ମହିଳା ସଂରକ୍ଷଣ ବିଲ୍ ଉପରେ ବିତର୍କ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି ୮ଟା ୩୦ ମିନିଟରେ ଦେଶକୁ ସମ୍ବୋଧନ କରିବେ । ସୁତ୍ର ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି ମହିଳା ସଂରକ୍ଷଣ ବିଲ୍ ଉପରେ କହିବା ଆଶା କରାଯାଉଛି ।ତେବେ ପ୍ରଧାନମନ୍ତ୍ରୀ କେଉଁ ବିଷୟ ଉପରେ ଦେଶକୁ ସମ୍ବୋଧିତ କରିବେ ସେ ବିଷୟରେ ପ୍ରଧାନମନ୍ତ୍ରୀ କୌଣସି ନିର୍ଦ୍ଦିଷ୍ଟ ବିବରଣୀ ପ୍ରଦାନ କରିନାହାଁନ୍ତି । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଶନିବାର ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍ ବୈଠକରେ […]
ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ ତହସିଲଦାର । ଲଘୁ ଖଣିଜ ଲୁଟ୍ ହେଉଥିବା ନେଇ ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ସମୟରେ ବ୍ୟାସନଗର ତହସିଲଦାରଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଦେଲେ ଦୁର୍ବୃତ୍ତ ।ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି। ଏଭଳି ଘଟଣା ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।ସୂଚନା ମୁତାବକ ବ୍ୟାସନଗର ତହସିଲ ଅଧିନ […]
ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଦ୍ବାରା ଆତଙ୍କବାଦୀ ମଡ୍ୟୁଲ ପର୍ଦ୍ଦାଫାସ। ଭୁବନେଶ୍ବରର ଶେଖ୍ ଇମ୍ରାନଙ୍କୁ ଗିରଫ ଦର୍ଶାଇଲା ଦିଲ୍ଲୀ ପୋଲିସ। ତାଙ୍କ ସହ ଅନ୍ୟ ୩ ଜଣଙ୍କୁ ବି ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କ ଭିତରେ ଅଛନ୍ତି ମହାରାଷ୍ଟ୍ରର ୨ ଜଣ ଓ ବିହାର ଜଣେ। ଗିରଫ ଯୁବକ ମାନେ ସୋସିଆଲ୍ ମିଡିଆ ଗ୍ରୁପ୍ ଜରିଆରେ ଅନ୍ୟ ଯୁବକଙ୍କୁ ସକ୍ରିୟ କରାଉଥିଲେ । ଏମିତିକି ଆତଙ୍କୀ ଆକ୍ରମଣ ପାଇଁ IED ପ୍ରସ୍ତୁତ କରୁଥିଲେ ଏମାନେ । ଜିହାଦୀ […]
ଏଣିକି ଯୋଜନା ବୋର୍ଡ ବଦଳରେ ହେବ SITI ଓଡ଼ିଶା । ଖୁବଶୀଘ୍ର ରାଜ୍ୟ ସରକାର ପ୍ରତିଷ୍ଠା କରିବେ SITI ଓଡ଼ିଶା । SITI ହେଉଛି ଷ୍ଟେଟ ଇନଷ୍ଟିଚ୍ୟୁଟ ଫର୍ ଟ୍ରାନ୍ସଫରମେଟିଭ୍ ଇନିସିଏଟିଭ୍ ।କେନ୍ଦ୍ର ସରକାରଙ୍କ ନିତି ଆୟୋଗ ଢ଼ାଂଚାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର SITI-Odisha’ର ସ୍ଥାପନ କରିଛନ୍ତି। ୨୦୩୬ ମସିହା ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଓ ୨୦୨୪୭ ସୁଦ୍ଧା ‘ବିକଶିତ ଓଡ଼ିଶା’ର ଲକ୍ଷ୍ୟକୁ ହାସଲ କରିବା ନିମନ୍ତେ ମୋହନ ସରକାର ଏହି ‘ସିଟି-ଓଡ଼ିଶା’ ଗଠନ […]
ଟାଣ ଖରା ସମୟରେ ଯାତ୍ରୀ ପରିବହନ ଉପରେ କଟକଣା ଲଗାଇବେ ସରକାର । ଅଧିକ ଖରା ହେଉଥିବା ଜାଗାରେ ହିଟୱେଭ ଆଶ୍ରୟ ସ୍ଥଳୀ ନିର୍ମାଣ କରିବେ । ଯାତାୟତ କରିବା ରାସ୍ତାରେ ଡ୍ରାଇଭରଙ୍କ ପାଇଁ ବିଶ୍ରାମ, ORS, ପିଇବା ପାଣିର ବ୍ୟବସ୍ଥା କରାଯାଇଛି । ଏନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ୧୧ଟାରୁ ୩ଟା ଯାଏଁ ଯାତ୍ରୀ ଓ ମାଲ ପରିବହନ ଉପରେ ତଦାରଖ କରାଯିବ ।ଅଂଶୁଘାତ ମୃତ୍ୟୁ ପାଇଁ ରିପୋର୍ଟ ପାଇବାର […]
ବିଜେଡିର ଇଣ୍ଡି ମେଣ୍ଟ ସହ ହୋଇଛି ଅଘୋଷିତ ବୁଝାମଣା । ମହିଳା ସଂରକ୍ଷଣ ବିଲ କାଟ ଖାଇବା ପ୍ରସଙ୍ଗରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ପ୍ରତିକ୍ରିୟା ରଖି କହିଛନ୍ତି, ଆଗରୁ ବିଜେପିକୁ ସମର୍ଥନ କରୁଥିଲେ, ଏବେ ଇଣ୍ଡି ମେଣ୍ଟକୁ ସମର୍ଥିନ । ଏହା ଦ୍ୱାରା ବିଜେପିର କିଛି ଅସୁବିଧା ହେବନି କହିଲେ ପ୍ରଦୀପ ବଳସାମନ୍ତ । ଅନ୍ୟପଟେ ବିଲ୍ କାଟ୍ ଖାଇବା ନେଇ ବିଜେପି ଉପରେ ପାଲଟା ଦୋଷ ଲଦିଲା ବିଜେଡି । ବରିଷ୍ଠ ବିଜେଡି […]
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି, ଯଦି ବୁଧବାର ସୁଦ୍ଧା ଇରାନ ସହିତ ଏକ ଚୁକ୍ତି ନହୁଏ, ତେବେ ଆମେରିକା ପୁଣି ଥରେ ବୋମାମାଡ଼ କରିପାରେ। ଲେବାନନରେ, ୧୦ ଦିନିଆ ଅସ୍ତ୍ରବିରତି କାର୍ଯ୍ୟକାରୀ ହେବା ପରେ ଏକ ଉତ୍ସବମୁଖୀ ପରିବେଶ ସୃଷ୍ଟି ହୋଇଛି, ଯାହା ଇସ୍ରାଏଲୀ ଏବଂ ଲେବାନନ ଅଧିକାରୀଙ୍କ ମଧ୍ୟରେ ଏକ ଦୀର୍ଘକାଳୀନ ଚୁକ୍ତି ସମ୍ପର୍କରେ ଆଲୋଚନା ପାଇଁ ପଥ ପ୍ରଶସ୍ତ କରିଛି। ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ […]
ଚଳିତ ବର୍ଷ ପୁରୀ ଚନ୍ଦନ ଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀରେ ଫୁଟିବନି ବାଣ । ଆସନ୍ତା ୨୦ ତାରିଖରେ ଚନ୍ଦନଯାତ୍ରା ଥିବାରୁ ଏହାକୁ ନେଇ ପୁରୀ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁରୀ ଏସପି ପ୍ରତୀକ ସିଂଙ୍କ ସୂଚନା ଅନୁଯାୟୀ, ନରେନ୍ଦ୍ର ପୁଷ୍କରିଣୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ସମ୍ପୂର୍ଣ୍ଣ ଅଞ୍ଚଳ ସିସିଟିଭି ବଳୟ ମଧ୍ୟରେ ରହିବ। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ବିମାନ ବାହାରି ନରେନ୍ଦ୍ର ପୁଷ୍କରିଣୀ ଆସିବା ସମୟରେ ମଧ୍ୟ ବ୍ୟାପକ ସୁରକ୍ଷା […]
ଚଳିତ ମାସ ୨୦ରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଯୋଗ୍ୟ ଚାଷୀଙ୍କୁ ସିଏମ-କିଷାନ ସହାୟତା ରାଶି ଦିଆଯିବ। କଟକସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ପରିସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ପ୍ରଦାନର ଶୁଭାରମ୍ଭ କରିବେ। ରାଜ୍ୟର ୪୧ ଲକ୍ଷ ୬୮ହଜାର ୫୮୨ ଚାଷୀଙ୍କୁ ଖରିଫ ସହାୟତା ପ୍ରଦାନ କରାଯିବ। ସୂଚନାମୁତାବକ ଏହି ଯୋଜନାରେ ଅକ୍ଷୟ ତୃତୀୟା ଓ ନୂଆଖାଇ ସମୟରେ ଚାଷୀଙ୍କୁ ଦୁଇଟି କିସ୍ତିରେ ସହାୟତା ମିଳୁଥିବାବେଳେ, ଅକ୍ଷୟ ତୃତୀୟାରେ ଖରିଫ୍ ଋତୁ ପାଇଁ […]
ଅଣ୍ଡା ନଦେଇ ଫେରିଗଲେ ଅଲିଭରିଡଲେ । ଏପ୍ରିଲ ମାସ ସରିବାକୁ ବସିଲାଣି ମାତ୍ର ଆଜି ଯାଏଁ ବିରଳ ଅଲିଭରିଡଲେ କଇଁଛ ସାମୂହିକ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହେଉନାହାନ୍ତି । ଦୀର୍ଘ ଦୁଇ ମାସ ଧରି କୂଳରୁ ୫ଶହ ମିଟର ମଧ୍ୟରେ ଲକ୍ଷାଧିକ ମାଆ କଇଁଛ ଠୁଳ ହୋଇଥିବା ଦୃଶ୍ୟମାନ ହେଉଥିବା ବେଳେ ଗତ ଏକ ସପ୍ତାହ ହେଲା କୂଳରେ ଆଉ କଇଁଛଙ୍କୁ ଦେଖିବାକୁ ମିଳୁନି ।କୂଳରେ ଅଣ୍ଡା ଦେବା ପାଇଁ ଏକାଠି ହୋଇଥିବା ଲକ୍ଷାଧିକ କଇଁଛ ଏବେ […]
ଗେ ଡେଟିଂ ଆପ୍ ଜରିଆରେ ଡକାୟତି। ଏହି ଗେ ଡେଟିଂ ଆପ୍ ବ୍ୟବହାର କରି ଲୋକଙ୍କୁ ଲୁଟୁଥିଲେ। ବଡଗଡ ଥାନା ପୋଲିସ ଏହାର ପର୍ଦ୍ଦାଫାସ କରିଛି। ଯୁବକ ମାନେ ଗେ ଡେଟିଙ୍ଗ ଆପ ଜରିଆରେ କରୁଥିଲେ ଚାଟିଙ୍ଗ। ଦେଖା କରିବା ପାଇଁ ଡାକୁଥିଲେ ନିରୋଳା ଜାଗାକୁ । ଫାଶରେ ପଡ଼ିଥିବା ଲୋକଙ୍କୁ କରୁଥିଲେ ମାରପିଟ୍। ଛଡ଼ାଇ ନେଉଥିଲେ ସୁନା ଅଳଙ୍କାର,ନଗଦ ଟଙ୍କା ଓ ଦାମୀ ଜିନିଷ।ଗତ ମାର୍ଚ୍ଚ ମାସରେ ଜଣେ ଯୁବକଙ୍କୁ ଏପରି ଉପାୟରେ କେଶୁରା ଅଂଚଳର […]
ଭଦ୍ରକରୁ ବିରଳ ଆଲବିନୋ ରଣା ଉଦ୍ଧାର ହୋଇଛି ।ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକର ଛୁଆଳ ସିଂହ ଅଞ୍ଚଳରୁ ଆଜି ଏକ ହଳଦିଆ ଧଳା ରଙ୍ଗର ସାପ ସ୍ଥାନୀୟ ଲୋକ ମାନେ ଧରି ଏକ ପ୍ଲାଷ୍ଟିକ ଡବାରେ ରଖି ଥିଲେ । ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଫୋନ କରି ଲୋକ ମାନେ ସାପଟିକୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ । ଶୁଭେନ୍ଦୁ ଭଦ୍ରକ ଡିଭିଜନର ଏସିଏଫ ସୁମିତ୍ ମହାନ୍ତିଙ୍କୁ ସାପର ଫୋଟୋ […]
