ଚାନ୍ଦବାଲିରେ ପୁଣି ଲଜ୍ଜା। ଦୁଷ୍କର୍ମ ଉଦ୍ୟମ ଶିକାର ପରେ ବିଷ ପିଇଦେଲେ ଯୁବତୀ। ଭଦ୍ରକ ଜିଲ୍ଲା ଧାମରା ପଞ୍ଚାୟତ ନରସିଂହପୁର ଗାଁରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ରୋଷେଇ ଘରେ ଜଣେ ବାପଛେଉଣ୍ଡ ଝିଅଙ୍କୁ ଜଣେ ଯୁବକ ବଳାତ୍କାର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଗତ ୧୭ ତାରିଖ ସନ୍ଧ୍ୟାରେ ଘଟଣାଟି ଘଟିଥିବା ବେଳେ ଲୋକଲଜ୍ଜା ଭୟରେ ବିଷପିଇ ପୀଡ଼ିତା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପୀଡ଼ିତାଙ୍କ ମା’ ଏନେଇ ଗୁରୁବାର ଧାମରା ଥାନାରେ […]
ଆଜିଠୁ ଲାଗୁ ହୋଇଛି ନୂତନ ବର୍ଦ୍ଧିତ ରେଳ ଭଡ଼ା । ଏଣିକି ୨୧୫ କିଲୋମିଟରରୁ ଅଧିକ ଯାତ୍ରା ପାଇଁ ସାଧାରଣ ଶ୍ରେଣୀ ଟିକେଟ ଲାଗି ପ୍ରତି କିଲୋମିଟରରେ ପିଛା ଏକ ପଇସା ଅଧିକ ଦେବାକୁ ପଡ଼ିବ । ସମସ୍ତ ଟ୍ରେନର ଏସି, ନନ୍-ଏସି ମେଲ୍ / ଏକ୍ସପ୍ରେସ୍ ଏବଂ ଏୟାରକଣ୍ଡିସନ୍ ଶ୍ରେଣୀ ପାଇଁ ପ୍ରତି କିଲୋମିଟରରେ ଦୁଇ ପଇସା ବୃଦ୍ଧି କରାଯାଇଛି ।ଆଗୁଆ ଡିସେମ୍ବର ୨୬ପାଇଁ ବୁକ୍ ହୋଇଥିବା ଟିକେଟ ପାଇଁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ […]
ଏଥର ଦୁବାଇରେ ପାଇବେ ଓଡ଼ିଶା ରସୁଣ ଓ ବିନ୍ସରେ ସ୍ୱାଦ।ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କାର୍ଗୋ ମାଧ୍ୟମରେ ଦୁବାଇକୁ ତାଜା ପରିବା ରପ୍ତାନି କରାଯାଇଛି । ତେବେ କଳାହାଣ୍ଡି ଏବଂ ନବରଙ୍ଗପୁରର ଚାଷୀଙ୍କ ଦ୍ୱାରା ଉତ୍ପାଦିତ କେବଳ ରସୁଣ କିମ୍ବା ବିନ୍ସ ନୁହଁ, କୁନି ଆଳୁ, କୁନ୍ଦୁରି, ପୋଟଳ ଓ ଅମୃତଭଣ୍ଡା ସମେତ ହଜାରେ କେଜି ତାଜା ପରିବା ପଠାଯାଇଛି । ଉଦ୍ୟାନ କୃଷି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ କୁଞ୍ଜ ବିହାରୀ ମିଶ୍ର କହିଛନ୍ତି, ପୂର୍ବରୁ, ଚାଷୀମାନେ […]
ଜିଲାନ୍ସ ପଞ୍ଝାରେ କନିଷ୍ଠ ଯନ୍ତ୍ରୀ। ମାଲକାନଗିରି ବ୍ଲକର କନିଷ୍ଠ ଯନ୍ତ୍ରୀ ନିହାର ରଞ୍ଜନ ସରକାରଙ୍କ ଘରେ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ହୋଇଛି। ସମ୍ବଲପୁରର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସର ୨ ଜଣ DSP, ୮ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ବରଗଡ ଏବଂ ସମ୍ବଲପୁର ଜିଲ୍ଲାର ୪ଟି ସ୍ଥାନରେ ଏକକାଳୀନ ଘର ତଲାସୀ କରାଯାଇଥିଲା।ଓଡିଶା ଭିଜିଲାନ୍ସ ଦ୍ୱାରା […]
ମେଷ ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ବୃଷ-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। କଠୋର […]
ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନ ଲୋକାର୍ପଣ କରିଛନ୍ତି ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନ ଲୋକାର୍ପଣ କରିଛନ୍ତି ।ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ଏହା ସମସ୍ତ ସାନ୍ତାଳୀ ଲୋକଙ୍କ ପାଇଁ ଗର୍ବ ଏବଂ ଖୁସିର ବିଷୟ। ଭାରତର ସମ୍ବିଧାନ ଏବେ ସାନ୍ତାଳୀ ଭାଷାରେ, ଓଲ ଚିକି ଲିପିରେ ଉପଲବ୍ଧ। ସେମାନଙ୍କୁ ନିଜ ଭାଷାରେ ସମ୍ବିଧାନ […]
ଭାରତୀୟ ସେନା ସୋସିଆଲ ମିଡିଆ ବ୍ୟବହାରକୁ ନେଇ ଏହାର ନୀତିରେ ପରିବର୍ତ୍ତନ କରିଛି। ନୂଆ ପରିବର୍ତ୍ତନ ଅନୁଯାୟୀ, ଯବାନ ଏବଂ ଅଧିକାରୀମାନେ କେବଳ ରିଲ୍ସ୍ ଦେଖିବା ପାଇଁ ଇନଷ୍ଟାଗ୍ରାମ ବ୍ୟବହାର କରିପାରିବେ।ଏହି ସମୟ ମଧ୍ୟରେ ସେମାନେ କୌଣସି ପୋଷ୍ଟକୁ ଲାଇକ୍ କିମ୍ବା କମେଣ୍ଟ କରିପାରିବେ ନାହିଁ। ଅପରପକ୍ଷରେ ସେନା ପାଇଁ ଡିଜିଟାଲ୍ କାର୍ଯ୍ୟକଳାପ ସମ୍ପର୍କୀତ ସମସ୍ତ ବିଦ୍ୟମାନ ନିୟମ ସମାନ ରହିବ।ଅନ୍ୟପକ୍ଷରେ, WhatsApp, Telegram, Signal ଏବଂ Skype ପରି ମେସେଜିଂ ଆପ୍ କେବଳ ସାଧାରଣ ପ୍ରକୃତିର […]
ଜୀବନ ପ୍ରତି ବିପଦ ଥିବା କହିଛନ୍ତି କମେଡିଆନ ଗୁଲୁଆ । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ସହାୟତା ମାଗିଛନ୍ତି । ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା ୟୁଟ୍ୟୁବର ବର୍ଷା ସାହୁ ମୁହଁ ଖୋଛନ୍ତି। ସେ କହିଛନ୍ତି, ବିବାହ ପରେ ଇଛି ଦିନ ଭଲରେ ଚାଲିଥିଲା। କିନ୍ତୁ ତାଙ୍କ ପରକୀୟା ପ୍ରୀତି ଯୋଗୁ ଧୀରେ ଧୀରେ ଆମ ସମ୍ପର୍କ ଖରାପ ହୋଇଥିଲା। ଗୁଲୁଆ ମୋତେ ବାଡ଼େଇକି ଘରୁ ବାହାର କରିଦେଇଥିଲେ। ମୋ ପାଖରେ […]
ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା । ରେଡ୍ ଫ୍ଲାଗ ନେଇ ସୂଚନା ଦେଲେ ପୋଲିସ ଡିଜି ୱାଇ. ବି ଖୁରାନିଆ । ସୂଚନା ଦେଇ କହିଛନ୍ତି ଯେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଜଗତସିଂହପୁରରୁ ଗିରଫ କରାଯାଇଛି । ତ୍ୱରିତ ତଦନ୍ତ ସାରିବାକୁ ଲକ୍ଷ୍ୟ ରଖିଛୁ ।ସୂଚନାମୁତାବକ ମଙ୍ଗଳବାର ଦିନ ଭଦ୍ରକ ଚାନ୍ଦବାଲିରେ ଜଣେ ଦିବ୍ୟାଙ୍ଗ ନାବାଳିକା ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କ […]
ଗତ କିଛିଦିନ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଚିନ୍ତାଜନକ ଥିଲା । ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ସ୍କୁଲ ମଧ୍ୟ ବନ୍ଦ ରଖାଯାଇଥିଲା । ଏହାରି ଭିତରେ ଓଡ଼ିଶାର ପ୍ରଦୂଷଣକୁ ନେଇ ଏପରି ଏକ ରିପୋର୍ଟ ସାମ୍ନାକୁ ଆସିଛି ଯାହାକି ଚିନ୍ତାକୁ ଦ୍ବିଗୁଣିତ କରିଛି ।ବାୟୁ ମାନ ସୂଚକାଙ୍କ (AQI) ରିପୋର୍ଟ ଅନୁଯାୟୀ, ଦେଶର ୫ଟି ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ ଓଡ଼ିଶାର ୩ଟି ସହର ସ୍ଥାନ ପାଇଛନ୍ତି । ଓଡ଼ିଶାର ବାଲେଶ୍ଵର ଆଜି ଦେଶର […]
ରାଜ୍ୟ ଉପରୁ ପଶ୍ଚିମାଝଡ଼ ପ୍ରଭାବ ଅପସରି ଯିବା ପରେ ଗତ ଦୁଇଦିନ ହେଲା ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା କମୁଛି । ଗୁରୁବାରଠାରୁ ପାରଦ ଆହୁରି ତଳମୁହାଁ ହେବ। ସମତଳ ଏବଂ ପାହାଡ଼ିଆ ଅଞ୍ଚଳଗୁଡ଼ିକରେ ୧ରୁ ୨ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି।ଆସନ୍ତା ଦୁଇ ଦିନ ପାଇଁ ସୁନ୍ଦରଗଡ,ଢେଙ୍କାନାଳ,କନ୍ଧମାଳ, ଖୋର୍ଦ୍ଧା, କୋରାପୁଟ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୨୮,୨୯,୩୦ ତାରିଖ ପାଇଁ ସୁନ୍ଦରଗଡ, କନ୍ଧମାଳ,କୋରାପୁଟ ପାଇଁ […]
ମହାପ୍ରଭୁଙ୍କୁ ମହୋଦଧିରେ ଭସେଇଦେଲେ । ସମୁଦ୍ର ଭିତରେ ମହାପ୍ରଭୁ ଜଗନ୍ନାଥଙ୍କ ବିଗ୍ରହ ଅତି ଦୟନୀୟ ଅବସ୍ଥାରେ ଉଦ୍ଧାର। ଏ ଭିଡିଓ ଦେଖିବାକୁ ଅତି କଷ୍ଟଦାୟକ। ଏହା ପୁରୀ ବେଳାଭୂମିର ଦୃଶ୍ୟ ବୋଲି ଅନୁମାନ କରାଯାଉଛି । ତେବେ କିଏ ଓ କାହିଁକି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମୂର୍ତ୍ତି ବେଳାଭୂମିରେ ଭସେଇଛି ସେନେଇ କିଛି ସ୍ପଷ୍ଟ ସୂଚନା ନାହିଁ । ବେଳାଭୂମିରେ ମହାପ୍ରଭୁଙ୍କ ମୂର୍ତ୍ତି ଭାସୁଥିବାର ଦେଖି କିଛି ପର୍ଯ୍ୟଟକ ମୂର୍ତ୍ତିକୁ ପାଣି ଭିତରୁ ଆଣୁଥିବା ବେଳେ ଆଉ କିଛି […]
