author

ପ୍ରେମିକା ପାଇଁ ମୋବାଇଲ ଟାୱାର ଉପରେ ଚଢିଗଲା ଯୁବକ

ବିବାହ ପାଇଁ ମନା କଲା ପ୍ରେମିକା । ମୋବାଇଲ ଟାୱାର ଉପରେ ଚଢିଗଲେ ଯୁବକ । ଟାୱାର ଉପରେ ଚଢ଼ି ଜୀବନ ହାରିବା ପାଇଁ ଉଦ୍ୟମ କରିଥିଲେ ଯୁବକ । ମାଲକାନଗିରି ପଡ଼ିଆ ଥାନା ସିଙ୍ଗରାଜକୋଣ୍ଡା ଗାଁରେ ଘଟିଛି ଏହି ଅଦଭୁତ ଘଟଣା ।ତାକୁ ତଳକୁ ଓହ୍ଲାଇବାକୁ ଅଗ୍ନିଶମବାହିନୀ ନାକେଦମ ହୋଇଥିଲ।। ୩ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର ହୋଇଥିଲେ ଯୁବକ ଜଣଙ୍କ ।ସୂଚନା ଅନୁସାରେ,ପ୍ରେମିକାଙ୍କର ପୂର୍ବରୁ ବିବାହ କରି ସନ୍ତାନ ଥିବାରୁ ସେ ବିବାହକୁ ମନା […]

ହାଇକୋର୍ଟ ଓ ରାଜ୍ୟର ସମସ୍ତ ବାର ଆସୋସିଏସନ୍‌ରେ ଚାଲିଛି ନିର୍ବାଚନ

ହାଇକୋର୍ଟ ବାର ଆସୋସିଏସନ ସହ ରାଜ୍ୟର ସମସ୍ତ ବାର୍ ଆସୋସିଏସନର ନିର୍ବାଚନ ପାଇଁ ଚାଲିଛି ମତଦାନ। ସକାଳ ସାଢେ ୭ଟା ରୁ ଆରମ୍ଭ ହୋଇଯାଇଛି ଏହି ମତଦାନ ପ୍ରକ୍ରିୟା। ହାଇକୋର୍ଟ ବାର ଆସୋସିଏସନ ସହ ରାଜ୍ୟର ସମସ୍ତ ବାର୍ ଆସୋସିଏସନର ନିର୍ବାଚନ ପାଇଁ ଭୋଟ ଦେଉଛନ୍ତି ସଦସ୍ୟମାନେ।ରାଜ୍ୟ ଆଇନଜୀବୀ ପରିଷଦ ସହ ଅନୁବନ୍ଧିତ ୧୫୮ଟି ବାର୍ ଆସୋସିଏସନ ମଧ୍ୟରୁ ୧୫୫ଟି ବାରରେ  ନିର୍ବାଚନ ଅନୁଷ୍ଠିତ ହେଉଛି। ଭିନ୍ନଭିନ୍ନ କାରଣରୁ ସୁନ୍ଦରଗଡ଼, ଉମରକୋଟ ଏବଂ ଜଟଣୀ ଓକିଲ ସଂଘକୁ […]

ପୁଣି ଫେରିଲା କରୋନା ଡର। ନୂଆ ଭାରିଆଣ୍ଟର ନାଁ ‘ସିକାଡ଼ା’

ଆମେରିକାରେ କୋଭିଡ-୧୯ ମାମଲା ହଠାତ୍‌ ବୃଦ୍ଧି ପାଇବା ଚିନ୍ତାର କାରଣ ପାଲଟିଛି। ନୂତନ ରିପୋର୍ଟ ଅନୁଯାୟୀ, ଭାଇରସର ଏକ ନୂତନ BA.3.2 ଭାରିଆଣ୍ଟ ଦେଖାଦେଇଛି। ଫେବୃଆରୀ ୧୧ ସୁଦ୍ଧା, BA.3.2 ଭାରିଆଣ୍ଟ ୨୩ଟି ଦେଶରେ ଦେଖାଯାଇଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ପ୍ରକାରର ରୋଗ ପ୍ରତିରୋଧକ ଶକ୍ତିକୁ ଆଂଶିକ ଭାବରେ ଏଡାଇବାର କ୍ଷମତା ଅଛି, ଯାହା ପୁନଃ ସଂକ୍ରମଣର ବିପଦକୁ ବୃଦ୍ଧି କରିପାରେ। ତଥାପି, ଡାକ୍ତରମାନେ ବିଶ୍ୱାସ କରନ୍ତି ଯେ ବର୍ତ୍ତମାନର ପରିସ୍ଥିତି ପୂର୍ବ ପରି ଗମ୍ଭୀର […]

ଇରାନର ଭୟଙ୍କର ଆକ୍ରମଣ: ସାଉଦି ଆରବର ଆମେରିକୀୟ ବାୟୁସେନା ଘାଟି ଉପରେ କ୍ଷେପଣାସ୍ତ୍ର ମାଡ଼

ଇରାନ-ଇସ୍ରାଏଲ ଯୁଦ୍ଧର ୨୯ ଦିନରେ ପହଞ୍ଚିଛି। ଫେବ୍ରୁଆରି ୨୮ ତାରିଖରେ ଇସ୍ରାଏଲ ଏବଂ ଆମେରିକା ପକ୍ଷରୁ ଇରାନ ଉପରେ ଆକ୍ରମଣ ସହିତ ଏହା ଆରମ୍ଭ ହୋଇଥିଲା। ଦୁଇପକ୍ଷ ପରସ୍ପର ଉପ‌ରେ ଜୋରଦାର ଆକ୍ରମଣ ଜାରି ରଖିଛନ୍ତି। ଫଳରେ ସ୍ଥିତି ଧିରେ ଧିରେ ସଙ୍କଟଜନକ ହେବାରେ ଲାଗିଛି। ସାଉଦି ଆରବର ‘ପ୍ରିନ୍ସ ସୁଲତାନ ଏୟାର ବେସ୍’ ଉପରେ ବଡ଼ ଧରଣର ମିସାଇଲ ଏବଂ ଡ୍ରୋନ ଆକ୍ରମଣ କରିଛି ଇରାନ । ଆକ୍ରମଣରେ ଅତିକମରେ ୧୦ ଜଣ ଆମେରିକୀୟ ସୈନ୍ୟ […]

ୟୁନିଫର୍ମ ବଣ୍ଟନର ସମୟ ସୀମା ଡେଇଁଲେ କାର୍ଯ୍ୟାନୁଷ୍ଠାନ: ଗଣଶିକ୍ଷା ମନ୍ତ୍ରୀ

ଗତ ଶିକ୍ଷାବର୍ଷରେ ଯେପରି ସ୍କୁଲ ୟୁନିଫର୍ମ ବଣ୍ଟନରେ ସମସ୍ୟା ଦେଖିବାକୁ ମିଳିଥିଲା ତାର ଆଉ ପୁନରାବୃତ୍ତି ହେବନି । ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯେପରି ଧାର୍ଯ୍ୟ ସମୟରେ ପୋଷାକ ବଣ୍ଟନ ହେବ ତାକୁ ନେଇ ଆଗୁଆ ପଦକ୍ଷେପ ନିଆଯାଇଛି । ଗୁଣାତ୍ମକ ମାନର କପଡ଼ାରେ ପୋଷାକ ସିଲେଇ କରି ପୋଷାକ ବଣ୍ଟନ କରାଯିବ । ଖରା ଛୁଟି ପୂର୍ବରୁ ପୋଷାକ ବଣ୍ଟନ ସୁନିଶ୍ଚିତ କରାଯିବ । ପୋଷାକ ବଣ୍ଟନ ପାଇଁ ଆଗୁଆ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି […]

୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତର ସ୍ଥଳ ସେନା ମୁଖ୍ୟ। ଭାରତୀୟ ସେନା କିଭଳି ଆହୁରି ଅଧିକ ଶକ୍ତିଶାଳୀ ହେବ ସେନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ତିନିଦିନିଆ ଓଡିଶା ଗସ୍ତରେ ଆସିଥିବା ଭାରତୀୟ ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଆଜି ସକାଳୁ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରିଛନ୍ତି।ପ୍ରାୟ ୪୫ ମିନିଟ ଧରି ମହାପ୍ରଭୁଙ୍କ ସାନିଧ୍ୟ ନେଇଥିଲେ । ଦର୍ଶନ ପରେ ମୁକ୍ତି ମଣ୍ଡପ, […]

ଆଜିଠୁ ଆରମ୍ଭ ହେବ ଆଇପିଏଲ୍, ରାତି ୭.୩୦ରେ ଖେଳାଯିବ ଉଦଘାଟନୀ ମ୍ୟାଚ

ଆଜିଠୁ ଆରମ୍ଭ ହେବ ଫଟାଫଟା କ୍ରିକେଟର ଲିଗ୍ ଆଇପିଏଲ୍ । ଉଦ୍ ଘାଟନୀ ମୁକାବିଲାରେ ବିଜେତା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ସନ୍ ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ । ବେଙ୍ଗାଲୁରୁସ୍ଥିତ ଚିନ୍ନାସ୍ବାମୀ ଷ୍ଟାଡିୟମ୍ ରେ ରାତି ୭.୩୦ରେ ଖେଳାଯିବ। ବେଙ୍ଗାଲୁରୁ ଦଳର ସବୁଠାରୁ ବଡ଼ ଶକ୍ତି ହେଉଛି ସେମାନଙ୍କର ବ୍ୟାଟିଂ ଲାଇନ୍-ଅପ୍। ବିରାଟ କୋହଲିଙ୍କ ଅନୁଭବ ଏବଂ ଯୁବ ଖେଳାଳିଙ୍କ ଆକ୍ରମଣାତ୍ମକ ଶୈଳୀ ଦଳକୁ ଏକ ଦୃଢ଼ ସ୍ଥିତିରେ ରଖିଛି । ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ହେଉ […]

ଓଲଟିଲା ଟୁରିଷ୍ଟ ବସ୍ । ୫ ମୃତ, ୩୦ରୁ ଉର୍ଦ୍ଧ୍ବ ଆହତ

ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବ୍ରହ୍ମପୁର ଅଂଞ୍ଚଳର ଏଲ ହରିପାତ୍ର ଓ ଲଷ୍ମୀ ପାତ୍ରଙ୍କ ଦମ୍ପତି, ସୁମତି ସାହୁ, ସୁପ୍ରଭା ସାହୁ ଓ ଡ୍ରାଇଭର ଗଂଜାମ କୁଲାଡ଼ ଗାଁର ପ୍ରବୀଣ କୁମାର ସାହୁ। ସେହିପରି ୨୦ରୁ ଉର୍ଦ୍ଧ୍ୱ ଆହତ ହୋଇ ଦଶପଲ୍ଲା ଓ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ […]

ଆଜିର ରାଶିଫଳ(୨୮ ମାର୍ଚ୍ଚ, ୨୦୨୬)

ମେଷ: ବହୁଦିନ ର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ। ବୃଷ: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍‌ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ। ମିଥୁନ: ରୋଜଗାର ବୃଦ୍ଧି ହୋଇପାରେ। […]

ମହିଳାଙ୍କ ସହ ଦୁଷ୍କର୍ମ କରିବାର ଅଭିଯୋଗରେ ବାବା ଗିରଫ 

ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ରହୁଥିବା ୪୦ ବର୍ଷିୟ ଋଷିକେଶ ବୈଦ୍ୟ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି, ଯାହାଙ୍କ ଉପରେ ମହିଳାଙ୍କ ସହ ଦୁଷ୍କର୍ମ କରିବାର ଅଭିଯୋଗ ଲାଗିଛି।ଏହି ବ୍ୟକ୍ତି ଜଣଙ୍କ ନିଜକୁ ଭଗବାନ ଶିବଙ୍କର ଅବତାର କହୁଥିଲେ ଏବଂ ସୋସିଆଲ ମିଡ଼ିଆ ମାଧ୍ୟମରେ ମହିଳାଙ୍କୁ ଫସାଇବାର ଉପାୟ ଆପଣାଉ ଥିଲେ।ପୁଣେର ମାଞ୍ଜରୀ ଅଞ୍ଚଳର ଏକ ଲଜରେ ଅଭିଯୁକ୍ତ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହାପରେ ମେ ୨୦୨୪ରେ ବସଇର ଏକ ହୋଟେଲରେ ପୁଣି ଯୌନ ଶୋଷଣର ପ୍ରୟାସ […]

କେବିସିରୁ ୫୦ ଲକ୍ଷ ଟଙ୍କା ଜିତିଥିବା ମହିଳା ତହସିଲଦାର ଗିରଫ

୨୦୧୧ ମସିହାରେ ‘ କୌନ ବନେଗା କରୋଡପତି’ରେ ୫୦ଲକ୍ଷ ଟଙ୍କା ଜିତି ସାରା ଦେଶରେ ପ୍ରସିଦ୍ଧି ଲାଭ କରିଥିବା ମହିଳା ତହସିଲଦାର ଗିରଫ। ଗୁରୁବାର ମଧ୍ୟପ୍ରଦେଶର ଗ୍ୱାଲିୟରରୁ ବନ୍ୟା ସହାୟତା ରାଶି ହଡ଼ପ କରିବା ଅଭିଯୋଗରେ ଅମିତା ସିଂ ତୋମାରଙ୍କୁ ଗତକାଲି ଗିରଫ କରାଯାଇ ଜେଲ୍ ପଠାଯାଇଛି । ଏହି ମାମଲାରେ ପୂର୍ବରୁ ୨୨ ଜଣ ପାଟୱାରୀ ଗିରଫ ହୋଇସାରିଥିବା ବେଳେ ଏବେ ଅମିତାଙ୍କୁ ଗ୍ବାଲିୟରରୁ ପୋଲିସ ଗିରଫ କରିଛି ।  ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ତାଙ୍କର […]

ଓଡ଼ିଶାକୁ ୧୩ ଗୁଣ ବଢ଼ିଛି ରେଳବାଇ ବ୍ୟୟବରାଦ: ଅଶ୍ବିନୀ ବୈଷ୍ଣବ

ବିଗତ କିଛି ବର୍ଷ ମଧ୍ୟରେ ରେଳ ବଜେଟରେ ଓଡ଼ିଶାକୁ ଦିଆଯାଇଥିବା ବ୍ୟୟବରାଦ ଉଲ୍ଲେଖନୀୟଭାବେ ବୃଦ୍ଧି ପାଇଛି। ୨୦୦୯ରୁ ୨୦୧୪ ମଧ୍ୟରେ ଏହା ବାର୍ଷିକ ହାରାହାରି ୮୩୮ କୋଟି ଟଙ୍କା ଥିବାବେଳେ ୨୦୨୫-୨୬ ଆର୍ଥିକ ବର୍ଷରେ ଏହା ପ୍ରାୟ ୧୩ ଗୁଣ ବୃଦ୍ଧି ପାଇ ୧୦,୫୯୯ କୋଟି ଟଙ୍କାରେ ପହଞ୍ଚିଛି। ରାଜ୍ୟସଭାରେ ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ କେତେକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି।୧୩ ଗୁଣା ବୃଦ୍ଧି: ୨୦୦୯ରୁ ୨୦୧୪ […]