ନଭେମ୍ୱର ୨୩ରେ ଅବସର ନେବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି (CJI) ବି.ଆର. ଗଭାଇ । ନଭେମ୍ବର ୨୧ ତାରିଖ ଥିଲା ଜଷ୍ଟିସ୍ ଗାଭାଇଙ୍କ CJI ଭାବରେ ଶେଷ କାର୍ଯ୍ୟ ଦିବସ । ଏହା ପୂର୍ବରୁ, ଆଡଭୋକେଟ୍ସ ଅନ୍ ରେକର୍ଡ ଆସୋସିଏସନ୍ ତାଙ୍କ ପାଇଁ ଏକ ବିଦାୟକାଳୀନ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି CJI କହିଥିଲେ ଯେ ‘ମୁଁ ଜଣେ ଆଇନ ଛାତ୍ର ଭାବରେ ଆସିଥିଲି ଏବଂ ଏବେ ମୁଁ ନ୍ୟାୟର ଛାତ୍ର […]
ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର୍ ବିସ୍ଫୋରଣ ମାମଲାରେ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ଏକ ପ୍ରମୁଖ ସୁରାକ ମିଳିଛି। ଗିରଫ ଅଭିଯୁକ୍ତ ମୁଜାମ୍ମିଲ ଶକିଲ ବିସ୍ଫୋରକ ପ୍ରସ୍ତୁତ କରିବା ପାଇଁ ଏକ ଅଟା ମିଲ୍ ଏବଂ ବୈଦ୍ୟୁତିକ ଯନ୍ତ୍ରପାତି ବ୍ୟବହାର କରିଥିଲେ। ତଦନ୍ତ ସମୟରେ ପୋଲିସ ହରିୟାଣାର ଫରିଦାବାଦର ଜଣେ ଟ୍ୟାକ୍ସି ଡ୍ରାଇଭରଙ୍କ ଘରୁ ମିଲ୍ ଏବଂ ଯନ୍ତ୍ରପାତି ଉଦ୍ଧାର କରିଛି।ସୂଚନାଯୋଗ୍ୟ, ଲାଲକିଲ୍ଲା ନିକଟରେ କାର୍ ବିସ୍ଫୋରଣରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା। କାର୍ ଚଳାଉଥିବା ଆତ୍ମଘାତୀ ଆକ୍ରମଣକାରୀ […]
ସବ୍ଇନ୍ସପେକ୍ଟର୍ରୁ ଇନ୍ସପେକ୍ଟର ପାହ୍ୟାକୁ ଦେଢ଼ ମାସ ତଳୁ ପଦୋନ୍ନତି ପାଇଥିଲେ ସୁଦ୍ଧା ଥାନା, ଫାଣ୍ଡିରେ ସବ୍ଇନ୍ସପେକ୍ଟର ଭାବେ କାମ କରୁଥିବା ୪୨୬ ଇନ୍ସପେକ୍ଟର୍ ଏବେ ଆଶ୍ୱସ୍ତ ହୋଇଛନ୍ତି । ନୂଆ କରି ପଦୋନ୍ନତି ପାଇଥିବା ଅଧିକାରୀମାନଙ୍କ ସହ ଆଉ ୪୯ ଜଣଙ୍କୁ ମିଶାଇ ମୋଟ ୪୭୫ ଜଣ ଇନ୍ସପେକ୍ଟରଙ୍କ ବଦଳି ହୋଇଛି। ଏ ସଂକ୍ରାନ୍ତରେ ପୁଲିସ ମୁଖ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବଢ଼ିଲା ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପେନସନ ରାଶି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏନେଇ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାସିକ ବରିଷ୍ଠ ସେବାୟତ ଭତ୍ତା ୪ ହଜାରରୁ ୫ ହଜାରକୁ ବୃଦ୍ଧି କରାଯାଇଛି।୨୦୨୬ ଜାନୁଆରୀରୁ ବର୍ଦ୍ଧିତ ପେନସନ ଲାଗୁ ହେବ। ସେବାୟତଙ୍କ କନ୍ୟାମାନଙ୍କ ବିବାହ ରାଶି ୧ ଲକ୍ଷକୁ ମଧ୍ୟ ବୃଦ୍ଧି କରାଯାଇଛି।ଶ୍ରୀମନ୍ଦିରକୁ ସ୍ବଇଚ୍ଛାରେ ଦାନ ପାଇଁ ATMରେ ଆସିବ ମେସେଜ୍ । ପୁରୀକୁ ଆସୁଥିବା ଶ୍ରଦ୍ଧାଳୁ […]
ନୟାଗଡ,(ଓଡ଼ିଶା ଦର୍ପଣ): ଯୁବ ରେଡକ୍ରସ ଓ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଲାଠିପଡ଼ାସ୍ଥିତ ମଡେଲ ଡିଗ୍ରୀ କଲେଜଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଉକ୍ତ ଶିବିରକୁ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଯୁବ ରେଡକ୍ରସ ଅଧିକାରୀ ବିଜୟିନୀ ଶୁଭଦର୍ଶିନୀ ଓ ଡକ୍ଟର ସୁନୀଲ ଚନ୍ଦ୍ର ପ୍ରଧାନ ଶିବିର ପରିଚାଳନା କରିଥିଲେ। ଲାଠିପଡ଼ା ପ୍ରାଥମିକ ଚିକିତ୍ସାକେନ୍ଦ୍ରର ଡାକ୍ତର ଚିନ୍ମୟ ସାହୁ […]
ଆଜି ରାଜ୍ୟ କ୍ୟାବିନେଟରେ ୯ଟି ବିଭାଗର ୧୨ଟି ପ୍ରସ୍ତାବ ପାରିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନ ପାଇଁ କ୍ୟାବିନେଟରେ ବାଜିଛି ମୋହର । କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରେସମିଟ କରି ସୂଚନା ଦେଇ କହିଛନ୍ତି, ଲଘୁ ଖଣିଜ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଲଘୁ ଖଣିଜ ନିଲାମ ନୁହେଁ, ଲଟେରୀ ହେବ […]
ପାକିସ୍ତାନକୁ ୮ ନୂଆ ହ୍ୟାଙ୍ଗର କ୍ଲାସ ବୁଡ଼ାଜାହଜ ଦେବ ଚୀନ୍ । ଏହା ଆଧୁନିକ ଟେକ୍ନୋଲୋଜିପୂର୍ଣ୍ଣ । ଏୟାର ଇଣ୍ଡିପେଣ୍ଡଣ୍ଟ ପ୍ରପଲ୍ସନ୍ (ଏଆଇପି) ସିଷ୍ଟମରେ ସଜ୍ଜିତ ଯାହା ଦୀର୍ଘ ସମୟ ପାଇଁ ପାଣି ଭିତରେ ରହିପାରିବ । ପ୍ରଥମ ବୁଡ଼ାଜାହଜ ୨୦୨୬ରେ ପାକିସ୍ତାନ ନୌସେନାରେ ସାମିଲ ହେବ । ସମସ୍ତ ୮ଟି ସବମରିନ୍ ୨୦୨୮ ସୁଦ୍ଧା ପାକ୍ ନୌସେନାରେ ସାମିଲ ହେବ ।ପାକିସ୍ତାନର ଏହି ନୂଆ ସବମରିନ୍ ଏଆଇପି ସିଷ୍ଟମ ହେଇଥିବାବେଳେ, ଭାରତ ପାଖରେ କିନ୍ତୁ ନ୍ୟୁକ୍ଲିୟର […]
୭୪ତମ ମିସ୍ ୟୁନିଭର୍ସର ଫଳାଫଳ ଘୋଷଣା ହୋଇଛି । ଥାଇଲାଣ୍ଡର ବ୍ୟାଙ୍କକ୍ରେ ବ୍ରହ୍ମାଣ୍ଡ ସୁନ୍ଦରୀ ୨୦୨୫ର ଫାଇନାଲ ଅନୁଷ୍ଠିତ ହୋଇଥିଲା । ମେକ୍ସିକୋର ଫାତିମା ବୋସ୍ ବ୍ରହ୍ମାଣ୍ଡ ସୁନ୍ଦରୀ ବିଜୟ ମୁକୁଟ ପିନ୍ଧିଛନ୍ତି । ୨୦୨୪ର ବ୍ରହ୍ମାଣ୍ଡ ସୁନ୍ଦରୀ ମିସ୍ ଡେନମାର୍କ ଭିକ୍ଟୋରିଆ କେଜର ଥେଲୱିଗ୍ ତାଙ୍କୁ ମୁକୁଟ ପିନ୍ଧାଇଥିଲେ । ମିସ୍ ଥାଇଲ୍ୟାଣ୍ଡ ହୋଇଥିଲେ ରନର୍ସଅପ୍ ।ଆରମ୍ଭରୁ ବିବାଦରେ ଘେରି ହୋଇଥିବା ୨୦୨୫ ମିସ୍ ୟୁନିଭର୍ସ ପ୍ରତିଯୋଗିତା ଜବରଦସ୍ତ ଢଙ୍ଗରେ ଶେଷ ହୋଇଛି । ଏହି […]
ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣାରେ ୨ ମ୍ୟାନେଜରଙ୍କ ନାଁରେ ବଲାଙ୍ଗୀର ଟାଉନ ଥାନାରେ ଏତଲା ଦିଆଯାଇଛି। ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ଏତଲା ହୋଇଛି। ହ୍ୟୁମାନ ସାଗରଙ୍କ ମୃତ୍ୟୁ ସଠିକ୍ ତଦନ୍ତ ଦାବି କରିଛି କୋଶଳ ବାଦୀ ସଂଗଠନ । ଦିନେଶ ଆଉ ପ୍ରଶାନ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।ହ୍ୟୁମାନ ସାଗରଙ୍କ ଦେହ ଅସୁସ୍ଥ ଥିବା ସତ୍ତ୍ଵେ ତାଙ୍କୁ ଜୋର ଜବରଦସ୍ତି କାମ କରାଇ ତାଙ୍କୁ ପ୍ରାୟୋଜିତ ହତ୍ୟା […]
ନିଜ ଘର ନିଜେ ଭାଙ୍ଗିଲେ ବାଂଲାଦେଶୀ । ଜଗତସିଂହପୁର ଜିଲ୍ଲାରେ ପ୍ରଶାସନ ପକ୍ଷରୁ ବାଂଲାଦେଶୀ ହଟାଅ ଅଭିଯାନକୁ ଜୋରଦାର କରାଯାଇଛି । ବିଭିନ୍ନ ସ୍ଥାନରେ ବେଆଇନ ଭାବେ ସରକାରୀ ଜାଗାରେ ଥିବା ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘରକୁ ଭଙ୍ଗା ଯାଉଛି । ତେବେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲାରେ ବ୍ୟାପକ ଚଢ଼ାଉ ଓ ଧରପଗଡ଼ ଜାରି ରହିଛି।ବହୁ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଏବେ ବି ଅଟକ ରଖି ପୁଲିସ ପଚରାଉଚରାକୁ ବଳବତ୍ତର ରଖିଛି ।ତେବେ ରାଜ୍ୟ […]
ବାରିପଦାରେ ଖୁବ୍ ଶୀଘ୍ର ଖୋଲିବାକୁ ଯାଉଛି କଳାବାଘ ସଫାରୀ ।କଳାବାଘ ସଫାରୀ ଖୋଲିବା ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ(ସିଜେଡଏ)ଙ୍କ ସବୁଜ ସଂକେତ ମିଳି ସାରିଥିବା ବେଳେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍ଟିସିଏ) ଙ୍କ ଅନୁମତି ମଧ୍ୟ ମିଳିସାରିଥିଲା । ହେଲେ ସୁପ୍ରିମକୋର୍ଟରେ ହୋଇଥିବା ପିଟିସନ୍ ଦୀର୍ଘଦିନ ଧରି କଳାବାଘ ସଫାରୀ ଖୋଲିବାରେ କଣ୍ଟା ସାଜିଥିଲା ।ପୂର୍ବରୁ ମଞ୍ଚାବେଡ଼ା ଠାରେ ୨୦୦ ହେକ୍ଟର ଜମି ଚିହ୍ନଟ ହୋଇ ସାରିଛି । ପାଖାପାଖି ୧୦୦ ହେକ୍ଟରରେ ହେବ ବାଘଙ୍କ […]
ରାଉରକେଲାର ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି)ର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଭାରତର ପ୍ରଥମ ସ୍ବୟଂଚାଳିତ ଡ୍ରୋନ ସିଷ୍ଟମ ବିକଶିତ କରାଯାଇଛି, ଯାହା ନିର୍ଭୂଲ ଭାବେ ଲ୍ୟାଣ୍ଡ୍ ମ୍ୟାପିଂ (ଭୂମାନଚିତ୍ର) କରିପାରିବ।କମ୍ପ୍ୟୁଟର ବିଜ୍ଞାନ ଏବଂ ଇଞ୍ଜିନିୟରିଂ ବିଭାଗର ସହଯୋଗୀ ପ୍ରଫେସର ସମ୍ବିତ ବକ୍ସିଙ୍କ ନେତୃତ୍ୱରେ ଗବେଷକ ଦଳରେ ଡ. ତନ୍ମୟ କୁମାର ବେହେରା, ଡ. ଦେବବ୍ରୋତୋ ପାଲ ଚୌଧୁରୀ ଏବଂ କାମେଲିଆ ରାୟ ଏହି ପେଟେଣ୍ଟ ସିଷ୍ଟମ୍ ଉଦ୍ଭାବନ କରିଛନ୍ତି । କୃଷିଭୂମି, ଜଙ୍ଗଲ, […]
