author

ସାରା ରାଜ୍ୟରେ ଶୀତ ଲହରୀ, ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଭୀଷଣ ଥଣ୍ଡା ରହିବ

ରାଜ୍ୟରେ ହାଡ଼ଭଙ୍ଗା ଜାଡ଼ ଅନୁଭୂତ ହେବ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଭୀଷଣ ଥଣ୍ଡା ରହିବ । ଅନ୍ୟ ସ୍ଥାନରେ ବି ଅସମ୍ଭାଳ ଶୀତ ହେବ ।ମୟୂରଭଞ୍ଜ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ତାପମାତ୍ରା ୨ ଡିଗ୍ରି ସେଲସିୟସକୁ ଖସିଛି ପାରଦ । ବିଶେଷ କରି ଶିମିଳିପାଳ ଏବଂ ଶିମିଳିପାଳ ପାଦ ଦେଶରେ ଥିବା ଗାଁ ଗୁଡିକରେ ହାଡ଼ ଭଙ୍ଗା ଶୀତ ଅନୁଭୂତ ହେଉଛି । ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଅନୁଗୁଳରେ ଶୀତ ଲହରୀ ବହିବ […]

ଝିଅ ବାହାଘର ପାଇଁ ମିଳିବ ୫୧ ହଜାର ! ଏହି ଯୋଜନା ରାଜ୍ୟର ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେବ

ଆସିଲା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ମାର୍ଗଦର୍ଶିକା । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ, ପ୍ରତ୍ୟେକ ଯୋଗ୍ୟ କନ୍ୟାଙ୍କୁ ବିବାହରେ ସହଯୋଗ ଏବଂ ପରିବାରର ଆର୍ଥିକ ବୋଝ କମାଇବା ପାଇଁ ମିଳିବ ୫୧ ହଜାର ଟଙ୍କାର ଆର୍ଥିକ ସହୟତା । ଏହି ଯୋଜନା ରାଜ୍ୟର ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେବ। ୨୦୨୫-୨୬ ରୁ ୨୦୨୯-୩୦ ବର୍ଷ ପର୍ଯ୍ୟନ୍ତ ଯୋଜନା ଚାଲୁ ରହିବ। ଏହି ଟଙ୍କା କନ୍ୟାଙ୍କ ଆକାଉଣ୍ଟକୁ ଯିବ ୩୫ ହଜାର ଟଙ୍କା। ବିବାହ କାର୍ଯ୍ୟ […]

ଆଜିର ରାଶିଫଳ(୬ ଡିସେମ୍ବର, ୨୦୨୫)

ମେଷଆଜି ଶୁଭ ଗ୍ରହର ଦୃଷ୍ଟି ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ। ବେୟ ଅଧିକ ହେଲେମଧ୍ୟ କାମରେ ସଫଳତା ମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ। ଯାତ୍ରା, ପ୍ରଶାସନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ର ମନ୍ଦ ହେବନି। ବୃଷରାଶିରେ ଉଚ୍ଚସ୍ଥ ଚନ୍ଦ୍ର ପ୍ରଭାବରୁ ମନ ପ୍ରଫୁଲ୍ଲ ରହିବ। ଘରେ ହେଉ କିମ୍ବା ବାହାରେ ସବୁଠି ଆଜି ଅନ୍ୟମାନଙ୍କଠାରୁ ପ୍ରଶଂସା ପାଇବେ। ଏକ ନୂତନ […]

ଏମ୍ସକୁ ୩ କୋଟି ୪୦ ଲକ୍ଷ ଦାନ କରିଥିଲେ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ଓଡ଼ିଶାର ସୁପ୍ରତିଷ୍ଠିତ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର କେ ଲକ୍ଷ୍ମୀ ବାଈଙ୍କର ୧୦୦ତମ ଜନ୍ମଦିନ ଅବସରରେ ଶୁକ୍ରବାର ଦିନ ତାଙ୍କ ଭାବନଗର ବାସଭବନରେ ସେଲିବ୍ରେସନ କରାଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଶୁଭେଚ୍ଛା ଜଣାଇ ତାଙ୍କୁ ଏକ ଚିଠି ଲେଖିଥିଲେ। ଏହି ଚିଠିରେ ରାଷ୍ଟ୍ରପତି ଲକ୍ଷ୍ମୀ ବାଈଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଶାନ୍ତିପୂର୍ଣ୍ଣ ଜୀବନର କାମନା କରିଥିଲେ।ପ୍ରସିଦ୍ଧ ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରଫେସର କେ. ଲକ୍ଷ୍ମୀ ବାଈ ତାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ […]

ରତନ ଟାଟାଙ୍କ ସାବତ ମା’ ସିମୋନଙ୍କ ପରଲୋକ

ରତନ ଟାଟାଙ୍କ ସାବତ ମା’ ଏବଂ ନୋଏଲ ଟାଟାଙ୍କ ମାଆ ସିମୋନ ଡୁନୋୟର ଟାଟାଙ୍କ ପରଲୋକ ହୋଇଛି। ସେ ୯୫ ବର୍ଷ ବୟସରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସିମୋନ ଟାଟା ସ୍ୱିଜରଲ୍ୟାଣ୍ଡର ଜେନେଭାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୂରା ନାଁ ସିମୋନ ନାଭାଲ ଡୁନୋୟର ଥିଲା। ୧୯୫୩ ମସିହାରେ ସେ ଭାରତ ଗସ୍ତରେ ଆସିଥିଲେ ଏବଂ ୧୯୫୫ ମସିହାରେ ଜେଆରଡି ଟାଟାଙ୍କ ସାବତ ଭାଇ ନାଭାଲ ଏଚ୍. […]

ଖେଳ ପାଇଁ ଟୁଇନ ସିଟି ଦାୟିତ୍ବରେ ୯୬ ପ୍ଲାଟୁନ ଫୋର୍ସ

ବାରବାଟୀ ଟି-ଟ୍ବେଣ୍ଟି ଲାଗି ଆଜିଠୁ ଆରମ୍ଭ ହୋଇଛି ଅଫଲାଇନରେ ଟିକେଟ୍ ବିକ୍ରି । ଟିକେଟ୍‌ ଖଣ୍ଡେ ପାଇବାକୁ କ୍ରିକେଟ୍‌ ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ। ଘଣ୍ଟା ଘଣ୍ଟା ଲାଇନ୍‌ରେ ରହି ଟିକେଟ୍ ନେଇଛନ୍ତି ଦର୍ଶକ । ତେବେ ବାରବାଟିରେ ହେବାକୁ ଥିବା କ୍ରିକେଟ ମ୍ୟାଚ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବମ ସ୍କ୍ବାଡ ସହ ସୁରକ୍ଷା ବଳୟକୁ ଯାଞ୍ଚ କରିବେ ସ୍ପେଶାଲ ଟାକ୍ଟିକାଲ ୟୁନିଟ । କଟକରେ ୭୪ ପ୍ଲାଟୁନ ଫୋର୍ସ […]

ସିକ୍କିମର ବରଫାଚ୍ଛନ ଅଞ୍ଚଳରେ ମାଉଣ୍ଟେନିକ୍ ତାଲିମ ନେଇ ଫେରିଲେ 3 ବିଦ୍ୟାର୍ଥୀ

ସିକ୍କିମର ବରଫାଚ୍ଛନ କାଞ୍ଚନଜଙ୍ଘରେ ମାଉଣ୍ଟେନିକ୍ ତାଲିମ ନେଇ ଫେରିଛନ୍ତି ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ବ୍ରହ୍ମପୁର ସହରର ତିନି ଜଣ ବିଦ୍ୟାର୍ଥୀ ।ଜାତୀୟ ସମର ଶିକ୍ଷାର୍ଥୀ ବାହିନୀରେ ଅଂଶଗ୍ରହଣ କରୁଥିବା ବିଦ୍ୟାର୍ଥୀଙ୍କ ମାନଙ୍କୁ ନେଇ କିଛି ବର୍ଷ ବ୍ୟବଧାନରେ ଆଡଭେନଚର କାର୍ଯ୍ୟକ୍ରମ ହୋଇଥାଏ । ଚୟନ ହେଉଥିବା କ୍ୟାଡେଟ୍ ମାନଙ୍କୁ ନେଇ ପର୍ବତାରୋହଣ, ବରଫ ରାସ୍ତା ଅତିକ୍ରମ କିପରି କରିବେ ତାହାକୁ ନେଇ ଏକ ବେସିକ୍ ମାଉଣ୍ଟେନିକ୍ ତାଲିମ କୋର୍ସ କରାଯାଇଥାଏ । ଚଳିତବର୍ଷ ଏହି କୋର୍ସ […]

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି! ରୁଷ ନାଗରିକଙ୍କୁ ମିଳିବ ମାଗଣା ପର୍ଯ୍ୟଟକ ଭିଜା

ରୁଷ୍‌ର ରାଷ୍ଟ୍ରପତି ଦୁଇ ଦିବସୀୟ ଭାରତ ଗସ୍ତରେ ଅଛନ୍ତି। ଆଜି ଯାତ୍ରାର ଦ୍ୱିତୀୟ ଦିନ। ତାଙ୍କର ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ୱାଗତ କରାଯାଇଛି। ଏହାପରେ ହାଇଦ୍ରାବାଦ ହାଉସ୍‌ରେ ପ୍ରଧାନମନ୍ତ୍ରୀ ମୋଦି ଓ ରୁଷୀୟ ରାଷ୍ଟ୍ରପତି ଦ୍ୱିପାକ୍ଷୀୟ ଆଲୋଚନା କରିଛନ୍ତି।ଏହି ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ସମ୍ପର୍କରେ ତଥ୍ୟ ଆଦାନପ୍ରଦାନ କରାଯାଇଛି। ମୋଦୀ ଏବଂ ପୁଟିନଙ୍କ ମଧ୍ୟରେ ୭ଟି ବୁଝାମଣା ସମ୍ପର୍କରେ ସହମତି ହୋଇଛି। ବିଶେଷ କରି ପ୍ରବାସୀ, ସ୍ବାସ୍ଥ୍ୟ, ମେଡିକାଲ ଶିକ୍ଷା, ଖାଦ୍ୟ […]

ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ

ରାଜ୍ୟର ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଖୁବଶୀଘ୍ର ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ପାଠ୍ୟକ୍ରମ ବା ସିଲାବସ୍ ପରିବର୍ତ୍ତନ ହେବାକୁ ଯାଉଛି । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବର୍ତ୍ତମାନର ପାଠ୍ୟକ୍ରମରେ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯିବ। ପାଠ୍ୟପୁସ୍ତକ ପରିବର୍ତ୍ତନ ପାଇଁ ପ୍ରସ୍ତୁତି […]

ପ୍ରଶ୍ନପତ୍ର ଲିକ୍‌: ବାତିଲ ହେଲା ଏଏନ୍‌ଏମ୍‌ ପରୀକ୍ଷା

ଗଜପତି ଜିଲା ପାରଳାଖେମୁଣ୍ଡିରେ ଏଏନ୍‌ଏମ୍‌ ପରୀକ୍ଷା ବାତିଲ ହୋଇଛି। ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ଆଜି ବିଧାନସଭା ଗୃହରେ କଂଗ୍ରେସ ବିଧାୟକ ରାଜନ ଏକା ପ୍ରଶ୍ନ କରିଥିଲେ। ଆଜି ୨ଟା ବେଳେ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ଦିନ ୧୧ଟା ବେଳେ ବଜାରରେ ପ୍ରଶ୍ନ ପତ୍ର ବିକ୍ରି ହେଉଥିବା ନେଇ ବିଧାୟକ ପ୍ରଶ୍ନ କରିଥିଲେ।ଆଜି ଅଗଜିଲାରୀ ନର୍ସ ମିଡ୍ ୱାଇଫେରି ବିଷୟରେ ହୋଇଥାନ୍ତା ପରୀକ୍ଷା । ହେଲେ ପରୀକ୍ଷା ହଲରେ ପହଞ୍ଚିବା ପରେ ଉପଜିଲ୍ଲାପାଳ ପରୀକ୍ଷା […]

ଭିଜିଲାନ୍ସ ଜାଲରେ ବନ୍ଧବାହାଲ ସେକ୍ସନ ଫରେଷ୍ଟର

ଝାରସୁଗୁଡା ବନଖଣ୍ଡ ଅନ୍ତର୍ଗତ ବ୍ରଜରାଜନଗର ରେଞ୍ଜ ବନ୍ଧବାହାଲ ସେକ୍ସନର ଫରେଷ୍ଟର ଗୌରାଙ୍ଗ ସାହୁ ହୋଇଛନ୍ତି। ଜଣେ ଲୋକଙ୍କଠାରୁ ଗୌରାଙ୍ଗ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ପୂର୍ବାହ୍ନରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।ସୂଚନାନୁଯାୟୀ, ବନ୍ଧବାହାଲ ସେକ୍ସନର ଫରେଷ୍ଟର ଗୌରାଙ୍ଗ ସାହୁ ଜଣେ ବ୍ୟକ୍ତି ତାଙ୍କ ଜମିରୁ ଶୁଖିଲା ନୀଳଗିରି ଗଛ କାଟିବା ଏବଂ ପରିବହନ ପାଇଁ ଅନୁମତି ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଉକ୍ତ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସର ଦ୍ଵାରସ୍ଥ […]

ବିଧାନସଭାରେ ଉଠିଲା ଏଏନଏମ ପ୍ରଶ୍ନପତ୍ର ଲିକ ମାମଲା

ପୂର୍ବରୁ ଏସଆଇ ପରୀକ୍ଷା ପ୍ରଶ୍ନ ପତ୍ର ଲିକ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଆଜି ଏଏନଏମ ପରୀକ୍ଷାର ପ୍ରଶ୍ନପତ୍ର ଲିକ ହୋଇଥିବା ଖବର ସାମ୍ନାକୁ ଆସିଛି ।   ଆଜି ଦ୍ୱିତୀୟ ବର୍ଷ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଥିବାବେଳେ ଏହାର ୩ ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ଲିକ୍‌ ହୋଇଛି। ଅପରାହ୍ନ ୨ଟାରେ ପରୀକ୍ଷା ଥିବା ବେଳେ ପୂର୍ବାହ୍ନ ୧୧ଟାରେ ପ୍ରଶ୍ନପତ୍ର ଲିକ୍‌ ହୋଇଛି। ଆଜି ମିଡ୍‌ ଓ୍ବାଇଫେରି ପରୀକ୍ଷା ଥିଲା। ଅନ୍ୟପଟେ ବିଧାନସଭାରେ ଉଠିଲା ଏଏନଏମ ପ୍ରଶ୍ନପତ୍ର […]