author

ବାପାର ଡାକ ଶୁଣିଲେ.. ପୁଅକୁ କୋମାରୁ ଉଠାଇଦେଲେ ମହାପ୍ରଭୁ

ମହାପ୍ରଭୁଙ୍କ ଚମତ୍କାର। ସମର୍ପଣର ଭାବନା ସହିତ ମହାପ୍ରଭୁଙ୍କୁ ଗୁହାରି କଲେ ମହାପ୍ରଭୁ ତାହା ଶୁଣନ୍ତି। ଭକ୍ତର କାମନା ପୂରଣ କରନ୍ତି। ଆଉ ଏହା ନିକଟରେ ଦେଖିବାକୁ ମିଳିଛି ପୁରୀ ସିଂହଦ୍ବାର ସାମନାରେ।ପୁଅର ନୂଆ ଜୀବନ ପାଇଁ ସିଂହ ଦୁଆରେ ହାତ ପତେଇଥିଲା ବାପା । ମାସଟେ ବି ପୂରିନି, ହଟିଆ ଠାକୁର ପୁଣି ତା ଲୀଳା ଦେଖାଇଛି । ଆଉ କୋମାରେ ଥିବା ପୁଅକୁ ଚଳପ୍ରଚଳ ହେବା ପାଇଁ ତା’ ଦେହରେ ଶକ୍ତି ଭରି ଦେଇଛି କାଳିଆ। […]

ଆବାସିକ ବିଦ୍ୟାଳୟରେ ପୁଣି ଜଣେ ଛାତ୍ରୀ ହେଲେ ଗର୍ଭବତୀ

ଆବାସିକ ବିଦ୍ୟାଳୟରେ ପୁଣି ଜଣେ ଛାତ୍ରୀ ହେଲେ ଗର୍ଭବତୀ। ଗତ ଦଶହରା ଛୁଟିରେ ଛାତ୍ରୀ ଜଣକ ଘରକୁ ଯାଇ ଫେରିବା ପରେ ଛାତ୍ରୀଙ୍କର ସ୍ବାସ୍ଥ୍ୟ ଖରାପ ରହୁଥିଲା। ବିଦ୍ୟାଳୟର ମେଟ୍ରୋନ ଝିଅଟିର ଡାକ୍ତରଖାନାରେ ଚିକିତ୍ସା କରାଇବା ସହ ମାସିକ ପରୀକ୍ଷା କରିଥିଲେ। ଏହି ଛାତ୍ରୀ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଖାଇରପୁଟ ବ୍ଲକର ଏସଏସଡି ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷର ଜଣେ ଛାତ୍ରୀ ଗର୍ଭବତୀ ହୋଇଥିବା […]

୨୭ରୁ ବିଧାନସଭା ଶୀତ ଅଧିବେଶନ, ୨୬ରେ ସର୍ବଦଳୀୟ ବୈଠକ

ଆସନ୍ତା ୨୬ରେ ବସିବ ସର୍ବଦଳୀୟ ବୈଠକ । ଓଡ଼ିଶା ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ଯେଉଁଥିରେ ସମସ୍ତ ଦଳର ନେତାମାନେ ସାମିଲ ହେବାକୁ ବାଚସ୍ପତିଙ୍କ ପକ୍ଷରୁ ଜଣାଇ ଦିଆଯାଇଛି ।ସୂଚନା ଅନୁଯାୟୀ, ଆସନ୍ତା ୨୭ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ଏହି ଅଧିବେଶନର ପ୍ରଥମ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧିତ କରିବେ। ୨୮ରେ ଗୃହରେ ସରକାର ପ୍ରଥମ ଅତିରିକ୍ତ ବଜେଟ ଆଗତ […]

ଅମାନିଆଙ୍କ ବିରୋଧରେ ପରିବହନ ବିଭାଗର କଠୋର ଆଭିମୁଖ୍ୟ:୪ ଦିନରେ ୨ କୋଟି ଆଦାୟ

ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ ଲକ୍ଷ୍ୟରେ ବାଣିଜ୍ୟ ପରିବହନ ବିଭାଗ ଦ୍ୱାରା ‘ଶୂନ ମୃତାହତ ପକ୍ଷ’ ପାଳନ କରାଯାଉଛି । ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ କରୁଥିବା ବେପରୁଆ ଗାଡ଼ି ଚାଳକଙ୍କୁ ନିୟନ୍ତ୍ରଣ କରିବାକୁ ରାଜ୍ୟବ୍ୟାପୀ ଏନଫୋର୍ସମେଣ୍ଟକୁ ଜୋରଦାର କରାଯାଇଛି । ଏହି ୧୫ ଦିନିଆ ଅଭିଯାନର ପ୍ରଥମ ଚାରି ଦିନରେ ପରିବହନ ବିଭାଗ ଦ୍ୱାରା ୧୨ ହଜାର ୧୫୫ ଇ-ଚାଲାଣ କଟାଯାଇଛି । ଏ ବାବଦରେ ଆଇନ ଉଲ୍ଲଂଘନକାରୀଙ୍କଠାରୁ ୨ କୋଟିରୁ ଅଧିକ ଟଙ୍କାର […]

ଶ୍ରମ କ୍ଷେତ୍ରରେ ବଡ଼ ସଂସ୍କାର; ୪ ନୂଆ ଲେବର କୋଡ୍‌ ଲାଗୁ

କେନ୍ଦ୍ର ସରକାର ଶ୍ରମ ଆଇନରେ ବ୍ୟାପକ ସଂସ୍କାର ଆଣିଛନ୍ତି। ୨୦୨୦ରେ ପାର୍ଲାମେଣ୍ଟରେ ଗୃହୀତ ହୋଇଥିବା ଉକ୍ତ ୪ ଶ୍ରମ ଆଇନକୁ ଶୁକ୍ରବାରଠାରୁ କାର୍ଯ୍ୟକାରୀ କରାଯାଇଛି। ଏହି ବୃହତ୍‌ ସଂସ୍କାର ଅନୁଯାୟୀ, ଅସ୍ଥାୟୀ ଓ ପାର୍ଟଟାଇମ୍‌ ଜବ୍‌ କରୁଥିବା କର୍ମଚାରୀମାନଙ୍କୁ ସାମାଜିକ ସୁରକ୍ଷା ପରିସରଭୁକ୍ତ କରାଯିବ। ସମସ୍ତ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ, ବୈଧାନିକ ସର୍ବନିମ୍ନ ମଜୁରି ଏବଂ ସବୁ ସେକ୍ଟରରେ ଠିକ୍‌ ସମୟରେ ବେତନ ପ୍ରଦାନକୁ ବାଧ୍ୟତାମୂଳକ କରାଯିବ।ଏହି ନୂଆ ଆଇନଗୁଡିକ ଲାଗୁ ହେବା ଦ୍ୱାରା ଅନୌପଚାରିକ କ୍ଷେତ୍ର, […]

କଟକରେ ଡବଲ ମର୍ଡର । ବାପା ଓ ସାବତ ମାଆକୁ ହତ୍ୟା କଲା ନୃଶଂସ ପୁଅ

କଟକ ଦରଘା ବଜାର ଅଞ୍ଚଳରେ ଡବଲ ମର୍ଡର । ଦରଘା ବଜାର ଓଲ୍ଡ ଜେଲ କଲୋନୀରେ ବାପା ଓ ସାବତ ମା’କୁ ଅତି ନିର୍ମମ ଭାବେ ହତ୍ୟା କଲେ ପୁଅ । ଶୁକ୍ରବାର ରାତି ୯ଟା ସମୟରେ ବାପା ମା’ଙ୍କୁ ହତ୍ୟା କରି ସ୍ତ୍ରୀ’ଙ୍କୁ କଲ କରି କହିଲା ସବୁ ଅଧ୍ୟାୟ ଆଜି ଶେଷ କରିଦେଲି ବୋଲି କହିଥିଲେ ପୁଅ। ଏମିତି କିଛି ଅଭାବନୀୟ ଘଟଣା ଘଟିଛି କଟକ ସହରରେ।ହତ୍ୟାକାଣ୍ଡ ସଂପର୍କରେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ […]

ଆଜିର ରାଶିଫଳ(୨୨ ନଭେମ୍ବର, ୨୦୨୫//

✧ମେଷକର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ସ୍ବୀକାର କରିବେ। ବୃଷଆଜି ଆପଣଙ୍କର ମାନସିକ ସ୍ବାସ୍ଥ୍ୟ କେତେକାଂଶରେ ଭଲ ରହି ନପାରେ। ଅଭାବ ନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ମନେ କରିବେ। କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟ […]

ଜୋହନ୍ସ ବର୍ଗରେ ପ୍ରଧାନମନ୍ତ୍ରୀଙ୍କୁ ମୁଣ୍ଡିଆ ମାରି ସ୍ୱାଗତ କଲେ ଲୋକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦକ୍ଷିଣ ଆଫ୍ରିକା ଗସ୍ତ କାର୍ଯ୍ୟକ୍ରମ ଶୁକ୍ରବାର ଆରମ୍ଭ ହୋଇଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ଜୋହନ୍ସବର୍ଗ ପହଞ୍ଚିଥିବା ବେଳେ ସେଠାରେ ଲୋକେ ତାଙ୍କୁ ଆଣ୍ଠେଇ ପଡି ମୁଣ୍ଡିଆମାରି ସ୍ୱାଗତ କରିଛନ୍ତି।ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ତାହା ଭାଇରାଲ ହୋଇଯାଇଛି। ମୁଣ୍ଡିଆମାରି ଅତିଥିଙ୍କୁ ସ୍ୱାଗତ କରିବା ଭାରତୀୟ ପରମ୍ପରାରେ ରହିଛି। ଏହି ସଂସ୍କୃତି ଅନୁକରଣରେ ପ୍ରଧାମନ୍ତ୍ରୀଙ୍କୁ ଦକ୍ଷିଣ ଆଫ୍ରିକାରେ ସ୍ୱାଗତ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ମଧ୍ୟ ନଇଁକି ନମସ୍କାର କରି […]

ବିହାର ମନ୍ତ୍ରିମଣ୍ଡଳ: ସମ୍ରାଟ ଚୌଧୁରୀଙ୍କୁ ଗୃହ ବିଭାଗ

ବିହାର ମୁଖ୍ୟମନ୍ତ୍ରୀ ଭାବରେ ରେକର୍ଡ ଦଶମ ଥର ପାଇଁ ଶପଥ ନେବାର ଦିନକ ପରେ, ନୀତିଶ କୁମାର ଶୁକ୍ରବାର ବିଭାଗ ବଣ୍ଟନ କରିଛନ୍ତି। ବଣ୍ଟନ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ଗୃହ ବିଭାଗ ଦିଆଯାଇଥିଲା, ଭାରତୀୟ ଜନତା ପାର୍ଟି (ବିଜେପି) ନେତା ମଙ୍ଗଲ ପାଣ୍ଡେଙ୍କୁ ସ୍ୱାସ୍ଥ୍ୟ ଏବଂ ଆଇନ ମନ୍ତ୍ରଣାଳୟ ଦିଆଯାଇଥିଲା। ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କୁ ଖଣି ଏବଂ ଭୂତତ୍ତ୍ୱ ବିଭାଗ, ଏବଂ ରାଜସ୍ୱ ଏବଂ ଭୂମି ସଂସ୍କାର ବିଭାଗ ଦିଆଯାଇଛି। ବିଜେପିର ବିହାର ୟୁନିଟ୍ ମୁଖ୍ୟ ଦିଲୀପ ଜୟସୱାଲଙ୍କୁ […]

ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜମୁଦାରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି

ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜମୁଦାରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ଆସିଛି । ମେଡିସିନ ୱାର୍ଡରେ ଚିକିତ୍ସା ଚାଲିଥିବା କହିଲେ ଭୁବନେଶ୍ୱର ଏମସ କର୍ତ୍ତୃପକ୍ଷ । ଭେଣ୍ଟିଲେଟର ସପୋର୍ଟରୁ ବାହାରି ମେଡିସିନ ୱାର୍ଡରେ ଚାଲିଛି ଚିକିତ୍ସା । ସୂଚନା ଅନୁସାରେ, ତାଙ୍କର ଭାଇଟାଲସ୍ଥିର ରହିଛି । ଅଭିଜିତ ସୁସ୍ଥ ହେଉଥିବା ଖବରପାଇ ତାଙ୍କ ପ୍ରଂଶସକଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି ।ପ୍ରାୟ ଅଢେଇମାସ ପରେ ସେ କୋମାରୁ ଧୀରେ ଧୀରେ ବାହାରିଥିବା ଜଣାପଡ଼ିଛି । କିଛି ଅଙ୍ଗପ୍ରତ୍ୟେଙ୍ଗ ସାମାନ୍ୟ […]

ଭିଜିଲାନ୍ସ ଜାଲରେ ପାକ୍ସ ସଚିବ, ୪୦.୭୧ଲକ୍ଷ ଠକେଇ ଅଭିଯୋଗରେ ଗିରଫ

ଚାଷୀମାନଙ୍କ ‌ଋଣ ଟଙ୍କା ଠକେଇ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଶୁକ୍ରବାର ଦିନ ଜଣେ ପାକ୍ସ ସଂପାଦକଙ୍କୁ ଗରିଫ କରିଛି। ତାଙ୍କର ନାମରେ ୪୦ ଲକ୍ଷ ୭୦ ହଜାର ଟଙ୍କା ଠକେଇ ଅଭିଯୋଗ ରହିଛି। ସୂଚନା ଅନୁସାରେ, ଦେବଗଡ଼ ଜିଲ୍ଲା କାଦୋପଡ଼ା ପ୍ରାଥମିକ କୃଷି ସମବାୟ ସଂସ୍ଥାର ସଂପାଦକ ସୁରେଶ ଚନ୍ଦ୍ର ସାହୁ ସରକାରୀ ଆକାଉଣ୍ଟିଂ ରେକର୍ଡରେ ହେରଫେର କରି ଯୋଜନାବଦ୍ଧ ଭାବରେ ଟଙ୍କା ହଡ଼ପ କରିଥିବାର ଅଭିଯୋଗ ଆସିଥିଲା । ଯାହା ସମବାୟର ଆର୍ଥିକ ସ୍ୱାସ୍ଥ୍ୟ ଏବଂ […]

ଶେଷ ଥର ପାଇଁ କୋର୍ଟରେ ବସିଲେ ମୁଖ୍ୟ ବିଚାରପତି ଗଭଇ

ନଭେମ୍ୱର ୨୩ରେ ଅବସର ନେବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି (CJI) ବି.ଆର. ଗଭାଇ । ନଭେମ୍ବର ୨୧ ତାରିଖ ଥିଲା ଜଷ୍ଟିସ୍ ଗାଭାଇଙ୍କ CJI ଭାବରେ ଶେଷ କାର୍ଯ୍ୟ ଦିବସ । ଏହା ପୂର୍ବରୁ, ଆଡଭୋକେଟ୍ସ ଅନ୍ ରେକର୍ଡ ଆସୋସିଏସନ୍ ତାଙ୍କ ପାଇଁ ଏକ ବିଦାୟକାଳୀନ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି CJI କହିଥିଲେ ଯେ ‘ମୁଁ ଜଣେ ଆଇନ ଛାତ୍ର ଭାବରେ ଆସିଥିଲି ଏବଂ ଏବେ ମୁଁ ନ୍ୟାୟର ଛାତ୍ର […]