author

ହାଇ ସିକ୍ୟୁରିଟି ଜୋନ ଲୋକସେବା ଭବନରୁ ଏସି ଚୋରି, ୨ ଅଭିଯୁକ୍ତଙ୍କୁ ଗିରଫ

ରାଜଧାନୀର ହାଇ ସିକ୍ୟୁରିଟି ଜୋନ କୁହାଯାଉଥିବା ଲୋକସେବା ଭବନରୁ ଚୋରି କରିଥିଲେ ଏସି। ଲୋକସେବା ଭବନ ସହ ବିଭିନ୍ନ ବିଭାଗର AC ଚୋରି କରିଥିବା ଅଭିଯୋଗରେ ୨ ଜଣଙ୍କୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।। ସେମାନେ ହେଲେ ତମାଣ୍ଡୋ ସିଜିପୁଟରେ ରହୁଥିବା କଟକ ନିଶ୍ଚିନ୍ତକୋଇଲିର ମନୋଜ କୁମାର ଦାସ(୨୫) ଏବଂ ସାଲିଆସାହି ମଇଳାଟାଙ୍କି ବସ୍ତିରେ ରହୁଥିବା ଯାଜପୁର ବିଞ୍ଝାରପୁରର ଚନ୍ଦନ ପଲାଇ(୨୭) । ସେମାନଙ୍କ ଠାରୁ ଏସି କଂପ୍ରେସରର ବିଭିନ୍ନ ସାମଗ୍ରୀ […]

ସଂସଦରେ ମୋଦିଙ୍କୁ କାହିଁକି ଯାଦୁକର କହିଲେ ରାହୁଲ !

ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଶୁକ୍ରବାର ଦେଖିବାକୁ ମିଳିଛି ଏକ ମଜାଦାର ମୁହୂର୍ତ୍ତ । ମହିଳା ସଂରକ୍ଷଣ ବିଲ୍ ଉପରେ ଚର୍ଚ୍ଚା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦି ଓ ନିଜକୁ ନେଇ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି, ଯାହା ଶୁଣି ପୂରା ଗୃହ ହସରେ ଫାଟି ପଡ଼ିଥିଲା ।ସଂସଦରେ ଉଦବୋଧନ ଦେଇ ରାହୁଲ ଗାନ୍ଧୀ କହିଥିଲେ ଯେ, ଭାରତର ପରିକଳ୍ପନା ଓ ବିକାଶରେ ମହିଳାମାନେ ହେଉଛନ୍ତି ମୁଖ୍ୟ ଚାଳିକା ଶକ୍ତି । ପ୍ରତ୍ୟେକ ବ୍ୟକ୍ତି […]

ଝାଡ଼ଖଣ୍ଡ TET ସିଲାବସରେ ଓଡ଼ିଆ ଲିପିକୁ ଅବମାନନା , ତୁରନ୍ତ ସଂଶୋଧନ ଦାବି

ଝାଡ଼ଖଣ୍ଡରେ ଓଡ଼ିଆ ଲିପିକୁ ଅବମାନନା । ଝାଡ଼ଖଣ୍ଡ ଟିଇଟି ସିଲାବସରେ ଓଡ଼ିଆ ଲିପିକୁ ଅବମାନନା କରାଯାଇଛି । ଯାହାକୁ ନେଇ ଆପତ୍ତି ଉଠାଇଛନ୍ତି ଓଡ଼ିଶା ସରକାର । ଓଡ଼ିଆ ଭାଷାର ସିଲାବସକୁ ଏହାର ନିଜସ୍ୱ ସ୍ୱତନ୍ତ୍ର ଲିପି ପରିବର୍ତ୍ତେ ଦେବନାଗରୀ ଲିପିରେ ପ୍ରକାଶ କରାଯାଇଥିବାରୁ ଏହାକୁ ନେଇ ଝାଡ଼ଖଣ୍ଡର ଓଡ଼ିଆ ଭାଷାଭାଷୀ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗତ ୨୮ ମାର୍ଚ୍ଚ ୨୦୨୬ରେ ଜାରି ହୋଇଥିବା ଏହି ବିଜ୍ଞପ୍ତିକୁ ସ୍ଥାନୀୟ ଓଡ଼ିଆମାନେ ଅତ୍ୟନ୍ତ […]

ବିରାଟଙ୍କ ‘ଲାଇକ୍‌କୁ’ ନେଇ ପୁଣି ବିବାଦ !ଏଥର ଜର୍ମାନ ମଡେଲ…

ଇନଷ୍ଟାଗ୍ରାମ୍‌ରେ ଜଣେ ଜର୍ମାନ ମଡେଲଙ୍କ ଫଟୋକୁ ‘ଲାଇକ୍‌’ କରି ଚର୍ଚ୍ଚାକୁ ଆସିଯାଇଛନ୍ତି କ୍ରିକେଟର୍‌ ବିରାଟ କୋହଲି । ଏହି ମଡେଲ ହେଉଛନ୍ତି ଲିଜ୍‌ ଲାଜ୍‌ । ଏହା ଜଣାପଡ଼ିବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । କେତେକ ପ୍ରଶଂସକ ଏହାକୁ ନେଇ ମଜାଦାର ମିମ୍ ସେୟାର କରିଛନ୍ତି ତ ଆଉ କେତେକ ଲେଖିଛନ୍ତି ଏଥର ବି ବୋଧହୁଏ ଆଲଗୋରିଦିମ୍ ସମସ୍ୟା ଯୋଗୁଁ ଏପରି ହୋଇଛି ।ଗୁରୁବାର ରାତିରେ, ଏହି […]

ରାଜନୀତିରେ କିଛି ଲୋକ ସବୁବେଳେ ବିଶ୍ୱାସଘାତକତା ଭୂମିକାରେ ଖୁସି ହୁଅନ୍ତି: ନବୀନ ପଟ୍ଟନାୟକ

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧବାର୍ଷିକୀ । ବିଜୁ ବାବୁଙ୍କୁ ଆଜି ମନେ ପକାଉଛି ସାରା ଓଡ଼ିଶା । ପ୍ରତିଟି ଓଡ଼ିଆଙ୍କ ସ୍ୱାଭିମାନ, ମହାନ ଜନନାୟକ ବିଜୁ ବାବୁଙ୍କ ତିରୋଧାନ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଆଦର୍ଶରେ ସବୁ କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ କରିବା ପାଇଁ ଆମେ ସଦା ସମର୍ପିତ ବୋଲି […]

ରିଲିଜ ହେଲା ‘ଭୂତ ବଙ୍ଗଲା’! ୧୬ ବର୍ଷ ପରେ ଏକାଠି ହେଲେ ଅକ୍ଷୟ କୁମାର ଓ ପ୍ରିୟଦର୍ଶନ

ରିଲିଜ ହୋଇଯାଇଛି ଅକ୍ଷୟ କୁମାରଙ୍କ ଅଭିନୀତ ସିନେମା ‘ଭୂତ ବଙ୍ଗଲା’ । ସିନେମାଟି ଭରପୁର କମେଡି ସହିତ ସସ୍ପେନ୍ସ ଓ ହରର୍କୁ ସଠିକ ପରିମାଣରେ ମିଶ୍ରଣ କରି ଦର୍ଶକଙ୍କ ମନୋରଞ୍ଜନ କରିବାରେ ସଫଳ ହୋଇଛି ବୋଲି କୁହାଯାଉଛି । ଏହାରି ମଧ୍ୟରେ ‘ଭୂତ ବଙ୍ଗଳା’ ପେଡ୍ ପ୍ରିଭ୍ୟୁରେ ଭଲ ପ୍ରତିକ୍ରିୟା ହାସଲ କରିଛି । ଏହା ରିଲିଜ୍ ପୂର୍ବରୁ ପେଡ୍ ପ୍ରିଭ୍ୟୁ ଶୋ’ରୁ ୩.୫୦ କୋଟି ରୋଜଗାର କରିଛି । ତେଣୁ, ଫିଲ୍ମଟି ଏକ ଦମଦାର ଓପନିଂ […]

ଯୁଦ୍ଧକୁ ନେଇ UNରେ ମୁହଁ ଖୋଲିଲା ଭାରତ:ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସବୁ ସମାଧାନ ହୋଇପାରିବ

ଷ୍ଟ୍ରେଟ୍ ଅଫ୍ ହର୍ମୋଜକୁ ନେଇ ପ୍ରତିକ୍ରିୟା ରଖିଲା ଭାରତ । ଜାତିସଙ୍ଘରେ ଦେଶର ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି ୟୁଏନରେ ଭାରତର ସ୍ଥାୟୀ ପ୍ରତିନିଧି ପର୍ବତନେନୀ ହରିଶ । ଇରାନ ଏବଂ ମଧ୍ୟପ୍ରାଚ୍ୟରେ ଜାରି ସଙ୍ଘର୍ଷକୁ ନେଇ ସେ ପ୍ରତିକ୍ରିୟା ରଖିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ୨୮ ଫେବୃଆରୀ, ୨୦୨୬ରେ ଏହି କ୍ଷେତ୍ରରେ ଶତ୍ରୁତା ଆରମ୍ଭ ହେବା ମାତ୍ରେ ଭାରତ ଗଭୀର ଚିନ୍ତା ପ୍ରକାଶ କରିଥିଲା। ଭାରତ ସମସ୍ତ ରାଷ୍ଟ୍ରକୁ ସଂଯମତା ଅବଲମ୍ବନ କରିବାକୁ ପରିସ୍ଥିତିକୁ […]

ଏଣିକି ଆଉ ରନ ୱେ କ୍ଳିଅର ପାଇଁ ଅପେକ୍ଷା କରିବାକୁ ପଡିବ ନାହିଁ। ଘଣ୍ଟାକୁ ଉଡ଼ିବ ୧୫ରୁ ୨୦ ବିମାନ

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର ।ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ଦେଶର ଅନ୍ୟତମ ବ୍ୟସ୍ତ ବହୁଳ ବିମାନ ‌ବନ୍ଦର ଆଡକୁ ଅଗ୍ରସର ହେଉଛି । ବିମାନବନ୍ଦର ପକ୍ଷରୁ 1566 ମିଟର ବିଶିଷ୍ଟ ପିପିଟି ଏବଂ ଆରଇଟି ନିର୍ମାଣ କରାଯାଇଛି । ଯାହା ଫଳରେ ଘଣ୍ଟାକୁ ଏବେ 15-20 ବିମାନ ଉଡାଣ କରିପାରିବ ।ରନୱେର ଏକ ନ୍ୟୁନ କୋଣ ସହ ଜଡିତ ହୋଇ ରହିଥାଏ ଟ୍ୟାକ୍ସି ଓ୍ବେ। ଏହାକୁ ଏଭଳି ଭାବେ ଡିଜାଇନ କରାଯାଇଥାଏ […]

ବିଜୁ ପଟ୍ଟନାୟକଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବ ଆମ ସରକାର: ମୁଖ୍ୟମନ୍ତ୍ରୀ

ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଉପସ୍ଥିତ ଥିଲେ ବାଚସ୍ପତି ସୁରମା ପାଢୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁ ବାବୁ ଜଣେ ସ୍ୱାଧୀନତା ସଂଗ୍ରାମୀ, ଶିଳ୍ପପତି, ଓଡିଶାକୁ ଭଲ ପାଉଥିବା ରାଜନେତା । ଓଡିଶା ମାଟିର ଗୌରବ ଏବଂ ଦେଶର ସମ୍ମାନ ପାଇଁ […]

ଏଣିକି ଫଳ ପଚାଇବାକୁ କାରବାଇଡ ବ୍ୟବହାର କରାଗଲେ ନିଆଯିବ କଡ଼ା ଆକ୍ସନ

ଫଳକୁ କୃତ୍ରିମ ଭାବେ ପଚାଇବା ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସମସ୍ୟା ହୋଇଥିବାରୁ, ଭାରତ ସରକାର ଏବଂ ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷ ତଥା FSSAI ଏଥିପାଇଁ ଅନେକ କଠୋର ପଦକ୍ଷେପ ଗ୍ରହଣ କରିଛି। ସରକାର କାଲସିୟମ୍ କାର୍ବାଇଡ୍ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛନ୍ତି।ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଜୋରଦାର ଧରପଗଡ଼ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ବିଶେଷ କରି ଆମ୍ବ, କଦଳୀ, ଅମୃତଭଣ୍ଡା ଆଦି ଫଳକୁ କୃତ୍ରିମ ଉପାୟରେ ପଚାଇବା ପାଇଁ ଅସାଧୁ ବ୍ୟବସାୟୀ […]

ଇସ୍ରାଏଲ-ଲେବାନନରେ ୧୦ ଦିନିଆ ଅସ୍ତ୍ରବିରତି ଘୋଷଣା

ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଚାଲିଥିବା ଉତ୍ତେଜନା ହ୍ରାସ କରିବା ଦିଗରେ ଆମେରିକା ଏକ ବଡ଼ ପଦକ୍ଷେପ ନେଇଛି। ଲେବାନନ୍-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି। ଇସଲାମାବାଦରେ ଇରାନ ଏବଂ ଆମେରିକା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ହେବାର ସମ୍ଭାବନା ଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ୧୦ ଦିନିଆ ଅସ୍ତ୍ରବିରତି ଘୋଷଣା କରିଛନ୍ତି।ଭାରତୀୟ ସମୟ ଅନୁସାରେ ଗୁରୁବାର-ଶୁକ୍ରବାର ମଧ୍ୟରାତ୍ରି ୨ଟା […]

ଧଉଳି ଗଣନାଟ୍ୟ ଯାତ୍ରା ଅଭିନେତା ରୁଦ୍ର ନାରାୟଣ ଗୁରୁତର, ମେଡିକାଲରେ ଭର୍ତ୍ତି

ଯାତ୍ରା ଅଭିନେତା ରୁଦ୍ର ନାରାୟଣ ଗୁରୁତର । ଧଉଳି ଗଣନାଟ୍ୟ ଯାତ୍ରା ପାର୍ଟିର ଅଭିନେତା ରୁଦ୍ରନାରାୟଣ ମିଶ୍ରଙ୍କ ଗାଡ଼ିକୁ ପିଟିଲା ଟ୍ରକ । ଅଭିନେତା ରୁଦ୍ର ଗୁରୁତର ଆହତ ହୋଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଭଦ୍ରକ ପୀରହାଟ ନିକଟରେ ତାଙ୍କର ଯାତ୍ରା ପାର୍ଟି ପଡିଛି ।ଖବର ଅନୁଯାୟୀ, ଧଉଳି ଗଣନାଟ୍ୟର ଅଭିନେତା ରୁଦ୍ର ନାରାୟଣଙ୍କର ଭୟଙ୍କର ଦୁର୍ଘଟଣା ଘଟିଛି । ପିରହାଟରୁ ଭୁବନେଶ୍ୱର ଫେରୁଥିବା ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ […]