author

ଆସନ୍ତା ୧୧ରୁ ପୁଣି ଗଣତି ମଣତି ହେବ ରତ୍ନଭଣ୍ଡାର

ରତ୍ନଭଣ୍ଡାର ପୁଣି ଗଣତି ମଣତି ହେବ । ଆସନ୍ତା ୧୧ ଓ ୧୨ ତାରିଖରେ ହେବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ। ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ପାଇଁ ଗଣତି ମଣତି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିବସ ଏବଂ ରବିବାର ଠାକୁରଙ୍କ ହଳଦୀ ପାଣି ନୀତି ରହିଛି। ଏଣୁ ଠାକୁରଙ୍କ ନୀତି କାନ୍ତିରେ ଯେଭଳି କୌଣସି ସମସ୍ୟା ସୃଷ୍ଟି ହେବ […]

ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍

ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍। ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ। ଗୃହ ବିଭାଗ ଜରିଆରେ ଟ୍ରାଫିକ ଡିସିପିଙ୍କ ମତାମତ ମାଗିଲା ପୂର୍ତ୍ତ ବିଭାଗ । ସରକାରୀ ରାସ୍ତାରେ ବ୍ୟାରିକେଡ ଦ୍ୱାରା ଯାତାୟତରେ ବାଧା ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି ।ଖବର ଅନୁଯାୟୀ, ପ୍ରକାଶ ଚନ୍ଦ୍ର ଦାସ ନାମକ ଜଣେ ବ୍ୟକ୍ତି ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଭୀମପୁର ମୌଜାରେ ବ୍ୟାରିକେଡ୍ କରାଯାଇ ଜନସାଧାରଣଙ୍କ ଯାତାୟାତରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ କରିଥିଲେ। ଆବେଦନକାରୀ […]

ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣା। ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ: ଆଇନ ମନ୍ତ୍ରୀ

 ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି, ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ । ଅପରାଧୀଙ୍କ ପ୍ରତି ଆଭିମୁଖ୍ୟ ଆହୁରି କଡା ରହିବ ।ଦଣ୍ଡ ବିଧାନ ହାର ପୂର୍ବରୁ 5 କି 7 ପ୍ରତିଶତ ଥିଲା ତାହା ଏବେ 40 ପ୍ରତିଶତରେ ପହଂଚିଲାଣି। ଦଣ୍ଡବିଧାନ ହାର ବଢିଛି। ଦୈନିକ ରିପୋର୍ଟ ସମୀକ୍ଷା କରାଯିବ ସେ ଆଡକୁ ବି ସରକାର ଯାଉଛନ୍ତି। ପ୍ରଫେସନାଲ କ୍ରିମିନାଲ ହୁଅନ୍ତୁ କି ଅକେଜନାଲ କ୍ରିମିନାଲ କାହାକୁ […]

କାହିଁକି ମାଖନଲାଲଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଲେ ପ୍ରଧାନମନ୍ତ୍ରୀ

ପଶ୍ଚିମବଙ୍ଗରେ ଏକ ବଡ଼ ବିଜୟ ପରେ, ରାଜ୍ୟରେ ଭାଜପାର  ପ୍ରଥମ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆଜି ଆନୁଷ୍ଠାନିକ ଭାବରେ ଶପଥ ଗ୍ରହଣ କରିଛନ୍ତି । କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ହଜାର ହଜାର ଲୋକଙ୍କ ଭିଡ଼ ମଧ୍ୟରେ, ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ତେବେ ଶୁଭେନ୍ଦୁ ଅଧିକାରୀଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଅନେକ ଭାଜପା ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ । ତେବେ କାହିଁକି ମଞ୍ଚ ଉପରେ ମାଖନଲାଲଙ୍କ […]

ହାର୍ଟ ଆଟାକ୍ ନା ପ୍ରବଳ ମାଡ଼ ଯୋଗୁଁ ହୋଇଥିଲା ସୌମ୍ୟଙ୍କ ମୃତ୍ୟୁ ? ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡର ସତ କଣ ? ପୀଡ଼ିତାଙ୍କ କହିବା କଥା ତାଙ୍କ ସହ ଅସଦାଚରଣ କରାଯାଇଛି। ମାଡ଼ ମରାଯିବା ସହ ତାଙ୍କୁ ଉଠାଇ ନେବାକୁ ମଧ୍ୟ ସାଙ୍ଗକୁ କହୁଥିଲେ ମୃତ ସୌମ୍ୟରଞ୍ଜନ। ପୀଡିତାଙ୍କ ଏଭଳି ସଂଗୀନ ଅଭିଯୋଗ ପରେ ନାନା ପ୍ରଶ୍ନବାଚୀ ଛିଡ଼ା ହେଉଛି। ଅନ୍ୟପଟେ ପରିବାର ଲୋକଙ୍କ ଉପସ୍ଥିତିରେ କ୍ୟାପିଟାଲ ହସ୍ପିଗଲରେ ଶବ ବ୍ୟବଚ୍ଛେଦ ସରିଛି। ସୌମ୍ୟଙ୍କ ମୁଣ୍ଡରେ ଭାଷଣ ଆଘାତ ଲାଗିଥିବାରୁ ତାଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ରିପୋର୍ଟରେ ଦର୍ଶାଯାଇଛି। ତାଙ୍କ ଶରୀରରେ […]

ଆଜି ମହାପ୍ରଭୁଙ୍କ ଭଉଁରୀ ଯାତ

ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ବିଶେଷ ଆକର୍ଷଣ ଭଁଉରୀ ମହୋତ୍ସବ । ପାରମ୍ପରିକ ବାଦ୍ୟ ତଥା ଭଜନ କୀର୍ତ୍ତନର ପଟୁଆରରେ ବଡ଼ଦାଣ୍ଡରେ ଉଭାହେବେ ଚନ୍ଦନ ଦଶ ଠାକୁର ।ଠାକୁରଙ୍କ ଏହି ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନୀତି ଧାର୍ଯ୍ୟ ହୋଇଛି । ଅପରାହ୍ଣ ୧ଟାରେ ଯାତ ଭୋଗ ସରିଲେ ୨ଟାରେ ଚନ୍ଦନକୁ ଠାକୁରେ ବିଜେ ହେବେ । ନରେନ୍ଦ୍ର ଅଭିମୁଖେ ଠାକୁରଙ୍କ ବିମାନ ଉଠିବା ସମୟ ରହିଛି ୨ଟା ୩୦ । ଏହି ଅବସରରେ […]

ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ, ସମାରୋହରେ ଉପସ୍ଥିତ ହେଲେ ପ୍ରଧାନମନ୍ତ୍ରୀ ମୋଦି

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ । ସମାରୋହରେ ଉପସ୍ଥିତ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରି ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ଯୋଗୀ ଆଦିତ୍ୟନାଥ  ।ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ଅଛନ୍ତି । କୋଲକତାର ବ୍ରିଗେଡ୍‌ ଗ୍ରାଉଣ୍ଡରେ ଚାଲିଛି ଶପଥ ସମାରୋହ ।ସ୍ୱାଧୀନତା ପରେ ଏହା ପ୍ରଥମ ଥର ପାଇଁ ବଙ୍ଗଳାରେ ବିଜେପି ସରକାର ଗଠନ ହେଉଛି, ଏବଂ ଶୁଭେନ୍ଦୁଙ୍କୁ ରାଜ୍ୟରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ମିଳିଛି। […]

ହାତରେ ପେଟ୍ରୋଲ ଓ ଦିଆସିଲ ଧରି ମୋବାଇଲ ଟାଓ୍ୱାରରେ ଚଢି ଆତ୍ମାହୁତି ଧମକ ଦେଲେ ଯୁବକ

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମାହୁତି ଉଦ୍ୟମ । ହାତରେ ପେଟ୍ରୋଲ ଓ ଦିଆସିଲ ଧରି ଧମକ ଦେଉଛି ଯୁବକ । ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ନାକେଦମ ।ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ସୋଗର ଗାଁରେ ଏପରି ଘଟଣା ଘଟିଛି । ଟାୱାର ଉପରେ ଚଢିଥିବା ଯୁବକ ହେଲେ ରୁଦ୍ରନାରାୟଣ ଦାସ । ଚାକିରି ଓ ଅସୁସ୍ଥ ବାପାଙ୍କ ଚିକିତ୍ସା ଦାବିରେ ଏଭଳି ପ୍ରତିବାଦ କରିଛନ୍ତି ରୁଦ୍ର ନାରାୟଣ । ଘଟଣାସ୍ଥଳରେ ଅଗ୍ନି ଶମ ବିଭାଗ […]

୧୨ ଯାଏ ଏହିସବୁ ସ୍ଥାନରେ ଘଡ଼ିଘଡ଼ି ସହ ବର୍ଷା ଆଲର୍ଟ

ଆସନ୍ତା ତିନି ଦିନରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ପ୍ରାୟ ୪ ଡିଗ୍ରୀ ଯାଏ ବଢ଼ିପାରେ । ତେବେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ।ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ସୁନ୍ଦରଗଡ଼, ଝାରସୁୁଗଡ଼ା, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋରଧା, ନୟାଗଡ଼, ଗଞ୍ଜାମ, ଗଜପତି, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ସହିତ ଝଡ଼ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି।ଶନିବାର ଉପକୂଳ ଓଡ଼ିଶା ଓ ଉତ୍ତର ଓଡ଼ିଶାର […]

ନୂଆ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାପ୍ , CDS ନିଯୁକ୍ତ କଲେ କେନ୍ଦ୍ର ସରକାର

ସରକାର ଲେଫ୍ଟନାଣ୍ଟ ଜେନେରାଲ ଏନଏସ ରାଜା ସୁବ୍ରମଣିଙ୍କୁ ପରବର୍ତ୍ତୀ ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍) ଭାବରେ ନିଯୁକ୍ତ କରିଛନ୍ତି। ଜେନେରାଲ ଅନିଲ ଚୌହାନଙ୍କ କାର୍ଯ୍ୟକାଳ ମେ ୩୦ ୨୦୨୬ରେ ଶେଷ ହେବା ପରେ ସେ ଦାୟିତ୍ୱ ଗ୍ରହଣ କରିବେ।ଲେଫ୍ଟନାଣ୍ଟ ଜେନେରାଲ ଏନଏସ ରାଜା ସୁବ୍ରମଣି ବର୍ତ୍ତମାନ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟରେ ସାମରିକ ପରାମର୍ଶଦାତାର ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି । ସେ ୧ ସେପ୍ଟେମ୍ବର ୨୦୨୫ ଠାରୁ ଏହି ଦାୟିତ୍ୱ ତୁଲାଇ ଆସୁଛନ୍ତି। ଏହା ପୂର୍ବରୁ, ସେ ୧ […]

ସିବିଆଇ ଜାଲରେ ବାଲେଶ୍ଵର CGST ସୁପରିଣ୍ଟେଣ୍ଡେଣ୍ଟ

ସିବିଆଇ ଜାଲରେ ବାଲେଶ୍ଵର CGST ସୁପରିଣ୍ଟେଣ୍ଡେଣ୍ଟ । ବାଲେଶ୍ୱର କେନ୍ଦ୍ରୀୟ ଜିଏସଟି (CGST) କାର୍ଯ୍ୟାଳୟରେ ଶୁକ୍ରବାର ସିବିଆଇ (CBI) ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି ।୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ସିବିଆଇ। ଜିଏସ୍‌ଟି ରିଫଣ୍ଡ ପାଇଁ ୮୦ ହଜାର ଟଙ୍କା ମାଗୁଥିଲେ ଓମ୍ ପ୍ରକାଶ। ଏନେଇ ସିବିଆଇ ପାଖରେ ଖବର ପହଞ୍ଚିବା ପରେ ଓମ୍ ପ୍ରକାଶଙ୍କୁ ଧରିବାକୁ ବିଛାଯାଇଥିଲା ଜାଲ। ଓମ୍ ପ୍ରକାଶଙ୍କୁ ଧରିବାକୁ ୨୭ ଜଣିଆ ଟିମ୍ ଗଠନ […]

ଆଜିର ରାଶିଫଳ(୦୯ ମଇ, ୨୦୨୬)

ମେଷ-ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇପାରନ୍ତି । ବୃଷ–ଆଜି ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରିଙ୍କର ସପୂର୍ଣ ସହଯୋଗ ମିଳିବ । ସାସଂରିକ ଜିବନ ଆନନ୍ଦଭରା ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୁର ହେବ । ମହିଳା ଓ […]