ଦିଲ୍ଲୀ ପୁଲିସ ଶୁକ୍ରବାର ରାମଲୀଳା ମୈଦାନରେ ‘ସଂରକ୍ଷଣ ହଟାଓ ଆନ୍ଦୋଳନ’ ଅନ୍ତର୍ଗତ ଶାନ୍ତିପୂର୍ଣ୍ଣ ପ୍ରତିବାଦ ପାଇଁ ଅନୁମତି ଦେଇଛି। ଅପରାହ୍ଣ ୪ଟା ପର୍ଯ୍ୟନ୍ତ ସର୍ବାଧିକ ୫୦୦ ଲୋକଙ୍କୁ ସଭାସ୍ଥଳରେ ଏକତ୍ରିତ ହେବାକୁ ଅନୁମତି ମିଳିଛି। ପୁଲିସ କହିଛି ଯେ, ଆଇନ ଶୃଙ୍ଖଳା ଦୃଷ୍ଟିକୋଣରୁ ପ୍ରତିବାଦ ପାଇଁ ଏହାର କୌଣସି ଆପତ୍ତି ନାହିଁ। କକ୍ରୋଚ ଜନତା ପାର୍ଟି ପରି ‘ସଂରକ୍ଷଣ ହଟାଓ ଆନ୍ଦୋଳନ’ ଏକ ଇନଷ୍ଟାଗ୍ରାମରେ ଡିଜିଟାଲ ଅଭିଯାନ ଭାବରେ ଆରମ୍ଭ ହୋଇଥିଲା। ଇନଷ୍ଟାଗ୍ରାମରେ ୫.୬ ନିୟୁତ ଅନୁଗାମୀ […]
୨୭ରେ ରକ୍ଷାବନ୍ଧନ ପର୍ବ ପାଳନ କରାଯିବାକୁ ଥିବାବେଳେ ରାଖୀପୂର୍ଣ୍ଣିମା ୨୮ରେ। ତେଣୁ ଏହି ଦିନ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାର୫ମ କିସ୍ତି ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯିବ। । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି। ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ୨ ଲକ୍ଷ ୨୧ ହଜାର ୫୪ ଜଣ ହିତାଧିକାରୀ ପ୍ରଥମ ଥର ପାଇଁ ପାଇବେ। ଯେଉଁ ମାନଙ୍କର ପୂର୍ବରୁ ଏକାଧିକ କିସ୍ତି ବାକି […]
ମୁମ୍ବାଇର ପୱାଇ ଅଞ୍ଚଳରେ ବଳାତ୍କାର ମାମଲା ସାମ୍ନାକୁ ଆସିଛି। ଟ୍ରାନ୍ସଜେଣ୍ଡର ବେଶ ଧାରଣ କରି ଜଣେ ଏୟାର ହୋଷ୍ଟେସଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରୀୟ ମୁମ୍ବାଇର ପୋଓ୍ୱାଇ ଅଞ୍ଚଳରେ । ଘଟଣାରେ ପୋଲିସ ୨୮ ବର୍ଷୀୟ ଅଭିଯୁକ୍ତଙ୍କୁ ଗିରଫ କରିଛି ।ରିପୋର୍ଟ ଅନୁସାରେ, ଅଭିଯୁକ୍ତ ଜଣଙ୍କ ହେଲେ ଅନୀଲ ଶେଷରାଓ ସିନ୍ଦେ । ସେ ଗତ ଅଗଷ୍ଟ ୧୮ ତାରିଖରେ ଏକ ଘରେ ପ୍ରବେଶ କରିଥିଲେ । ଘରେ […]
ଆଉ ନାହାନ୍ତି ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ । ଶୁକ୍ରବାର ସକାଳେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି । କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ଦେହାନ୍ତରେ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରି ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି, ଓଡ଼ିଆ ସଙ୍ଗୀତ ଜଗତର ଅଭୁଲା ସ୍ୱର, ବର୍ଷିୟାନ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ସୁମଧୁର […]
କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲି କାଢ଼ିବା ନେଇ ASIର ତଦାରଖ । ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ଓ ସଂରକ୍ଷଣ ପ୍ରସଙ୍ଗରେ ASI ଗ୍ରହଣ କରିଛି ବଡ଼ ପଦକ୍ଷେପ । ମନ୍ଦିର ଭିତରୁ ବାଲି ବାହାର କରିବା କାର୍ଯ୍ୟର ଅନୁଧ୍ୟାନ ପାଇଁ ASIର ଏଡିଜିଙ୍କ ନେତୃତ୍ୱରେ ୧୦ ଜଣିଆ ବିଶେଷଜ୍ଞ ଟିମ୍ କୋଣାର୍କ ପରିଦର୍ଶନ କରିଛନ୍ତି । ବର୍ଷ ବର୍ଷ ଧରି ମନ୍ଦିର ଗର୍ଭଗୃହ ଭିତରେ ରହିଥିବା ବାଲି କାଢ଼ିବା ପ୍ରକ୍ରିୟା ଅତ୍ୟନ୍ତ ସମ୍ବେଦନଶୀଳ । […]
ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଆସିଲା ଦୁଃଖଦ ଖବର । ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ହୋଇଛି । ୮୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଓଡ଼ିଆ ସଙ୍ଗୀତ ଜଗତରେ ତାଙ୍କର ଥିଲା ସ୍ୱତନ୍ତ୍ର ପରିଚୟ । ନିଜର ମଧୁର କଣ୍ଠ ଓ ଅନନ୍ୟ ଗାୟନ ଶୈଳୀରେ ସେ ଶ୍ରୋତାଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ । ସେ ୨ଶହରୁ ଅଧିକ ସଂଗୀତରେ କଣ୍ଠଦାନ କରିଛନ୍ତି । […]
ଆଫ୍ରିକା ମହାଦେଶର ହୋର୍ଣ୍ଣ ଅଫ୍ ଆଫ୍ରିକା ଅଞ୍ଚଳରେ ପୁଣି ଥରେ ସାମୁଦ୍ରିକ ଲୁଟେରାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଛି। ୟେମେନ୍ ଏବଂ ସୋମାଲିଆ ଉପକୂଳରୁ ପୃଥକ୍ ପୃଥକ୍ ଘଟଣାରେ ୨ଟି ବାଣିଜ୍ୟିକ ଜାହାଜକୁ ଅପହରଣ କରାଯାଇଛି,M.T. Sibu 1 ନାମକ ଏକ ତୈଳ ଉତ୍ପାଦ ଟ୍ୟାଙ୍କର୍ ୟେମେନ ଉପକୂଳରୁ ପ୍ରାୟ ୩୦ ନଟିକାଲ ମାଇଲ ଦୂରରେ ଆଡେନ ଉପସାଗରରେ ଅପହରଣ କରାଯାଇଥିଲା। ଜାହାଜରେ ୧୬ ଜଣ ଭାରତୀୟ ନାଗରିକଙ୍କ ସମେତ ୨୦ ଜଣ କ୍ରୁ ସଦସ୍ୟ ଥିଲେ। ସାମୁଦ୍ରିକ […]
ରାଜଧାନୀରେ ଓଲା-ଉବେର ଚଳାଚଳ ପ୍ରାୟତଃ ବନ୍ଦ । ଆପରେ ଖୋଜିଲେ, ଅଳ୍ପ କିଛି ଅଟୋ କି ଟ୍ୟାକ୍ସି ମିଳୁଛି । କିନ୍ତୁ ଦେଢ଼ଗୁଣା ଦର କଷୁଛନ୍ତି ଏହି ଅନଲାଇନ୍ ପରିବହନ ସଂସ୍ଥା । କେବଳ ଅନଲାଇନ୍ କାହିଁକି, ଅଫଲାଇନରେ ଗଲେ ବି ଯାତ୍ରୀଙ୍କୁ ଶୋଷୁଛନ୍ତି ଡ୍ରାଇଭର । ବିମାନ ବନ୍ଦର, ରେଳ ଷ୍ଟେସନ ଓ ବସ ଷ୍ଟାଣ୍ଡରେ ଯାତ୍ରୀମାନେ ଢ଼େର ହଇରାଣ ହେଉଛନ୍ତି । ଏକ ଘରୋଇ ସଂସ୍ଥାର ପରିସଂଖ୍ୟନ ମୁତାବକ, ରାଜଧାନୀରେ ଯାତ୍ରୀଙ୍କୁ ବୋହିବାରେ ଲାଗିଛି […]
ଘର ଭିତରେ ତମ୍ବା ନାଗ। ପଥରରେ ଲାଗିଛି ସିନ୍ଦୂର। ତଳେ ପଡ଼ିଛି ଫୁଲ ଏବଂ ପୂଜା ସାମଗ୍ରୀ। ପାଖରେ ପୋତା ଯାଇଛି କଟା ମୁଣ୍ଡ। ପାରିପାର୍ଶ୍ବିକ ଅବସ୍ଥାରୁ ନରବଳି ଦିଆଯାଇଘରେ ଗୁଣିଗାରେଡ଼ି ବିଦ୍ୟା କରୁଥିବା ସନ୍ଦେହ । ମାନସିକ ପୂରଣ ପାଇଁ ସାଙ୍ଗକୁ ଘରକୁ ଡାକି ବଳି ଦେଇଦେଲା। ମୁଣ୍ଡକୁ ପୂଜାପାଠ କରୁଥିବା ଘର ଭିତରେ ପୋତିଦେଇ ଗଣ୍ଡିକୁ ପୋଖରୀରେ ଫିଙ୍ଗି ଦେଇଥିଲା। ୫ଦିନ ପରେ ମୁଣ୍ଡବିହୀନ ଗଳିତ ଶବ ପାଣିରେ ଭାସିବା ପରେ ଘଟଣା ସାମ୍ନାକୁ […]
ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ ଏହା ନିଶ୍ଚିତ କରିବାକୁ ପଡ଼ିବ ଯେ ସେମାନଙ୍କ ଗ୍ରାହକମାନେ ଯେପରି ନିଜ ନାମରେ ସ୍ଥିରୀକୃତ ସୀମାରୁ ଅଧିକ ସିମ୍ କାର୍ଡ ନ ପାଆନ୍ତି। ଏନେଇ ଅଗଷ୍ଟ ୧୭ରେ ଟେଲିକମ୍ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।ସାଧାରଣ ଭାବେ ଜଣେ ବ୍ୟକ୍ତିଙ୍କ ନାଁରେ ସର୍ବାଧିକ ୯ଟି ମୋବାଇଲ୍ କନେକ୍ସନ୍ ରହିପାରିବ। ଏହି ସୀମା […]
ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା ପାଗ ସହ ଖରା ଓ ଗୁଳୁଗୁଳି ଅନୁଭୂତ ହୋଇଥିଲା। ହେଲେ ଆସନ୍ତା ୨୨ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଶୁକ୍ରବାରଠାରୁ ରାଜ୍ୟରେ ପୁଣି ବର୍ଷା ଆରମ୍ଭ ହେବ। ପାଣିପାଗ ବିଭାଗର ଆକଳନ ଅନୁସାରେ, ୨୧ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ଭାରି ବର୍ଷା ହୋଇପାରେ। ଉତ୍ତର ଓଡ଼ିଶା […]
ମେଷଆଜି ଆଗରୁ ବାକିରହିଥିବା କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ସତ ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ବୃଥା ବିବାଦ, ଟଣା ଓଟରା ମଧ୍ୟରେ ଆଗକୁ ଯାଇପାରିବେ ନାହିଁ। ବୃଷବାଣିଜ୍ୟ, ସନ୍ତାନଙ୍କ ସମସ୍ୟା ସମାଧାନ ହେବ । ବିବାଦ, ଚୋରି, ବୃଥାଟନଜନିତ ଅପବ୍ୟୟର ସୀମା ଟପିଯିବ। ଗୃହସୀମା, ଗାଡି ମୋଟର, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ମାନସିକ ଉତ୍ତେଜନା ଓ ଉଦ୍ବେଗ ବଢିପାରେ। ମିଥୁନଆଜି ଆକସ୍ମିକ ଭାବରେ […]
