author

ରାଜନୀତି ରେସ୍‌ରେ ଦୌଡ଼ିବେ ଦୂତୀ,ବିଧାୟକ ହେବା ପାଇଁ ଲଢ଼ିବେ ନିର୍ବାଚନ

ଅଲିମ୍ପିଆନ୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ପ୍ରତିଦ୍ୱନ୍ଦ୍ୱିତାମୂଳକ ଆଥଲେଟିକ୍ସରୁ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଲୋକସେବା ଓ କ୍ରୀଡ଼ା ବିକାଶ ତାଙ୍କର ଦୀର୍ଘମିଆଦୀ ଲକ୍ଷ୍ୟ। ତେବେ ତାଙ୍କ କହିବା ମୁତାବକ, ସେ ବିଧାୟକ ପଦବୀ ପାଇଁ ନିର୍ବାଚନ ଲଢ଼ିବେ, ଜନପ୍ରତିନିଧି ହୋଇ ଜନତାଙ୍କ କରିବେ ସେବା। ତେବେ ସେ କେଉଁ ଦଳରେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିବେ ତାହା ସମୟ କହିବ ବୋଲି କହିଛନ୍ତି ଏହି […]

ବଙ୍ଗୋପସାଗରରୁ ମିଳିଲା 2 ବିରଳ ସାମୁଦ୍ରିକ କୀଟ

ପଶ୍ଚିମବଙ୍ଗ ବଙ୍ଗୋପସାଗର ଉପକୂଳରୁ ମିଳିଛି ଦୁଇଟି ନୂଆ ପ୍ରଜାତି ସାମୁଦ୍ରିକ କୀଟ । ଏହି ନୂଆ ପ୍ରଜାତିଗୁଡ଼ିକୁ ନାମାଲୟୀକାଷ୍ଟିସ ଶୋଲେନୋଟୋଗ୍ନାଥା (Namalycastis solenotognatha) ଏବଂ ନେରେଇସ ଧ୍ରୀତିଏଇ (Nereis dhritiae) ଭାବେ ନାମକରଣ କରାଯାଇଛି । ନେରିଇଡିଡ୍ସ ଶ୍ରେଣୀର ଏହି ଦୁଇଟି ସମୁଦ୍ର କୀଟକୁ ପରୀକ୍ଷାଗାରରେ ଗବେଷଣା ପରେ ଏଭଳି ପ୍ରଜାତିକୁ ଆବିଷ୍କାର କରାଯାଇଥିବା ନେଇ ସ୍ପଷ୍ଟ କରିଛି ଗୋପାଳପୁର ସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣର କେନ୍ଦ୍ର ।ଏହି ଗବେଷଣା ସମ୍ପର୍କିତ ତଥ୍ୟ “Description of two […]

ଆଇପିଏଲ ୨୦୨୬: କାମେରୁନ ଗ୍ରୀନଙ୍କ ଦାମ ୨୫ କୋଟି

ଆଇପିଏଲ ୨୦୨୬ ପାଇଁ ଚାଲିଛି ମିନି ନିଲାମୀ। ମଙ୍ଗଳବାର ଅର୍ଥାତ ୧୬ ଡିସେମ୍ବରରେ ଆବୁଧାବିର ଏତିହାଦ ଏରିନାରେ ଏହା ଚାଲିଛି। ଅଷ୍ଟ୍ରେଲିୟ ଅଲରାଉଣ୍ଡର କ୍ୟାମେରନ ଗ୍ରୀନଙ୍କ ଉପରେ ହୋଇଛି ଟଙ୍କାର ବର୍ଷା। ଅଷ୍ଟ୍ରେଲିୟ ଅଲରାଉଣ୍ଡର କାମେରୁନ ଗ୍ରୀନଙ୍କ ଦାମ ୨୫ କୋଟି ୨୦ ଲକ୍ଷ । ଗ୍ରୀନଙ୍କ ପାଇଁ ସିଏସକେ ସହ କଡା ଟକ୍କର ପରେ କିଣିଲା କେକେଆର । ଶ୍ରୀଲଙ୍କାର ହାସରଙ୍ଗାଙ୍କୁ ବେସ ପ୍ରାଇସ ୨ କୋଟିରେ କିଣିଲା ଏଲଏସଜି । କାମେରୁନ ଗ୍ରୀନ ଏବେ […]

ଦେଶର ଫାର୍ମା ହବ୍‌ ହେବ ଓଡ଼ିଶା : ସ୍ବାକ୍ଷରିତ ହେଲା ୪୨ ବୁଝାମଣା ପତ୍ର

ଓଡ଼ିଶା ହେବ ଫାର୍ମା ହବ୍‌। ମୁଖ୍ୟମନ୍ତ୍ରୀ ମୋହନ ମାଝି ଫାର୍ମା ସମ୍ମିଳନୀରେ ଓଡ଼ିଶାରେ ଫାର୍ମା ସେକ୍ଟରରେ ନିବେଶ ପାଇଁ ନିବେଶକଙ୍କୁ ଅନୁରୋଧ କରିଛନ୍ତି। ଏ ନେଇ ସରକାର ସମସ୍ତ ପ୍ରକାର ସାହାଯ୍ୟ,ସହଯୋଗ ଯୋଗାଇ ଦେବେ ବୋଲି ସେ କହିଛନ୍ତି। ଏହି ଫାର୍ମା ସମ୍ମିଳନୀରେ ମୋଟ୍ ୪୨ଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ୬୨୬୩ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ ହୋଇଛି । ଏହାଦ୍ୱାରା ମୋଟ୍ ୩୮,୪୦୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ […]

ଗଣଦୁଷ୍କର୍ମ ମାମଲାରେ ସରକାର ଉଚିତ ପଦକ୍ଷେପ ନେବେ :ଆଇନମନ୍ତ୍ରୀ

ଭୁବନେଶ୍ବର ଧଉଳିରେ ଗଣଦୁଷ୍କର୍ମ ମାମଲାରେ ପୋଲିସର ତନାଘନା ତଦନ୍ତ । ଫେରାର ୨ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଅନ୍ୟ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି । ପୁରୁଷ ବନ୍ଧୁଙ୍କ ସହ ଧଉଳି ବୁଲିବାକୁ ଆସିଥିବା ବେଳେ ଦୟା ନଦୀ ପଠାରେ ଯୁବତୀଙ୍କୁ ୫ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତମାନେ ମୋବାଇଲ୍ ଫୋନରେ ଏହି ଅପରାଧର ଭିଡିଓ ରେକର୍ଡ କରିଥିଲେ ଏବଂ ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। […]

ଧଉଳିରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ନବୀନଙ୍କ କ୍ଷୋଭ

ଭୁବନେଶ୍ବରର ଧଉଳିରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ କ୍ଷୋଭ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରି ସେ ଲେଖିଛନ୍ତି ରାଜଧାନୀର ଛାତି ଉପରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅତ୍ୟନ୍ତ ସ୍ପର୍ଶକାତର ଓ ବିଚଳିତ କରିବା ପରି ବିଷୟ। ବର୍ବରତା ଓ ଅରାଜକତା ସୀମା ଟପୁଛି। ରାଜ୍ୟ ରାଜଧାନୀ ଅସୁରକ୍ଷିତ ହୋଇ ପଡ଼ିଛି। ଭୟଶୂନ୍ୟ ହେଉଛନ୍ତି ଅପରାଧୀ, ବିଶ୍ଵନୀୟତା ହରାଉଛନ୍ତି ସରକାର। ଆଇନ ଶୃଙ୍ଖଳା ଆଉ କେତେ ବିପର୍ଯ୍ୟସ୍ତ ହେଲେ ସରକାର […]

ଟୋକନ ସମସ୍ୟା: ଖୁଚୁରା ଧାନ ବିକିଲେ ଚାଷୀ

ଖୋଲା ମାର୍କେଟରେ ଧାନ ବିକିଲେ ସମ୍ବଲପୁର ଚାଷୀ । ରାଜ୍ୟ ସରକାର ଧାନ କିଣୁନଥିବାରୁ ସେମାନେ ଖୋଲା ମାର୍କେଟରେ ଧାନ ବିକିଛନ୍ତି । ପ୍ରତୀକାତ୍ମକ ଭାବେ ସେମାନେ ଏପରି ଖୋଲା ବଜାରରେ ଧାନ ବିକ୍ରି କରି ପ୍ରତିବାଦ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ସରକାର ବୋଧ ହୁଏ ଏ ବର୍ଷ ଧାନ କିଣିବେ ନାହିଁ ।ଆଜି ସମ୍ବଲପୁରରେ ଏପରି ଅଭିନବ ପ୍ରତିବାଦ କରିଛନ୍ତି ଚାଷୀ। ସହରର ବିଭିନ୍ନ ସ୍ଥାନରେ ଚାଷୀମାନେ ବସି ପ୍ରତୀକାତ୍ମକ ଭାବେ […]

୨୦୨୬ ପାଇଁ ସ୍କୁଲ ଛୁଟି ତାଲିକା ପ୍ରକାଶ

ପ୍ରକାଶ ପାଇଛି ୨୦୨୬ ପାଇଁ ସ୍କୁଲ ଛୁଟି ତାଲିକା। ରବିବାରକୁ ଛାଡ଼ି ମିଳିବ ଆଉ ୮୨ଟି ଛୁଟି। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଆସନ୍ତା ୨୦୨୬ ବର୍ଷ ପାଇଁ ଛୁଟି ତାଲିକା ପ୍ରକାଶ ପାଇଛି । ତେବେ ଛୁଟି ତାଲିକାରେ ଥିବା ନେତାଜୀ ଜୟନ୍ତୀ, ସାଧାରଣତନ୍ତ୍ର ଦିବସ, ଉତ୍କଳ ଦିବସ, ସ୍ୱାଧୀନତା ଦିବସ, ଗଣେଶ ପୂଜା ଓ ଗାନ୍ଧି ଜୟନ୍ତୀ ବିଦ୍ୟାଳୟରେ ପାଳନ କରାଯିବ। ତେଣୁ ଏହି ଦିନ ପିଲାମାନଙ୍କୁ ସ୍କୁଲ ଯିବାକୁ ପଡ଼ିବ।ସେହିପରି ଗ୍ରୀଷ୍ମ ପ୍ରବାହକୁ […]

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା; ବିକ୍ରମ ପଣ୍ଡାଙ୍କ ଜାମିନ ଆବେଦନ ଖାରଜ

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା ବିକ୍ରମ ପଣ୍ଡାଙ୍କ ସମେତ ୫ ଅଭିଯୁକ୍ତଙ୍କୁ ଶକ୍ତ ଝଟକା। ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାଶ (ପିଣ୍ଟୁ), ଆଇନଜୀବୀ ମଦନ ମୋହନ ଦଳାଇ, ଶୂନ୍ୟଚନ୍ଦ୍ର ଦାସ ଓ ସୁନୀଲ ହୋତାଙ୍କ ଜାମିନ ଆବେଦନ ଖାରଜ । ବ୍ରହ୍ମପୁର ସ୍ୱତନ୍ତ୍ର କୋର୍ଟ ତଥା ଏଡିଜେ-୩ କୋର୍ଟ ବେଲ୍ ଆବେଦନକୁ ଖାରଜ କରିଛନ୍ତି । ଗତ ଅକ୍ଟୋବର ୬ ତାରିଖରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା […]

ଆଜି ବିଜୟ ଦିବସ ; ଏହା ଭାରତୀୟ ଇତିହାସର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ

ଡିସେମ୍ବର ୧୬ ତାରିଖ କେବଳ ଏକ ତାରିଖ ନୁହେଁ, ଏହା ଭାରତୀୟ ଇତିହାସର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଆଜି ହେଉଛି ‘ବିଜୟ ଦିବସ’ । ବିଜୟ ଦିବସ ଭାରତର ବୀରତ୍ୱ, ସମର୍ପଣ ଏବଂ ସାମରିକ ଦକ୍ଷତାର ପ୍ରତୀକ। ଡିସେମ୍ବର ୧୬, ୧୯୭୧ ରେ, ପାକିସ୍ତାନୀ ସେନା ଭାରତୀୟ ସେନା ଏବଂ ମୁକ୍ତି ବାହିନୀ (ବାଂଲାଦେଶୀ ସ୍ୱାଧୀନତା ସଂଗ୍ରାମୀ) ନିକଟରେ ଆତ୍ମସମର୍ପଣ କରିଥିଲେ । ବିଶ୍ୱ ଏକ ନୂତନ ରାଷ୍ଟ୍ର, ବାଂଲାଦେଶର ଜନ୍ମ ଦେଖିଥିଲା । ଏହି […]

IPL ଅକ୍ସନ ତାଲିକାରେ ଯୋଡ଼ି ହୋଇଛି ୨ ଓଡ଼ିଆ କ୍ରିକେଟରଙ୍କ ନାଁ

IPL ୨୦୨୬ର ନିଲାମୀ ଅର୍ଥାତ୍ ମିନି ଅକ୍ସନ୍ ଆଜି ବେଶ୍ ରୋମାଞ୍ଚକର ହେବାକୁ ଯାଉଛି । ଅକ୍ସନ୍ ଆରମ୍ଭର ଠିକ୍ ପୂର୍ବରୁ ବିସିସିଆଇ (BCCI) ଆଉ ୧୯ ଜଣଙ୍କ ନାଁ ଯୋଡ଼ିଛି । ବିସିସିଆଇ ଯୋଡ଼ିଥିବା ୧୯ ଖେଳାଳିଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ଖେଳାଳି ଅଛନ୍ତି । ଉଭୟଙ୍କ ବେସ୍ ପ୍ରାଇସ୍ ରହିଛି ୩୦ ଲକ୍ଷ ଟଙ୍କା ।୨୫ ବର୍ଷିୟ ରାଜେଶ ମହାନ୍ତି ଅଲରାଉଣ୍ଡର । ୨୮ ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ୨୭ […]

ଧର୍ମଶାଳା ଘଟଣାରେ ୪ ଜଣ ଗିରଫ ପରେ ଆନ୍ଦୋଳନରୁ ଓହରିଲା ବିଜେଡି

ଧର୍ମଶାଳାରେ ବିଜେପି-ବିଜେଡି ଆକ୍ରମଣ ପ୍ରତି ଆକ୍ରମଣ ଘଟଣା । ୪ ଜଣଙ୍କୁ ଗିରଫ କଲା ଜେନାପୁର ଥାନା ପୋଲିସ । ସିସିଟିଭି ଫୁଟେଜ୍ ଓ ସୋସିଆଲ ମିଡିଆ ଭିଜୁଆଲ ଆଧାରରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ସନ୍ଦିଗଧଙ୍କୁ ଧରିବାକୁ ଏବେ ବି ରେଡ ଜାରି ରହିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବାର ପ୍ରତିଶ୍ରୁତି ପାଇବା ପରେ ଧାରଣା ପ୍ରତ୍ୟାହୃତ କରିଛି ବିଜେଡି । ସେପଟେ ପୋଲିସ ବିଭାଗକୁ ୫ ଦିନର ମହଲତ […]