ସରକାରୀ କର୍ମଚାରୀଙ୍କ ପୋଷ୍ଟିଂ ଅର୍ଡର ବିଳମ୍ବକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ଠାରୁ ଆଦାୟ କରାଯିବ ନିଷ୍କ୍ରିୟ ବେତନ । ବିଳମ୍ବ ଯୋଗୁଁ ଯେଉଁ ବେତନ ଅପଚୟ ହେବ ତାହା ସଂପୃକ୍ତ ଅଧିକାରୀ ଦେବେ । ଏନେଇ ସର୍କୁଲାର ଜାରି କରି ସଚିବମାନଙ୍କୁ ନିର୍ଦ୍ଦେଶ ଦେଲା ଅର୍ଥ ବିଭାଗ । ୧୨୦ ଦିନ ଓ ୬ ମାସରୁ ଅଧିକ ସମୟ ବୃଦ୍ଧି ପ୍ରସ୍ତାବକୁ ମନା କଲେ ସରକାର […]
ଆଜି ବି ସକାଳୁ ସକାଳୁ ତେଲ ଟାଙ୍କିରେ ପ୍ରବଳ ଭିଡ଼। ଭୋରରୁ ପେଟ୍ରୋଲ ଟାଙ୍କି ଲୋକଙ୍କ ଭିଡ଼ ଜମିଛି । ସାରା ରାଜ୍ୟରେ ତେଲ ପାଇଁ ହାହାକାର । ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ପ୍ରବଳ ଭିଡ଼ । ଘଣ୍ଟା ଘଣ୍ଟା ଧରି ଗାଡ଼ି ଧରି ଛିଡ଼ା ହେଉଛନ୍ତି ଲୋକେ ।ଭୁବନେଶ୍ୱର ଏବଂ କଟକର ବିଭିନ୍ନ ପେଟ୍ରୋଲ ପମ୍ପରେ ଏପରି ପରିସ୍ଥିତି ଦେଖିବାକୁ ମିଳୁଛି। କେତେକ ସ୍ଥାନରେ ପେଟ୍ରୋଲ ପମ୍ପ ବନ୍ଦ ହୋଇଯାଇଥିବା ମଧ୍ୟ ସୂଚନା ମିଳିଛି। […]
ଚିଲିକା ମଝିରେ ବୋଟରୁ ସରିଗଲା ତେଲ । ଟାପୁରେ ଫସିରହିଲେ ୧୦୦ରୁ ଅଧିକ ମତ୍ସ୍ୟଜୀବୀ । ପୁରୀ କୋଣାର୍କ ଅଞ୍ଚଳରୁ ଯାଇଥିବା ୪୦ରୁ ଅଧିକ ଡଙ୍ଗାରେ ୧୦୦ରୁ ଅଧିକ ମତ୍ସ୍ୟଜୀବୀ ଫସିରହିଛନ୍ତି । ଚିଲିକା ଭିତରେ ଥିବା ଛୋଟ ଛୋଟ ଟାପୁରେ ଆଶ୍ରୟ ନେଇଥିବା ଜଣାପଡ଼ିଛି ।ଚିଲିକା ଭିତରେ କଣାସ ଅଞ୍ଚଳରୁ ପ୍ରାୟ ୪୦ ଟି ଡଙ୍ଗା ଓ ସେଥିରେ କାମ କରୁଥିବା ୧୦୦ରୁ ଅଧିକ ମତ୍ସ୍ୟଜୀବୀ ଏବେ ଚିନ୍ତାରେ । ତେଲ ଶେଷ ହୋଇଯାଇଥିବା ଚିଲିକା […]
ୱାସିଂଟନ ଡିସିରେ ଆଉ ଏକ ପର୍ଯ୍ୟାୟ ଆଲୋଚନା ପରେ ଇସ୍ରାଏଲ ଏବଂ ଲେବାନନ ୪୫ ଦିନ ପାଇଁ ଅସ୍ତ୍ରବିରତି ସମୟ ସୀମା ବୃଦ୍ଧି କରିବାକୁ ରାଜି ହୋଇଛନ୍ତି। ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ଟମି ପିଗଟ୍ କହିଛନ୍ତି ଯେ, ଏହା ଦୁଇଟି ଫଳପ୍ରଦ ଦିନର ଆଲୋଚନା ପରେ ହୋଇଛି ଏବଂ ଏହା ପରେ ଜୁନ୍ ୨-୩ ତାରିଖରେ ପୁଣି ଆଲୋଚନା ହେବ। ଏହି ଆଲୋଚନାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ଥିଲା ଯେ ଆତଙ୍କବାଦୀ ଗୋଷ୍ଠୀ ହିଜବୋଲାର କଡ଼ା […]
ଆଜି ସାବିତ୍ରୀ ବ୍ରତ। ଜ୍ୟେଷ୍ଠ ଅମାବାସ୍ୟାକୁ ସାବିତ୍ରୀ ଅମାବାସ୍ୟା ବୋଲି ବି କୁହାଯାଇଥାଏ । ଏହି ତିଥିରେ ପାଳିତ ହୋଇଥାଏ ସାବିତ୍ରୀ ବ୍ରତ। ଏଥିଲାଗି ସାରା ଓଡ଼ିଶାରେ ସଧବା ହିନ୍ଦୁ ନାରୀମାନେ ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ।ଚନ୍ଦ୍ରମାସ ଅନୁସାରେ, ଜ୍ୟେଷ୍ଠ ମାସର କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ସାବିତ୍ରୀ ବ୍ରତ ପାଳନ କରାଯାଏ। ଏହାକୁ ‘ସାବିତ୍ରୀ ଅମାବାସ୍ୟା’ ମଧ୍ୟ କୁହାଯାଏ। ଏହି ବ୍ରତ ସହ ମହାଭାରତର ମହାସତୀ ସାବିତ୍ରୀ ଓ ସତ୍ୟବାନଙ୍କ […]
ମେଷ:-ଅନେକ ଦିନରୁ ଚେଷ୍ଟା କରୁଥିବା କାମରେ ଆଜି ସଫଳତା ମିଳିବ।ସାହସିକ ପଦକ୍ଷେପ ନେଇ ପ୍ରସଂସିତ ହେବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍ ଦୃଷ୍ଟିକୋଣରୁ ବିଚାର କରି କ୍ଷୁବ୍ଧ ହୋଇପାରନ୍ତି। ବୃଷ:-ଆଜି ଧାର୍ମିକ ଅନୁଷ୍ଠାନରେ କିମ୍ବା ବନ୍ଧୁବର୍ଗଙ୍କ ସକାଶେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଭ୍ରମଣ ହେତୁ ମନ ପ୍ରଫୁଲ୍ଲ ରହିବ। ଏକ ନୂତନ ପରିବେଶ ମଧ୍ୟରେ ମିତ୍ରତା ବନ୍ଧନରେ ଆବଦ୍ଧ । […]
ତେଲ ଦର ବଢିବା ପରେ ରାଜ୍ୟରେ ବଢିଲା ଘରୋଇ ବସ ଭଡା । ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡ଼ା କିଲୋମିଟର ପିଛା ୨ ପଇସା ବଢ଼ିଲା । ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୪ ପଇସା ବଢ଼ିଛି । ସେପରି ସୁପର ଡିଲକ୍ସ ବସ୍ ଭଡ଼ାରେ ସର୍ବାଧିକ ୬ ପଇସା ବୃଦ୍ଧି ହୋଇଛି । ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ସ୍ବୟଂକ୍ରିୟ ପଦ୍ଧତି […]
ଆସନ୍ତା ମଇ ୧୮ ଓ ୨୫ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ “ଜନ ଅଭିଯୋଗ ଶୁଣାଣି” କାର୍ଯ୍ୟକ୍ରମ ବନ୍ଦ ରହିବ । ପ୍ରଚଣ୍ଡ ରୌଦ୍ର ତାପ ଯୋଗୁଁ ଆସନ୍ତା ସୋମବାର ମଇ ୧୮ ତାରିଖ ଓ ପରବର୍ତ୍ତୀ ସୋମବାର ମଇ ୨୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ | ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ । ଏ ସଂପର୍କରେ ସାଧାରଣ ପ୍ରଶାସନ ଓ […]
ଆଉ କାମ ଦିନ ରହିଲା ରଥ ଯାତ୍ରା | ତେବେ ଏହି ରଥଯାତ୍ରା ସମୟରେ ଯାଞ୍ଚ ହେବ ଖାଦ୍ୟର ମାନ । ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ବୈଠକ ପରେ ଜିଲ୍ଲାପାଳଙ୍କ ସୂଚନା । ବାହୁଡାରେ ଫୁଡ ଇନ୍ସପେକ୍ଟରଙ୍କ ଦ୍ୱାରା ଖାଦ୍ୟର ବର୍ଷା ସମ୍ଭାବନା ଥିବାରୁ ଖାଦ୍ୟର ଖାଦ୍ୟ ବଣ୍ଟନ ବେଳେ ସତର୍କ ରହିବାକୁ ପଡିବ । ରଥଯାତ୍ରା ଦିନ ଶ୍ରୀମନ୍ଦିରରୁ ମାର୍କେଟ ଛକ ଯାଏଁ ରନ୍ଧା ଖାଦ୍ୟ ବଣ୍ଟା ଯିବନି । ବାହୁଡାରେ ଗୁଣ୍ଡିଚାରେ ଗୁଣ୍ଡିଚା ମନ୍ଦିରରୁ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ(ଓଲଷ୍ଟା), କଟକର ୩୨ ତମ ରାଜ୍ୟସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ଓ ଶିକ୍ଷକ ଗୌରବ ବନମାଳୀ ବ୍ରହ୍ମଚାରୀଙ୍କ ୩୭ ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଆସନ୍ତା ୫ ଓ ୬ ତାରିଖ ଦୁଇଦିନ ଧରି ‘ପଠାଣି ସାମନ୍ତ ସଂସ୍କୃତି ଭବନ’ ନୟାଗଡ଼ଠାରେ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ କାର୍ଯ୍ୟରତ ପ୍ରାୟ ୧ ହଜାରରୁ ୧୨ଶହ ଶିକ୍ଷକ ପ୍ରତିନିଧି ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ଏହି […]
ସରିଲା ପରିବହନ ଆୟୁକ୍ତଙ୍କ ବୈଠକ । ବନ୍ଦ ହେବନାହିଁ ଯାତ୍ରୀ ପରିବହନ ଏବଂ ଟ୍ରକ ଚଳାଚଳ। ତେବେ ଏଭଳି ସ୍ଥିତିରେ ରାଜ୍ୟରେ ଯେପରି ଯାତ୍ରୀ ପରିବହନ ପ୍ରଭାବିତ ହେବନାହିଁ, ସେ ଦୃଷ୍ଟିରୁ ପ୍ରତ୍ୟେକ ଜିଲ୍ଲାରେ ୨ଟି ଲେଖାଏଁ ପେଟ୍ରୋଲ ପମ୍ପ ରିଜର୍ଭ ରଖିବାକୁ ନିଷ୍ପତ୍ତି ହୋଇଛି । ଯାହାକୁ ଘରୋଇ ବସ୍ ମାଲିକ ସଙ୍ଘ ସ୍ୱାଗତ କରିଛି ।ରାତ୍ରୀକାଳୀନ ବସ ପାଇଁ ତେଲ ମିଳିବାର ପ୍ରତିଶ୍ରୁତି ମିଳିଛି। ବୈଠକ ପରେ ଟ୍ରକ ମାଲିକ ମହାସଂଘର ପ୍ରତିକ୍ରିୟା ରଖି […]
ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି । ସମୁଦାୟ ମହଙ୍ଗା ଭତ୍ତା ୫୮ ରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଲା । ପିଛଲା ଭାବେ ୨୦୨୬ ଜାନୁଆରୀରୁ ଲାଗୁ ହେବ । ପେନସନ୍ଭୋଗୀଙ୍କ ଟି.ଆଇ.ରେ ମଧ୍ୟ ବୃଦ୍ଧି ।ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ମେ ମାସ ଦରମାରେ ନଗଦ ଆକାରରେ ମିଳିବ। ଏହା ଦ୍ୱାରା ରାଜ୍ୟର ପ୍ରାୟ ସାଢେ ଆଠ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀ ଉପକୃତ ହେବେ।
