author

ଏବେ ସରକାରୀ ବସ୍‌ରେ ଯିବା ଆସିବା କରିବେ ପରିବହନ ମନ୍ତ୍ରୀ

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ ପରେ ଅଧିକ ଇଭି ବ୍ୟବହାର ପାଇଁ ଅପିଲ୍ କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଇଭି ପାଇଁ ସବସିଡ୍ ୨୦୨୮ ଯାଏଁ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଥା ମାନି ତେଲ କମ୍ ବ୍ୟବହାର କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନିଜେ ବ୍ୟବହାର କରୁଥିବା କନଭୟ ବା ସୁରକ୍ଷା ଯାନବାହାନ ସଂଖ୍ୟା ଯଥେଷ୍ଟ ସୀମିତ କରିଦେଇଛନ୍ତି । ନିଜ ସୁରକ୍ଷାରେ ନିୟୋଜିତ ଗାଡ଼ିକୁ […]

ଆସ୍ଥା ଭୋଟରେ ଜିତିଲେ ମୁଖ୍ୟମନ୍ତ୍ରୀ ବିଜୟ

ତାମିଲନାଡ଼ୁରେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ନେତୃତ୍ବାଧୀନ ଟିଭିକେ ବୁଧବାର ବିଧାନସଭାରେ ବହୁମତ ପ୍ରମାଣିତ କରିଛି। ଗୃହରେ ଟିଭିକେ ସପକ୍ଷରେ ୧୪୪ ଭୋଟ ପଡ଼ିଥିବାବେଳେ, ୨୨ଟି ଭୋଟ ବିରୋଧରେ ପଡ଼ିଥିଲା। କଂଗ୍ରେସ, ସିପିଆଇ(ଏମ୍), ଭିସିକେ ଏବଂ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (ଆଇୟୁଏମଏଲ) ଆସ୍ଥା ଭୋଟରେ ବିଜୟଙ୍କ ନେତୃତ୍ୱାଧୀନ ସରକାରଙ୍କୁ ସମର୍ଥନ କରିଥିଲେ। କଂଗ୍ରେସ ଏହାର ପାଞ୍ଚ ବିଧାୟକଙ୍କ ସହିତ ସରକାରଙ୍କୁ ସମର୍ଥନ କରିଥିବା ବେଳେ, ସିପିଆଇ(ଏମ୍), ଭିସିକେ ଏବଂ ଆଇୟୁଏମଏଲ ଦୁଇଜଣ ଲେଖାଏଁ ବିଧାୟକ ଯୋଗଦାନ କରିଥିଲେ। ବହିଷ୍କୃତ […]

ଇନ୍ଧନ ସଙ୍କଟର ମୁକାବିଲା ନିଜଠାରୁ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ: କନ୍‌ଭୟକୁ ଅଧାକୁ ହ୍ରାସ କଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦକ୍ଷେପ ଅନୁଯାୟୀ, ତାଙ୍କ ସରକାରୀ କାରଗେଡ ଗାଡ଼ି ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। ପଶ୍ଚିମ ଏସିଆର ସଙ୍କଟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ଦେଶର ନାଗରିକଙ୍କୁ ନିବେଦନ କରିଥିଲେ। ନିଜେ ନେତୃତ୍ୱ ନେଇ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବରେ ଏହି ଆବେଦନକୁ କାର୍ଯ୍ୟକାରୀ କରିଛନ୍ତି । ସେ ତାଙ୍କ କନ୍‌ଭୟରେ ଗାଡ଼ି ସଂଖ୍ୟା ୫୦ ପ୍ରତିଶତ ହ୍ରାସ କରିବାକୁ ଏସ୍‌ପିଜିକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଇଲେକ୍ଟ୍ରିକ୍ ଯାନ ବ୍ୟବହାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। […]

କଣ୍ଟାବାଞ୍ଜି ପୁର୍ବ ବିଧାୟକ ଆୟୁବ ଖାନଙ୍କ ଵିୟୋଗ। ଦୁଃଖ ପ୍ରକାଶ କଲେ ନବିନ 

କଣ୍ଟାବାଞ୍ଜି ପୁର୍ବତନ ବିଧାୟକ ଆୟୁବ ଖାନଙ୍କ ଵିୟୋଗ । କଣ୍ଟାବାଞ୍ଜି ସ୍ଥିତ ନିଜ ବାସ ଭବନ ଠାରେ ତାଙ୍କର ମୃତ୍ୟ ହୋଇଛି । ମୃତ୍ୟୁ ସମୟରେ ତାଙ୍କୁ ୭୮ବୟସ ହୋଇଥିଲା । ଅନେକ ଦିନ ହେଲା ସେ ଅସୁସ୍ଥ ରହିଥିଲେ । ଗତ ବିଜେଡି ସରକାର ସମୟରେ ସେ ଦୁଇ ଥର ବିଧାୟକ ଥିଲେ। ଆୟୁବ ଖାନ ନୂଆପଡ଼ା ଓ କଣ୍ଟାବାଞ୍ଜି ଅଞ୍ଚଳରେ ବିଜୁ ଜନତା ଦଳର ସଂଗଠନକୁ ମଜଭୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। […]

ମୁଲାୟମ ସିଂହ ଯାଦବଙ୍କ ପୁଅ ପ୍ରତୀକ ଯାଦବଙ୍କ ଦେହାନ୍ତ

ଆଜି ସମାଜବାଦୀ ପାର୍ଟିକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ପୁଅ ପ୍ରତୀକ ଯାଦବଙ୍କର ଦେହାନ୍ତ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ୩୮ ବର୍ଷ ବୟସ ହୋଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ସିଭିଲ୍ ହସ୍ପିଟାଲକୁ ନିଆଯାଇଥିଲା କିନ୍ତୁ ସେ ସେଠାରେ ପହଞ୍ଚିବା ପୂର୍ବରୁ ହିଁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ପ୍ରତୀକ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ଏବଂ ଅପର୍ଣ୍ଣା ଯାଦବଙ୍କ ସ୍ୱାମୀ ଥିଲେ। ଅପର୍ଣ୍ଣା ଯାଦବ […]

ଟଳିଲା ବଡ ଅଘଟଣ: ବାରାମତୀରେ ବିମାନ କ୍ରାସ୍, ପାଇଲଟ୍ ସୁରକ୍ଷିତ

ମହାରାଷ୍ଟ୍ରର ବାରାମତୀରେ ଏକ ବଡ଼ ବିମାନ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ ତାଲିମ ପାଇଁ ବ୍ୟବହୃତ ବିମାନଟି ବାରାମତୀର ଗୋଜୁବାବି ଗାଁରେ ଦୁର୍ଘଟଣାଗ୍ରସ୍ତ ହୋଇଛି।୨ ସିଟ୍ ବିଶିଷ୍ଟ ଟ୍ରେନିଂ ଏୟାରକ୍ରାପ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ରେଡ୍ ବୋର୍ଡ ଏଭିଏସନ ଏକାଡେମୀର ହୋଇଥିବା ସୂଚନା ମିଳିଛି। ପ୍ଲେନ୍ କ୍ରାସ୍‌ ର କାରଣ ଅସ୍ପଷ୍ଟ ରହିଛି। କୌଣସି ମୃତାହତ ହୋଇନଥିବା ଖବର ରହିଛି।ଅଜିତ ପାୱାରଙ୍କ ବିମାନ ମଧ୍ୟ ପୂର୍ବରୁ ସେଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ସ୍ଥାନୀୟ ଲୋକମାନେ ବିମାନଟିକୁ […]

ସୁନା ଏବଂ ରୂପା ଉପରେ ଆମଦାନୀ ଶୁଳ୍କ ୬% ରୁ ୧୫% ବୃଦ୍ଧି ପରେ ବଢିଲା ଦାମ୍ 

ଆମଦାନୀ ଶୁଳ୍କ ବୃଦ୍ଧି ପରେ ଦେଶରେ ହାଇଜମ୍ପ ମାରିଛି ସୁନା ଦର। ୨୪ କ୍ୟାରେଟ ସୁନାଦର ଏକାଥରକେ ୧୩,୯୧୦ ଟଙ୍କା ବୃଦ୍ଧି ପାଇଛି। ୨୪ କ୍ୟାରେଟ ସୁନାଦର ୧ଲକ୍ଷ ୬୭ ହଜାର ୮୯୦ ଟଙ୍କା ହୋଇଛି। ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧୨,୭୫୦ ଟଙ୍କା ବୃଦ୍ଧି ପାଇଛି। ୨୨ କ୍ୟାରେଟ ସୁନା ଦର ହେଲା ୧ଲକ୍ଷ ୫୩ ହଜାର ୯୦୦ ଟଙ୍କା ହୋଇଛି।, ରୂପା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁର ଆମଦାନୀ ଉପରେ […]

ସୌମ୍ୟରଞ୍ଜନ ହତ୍ୟାର ନୂଆ ଭିଡିଓ ପ୍ରମାଣ,୩ ଦିନରେ ପୋଲିସର ଭୁଲ୍ ଦେଖି କ୍ରାଇମ୍‌ବ୍ରାଞ୍ଚ ଜଳକା

GRP କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ୩ ଦିନ ତଦନ୍ତରେ କ୍ରାଇମବ୍ରାଞ୍ଚ କମିଶନରେଟ୍ ପୁଲିସ୍ ଭୁବନେଶ୍ୱର ୟୁପିଡିର ମାଳ ମାଳ ତ୍ରୁଟି ଧରିଛି।ତଦନ୍ତ ଯେମିତି ଆଗକୁ ବଢ଼ୁଛି, କମିଶନରେଟ୍ ପୋଲିସର ଗୋଟିଏ ପରେ ଗୋଟିଏ ଭୁଲ୍ ପଦାକୁ ଆସୁଛି । ତେବେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଭିଡିଓ । ଆରମ୍ଭରୁ ଶେଷ ଯାଏ ରହିଛି ପୁରା ଘଟଣା । ଭିଡିଓ ଆଧାରରେ ଅଭିଯୁକ୍ତ ଚିହ୍ନଟ କରାଯାଇଛି । ପୋଲିସ ପହଞ୍ଚିବା ପୁର୍ବରୁ […]

ଆଜିର ରାଶିଫଳ(୧୩ ମଇ, ୨୦୨୬)

ମେଷ: ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ସୁଯୋଗ ମିଳିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲ ରହିବ।ସ୍ନେହୀଜନ ମାନଙ୍କଠାରୁ ଶୁଭ ସମାଚାର ମିଳିପାରେ। ବୃଷ: ଆଜି ଆପଣଙ୍କ ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ହେବ। […]

ବିବାହର ୪ ବର୍ଷ ପରେ ପରସ୍ପରକୁ ଅନଫଲୋ କଲେ ମୌନି ରୟ ଏବଂ ସୁରଜ

ଗ୍ଲାମର ଇଣ୍ଡଷ୍ଟ୍ରିରେ ସମ୍ପର୍କ ଗଢ଼ିବା ଏବଂ ଭାଙ୍ଗିବା ଏକ ସାଧାରଣ ଘଟଣା। ଏବେ ଆଉ ଏକ ଦମ୍ପତିଙ୍କ ବିଚ୍ଛେଦକୁ ନେଇ ଗୁଜବ ଘୁରି ବୁଲୁଛି। ଅଭିନେତ୍ରୀ ମୌନି ରୟ ଏବଂ ସୂରଜ ନାମ୍ବିଆର ସୋସିଆଲ ମିଡିଆରେ ପରସ୍ପରକୁ ଅନଫଲୋ କରିଛନ୍ତି।ଯେଉଁଥି ପାଇଁ ଫ୍ୟାନ୍ସ ସେମାନଙ୍କ ଛାଡପତ୍ର ନେଇ ଆକଳନ କରୁଛନ୍ତି ।ଦୁହେଁ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ଭାବେ କୌଣସି କଥା କହିନାହାନ୍ତି । ହେଲେ ଦମ୍ପତି ଦୁହେଁ ସୋସିଆଲ ମିଡିଆରେ ଫଟୋ ଡିଲିଟ୍ କରିବା ପରେ ଫ୍ୟାନ୍ସ […]

NEET-UG ପେପର ଲିକ୍ ଘଟଣାକୁ ନବୀନ ପଟ୍ଟନାୟକଙ୍କ ନିନ୍ଦା

ପେପର ଲିକ୍ ରିପୋର୍ଟ ପରେ ଓଡ଼ିଶା ବିରୋଧୀ ଦଳ ନେତା ତଥା  ବିଜୁ ଜନତା ଦଳ (BJD) ସଭାପତି ନବୀନ ପଟ୍ଟନାୟକ ଆଜି NEET-UG 2026 ବାତିଲକୁ ନିନ୍ଦା କରିଛନ୍ତି ଏବଂ ଏହାକୁ ଆମ ପରୀକ୍ଷା ବ୍ୟବସ୍ଥାରେ ଛାତ୍ରଛାତ୍ରୀମାନଙ୍କ ବିଶ୍ୱାସ ପ୍ରତି ଏକ ଗଭୀର ଆଘାତ ବୋଲି କହିଛନ୍ତି ।  NEET ପ୍ରଶ୍ନପତ୍ର ଲିକ୍ ପ୍ରଥମ ଥର ନୁହେଁ, ପୂର୍ବରୁ ବି ହୋଇଛି । ଏହି ଲିକ୍ ପରିଶ୍ରମୀ ପରୀକ୍ଷାର୍ଥୀ ଯେଉଁମାନ ରାତାରାତି ଅନିଦ୍ରା ରହି ପାଠ […]

ନାବାଳିକା ଅଶ୍ଳୀଳ ଭିଡିଓ ଭାଇରାଲ୍ ମାମଲା: ୨ ଅଭିଯୁକ୍ତଙ୍କୁ ୫ ବର୍ଷ ଲେଖାଏଁ ଜେଲ୍

ଜଣେ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ କରିବା ଏବଂ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଭଳି ଏକ ସମ୍ବେଦନଶୀଳ ମାମଲାରେ ବାରିପଦା ସ୍ଥିତ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।୨ ଅଭିଯୁକ୍ତଙ୍କୁ ୫ ବର୍ଷ ଲେଖାଏଁ କାରାଦଣ୍ଡ ଶୁଣାଣି ହୋଇଛି  । ଏଥି ସହିତ ୫ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଏବଂ ଅନାଦେୟ ୨ ବର୍ଷ ଅଧିକ ଜେଲଦଣ୍ଡ । ଅଭିଯୁକ୍ତ ଦ୍ୱୟ ହେଲେ ବାଲେଶ୍ୱର ଜିଲ୍ଲା କୁଣ୍ଡିଆ ଗାଁର ଦିନେଶ କୁମାର […]