ରାଜ୍ୟର ଲକ୍ଷ ଲକ୍ଷ ଭତ୍ତାଧାରୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । ସାଧାରଣତଃ ପ୍ରତିମାସରେ ଭତ୍ତା ପ୍ରଦାନ କରାଯାଉଥିବା ବେଳେ, କେତେକ ବୈଷୟିକ ତ୍ରୁଟି ଏବଂ ବଜେଟ୍ ବ୍ୟବସ୍ଥା ଯୋଗୁଁ ଗତ କିଛି ମାସର ଭତ୍ତା ବାକି ରହିଥିଲା । ଏହାକୁ ଦୃଷ୍ଟିରେ ରଖି ସରକାର ସମସ୍ତ ବକେୟା ରାଶିକୁ ଏକାସଙ୍ଗେ ମଞ୍ଜୁର କରିଛନ୍ତି । ଯେଉଁ ହିତାଧିକାରୀମାନେ ନିୟମିତ ଭାବେ ମଧୁବାବୁ ପେନସନ ଯୋଜନା କିମ୍ବା ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP) […]
ଦେଶରେ ଇନ୍ଧନ ବିକ୍ରୟ ଏବଂ ବଣ୍ଟନ ସମ୍ପର୍କରେ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ଏକ ନୂତନ ବିଜ୍ଞପ୍ତି ଅନୁଯାୟୀ, ଖୁଚୁରା ଦୋକାନରେ ମୋଟର ସ୍ପିରିଟ୍ ଏବଂ ହାଇ-ସ୍ପିଡ୍ ଡିଜେଲ (HSD) ବିକ୍ରୟ ଉପରେ ନୂତନ କଟକଣା ଲାଗୁ କରାଯାଇଛି । କୌଣସି ଯାନ କିମ୍ବା ଗ୍ରାହକ ଗୋଟିଏ ଦିନରେ ପେଟ୍ରୋଲ ପମ୍ପରୁ ୨୦୦ ଲିଟରରୁ ଅଧିକ ହାଇ-ସ୍ପିଡ୍ ଡିଜେଲ କିଣିପାରିବେ ନାହିଁ । ଏହା ସହିତ, ବାଣିଜ୍ୟିକ ଏବଂ ସଂସ୍ଥାଗତ ଗ୍ରାହକମାନଙ୍କୁ […]
ଓଡ଼ିଶା ଛୁଇଁଲା ମୌସୁମୀ। ରାଜ୍ୟରେ ପ୍ରବେଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ରଜ ପୂର୍ବରୁ ଓଡ଼ିଶାକୁ ମୌସୁମୀ ଆଗମନ ହୋଇଛି। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଗୁରୁବାର ଦିନର ସୂଚନାଥିଲା କି ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ପାଗ ଅନୁକୂଳ ରହିଥିଲା । ଆଗାମୀ ୨ ରୁ ୩ ଦିନ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶାର କିଛି ଅଞ୍ଚଳକୁ ଅଗ୍ରସର ହେବାର ସମ୍ଭାବନା ରହିଥିଲା ବୋଲି କହିଛି ପାଣିପାଗ ବିଜ୍ଞାନ […]
ପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଇତିହାସ ରଚିଛନ୍ତି। ସେ ରୁଷିଆନ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ-୨୦୨୬ ବିଜେତା ହୋଇଛନ୍ତି। ପ୍ରଥମ ଭାରତୀୟ ବାଲୁକା ଶିଳ୍ପୀ ଭାବେ ଏହି ଉପଲବ୍ଧି ହାସଲ କରିଛନ୍ତି। ବାଲୁକା କଳା କ୍ଷେତ୍ରରେ ଅତୁଳନୀୟ ଅବଦାନ ଓ ଗ୍ଲୋବାଲ ୱାମିଂକୁ ନେଇ ନିର୍ମାଣ କରିଥିବା ପ୍ରଭାବଶାଳୀ ବାଲୁକା କଳା ପାଇଁ ସୁଦର୍ଶନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। INTERNATIONAL FESTIVAL OF SAND SCULPTUREରେ ୧୨ଟି ଦେଶ ସାମିଲ ହୋଇଥିଲେ।ନିଜ ସଫଳତାକୁ […]
ପ୍ରସିଦ୍ଧ ଶୁଟର ତଥା ଭାରତୀୟ ଅଲିମ୍ପିକ ଷ୍ଟାର ମନୁ ଭାକରଙ୍କ କୋଚ ଜସପାଲ ରାଣାଙ୍କ ଦେହାନ୍ତ ହୋଇଛି। ମ୍ୟୁନିଚ୍ରେ ଅନୁଷ୍ଠିତ ଶୁଟିଂ ବିଶ୍ୱକପ ପରେ ଭାରତ ଫେରିବା ସମୟରେ ସେ ଅସୁସ୍ଥ ହୋଇପଡ଼ିଥିଲେ।ଶୁକ୍ରବାର ଦିଲ୍ଲୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ନିଧନ ହୋଇଛି । ମୃତ୍ୟୁ ବେଳଙ୍କୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା । ଶୁଟିଂକୁ ଅଳବିଦା କରିବା ପରେ ଜଶପାଲ ଦୀର୍ଘଦିନ ଧରି ନୂଆ ଖେଳାଳିଙ୍କୁ କୋଚିଂ ଦେଉଥିଲେ ।ଭାରତ ପାଇଁ ସେ […]
ଜୀବନ ଯୁଦ୍ଧରେ ହାରିଗଲେ ଏମଭି କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆ । ଦୀର୍ଘ ୧ ସପ୍ତାହ ଧରି ଜୀବନ ମରଣ ସହ ସଂଗ୍ରାମ କରିବା ପରେ ଶେଷରେ ଆଖି ବୁଜିଛନ୍ତି ଆଶୁତୋଷ । ତାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିଲା । ଚିକିତ୍ସା ପାଇଁ ବ୍ରହ୍ମପୁରରୁ ଭୁବନେଶ୍ବର ଏମସକୁ ସ୍ଥାନାନ୍ତର କରାଯାଇଥିଲା । ଏମ୍ସର ବର୍ଣ୍ଣ ବିଭାଗରେ ଚାଲିଥିଲା ଚିକିତ୍ସା । ଦୁଇଦିନ ତଳେ ତାଙ୍କର ସ୍ୱାସ୍ଥ୍ୟ ବିଗିଡି ଥିବାରୁ ଭେଣ୍ଟିଲେଟର ରେ ରଖିଥିଲେ ଡାକ୍ତର । […]
ଜଣେ ଅଭିଯୁକ୍ତ ଯଦି ଅଦାଲତଙ୍କ ବାରମ୍ବାର ନୋଟିସ୍ ସତ୍ତେ୍ୱ ହାଜର ହେଉନାହାନ୍ତି ତାହେଲେ ତାଙ୍କୁ ନୋଟିସ୍ କରାଯାଇ ପାରିବ କିମ୍ବା ତାଙ୍କ ବିରୋଧରେ ଜାମିନ ଯୁକ୍ତ ପରୱାନା ଜାରି କରାଯାଇ ପାରିବ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ମତ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଗୌରୀଶଙ୍କର ଶତପଥୀ ଅଭିଯୁକ୍ତ ତ୍ରିନାଥ ଗୁରୁଙ୍କ ବିରୋଧରେ ଜାରି ଏନ୍ବିଡବ୍ଲୁଏକୁ ରଦ୍ଦ କରି ଦେଇଛନ୍ତି ।ମାମଲାର ବିବରଣୀ ଅନୁଯାୟୀ, ଗତ ୨୦୨୬ ମେ ୬ ତାରିଖ […]
ଟ୍ରମ୍ପଙ୍କ ବଡ଼ ଘୋଷଣା । ଇରାନ ଯୁଦ୍ଧର ହେବ ଅନ୍ତ। ଚଳିତ ସପ୍ତାହରେ ୟୁରୋପରେ ସ୍ବାକ୍ଷରିତ ହେବ ‘ଐତିହାସିକ ଚୁକ୍ତି’ । ଇରାନ ସହ ଚାଲିଥିବା ସଂଘର୍ଷର ଅବସାନ ପାଇଁ ଆମେରିକା ବଡ଼ ସଫଳତା ହାସଲ କରିଛି । ଇରାନର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା ପରେ ରାଷ୍ଟ୍ରପତି ଟ୍ରମ୍ପ ଇରାନ ଉପରେ ସାମରିକ ଆକ୍ରମଣ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ କହିଛନ୍ତି ଚୁକ୍ତିନାମା ଉପରେ ଦୁଇ ରାଷ୍ଟ୍ରଙ୍କ ମଧ୍ୟରେ ସହମତି ହୋଇଛି। ଖୁବଶୀଘ୍ର ଏହା […]
୧୨ ଜୁନ୍ ୨୦୨୫ । ଆଜକୁ ବର୍ଷେ ତଳେ ପୁରା ଭାରତର ଛାତି ଥରି ଉଠିଥିଲା । ମନରେ କୋହ ଭରି ଯାଇଥିଲା । କାରଣ ଉଡାଣ ଭରୁ ଭରୁ ଦୁର୍ଘଟଣାର ଶିକାର ହୋଇଥିଲା ଏୟାର ଇଣ୍ଡିଆର ଏଆଇ-୧୭୧ ବିମାନ । ଉଡ଼ାଣ ଭରିବାର ୩୨ ସେକେଣ୍ଡରେ ହିଁ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ଶୁଣାଯାଏ, ଗୋଟିଏ ଛାତିଥରା ଭଏସ୍ । ମେ ଡେ, ମେ ଡେ, ମେ ଡେ… । ଆଉ ତା ପରେ ସବୁ ଶେଷ […]
ଚଳିତ ବର୍ଷ ଓ ଆସନ୍ତା ବର୍ଷର ପାଣିପାଗ ସ୍ଥିତି ପ୍ରାଣଘାତକ ହେବ । ମୌସୁମୀ ବର୍ଷ କମିବ । ଶୀତ ଦିନେ ଶୀତ ଗାଏବ୍ ହୋଇଯିବ । ଆସନ୍ତା ଗ୍ରୀଷ୍ମ ଋତୁ ଜନଜୀବନ ପାଇଁ ବେଶ୍ ଭୟଙ୍କର ପ୍ରାମାଣିତ ହେବ । କାରଣ ପ୍ରଶାନ୍ତ ମହାସାଗରରେ ସକ୍ରିୟ ହୋଇଛି ଜଳବାୟୁ ପ୍ରକ୍ରିୟା ‘ଏଲନିନୋ’ । ଏହା ବିଷୁବରେଖୀୟ ପ୍ରଶାନ୍ତ ମହାସାଗରର ପାଣି ଅସ୍ବାଭାବିକ ଭାବେ ଗରମ ହେବା ସହ ଜଡ଼ିତ ଏକ ପ୍ରାକୃତିକ ଜଳବାୟୁଗତ ଘଟଣା ଅଟେ। […]
ଆଜି ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବରେ ଓଡିଶାବାସୀଙ୍କୁ ନିଜର ଉପଲବ୍ଧି ବଖାଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ବିଜେପି ସରକାର ଗଠନକୁ ଶୁକ୍ରବାର ଦୁଇ ବର୍ଷ ପୂରଣ ହୋଇଛି। ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନର କନ୍ଭେନ୍ସନ ସେଣ୍ଟରଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସରକାରଙ୍କ ଦୁଇବର୍ଷର କାର୍ଯ୍ୟକାରିତା ସମ୍ପର୍କରେ ରିପୋର୍ଟ ଉପସ୍ଥାପନ କରିବେ। ଏହାପରେ ଅପରାହ୍ନ ୪ ଟାରେ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବାକୁ ଥିବା […]
ମେଷ : ଆଜି କୋର୍ଟ-କଚେରୀ ବିଷୟରେ ନ ପଡ଼ିବା ଉତ୍ତମ ହେବ। ମଧ୍ୟାହ୍ନ ପରେ ଆପଣ ଭଲ ଅନୁଭବ କରିବେ। ପରିବାରରେ ସୁଖ-ଶାନ୍ତି ରହିବ।କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରି ପାରିବେ। ବୃଷ : ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର […]
