author

ଓଡିଶାକୁ ବେଶୀ ଜାପାନୀ ପର୍ଯ୍ୟଟକ ଆସୁଛନ୍ତି-ଉପମୁଖ୍ୟମନ୍ତ୍ରୀ

ଓଡିଶାକୁ ବେଶୀ ଜାପାନୀ ପର୍ଯ୍ୟଟକ ଆସୁଛନ୍ତି । ଓଡିଶାରେ ବଢୁଛି ବିଜେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ।୨୦୨୪-୨୫ରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୧୩ ଲକ୍ଷ ୮୩ ହଜାର ୫୫୬ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି । ଏନେଇ ଆଜି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଉପମୁଖ୍ୟମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ଏହା ପୂର୍ବରୁ ୨୦୨୩-୨୪ରେ ୧ କୋଟି ୧୪ ହଜାର ୧୭୫ ପର୍ଯ୍ୟଟକ ଓଡ଼ିଶା ଆସିଥିଲେ । ୨୦୨୨-୨୩ରେ ଓଡ଼ିଶା ଆସିଥିଲେ ୮୬ ଲକ୍ଷ […]

ଆସନ୍ତା ଜାନୁଆରୀ ୨୨୦ରେ ଓଏସଏସଟିଇଟି- ୨୦୨୫ ପରୀକ୍ଷା

ଆସନ୍ତା ଜାନୁଆରୀ ୨୦ରେ ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି)OSSTET- ୨୦୨୫ । ଆଜିଠାରୁ ଆସନ୍ତା ୧୭ ତାରିଖ ଯାଏଁ ଅନଲାଇନରେ ହେବ ଆବେଦନ । ୨୦୨୨୬ ଜାନୁଆରୀ ୧୦ ପରଠାରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି ।ତେବେ ସକାଳ ୯ରୁ ସାଢ଼େ ୧୧ ପେପର-୧, ଅପରାହ୍ନ ୨ରୁ ୪ଟା ୩୦ ପେପର-୨ ଚାଲିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ନିଆଁ ଲାଗି ଜଳିଗଲେ ନାବାଳିକା, ପୋଡ଼ି ଯାଇଛି ଦେହର ୮୦ ପ୍ରତିଶତ !

ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ ।ଏଭଳି ଏକ ଅଭାବନୀୟ ଘଟିଣା ଘଟିଛି ରାଉରକେଲାର ଲାଞ୍ଜିବର୍ଣ୍ଣାରେ । ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି । ୮ ୦ ପ୍ରତିଶତ ପୋଡିଯାଇଥିବା ସୂଚନା । ଘଟଣାସ୍ଥଳରେ ପହଂଚିଛନ୍ତି ସୁନ୍ଦରଗଡ଼ ଏସପି ।ଖବର ଅନୁଯାୟୀ, ଶୁକ୍ରବାର ରାତିରେ ନାବାଳିକା ଜଣଙ୍କ ଖାଇ ସାରି ଶୋଇଥିଲେ । ଏହି ସମୟରେ ହଠାତ୍ ଚିତ୍କାର ଶୁଣିଥିଲେ ପରିବାର ଲୋକେ । ଯାହାପରେ ପରିବାର ଲୋକେ ତୁରନ୍ତ ଦୌଡି ଯାଇ […]

୪ ବର୍ଷରେ ୧୨୪ କେଜି ବ୍ରାଉନସୁଗାର ଜବତ-ଅବକାରୀ ମନ୍ତ୍ରୀ

ଓଡିଶାରେ ୪ ବର୍ଷରେ ୧୨୪ କେଜି ୯୯୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖୁଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ୪ବର୍ଷରେ ମଧ୍ୟରେ ୧୪୨୬ ମାମଲା ରୁଜୁ ହଇଛି । ୧୫୨୨ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଚଳିତବର୍ଷ ନଭେମ୍ବର ସୁଦ୍ଧା ୨୯ କେଜି ବ୍ରାଉନସୁଗାର ଜବତ ହଇଛି । ୩୩୧ ଅଭିଯୁକ୍ତ ଗିରଫ ହୋଇଛନ୍ତି ।

ରାଜଧାନୀରେ ପୁଣି ଶିକ୍ଷକଙ୍କ ହୁଙ୍କାର, ଗ୍ରେଡ୍ ପେ’ ବୃଦ୍ଧି ଓ ଠିକା ବ୍ୟବସ୍ଥା ଉଚ୍ଛେଦ ଦାବି

ବିଧାନସଭା ଆସିଲେ ଅନେକ ସଂଘ ନିଜର ଦାବିକୁ ନେଇ ରାଜରାସ୍ତାରେ ଓଲ୍ହାଇଥାନ୍ତି । ତେବେ ବର୍ତ୍ତମାନ ସମୟରେ ପ୍ରାଥମିକ ଶିକ୍ଷକଙ୍କ ଗର୍ଜନ ଶୁଭୁଛି ଗାନ୍ଧୀ ମାର୍ଗରେ । ହଜାରେ ହଜାରେ ସଂଖ୍ୟାରେ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବିଭିନ୍ନ ଦାବି ନେଇ ଅଧ୍ୟାପିକା ଓ ଅଧ୍ୟାପକମାନେ ଆନ୍ଦୋଳନ କରୁଛନ୍ତି । ୬ହଜାର ଟଙ୍କା ଗ୍ରେଡପେ ଲାଗୁ, ଏସଏସବି ନିଯୁକ୍ତି ଅଧ୍ୟାପକମାନଙ୍କୁ ଆଇନ ଅନୁଯାୟୀ ରାଜ୍ୟ ସରକାରୀ କର୍ମଚାରୀ ମାନ୍ୟତା, UGC ନିୟମ ଓ ୨୦୧୬ ଅନୁସାୟୀ […]

ପାରମ୍ପରିକ ଥାଳିରେ ପରଷା ଗଲା ପୁଟିନଙ୍କୁ ବିଭିନ୍ନ ଭାରତୀୟ ବ୍ୟଞ୍ଜନ

ଦୁଇ ଦିନିଆ ଭାରତ ଗସ୍ତ ସାରି ସେ ଋଷ ଗସ୍ତ କରିଛନ୍ତି । ଶୁକ୍ରବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ପୁଟିନଙ୍କୁ ଆନୁଷ୍ଠାନିକ ଭାବରେ ସ୍ୱାଗତ କରାଯାଇଥିଲା ।ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ଭବ୍ୟ ନୈଶ ଭୋଜି । ରାଷ୍ଟ୍ରପତି ଭବନରେ ତାଙ୍କୁ ସମ୍ପୂର୍ଣ୍ଣ ନିରାମିଷ ଖାଦ୍ୟ ପରଷାଯାଇଥିଲା । ପୁରା ପାରମ୍ପରିକ ରୀତିରେ ଥାଳିରେ ରଖାଯାଇଥିଲା ଭାରତୀୟ ବ୍ୟଞ୍ଜନ । ଏଥିରେ ବିଭିନ୍ନ ରାଜ୍ୟର ଖାଦ୍ୟ ସାମିଲ କରାଯାଇଥିଲା ।ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ […]

ମୋବାଇଲ ଟାୱାରକୁ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ମାନସିକ ଚାପରେ ଥିବା ଜଣେ ଯୁବକ ମୋବାଇଲ ଟାୱାର ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ ।ସୋର ଥାନା ମୁବାରକପୁର ଗ୍ରାମର ନିତା ସାହୁ (୨୮) ପାରିବାରିକ କଳହ କାରଣରୁ ମାନସିକ ଚାପରେ ରହୁଥିଲେ। ଆଜି ସକାଳେ ମୋବାରକପୁର ଗ୍ରାମର ଶିବ ମନ୍ଦିର ନିକଟରେ ଥିବା ମୋବାଇଲ ଟାୱାରକୁ ଚଢି ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ବୁଝାସୁଝା କରିଥିଲେ। ଖବର ପାଇ ସୋର ଅଗ୍ନିଶମ ବିଭାଗର କର୍ମଚାରୀ ପହଁଚିବା ବେଳେକୁ ସ୍ଥାନୀୟ ଲୋକେ […]

ବାରବାଟୀ ଭାରତ-ଦକ୍ଷିଣ ଆଫ୍ରିକା T-20 । ଟିକେଟ୍ ବିକ୍ରି ପରେ ଏବେ ସକ୍ରିୟ ଦଲାଲ୍

ବାରବାଟୀ ଭାରତ-ଦକ୍ଷିଣ ଆଫ୍ରିକା T-20 ପାଇଁ ସରିଛି ଟିକେଟ ବିକ୍ରି। ଗତଥର ତ୍ରୁଟିକୁ ସୁଧାରି ଟିକେଟ ବିକ୍ରି ବ୍ୟବସ୍ଥାକୁ ବେଶ ଶୃଙ୍ଖଳିତ କରିଥିଲା ପୋଲିସ। ତେବେ କଳାବଜାରୀ ଚିତ୍ର କିନ୍ତୁ ଜଳଜଳ ହୋଇ ସାମନାକୁ ଦିଶୁଛି। ପୂର୍ବ ମ୍ୟାଚ ଭଳି ଏଥର ବି ମହିଳାଙ୍କୁ ଦଲାଲ କାମରେ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ସେପଟେ ମ୍ୟାଚ୍‌ ପାଇଁ କମିଶନେରେଟ ପୁଲିସର ପ୍ରସ୍ତୁତି । ବାରବାଟୀରେ ମ୍ୟାଚ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ପୁଲିସ କମିଶନର ଏସ.ଦେବଦତ୍ତ […]

୩୮୯୦ ଅଙ୍ଗନଓ୍ୱାଡି କେନ୍ଦ୍ର ଭଡ଼ା ଘରେ ଚାଲୁଛି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ନବମ ଦିନ । ରାଜ୍ୟରେ ମୋଟ ୭୪୨୨ଟି ଅଙ୍ଗନବାଡି କେନ୍ଦ୍ର ଅଛି । ୨୦, ୧୫୦ଟି ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ । ଭଡା ଘରେ ଚାଲିଛି ୩, ୮୯୦ ଟି ଅଙ୍ଗନବାଡି କେନ୍ଦ୍ର ରହିଛି । କମ୍ୟୁନିଟି ସେଣ୍ଟରରେ ଚାଲିଛି ୧୦, ୪୬୯ଟି କେନ୍ଦ୍ର ରହିଛି । ୪,୫୭୪ ଅଙ୍ଗନବାଡି କେନ୍ଦ୍ର ସ୍କୁଲରେ ଚାଲିଛି । ଏନେଇ ଗୃହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉତ୍ତର ରଖିଛନ୍ତି । ସେହିପରି […]

ଓଡିଆ ଘରର ଅନନ୍ୟ ପରମ୍ପରା ‘ଦାଣ୍ଡ ପହଁରା ଓଷା’

ଆମ ଓଡିଶାରେ ଅଧିକାଂଶ ଓଷା ସନ୍ତାନମାନଙ୍କ ମଙ୍ଗଳ କାମନା ଓ ସେମାନଙ୍କ ଦୀର୍ଘାୟୁ ନିମନ୍ତେ ନାରୀମାନେ କରିଥାଆନ୍ତି। ଏହି ଓଷା ସବୁରେ କେତେବେଳେ ଷଠୀମାତାଙ୍କୁ ପୂଜା କରାଯାଏ ତ କେତେବେଳେ ଯମ ଦେବତାଙ୍କୁ। ଦୀର୍ଘ ଓ ଧାର୍ମିକ ଜୀବନ ବଞ୍ଚିବା ପାଇଁ ଏହି ଦେବତାଙ୍କୁ ସନ୍ତୁଷ୍ଟ କରିବା ଆବଶ୍ୟକ ପଡ଼ିଥାଏ। ତେଣୁ ଓଡ଼ିଶାର ଗ୍ରାମୀଣ ପରମ୍ପରାରେ ଯମଙ୍କୁ ସନ୍ତୁଷ୍ଟ କରିବାପାଇଁ ଅନେକ ଲୋକପର୍ବ, ଓଷାବ୍ରତ ଆଦି ପାଳନ କରାଯାଇଥାଏ। ସେଥି ମଧ୍ୟରୁ ଗୋଟିଏ ହେଉଛି ‘ବାଟ ଓଷା’ […]

ବିମାନ ଯାତ୍ରୀଙ୍କୁ ସହାୟତାର ହାତ ବଢାଇଲା ରେଲୱ,ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର ବର୍ଦ୍ଧିତ ଭିଡ଼ ଏବଂ ଅଧିକ ଚାହିଦାକୁ ଦୃଷ୍ଟିରେ ରଖି, ଭାରତୀୟ ରେଳବାଇ ତୁରନ୍ତ ପଦକ୍ଷେପ ନେଇଛି।ବିଭିନ୍ନ ରୁଟରେ ଚଳାଚଳ କରୁଥିବା ଯାତ୍ରୀବାହୀ ରେଳଗାଡିଗୁଡିକର ୧୧୬ଟି ଅତିରିକ୍ତ କୋଚ ଲଗାଇଛି ଭାରତୀୟ ରେଳବାଇ। ଦେଶର ବିଭିନ୍ନ ଜୋନରେ ଚାଲୁଥିବା ୩୭ଟି ଟ୍ରେନରେ ଏହି କୋଚଗୁଡିକ ଲଗାଯାଇଛି ।ଉତ୍ତର ରେଳବାଇ ପକ୍ଷରୁ ୫ଟି ସ୍ୱତନ୍ତ୍ର […]

ସାରା ରାଜ୍ୟରେ ଶୀତ ଲହରୀ, ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଭୀଷଣ ଥଣ୍ଡା ରହିବ

ରାଜ୍ୟରେ ହାଡ଼ଭଙ୍ଗା ଜାଡ଼ ଅନୁଭୂତ ହେବ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଭୀଷଣ ଥଣ୍ଡା ରହିବ । ଅନ୍ୟ ସ୍ଥାନରେ ବି ଅସମ୍ଭାଳ ଶୀତ ହେବ ।ମୟୂରଭଞ୍ଜ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ତାପମାତ୍ରା ୨ ଡିଗ୍ରି ସେଲସିୟସକୁ ଖସିଛି ପାରଦ । ବିଶେଷ କରି ଶିମିଳିପାଳ ଏବଂ ଶିମିଳିପାଳ ପାଦ ଦେଶରେ ଥିବା ଗାଁ ଗୁଡିକରେ ହାଡ଼ ଭଙ୍ଗା ଶୀତ ଅନୁଭୂତ ହେଉଛି । ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଅନୁଗୁଳରେ ଶୀତ ଲହରୀ ବହିବ […]