ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ଶିକ୍ଷାବର୍ଷ ପାଇଁ ଏକାଡେମିକ୍ କ୍ୟାଲେଣ୍ଡର ପ୍ରକାଶ ପାଇଛି । ଏଥିରେ କାର୍ଯ୍ୟଦିବସଠୁ ଆରମ୍ଭ କରି ଛୁଟି, ପରୀକ୍ଷା ସମୟ ଆଦି ପ୍ରକାଶ କରାଯାଇଛି ।ଚଳିତ ଶିକ୍ଷାବର୍ଷରେ ୫୨ଟି ରବିବାର ରହିଛି । ଏଥିସହ ୮୧ଟି ପୂଜା ଓ ବିଭିନ୍ନ ଛୁଟି ରହିଛି । ଏଥିସହ ଅତିରିକ୍ତ ୨ଟି ଛୁଟି ମଧ୍ୟ ରଖାଯାଇଛି । ୨୩୦ଟି କାର୍ଯ୍ୟଦିବସ ରହିଛି । ମେ ୬ରୁ ଖରାଛୁଟି କରାଯିବ । ଜୁନ୍ ୧୭ […]
ଆମେରିକା-ଇରାନ ମଧ୍ୟରେ ଯୁଦ୍ଧବିରତି ଚାଲିଥିଲେ ମଧ୍ୟ ଶାନ୍ତି ଆଲୋଚନା ବିଫଳ ହେବା ପରେ ଏହା ଆଗକୁ ଆହୁରି ଭୟଙ୍କର ହେବା ଆଶଙ୍କା କରାଯାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଧମକ ଦେଇ କହିଛନ୍ତି ଯେ, ଶାନ୍ତି ଚୁକ୍ତି କରିବାର ସମୟ ସରି ଆସୁଛି । ଟ୍ରମ୍ପ ଇରାନ ଯୁଦ୍ଧକୁ ପରମାଣୁ ଯୁଦ୍ଧରେ ପରିଣତ କରିବାକୁ ସେ ଚାହୁଁ ନଥିବା କହିଥିବାବେଳେ ତୃତୀୟ ଆମେରିକୀୟ ବିମାନ ବାହକ ମଧ୍ୟପ୍ରାଚ୍ୟକୁ ପଠାଇଛନ୍ତି । ଏହାସହିତ ଯୁଦ୍ଧବିରତି ପରଠାରୁ […]
ପ୍ରଚଣ୍ଡ ଗ୍ରୀଷ୍ମ ଜ୍ୱାଳାରୁ ନିସ୍ତାର ନାହିଁ । ଏବେ ଯେମିତି ଜଳୁଛି ଓଡ଼ିଶା, ଆହୁରି ୧୫ ଦିନ ଜାଳିବ ତାତି ପ୍ରକୋପ ।୪୪ ଡିଗ୍ରୀ ସହ ଶୀର୍ଷରେ ଝାରସୁଗୁଡା। ୪୨.୧ ଡିଗ୍ରୀରେ ସନ୍ତୁଳି ହେଲା ଭୁବନେଶ୍ୱର। ପୁଣି ଆହୁରି ଦୁଇଦିନ ଅସମ୍ଭାଳ ହେବ। ଏନେଇ ଚେତାବନୀ ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ।ଅସମ୍ଭାଳ ତାତି ଓ ଗୁଳୁଗୁଳି ଯୋଗୁଁ ଦିନବେଳା ଏକପ୍ରକାର କର୍ଫ୍ୟୁ ଭଳି ମନେହେଉଛି। ରାସ୍ତାଘାଟ ସବୁ ଶୁନଶାନ୍ ହୋଇପଡୁଛି । ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, […]
ଭାରତୀୟ କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଜନ୍ମଦିନ ୨୪ ଅପ୍ରେଲ ୧୯୭୩ । ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ।ତାଙ୍କ ବାପାଙ୍କ ନାଁ ରମେଶ ତେନ୍ଦୁଲକର। ସେ ଜଣେ ଜଣାଶୁଣା ମରାଠୀ ଲେଖକ ଥିଲେ। ସଚୀନଙ୍କ ମା’ ରଜନୀ ଏକ ଇନ୍ସ୍ୟୁରାନ୍ସ କଂପାନୀରେ ଚାକିରି କରୁଥିଲେ। ସଂଗୀତ ନିର୍ଦ୍ଦେଶକ ସଚୀନ ଦେବ ବର୍ମନଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ ରମେଶ ତେନ୍ଦୁଲକର। ତେଣୁ ସେ ପୁଅର ନାଁ ସଚୀନ ରମେଶ ତେନ୍ଦୁଲକର ରଖିଥିଲେ। ସଚୀନଙ୍କର ଦୁଇ ଜଣ […]
ମେଷଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି। ବୃଷଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍ ସନ ଲାଗି […]
ଏପ୍ରିଲ ୨୩ ତାରିଖକୁ ସାରା ବିଶ୍ୱରେ ପୁସ୍ତକ ଏବଂ କପିରାଇଟ୍ ଦିବସ ଭାବେ ପାଳନ କରାଯାଏ ।ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୧୦୦ରୁ ଅଧିକ ଦେଶରେ ପୁସ୍ତକ ଦିବସକୁ ପାଳନ କରାଯାଏ । କେବଳ ଏତିକି ନୁହେଁ ବହି ଏବଂ ଲେଖକଙ୍କୁ ପ୍ରୋତ୍ସାହନ କରିବା ପାଇଁ ବିଭିନ୍ନ ଦେଶ ନୂଆ ନୂଆ କାର୍ଯ୍ୟକ୍ରମ ହାତକୁ ନେଇଥାନ୍ତି ।ଆଜିର ଦିନରେ ଅର୍ଥାତ ଏପ୍ରିଲ୨୩ରେ ମହାନ ଲେଖକ ଓ୍ୱିଲିୟମ ସେକସ୍ପିୟରଙ୍କ ନିଧନ ହୋଇଥିଲା । ସେହିପରି ଲେଖକ ଇନକା […]
କଟକ-ଭୁବନେଶ୍ୱର ମଧ୍ୟରେ ଟ୍ରାଫିକ୍ ଭିଡ଼ କମାଇବା ପାଇଁ ୪ଟି ନୂଆ ‘ଅଲଟରନେଟିଭ୍ ଓ୍ୱେ’ ବା ବିକଳ୍ପ ରାସ୍ତା ନିର୍ମାଣ କରାଯିବ। ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଦୁଇ ସହର ମଧ୍ୟରେ ଏକାଧିକ ଏଣ୍ଟ୍ରି ପଏଣ୍ଟ ରହିଲେ ଭିଡ଼ ହ୍ରାସ ପାଇବ। ଏଥିସହ କାଠଯୋଡ଼ି ନଦୀ ଉପରେ ଦ୍ୱିତୀୟ ବ୍ରିଜ୍ କାମ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇସାରିଛି । ସରକାରଙ୍କ ଯୋଜନା ଅନୁଯାୟୀ, ପୁରୀ, ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧାକୁ ଏକ ‘ରିଂ ରୋଡ୍’ ମାଧ୍ୟମରେ […]
OAS ସ୍ତରରେ ଅଦଳବଦଳ। ୧୯ ଜଣ OAS ଅଧିକାରୀଙ୍କୁ ବଦଳି କଲେ ସରକାର। ରତ୍ନାକର ସାହୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ଶାସନ ସଚିବ। ଜାତୀୟ ସ୍ବାସ୍ଥ୍ୟ ମିଶନର ନୋଡାଲ ଅଧିକାରୀ ଭାବେ ମଧ୍ୟ ଦାୟିତ୍ବ। ସୁଧାକର ନାୟକ କ୍ରୀଡ଼ା ଓ ଯୁବସେବା ବିଭାଗର ଅତିରିକ୍ତ ଶାସନ ସଚିବ। ଶ୍ବେତ କୁମାର ଦାସ ହେଲେ MKCG ମେଡିକାଲ କଲେଜର ରେଜିଷ୍ଟ୍ରାର। ପ୍ରମୋଦ କୁମାର ପୃଷ୍ଟି ହେଲେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ। ସଚ୍ଚିଦାନନ୍ଦ ନାୟକ ହେଲେ […]
ପ୍ରବଳ ଖରା ସତ୍ତ୍ୱେ ପଶ୍ଚିମବଙ୍ଗ ଓ ତାମିଲନାଡୁରେ ଭୋଟ ବର୍ଷା । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଏବଂ ତାମିଲନାଡୁର ସମସ୍ତ ଆସନ ପାଇଁ ଭୋଟ୍ ଗ୍ରହଣ ଶେଷ ହୋଇଛି । ପ୍ରବଳ ଖରା ସତ୍ତ୍ୱେ ଭୋଟରମାନେ ବହୁ ସଂଖ୍ୟାରେ ବାହାରି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।ସମସ୍ତ ମତଦାନ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉଭୟ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ କଠୋର ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଶାନ୍ତିପୂର୍ଣ୍ଣ ଏବଂ ନିରପେକ୍ଷ […]
ଜନଗଣନା ଅଧିକାରୀଙ୍କ ପାଇଁ ଏସ୍ଓପି। ପ୍ରଥମ ପର୍ଯ୍ୟାୟ ଜନଗଣନା-୨୦୨୭ ପାଇଁ ରାଜସ୍ବ ବିଭାଗ ଏସ୍ଓପି ଜାରି କରିଛି। ଏ ନେଇ ସବୁ ଜିଲ୍ଲାପାଳ/ଏସ୍ପି/ ମ୍ୟୁନିସପାଲ୍ କମିଶନରଙ୍କୁ ଚିଠି ହୋଇଛି। ନିୟୋଜିତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଗଣନାକାରୀ/ପର୍ଯ୍ୟବେକ୍ଷକ ସର୍ବଦା ସରକାରୀ ପରିଚୟପତ୍ର ପିନ୍ଧିବା ଜରୁରୀ । ଫିଲ୍ଡରେ ସେମାନଙ୍କୁ ନିଯୁକ୍ତି ପତ୍ର ମଧ୍ୟ ପାଖରେ ରଖିବାକୁ ପରାମର୍ଶ ଦିଆଯାଇଛି। ଯଦି କେହି ଧମକ ଚମକ ଦିଅନ୍ତି ତାହେଲେ E&S ହସ୍ତକ୍ଷେପ କରିବେ। […]
ଆଜି କପିଳାସ ଛକ ଠାରେ ରାୟଗଡ଼ା ଯୁବମୋର୍ଚ୍ଚା ତଥା ଯୁବ ନେତା ପ୍ରିତମ କୁମାର୍ ଙ୍କ ନେତୃତ୍ବରେ ନାରୀ ଶକ୍ତି ବନ୍ଧନ ଅଧିନିୟମକୁ ସମର୍ଥନ କରି କଂଗ୍ରେସ୍ ଓ ବିଜେଡ଼ିଙ୍କ ବିରୋଧରେ ଜିଲ୍ଲାର ବହୁ ସଂଖ୍ୟକ ଯୁବକ ଓ ଯୁବତୀମାନଙ୍କ ଅଂଶଗ୍ରହଣରେ ଏକ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ଆୟୋଜିତ ହୋଇଥିଲା, ଯେଉଁଥିରେ ଯୁବ ସମାଜ ନାରୀ ସଶକ୍ତିକରଣ ପ୍ରତି ଦୃଢ଼ ସମର୍ଥନ ଜଣାଇବା ସହ ବିପକ୍ଷ ଦଳମାନଙ୍କର ନୀତି ଓ ଭୂମିକାକୁ ତୀବ୍ର ଭାବରେ ସମାଲୋଚନା କରିଥିଲେ। […]
ଦିଲ୍ଲୀରୁ ସିମଲାକୁ ସିଫ୍ଟ ହେଲେ ରାଷ୍ଟ୍ରପତି । ଏଥିପାଇଁ ଦିଲ୍ଲୀର ରାଷ୍ଟ୍ରପତି କାର୍ଯ୍ୟାଳୟ ସିମଲାକୁ ସିଫ୍ଟ କରିଦିଆଯାଇଛି । ୬ ଦିନ ପାଇଁ ଦିଲ୍ଲୀରେ ହେଉଥିବା ସମସ୍ତ କାର୍ଯ୍ୟ ଏବେ ସିମଲା କରାଯିବ । ତେବେ ଏଥିପାଇଁ ହିମାଚଳ ସରକାର ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସମସ୍ତ ପ୍ରକାରର ପ୍ରସ୍ତୁତି କରିଛନ୍ତି । ରାଷ୍ଟ୍ରପତିଙ୍କ ଅଫିସିଆଲ ବାସସ୍ଥାନ କେବଳ ସିମଲା ଏବଂ ହାଇଦ୍ରାବାଦରେ ରହିଛି । ଦେଶରେ କେବଳ ତିନୋଟି ସ୍ଥାନରେ ରାଷ୍ଟ୍ରପତିଙ୍କ ବାସଭବନ ରହିଛି। ଏଥିମଧ୍ୟରୁ ସବୁଠାରୁ […]
