ । ନିଜ ବନ୍ଧୁକକୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି କନେଷ୍ଟବଳ ସୁନଲୀ ସେଠୀ । ବର୍ତ୍ତମାନ ଯାଏଁ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି […]
କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସସି) ବୁଧବାର ଏହାର ନିୟମରେ ବଡ଼ ପରିବର୍ତ୍ତନ କରିଛି । କେଉଁ ପରୀକ୍ଷାର୍ଥୀ କେତେଥର ୟୁପିଏସସି ସିଭିଲ୍ ସର୍ଭିସ୍ ଏଗଜାମ୍ (ସିଏସଇ) ଦେଇପାରିବେ ଏବଂ ସେମାନଙ୍କ ଯୋଗ୍ୟତା କ’ଣ ରହିବ ସେ ବାବଦରେ ଘୋଷଣା କରାଯାଇଛି । ଏଥିସହ ୟୁପିଏସସି-୨୦୨୬ ପରୀକ୍ଷା ଲାଗି ବିଜ୍ଞପ୍ତି ଜାରି ହୋଇଛି ।ବିଶେଷ କରି ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍), ଭାରତୀୟ ବୈଦେଶିକ ସେବା (ଆଇଏଫ୍ଏସ୍) ଏବଂ ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀଙ୍କ ପାଇଁ […]
ରାଜ୍ୟର ୭ଟି ଜିଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ଏଣିକି ଓଡ଼ିଆ ନାମ ଅନୁସାରେ ରହିବ ଇଂରାଜୀ ସ୍ପେଲିଙ୍ଗ ।ଖୋର୍ଦ୍ଧା ଜିଲ୍ଲାକୁ ଓଡ଼ିଆ ନାମ ଅନୁସାରେ ଖୋରଧା ଲେଖାଯିବ । ଦେବଗଡ଼ ଜିଲ୍ଲାକୁ ଆଉ ଇଂରାଜୀରେ ଦେଓଗଡ଼ ଲେଖାଯିବ ନାହିଁ । କେନ୍ଦ୍ରାପଡ଼ାକୁ କେନ୍ଦ୍ରାପରା ଓ ନୟାଗଡ଼କୁ ନୟାଗର ଲେଖାଯାଉଛି । ମହାକାଳପଡ଼ାକୁ ଆଉ ମହାକାଳପରା ଲେଖାଯିବ ନାହିଁ । […]
ମେଷଆଜିର ପାରିବାରିକ ଜୀବନରେ ଉତ୍ଥାନ ପତନ ଲାଗିରହିବ। ଅଟକି ରହିଥିବା କାମଗୁଡିକ ସମ୍ପନ୍ନ ହେବା କଷ୍ଟକର । ନିଜ ବାକିଆ କାମରେ ପ୍ରତିବନ୍ଧକଜନିତ ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି। ଆଜିର ଦୂରଯାତ୍ରା ପ୍ରୀତିପ୍ରଦ ରହିବ।ବୃଷଆଜି ଆକସ୍ମିକ ଭାବରେ ମୋଟାଅଙ୍କ ର ଅର୍ଥ ଆବଶ୍ୟକ ହୋଇପାରେ। ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟ ଯୋଗୁ ବିଚଳିତ ହେବେ।ଜମିଜମା କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ।ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇ ପାରିବେ। ମିଥୁନଆଜି ଶିଳ୍ପ, […]
ସାତକୋଶିଆ ଅଭୟାରଣ୍ୟ ହେବ ବିଶ୍ୱସ୍ତରୀୟ ଇକୋ-ଟୁରିଜିମ୍ ହବ୍। ଏଥିପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ପ୍ରାୟ ୧୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ସବିଶେଷ ପ୍ରକଳ୍ପ ରିପୋର୍ଟ (DPR) କୁ ଅନୁମୋଦନ ମିଳିଛି।ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବ୍ୟାଘ୍ର ଅଭୟାରଣ୍ୟର ୬ଟି ସ୍ଥାନ ଚିହ୍ନଟ କରାଯାଇଛି । ପୁରୁଣାକୋଟ, ଜଗନ୍ନାଥପୁର, ଟିକରପଡାରେ ହେବ ନୂଆ ପ୍ରବେଶ ପଥ । ବାଲିପୁଟ, କୁସଙ୍ଗ ଓ ଛାମୁଣ୍ଡିଆଠାରେ ବି ନିର୍ମାଣ […]
ବିଶ୍ଵ କ୍ୟାନ୍ସର ଦିବସରେ ଓଡିଶାକୁ ନେଇ ଆସିଥିବା ତଥ୍ୟ ଅନୁସାରେ, ରାଜ୍ୟରେ ବର୍ଷକୁ ବାହାରୁଛନ୍ତି ୫୫ ହଜାର କ୍ୟାନ୍ସର ରୋଗୀ । ୨୦୨୫-୨୬ ବର୍ଷରେ ରାଜ୍ୟରେ ସର୍ବାଧିକ ମୁଖ ଗହ୍ୱର କର୍କଟ ଚିହ୍ନଟ ହେଉଛନ୍ତି । ୨୦୨୫-୨୬ ଜାନୁଆରୀ ସୁଦ୍ଧା ରାଜ୍ୟରେ ୨୩ ହଜାର ୧୩୧ ଜଣ କ୍ୟାନ୍ସର ରୋଗୀ ଚିହ୍ନଟ ହୋଇଛନ୍ତି ।ସବୁଠୁ ଅଧିକ କ୍ୟାନ୍ସର ରୋଗୀ କଟକରୁ ଚିହ୍ନଟ ହୋଇଛନ୍ତି । କଟକରୁ ୪୭୭୯ ରୋଗୀ ରହିଛନ୍ତି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରେ ୧୮୭୮, […]
କୋଣାର୍କ ସମୁଦ୍ର ଉପକୂଳରେ ବିରଳ ଅଲିଭ ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଫେବୃୟାରୀ ୨ ତାରିଖ ପର୍ଯ୍ୟନ୍ତ ୧୯ଟି ବସାରେ ସମୁଦାୟ ୨୦୭୭ ଅଣ୍ଡା ସଂଗୃହିତ କରାଯାଇ ଅସ୍ଥାୟୀ ପ୍ରଜନନ କେନ୍ଦ୍ରରେ ରଖାଯାଇଛି । ଏହି ଅଣ୍ଡାଗୁଡିକ ୪ଟି ଅସ୍ଥାୟୀ ପ୍ରଜନନ କେନ୍ଦ୍ରର ସୁରକ୍ଷିତ ଉପାୟରେ ରଖାଯାଇଛି ।ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ସୁରକ୍ଷା ପାଇଁ କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅଧୀନ କଅଁରପୁର, ଚନ୍ଦ୍ରଭାଗା,ଦଶଧାଡିଆ ଓ ରାମଚଣ୍ଡୀ ଅସ୍ଥାୟୀ କଇଁଛ ସୁରକ୍ଷା ଓ ପ୍ରଜନନ […]
ଏଣିକି ହୃଦଘାତ ଆସିବା ପୂର୍ବରୁ ମିଳିବ ଆଗୁଆ ସୂଚନା । ହୃଦଘାତରେ ମଣିଷର ଅମୂଲ୍ୟ ଜୀବନ ରକ୍ଷା କରିବ ‘ହାର୍ଟ ଗାର୍ଡ’ AI ମାସ୍କ ।ଏଭଳି ଅଭିନବ ଡିଭାଇସ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି ରେଭେନ୍ସା ବିଶ୍ଵବିଦ୍ୟାଳୟ ଆଇଟିଏମ ବିଭାଗ ତୃତୀୟ ବର୍ଷର ଝିଅ ଦେବଶ୍ରିତା ଦାସ । ରାଜ୍ୟ ସରକାରଙ୍କ ପାଖରୁ ମିଳିଥିବା ଏକ ଲକ୍ଷ ଟଙ୍କା ଏବଂ ନିଜର ପରିବାର ନିକଟରୁ ପ୍ରାୟ 20 ହଜାର ଟଙ୍କା ବିନିଯୋଗ କରି ଏହି ଡିଭାଇସ ପ୍ରସ୍ତୁତ […]
