ଜଣେ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ କରିବା ଏବଂ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଭଳି ଏକ ସମ୍ବେଦନଶୀଳ ମାମଲାରେ ବାରିପଦା ସ୍ଥିତ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।୨ ଅଭିଯୁକ୍ତଙ୍କୁ ୫ ବର୍ଷ ଲେଖାଏଁ କାରାଦଣ୍ଡ ଶୁଣାଣି ହୋଇଛି । ଏଥି ସହିତ ୫ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଏବଂ ଅନାଦେୟ ୨ ବର୍ଷ ଅଧିକ ଜେଲଦଣ୍ଡ । ଅଭିଯୁକ୍ତ ଦ୍ୱୟ ହେଲେ ବାଲେଶ୍ୱର ଜିଲ୍ଲା କୁଣ୍ଡିଆ ଗାଁର ଦିନେଶ କୁମାର […]
ନୟାଗଡ଼,(ଓଡିଶା ଦର୍ପଣ): ସାରା ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ । ପୁଲିସ ପ୍ରତି ଲୋକଙ୍କ ମନରେ ଭୟ ନାହିଁ । ଥାନାରେ ବିଜେପି କର୍ମୀଙ୍କ ଦବଦବା । ସାଧାରଣ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ । ଏଭଳି ପ୍ରସଙ୍ଗ ନେଇ ଆଜି ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ବିଷୋଦଗାର କରିଛନ୍ତି ବିଜେଡି ନେତା । ନୟାଗଡ଼ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ରାଜ୍ୟର ବିଭିନ୍ନ ପ୍ରସଙ୍ଗ […]
ତାମିଲନାଡ଼ୁ ରାଜନୀତିରେ ଏବେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି । ଅଭିନେତାରୁ ଜନନେତା ପାଲଟିଥିବା ଥଲାପତି ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏବେ ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ କରିବା ଆରମ୍ଭ କରିଛନ୍ତି । ନିଜର ବ୍ୟକ୍ତିଗତ ଜ୍ୟୋତିଷ ରାଧନ ପଣ୍ଡିତ ଭେଟ୍ରିଭେଲଙ୍କୁ ତାମିଲନାଡୁ ସରକାରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ କରିଛନ୍ତି ବିଜୟ । ବିଜୟ ରାଧନ ପଣ୍ଡିତଙ୍କୁ ଓଏସଡି ପଦବୀରେ ନିଯୁକ୍ତି ଦେଇଛନ୍ତି । ରାଧନ ପଣ୍ଡିଜ ବିଜୟଙ୍କ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁନା କିଣିବାକୁ ଲୋକଙ୍କୁ ନିବେଦନ କରିବା ସତ୍ତ୍ୱେ , ଆଜି ମେ ୧୨ ତାରିଖରେ ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି । ଇଣ୍ଡିଆ ବୁଲିଅନ ଆଣ୍ଡ ଜୁଏଲର୍ସ ଆସୋସିଏସନ ଅନୁଯାୟୀ, ଏକ କିଲୋଗ୍ରାମ ରୂପାର ମୂଲ୍ୟ ୧୧ ହଜାର ୬୨୦ ବୃଦ୍ଧି ପାଇ ୨ ୬୭ ହଜାର ୮୨୦ ଟଙ୍କା ହୋଇଛି । ପୂର୍ବରୁ ସୋମବାର ଏହାର ମୂଲ୍ୟ କିଲୋଗ୍ରାମ ପ୍ରତି ୨ ଲକ୍ଷ ୫୬ ହଜାର ଥିଲା । […]
ତାମିଲନାଡୁ ରାଜନୀତି ତୀବ୍ର ଆଲୋଚନାର ବିଷୟ। ଗୋଟିଏ ପଟେ ଅଭିନେତା ବିଜୟ ପ୍ରଥମ ଥର ପାଇଁ ରାଜନୈତିକ କ୍ଷେତ୍ରରେ ପ୍ରବେଶ କରି ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଅନ୍ୟପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ବୟାନ ଦେଇଛନ୍ତି।ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ମଙ୍ଗଳବାର ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ଯେ, ଗତ ଥର ଯେତେବେଳେ ଉଦୟନିଧି ସନାତନ ଧର୍ମକୁ ନିଚିହ୍ନ କରିବା ବିଷୟରେ କହିଥିଲେ, କୋର୍ଟ ଏହାକୁ ଘୃଣା ଭାଷଣ ବୋଲି […]
ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଯାଇଛି ବୋଲି ଅଭିଯୋଗ କରିଛି ବିଜୁ ଜନତା ଦଳ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ବିଜେପି ଦଳ କ୍ଷମତାସୀନ ହେବା ପରଠାରୁ ସର୍ବସାଧାରଣରେ ପୋଲିସ କର୍ମୀଙ୍କ ସହ ନିରୀହ ଲୋକଙ୍କୁ ହତ୍ୟା, ରାହାଜାନୀ, ଅରାଜକତା, ବର୍ବରତା, ଧର୍ଷଣ ଓ ଲୁଣ୍ଠନ ଆଦି ଘଟଣା ବହୁମାତ୍ରାରେ ବୃଦ୍ଧି ପାଇଛି । ତେବେ ଏହାକୁ ବିରୋଧ କରି ରାଜ୍ୟର ମୁଖ୍ୟ ବିରୋଧୀ ଦଳ ହିସାବରେ ବିଜେଡି ଆସନ୍ତା ୧୪ ତାରିଖ ଦିନ କଟକ ଜିଲ୍ଲା […]
ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଏବେ ଓଡ଼ିଶାର ପେଟ୍ରୋଲ ପମ୍ପଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଓ ଡିଜେଲର ଯୋଗାଣ କମିଥିବା ଅଭିଯୋଗ ଆସୁଛି। କେତେକ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ ଲାଗିଥିବା ବେଳେ, ଆଉ କେତେକ ସ୍ଥାନରେ ଗାଡ଼ିଚାଳକଙ୍କୁ ନିର୍ଦ୍ଧାରିତ ପରିମାଣରେ ମାତ୍ର ତେଲ ଦିଆଯାଉଛି। ବାଇକ ପିଛା ଦୁଇ ଶହ ଟଙ୍କା ଏବଂ କାର ପିଛା ହଜାରେ ଟଙ୍କାର ତେଲ ଦିଆଯାଉଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। […]
ଅଜୟ ପାଲ ଶର୍ମା ହେଉଛନ୍ତି ୟୁପି (ଉତ୍ତର ପ୍ରଦେଶ) କ୍ୟାଡରର ଜଣେ ବିବାଦୀୟ ଆଇପିଏସ୍ (IPS) ଅଧିକାରୀ, ଯିଏକି ପଶ୍ଚିମବଙ୍ଗ ନିର୍ବାଚନ ଡ୍ୟୁଟି ସମୟରେ ଟିଏମସି (TMC) ନେତାଙ୍କୁ ଚେତାବନୀ ଦେଇ ଚର୍ଚ୍ଚାରେ ଥିଲେ। ସେ ପୋଲିସ୍ ପର୍ଯ୍ୟବେକ୍ଷକ ଭାବରେ ଦକ୍ଷିଣ ୨୪ ପ୍ରଗନା ଜିଲ୍ଲାରେ ନିୟୋଜିତ ଥିଲେ। ତେବେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି କରିଛନ୍ତି ଯେ ଆଇପିଏସ ଅଧିକାରୀ ଅଜୟ ପାଲ ଶର୍ମାଙ୍କୁ ଆଗାମୀ ପାଞ୍ଚ ବର୍ଷ ପାଇଁ ଡେପୁଟେସନରେ ପଶ୍ଚିମବଙ୍ଗକୁ ସ୍ଥାନାନ୍ତର […]
ଅଭିଯୁକ୍ତଙ୍କୁ ଗିରଫ କରାଯିବାର ୨୪ ଘଣ୍ଟା ମଧ୍ୟରେ ନିକଟତମ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରିବା ସାମ୍ବିଧାନିକ ତଥା ବାଧ୍ୟତାମୂଳକ । ଅନ୍ୟ ରାଜ୍ୟରୁ ଗିରଫ ହୋଇଥିଲେ ମଧ୍ୟ ପୁଲିସ ଏହି ପ୍ରକ୍ରିୟାକୁ ଏଡ଼ାଇପାରିବ ନାହିଁ । ଏକ ଜାମିନ୍ ଆବେଦନର ଶୁଣାଣି ବେଳେ ହାଇକୋର୍ଟର ବିଚାରପତି ଜଷ୍ଟିସ ଗୌରୀଶଙ୍କର ଶତପଥୀ ଏଭଳି ମତବ୍ୟକ୍ତ କରିବା ସହ ଅଭିଯୁକ୍ତକୁ ଜାମିନ ପ୍ରଦାନ କରିଛନ୍ତି । ଏଭଳି ଗିରଫଦାରୀ ବେଳେ ପୁଲିସକୁ ଏଣିକି କେତେକ ନିର୍ଦ୍ଦିଷ୍ଟ ନିୟମ ପାଳନ କରିବାକୁ […]
ଆସନ୍ତା ୧୮ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶା ଆସିବେ । ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିବେ ନୀତିନ ନବୀନ । ରାଜ୍ୟ ମୁଖ୍ୟାଳୟରେ ଜିଲ୍ଳାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବେ।ନୀତିନ ନବୀନଙ୍କ ଏହି ଗସ୍ତ ବେଶ୍ ଗୁରୁତ୍ବ ବହନ କରୁଛି। ନୀତିନଙ୍କ ସ୍ବାଗତ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି ରାଜ୍ୟ ବିଜେପି। ତେବେ ନୀତିନ ନବୀନଙ୍କ ଗସ୍ତକୁ ନେଇ ମଙ୍ଗଳବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ ବଡ଼ ବୈଠକ।
ଦେଶର ସର୍ବବୃହତ ଡାକ୍ତରୀ ପ୍ରବେଶିକା ପରୀକ୍ଷା, NEET UG 2026 ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। NEET UG ୨୦୨୬ ପରୀକ୍ଷା ବାତିଲ ହୋଇଛି । ପରୀକ୍ଷା ବାତିଲା କଲା ଏନଟିଏ । ପ୍ରଶ୍ନପତ୍ର ଲିକ୍ ନେଇ ଏନଟିଏ ଏଭଳି ନିଷ୍ପତ୍ତି ନେଇଛି । ପରୀକ୍ଷା ୩ ମଇ ୨୦୨୬ରୁ ଚାଲିଥିଲା । ପ୍ରଶ୍ନପତ୍ର ଲିକ୍ ମାମଲାର ତଦନ୍ତ କରିବ ସିବିଆଇ । ପରୀକ୍ଷାର୍ଥୀଙ୍କ ହିତ ଦୃଷ୍ଟିରୁ ଏନଟିଏ ଏଭଳି ନିଷ୍ପତ୍ତି ନେଇଛି ।ନଟିଏ ତଦନ୍ତ […]
ଲଗାତାର ଦ୍ୱିତୀୟ ଥର ପାଇଁ ଆସାମ ମୁଖ୍ୟମନ୍ତ୍ରୀ ଭାବରେ ହିମନ୍ତ ବିଶ୍ୱ ଶର୍ମା ଶପଥ ଗ୍ରହଣ କରିଛନ୍ତି। ଗୁଆହାଟୀ ନିକଟସ୍ଥ ଖାନପାରା ଭେଟେନାରୀ କଲେଜ ପଡ଼ିଆରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ସେ ଶପଥ ଗ୍ରହଣ କରିଛନ୍ତି।। ବିସିସିଆଇ ସଚିବ ଦେବଜିତ ସାଇକିଆ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ତୃତୀୟ ଥର ପାଇଁ ଆସାମରେ ଭାଜପା ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି।’ ହିମନ୍ତଙ୍କ ସହ ୪ ବିଧାୟକ ବି ମନ୍ତ୍ରୀ ପଦର ଶପଥ ନେଇଛନ୍ତି।ହିମନ୍ତଙ୍କ […]
