author

ଓଡ଼ିଶାରେ ୨୦,୧୫୦ ଅଙ୍ଗନବାଡ଼ିର ନିଜସ୍ବ ଗୃହ ନାହିଁ: ଉପ ମୁଖ୍ୟମନ୍ତ୍ରୀ

ବିଧାନସଭା ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ପ୍ରଶ୍ନକାଳ ସ୍ୱାଭାବିକ ଚାଲିଛି । ମହିଳା ଓ ଶିଶୁ ବିକାଶ ବିଭାଗ ଉପରେ ଚାଲିଛି ପ୍ରଶ୍ନୋତ୍ତର । ବିଧାନସଭାରେ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଓଡ଼ିଶାରେ ୨୦,୧୫୦ ଅଙ୍ଗନବାଡ଼ିର ନିଜସ୍ବ ଗୃହ ନାହିଁ। ଏବେ ୭୩୮୯ଟି ଅଙ୍ଗନବାଡ଼ିର ଗୃହନିର୍ମାଣ ଚାଲିଛି। ଏଣେ ୩୮୯୦ ଅଙ୍ଗନବାଡ଼ି ଭଡ଼ା ଘରେ ଚାଲିଛି।ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନର ଉତ୍ତର ରଖି ସୂଚନା […]

ଆଜି ରାମଙ୍କ ସର୍ବୋଚ୍ଚ ମୂର୍ତ୍ତି ଅନାବରଣ କଲେ ମୋଦି

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଆର ଶ୍ରୀ ସଂସ୍ଥାନ ଗୋକର୍ଣ୍ଣ ପର୍ତ୍ତଗାଲି ଜୀବୋତ୍ତମ ମଠରେ ଭଗବାନ ରାମଙ୍କ ବ୍ରୋଞ୍ଜ ପ୍ରତିମାକୁ ଉନ୍ମୋଚନ କରିଥିଲେ, ଯାହାକୁ ଭଗବାନ ରାମଙ୍କ ସବୁଠାରୁ ଉଚ୍ଚ ପ୍ରତିମା ବୋଲି କୁହାଯାଉଛି।ଦକ୍ଷିଣ ଗୋଆର ହୋଇଥିବା ଭଗବାନ ରାମଙ୍କ ପ୍ରତିମା ୭୭ ଫୁଟ ଉଚ୍ଚ ହୋଇଥିବା ବେଳେ ଅଯୋଧ୍ୟା ମନ୍ଦିରରେ ରାମ ଲଲ୍ଲାଙ୍କ ପ୍ରତିମା ୫୧ ଇଞ୍ଚ ଉଚ୍ଚତାର ବୋଲି କୁହାଯାଉଛି। ଗୁଜରାଟରେ ଷ୍ଟାଚ୍ୟୁ ଅଫ୍‌ ୟୁନିଟିର ଡିଜାଇନ୍‌ କରିଥିବା ଶିଳ୍ପୀ ରାମ ସୁତାର ଶ୍ରୀରାମଙ୍କ […]

ଭାରତ ସମେତ ସାରା ବିଶ୍ୱରେ A320 ବିମାନ ସେବା ପ୍ରଭାବିତ

ଦେଶରେ ବିମାନ ଯାତ୍ରୀଙ୍କ ପାଇଁ ବଡ଼ ଖବର । ବିଶ୍ୱର ସର୍ବାଧିକ ବିକ୍ରି ହେଉଥିବା ବିମାନ ଏୟାରବସ A320 ଫ୍ୟାମିଲିର ବିମାନରେ ଏକ ଯାନ୍ତ୍ରିକ ତ୍ରୁଟି ଆବିଷ୍କାର ହୋଇଛି। ଏହା ଭାରତ ସମେତ ସାରା ବିଶ୍ୱରେ ହଜାର ହଜାର ଉଡ଼ାଣକୁ ପ୍ରଭାବିତ କରୁଛି। ଏକ ସଫ୍ଟୱେର୍‌ ତ୍ରୁଟି ଆବିଷ୍କାର ହେବା ପରେ, A320 ଫ୍ୟାମିଲିର ବିମାନକୁ ଗ୍ରାଉଣ୍ଡ କରାଯାଇଛି। ତା’ପରେ ସଫ୍ଟୱେର୍‌ ଅପଗ୍ରେଡ ହେବ, ଯାହା ଭାରତରେ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଭଳି ବିମାନ କମ୍ପାନୀ […]

ଡିସେମ୍ବର ୧ରୁ ଖୋଲିବନି ଶ୍ରୀଗୁଣ୍ଡିଚା ମନ୍ଦିର

ଡିସେମ୍ବର ୧ରୁ ଖୋଲିବନି ଶ୍ରୀଗୁଣ୍ଡିଚା ମନ୍ଦିର । ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ସର୍ବସାଧାରଣ ଭକ୍ତଙ୍କ ପାଇଁ ଖୋଲାଯିବା ପ୍ରସ୍ତାବ ସାମୟିକ ଭାବେ ସ୍ଥଗିତ ।ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଓ ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜରଙ୍କ ଜରୁରୀ ରିପୋର୍ଟ ତଥା ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।ସେହିପରି ଶ୍ରୀଗୁଣ୍ଡିଚା ମନ୍ଦିର ପରିସର ଉଦ୍ୟାନ ଗୁଡ଼ିକ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ସଫେଇ ଏବଂ ଉନ୍ନତିକରଣ ଜରୁରୀ ଥିବା ବରିଷ୍ଠ ସୁପରଭାଇଜର୍ ରିପୋର୍ଟ ଦେଇଛନ୍ତି l ଏହାକୁ ବିଚାରକୁ […]

କୁହୁଡ଼ି ପାଇଁ ଏସ୍‌ଟିଏର ସତର୍କତା

ଆଗାମୀ ୭ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସମ୍ଭାବନା ନ ଥିବାବେଳେ ପାଗ ମୁଖ୍ୟତଃ ଶୁଖିଲା ରହିବ। ତିନି ଦିନ ହେଲା ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଅନୁଗୋଳ ଓ ଝାରସୁଗୁଡାରେ ଶୀତ ଲହରି ଦେଖାଦେଇଛି। ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଆଦି ଜିଲାର କିଛି ସ୍ଥାନରେ ଘନ କୁହୁଡି ହେବା ନେଇ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ଅନ୍ୟପଟେ କୁହୁଡ଼ି ସମୟରେ ଗାଡ଼ି ଚଳାଇଲେ ଦୁର୍ଘଟଣା ହେବାର ସମ୍ଭାବନା ରହିଛି । […]

ଆଜିର ରାଶିଫଳ(୨୯ ନଭେମ୍ବର, ୨୦୨୫)

ମେଷ : ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ। ବୃଷ : ଆଜି ନିଜର ଉତ୍ସାହ ଗୁଣ ଯେକୌଣସି କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ଯ୍ୟ ପ୍ରତି ଏକାଗ୍ର ହେବା ସରଳ ରହିବ। ଧନ ଲାଭର ସମ୍ଭାବନା ଅଛି।ଶାରୀରିକ […]

ପଠାଣି ସାମନ୍ତ ଉପାୟନ ପ୍ରଦାନ ଉତ୍ସବ

ନୟାଗଡ଼,(ଓଡ଼ିଶା ଦର୍ପଣ) : ଚଳିତ ବର୍ଷର ମର୍ଯ୍ୟାଦାପୂର୍ଣ୍ଣ ‘ ନୟାଗଡ଼ ଗୌରବ’ ସମ୍ମାନ ପାଇବା ପାଇଁ ବୌଦ୍ଧ ଏବଂ ସଂସ୍କୃତି ଯଶସ୍ବୀ ଗବେଷକ ପ୍ରବୀର କୁମାର ପଟ୍ଟନାୟକ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେହିଭଳି ବିଜ୍ଞାନସ୍ରଷ୍ଟା ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ‘ପଠାଣି ସାମନ୍ତ ପ୍ରତିଭା ସମ୍ମାନ’, ସାରସ୍ଵତ ସାଧକ ଭାରତୀ ଭୂଷଣ ମିଶ୍ର‘ପଠାଣି ସାମନ୍ତ ସାହିତ୍ୟ ସମ୍ମାନ’, ସମାଜସେବୀ ପ୍ରଫୁଲ୍ଲ କୁମାର ନାୟକ ‘ପଠାଣି ସାମନ୍ତ ସେବା ସମ୍ମାନ’, ପୂଜ୍ୟ ଗୁରୁଜୀ ଶ୍ରୀଧର ସାହୁ […]

ଆଇଇଡି ବିସ୍ଫୋରଣରେ ନାବାଳିକା ମୃତ, ୨ଯୁବତୀ ଗୁରୁତର

ପଡ଼ୋଶୀ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ସରଣ୍ଡା ଜଙ୍ଗଲରେ ମାଓବାଦୀମାନେ ପୁଣି ଥରେ ନିଜର ଉପସ୍ଥିତି ରଖିଥିବା ପ୍ରମାଣ କରିଛନ୍ତି। ସେମାନଙ୍କର ଦ୍ଵାରା ଖଞ୍ଜା ଯାଇଥିବା ଆଇଇଡି ବିସ୍ଫୋରଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବ‌େଳେ ଅନ୍ୟ ୨ ଜଣ ଗୁରୁତର ଅଛନ୍ତି। ଏହି ଘଟଣା ଶୁକ୍ରବାର ଜରାଇକେଲା ଥାନା ଅଧୀନସ୍ଥ କୋଲବୋଙ୍ଗା ଅଞ୍ଚଳରେ ଘଟିଛି। ସୂଚନା ଅନୁସାରେ, କୋଇଭଙ୍ଗା ଗ୍ରାମର ଫୁଲ ଧନୱାର (୧୦), ସାଲବୀ କାଣ୍ଡୁଲାନା(୧୯) ଏବଂ ବିର୍ସି ଧନୱାର(୧୯) ଘରେ ଚୁଲି ଜଳେଇବା […]

ଅମର୍ ପ୍ରେମ୍’ରେ ନୂଆ ମୋଡ଼ ; ପୂଜାଙ୍କ ବୟଫ୍ରେଣ୍ଡ ଅମରକୁ ଉଠାଇ ନେଲା ପୋଲିସ

ପ୍ରେମ ପାଇଁ ଆମେରିକା ଛାଡ଼ି ଓଡ଼ିଆ ଝିଅ ପୂଜା ଓଡ଼ିଶା ଫେରି ଆସିବା ଘଟଣାରେ ନୂଆ ମୋଡ଼। ପୂଜା ଓରଫ୍ ସୈଜଲର ବୟଫ୍ରେଣ୍ଡ ଅମରକୁ ଟେକି ନେଇଛି ବାଲେଶ୍ଵର ପୋଲିସ। ଆମେରିକାରୁ ଫେରିବା ପରେ ପୂଜାଙ୍କୁ ବାଲେଶ୍ଵର ନାରୀଶକ୍ତି ଗୃହରେ ରଖାଯାଇଛି। ଆଜି ପୂଜାଙ୍କ ପୁରୁଷ ବନ୍ଧୁ ଅମରଙ୍କୁ କାଉନସେଲିଂ ପାଇଁ ଡକାଇଥିଲେ ନାରୀ ସଂଘ । ତେବେ ପଚରାଉଚରା ବେଳେ ତାଙ୍କ ପାଖରେ କୌଣସି ପରିଚୟ ପତ୍ର ମିଳିନଥିଲା, କଥାରେ ତାଳମେଳ ରହୁନଥିବାରୁ ସନ୍ଦେହରେ ପୋଲିସକୁ […]

ଭାରତର ଅର୍ଥନୀତି; ଦ୍ବି୍ତୀୟ ତ୍ରୈମାସିକରେ ୮.୨% ବଢ଼ିଛି ଦେଶର ଜିଡିପି

୨୦୨୫-୨୬ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଦେଶର ଜିଡିପି (GDP) ୮.୨ ପ୍ରତିଶତ ହାରରେ  ବୃଦ୍ଧି ପାଇଛି । ପୂର୍ବ ବର୍ଷ (୨୦୨୪-୨୫)ର ୨ୟ ତିନିମାସରେ ଆର୍ଥିକ ଅଭିବୃଦ୍ଧି ୫.୬ ପ୍ରତିଶତ ଥିଲା ବୋଲି ଶୁକ୍ରବାର ପ୍ରକାଶିତ ସରକାରୀ ତଥ୍ୟରୁ ଜଣାପଡ଼ିଛି। ଏହା ସହିତ ଭାରତପୁଣି ଥରେ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ ହୋଇଛି । ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ (FY26)ରେ, ଦେଶର ଜିଡିପି ଏକ ଦୃଢ଼ ୮.୨% ଗତିରେ ବୃଦ୍ଧି ପାଇଛି, […]

ଭୁଲିଗଲେ ଓଡ଼ିଆ ଅସ୍ମିତା,ଓଡିଶା ବିଧାନସଭାରେ ବଙ୍ଗାଳୀ ଯୁକ୍ତି

ଓଡ଼ିଶା ବିଧାନସଭାରେ ପ୍ରଶ୍ନକାଳ ସମୟରେ ଏକ ଅଭିନବ ତଥା ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି, ଯେତେବେଳେ ବିଧାୟକମାନେ ଓଡ଼ିଆ ଭାଷା ପରିବର୍ତ୍ତେ ବଙ୍ଗାଳି ଭାଷାରେ ଯୁକ୍ତିତର୍କରେ ମାତିଥିଲେ। ଏହି ଘଟଣାକୁ ଦେଖି ସାଧାରଣରେ ‘ଓଡ଼ିଆ ଅସ୍ମିତା’ କଥା ମନେପଡିଛି।ରଣେନ୍ଦ୍ରଙ୍କୁ କଡା ଜବାବ ଦେଲେ ସିଦ୍ଧାନ୍ତ।ବଙ୍ଗଳା ଭାଷାରେ ମୁହାଁମୁହିଁ ହେଲେ ବିଧାୟକ।ବଙ୍ଗାଳୀ ଭାଷାରେ ଢଗ ଶୁଣାଇ ସରକାରଙ୍କୁ ପ୍ରଶ୍ନ କଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ପୁଣି ବଙ୍ଗଳା ଭାଷାରେ କଡା ଜବାବ ରଖିଲେ ଶାସକ […]

ଅତିରିକ୍ତ ବଜେଟ୍ ୨୦୨୫-୨୬ : ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି

ବିଧାନସଭାରେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ ଆଗତ ହୋଇଛି। ମୁଖ୍ୟମନ୍ତ୍ରୀ ଶୁକ୍ରବାର ଗୃହରେ ଅତିରିକ୍ତ ବଜେଟ ଆଗତ କରିଛନ୍ତି । ମହିଳା ଓ ଶିଶୁ ସଶକ୍ତିକରଣ ବିଭାଗ ପାଇଁ ୭୫୧ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ଅଙ୍ଗନୱାଡ଼ି କେନ୍ଦ୍ରର ଅସମ୍ପୂର୍ଣ୍ଣ କୋଠା ସମ୍ପୂର୍ଣ୍ଣ କରିବା ପାଇଁ ୨୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ମମତା ଅଧୀନରେ […]