author

ଭାରତ ଯେକୌଣସି ଯୁଦ୍ଧ ପାଇଁ ପ୍ରସ୍ତୁତ, ଶତ୍ରୁକୁ ଚେତାବନୀ ଦେଲେ ଜେନେରାଲ ଦ୍ବିବେଦୀ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ମେ’ ମାସରେ ହୋଇଥିବା ସୈନ୍ୟ କାର୍ଯ୍ୟାନୁଷ୍ଠାନ ବା ‘ଅପରେସନ ସିନ୍ଦୂର’କୁ ନେଇ ଭାରତୀୟ ସ୍ଥଳ ସେନାଧ୍ୟକ୍ଷ ଉପେନ୍ଦ୍ର ଦ୍ବିବେଦୀ ଏକ ବଡ଼ ବୟାନ ଦେଇଛନ୍ତି ।ଜେନେରାଲ ଦ୍ୱିବେଦୀ କହିଛନ୍ତି, ପାକିସ୍ତାନ ଗୁପ୍ତ ଭାବରେ ଆତଙ୍କବାଦକୁ ଯେତେ ପ୍ରୋତ୍ସାହିତ କରୁନା କାହିଁକି, ଭାରତୀୟ ସେନା ଏହାର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ କଶ୍ମୀରରେ ଆତଙ୍କବାଦ ଯଥେଷ୍ଟ ହ୍ରାସ […]

ବିଡିଓ ହେବ ତ ଏମିତି, ସରକାରୀ ଯୋଜନା ପହଞ୍ଚାଇବାକୁ ତିନୋଟି ପାହାଡ ଚଢିଲେ ବିଡ଼ିଓ

ଚର୍ଚ୍ଚାରେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପାଦରେ ଚାଲିଚାଲି ଯାଇ ପାର ହେଲେ ତିନି ପାହାଡ଼ । ପାଞ୍ଚଟି ପରିବାର ପାଖରେ ସରକାରୀ ସୁବିଧାକୁ ପହଞ୍ଚାଇବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ। ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଝାଡ଼ବନ୍ଦଗୁଡା ପଞ୍ଚାୟତର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଫୁଟଘର ଗାଁରେ ୭ଟି ପରିବାର ବସବାସ କରନ୍ତି । ଏଠାକାର ବାସିନ୍ଦାଙ୍କୁ ତିନୋଟି […]

ଦିଲ୍ଲୀ ବିସ୍ଫାରଣରେ ବାଂଲାଦେଶର ଲିଙ୍କ! ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି

ନଭେମ୍ବର ୧୦ ତାରିଖରେ ହୋଇଥିବା ଦିଲ୍ଲୀ ବୋମା ବିସ୍ଫୋରଣରେ ଆହତ ହୋଇଥିବା ଆଉ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଏହା ସହ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ଦିଲ୍ଲୀର ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଲୁକମାନ ଏବଂ ବିନୟ ପାଟକଙ୍କ ମୃତ୍ୟୁ ଘଟିଛି। ଏହା ପୂର୍ବରୁ ଗତ ଗୁରୁବାର ଆଉ ଜଣେ ଆହତ ବିଲାଲଙ୍କ ମୃତ୍ୟୁ ହେବା ସହିତ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଥିଲା। ଅନ୍ୟପଟେ ଦିଲ୍ଲୀ ଲାଲକିଲ୍ଲା ନିକଟରେ ବିସ୍ଫୋରଣରେ ରହିଛି ବାଂଲାଦେଶର ଲିଙ୍କ […]

ଆସନ୍ତା ସପ୍ତାହରେ ବର୍ଷା ସମ୍ଭାବନା; ନଭେମ୍ବର ୨୧ରୁ ୨୪ ମଧ୍ୟରେ ଲଘୁଚାପ

ପୁଣି ଆଉ ଏକ ଲଘୁଚାପ ସମ୍ଭାବନା ।ନଭେମ୍ବର ୨୧ରୁ ୨୪ ମଧ୍ୟରେ ଲଘୁଚାପ । ୧୯ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ୨୧ ବେଳକୁ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ୨୩ ବେଳକୁ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ତୀବ୍ରତା ଓ ଦିଗ ସ୍ପଷ୍ଟ ହୋଇନଥିବା IMDର ସୂଚନା ମିଳିଛି ।ଏପଟେ ରାଜଧାନୀ ଭୁବନେଶ୍ବରରେ ରେକର୍ଡ ଭାଙ୍ଗିଲା ଶୀତ। ଗତ ୨୫ ବର୍ଷ ତୁଳନାରେ ସବୁଠାରୁ ଥଣ୍ଡା […]

ରାଜ୍ୟରେ ଯଥେଷ୍ଟ ଭାବେ ଉତ୍ପାଦାନ ହେଉନି ମାଛ ଓ ଅଣ୍ଡା

ରାଜ୍ୟରେ ଆମିଷ ଚାହିଦା କ୍ରମାଗତ ବୃଦ୍ଧି ପାଇଚାଲିଛି କିନ୍ତୁ ସେହି ଅନୁପାତରେ ଉତ୍ପାଦନ ବଢ଼ୁ ନାହିଁ। ବିଶେଷକରି ମାଛ ଓ ଅଣ୍ଡା ଉପରେ ଓଡ଼ିଶା ଆନ୍ଧ୍ରପ୍ରଦେଶ ଉପରେ ଆଜି ବି ନିର୍ଭରଶୀଳ। ଦୈନିକ ପ୍ରାୟ ୧୧୦ ମେଟ୍ରିକ୍‌ ଟନ୍ ମାଛ ଓ ୧୫ଲକ୍ଷ ଅଣ୍ଡା ଆମଦାନୀ ହେଉଛି। ଏହାର ଉତ୍ପାଦନ‌େ‌ର ସ୍ବୟଂସମ୍ପୂର୍ଣ୍ଣ ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଥିଲେ ହେଁ ତାହା ପୂରାମାତ୍ରାରେ ସଫଳ ହୋଇପାରୁନି।ତେବେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ […]

୮ ବର୍ଷର ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

କେନ୍ଦୁଝର ଜିଲା ସଦର ଥାନା ଅଞ୍ଚଳରେ ଜଣେ ୮ ବର୍ଷର ଦିବ୍ୟାଙ୍ଗ ଜନଜାତି ନାବାଳିକାଙ୍କୁ ଆସିଫ୍‌ ଅନବର ଖାନ୍‌ ନାମକ ଫେରିବାଲା ଶନିବାର ଅପରାହ୍ନରେ ବାରମ୍ବାର ବଳାତ୍କାର କରି କ୍ଷତାକ୍ତ କରି ଦେଇଥିବା ଯୋଗୁ ପୀଡ଼ିତା କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏ ବିଷୟରେ କେନ୍ଦୁଝର ଜିଲା ପ୍ରଶାସନ ଓ ପୋଲିସକୁ ପୂର୍ବରୁ ଜଣାଇଥିଲେ ମଧ୍ୟ ସେମାନଙ୍କୁ ଚିହ୍ନଟ କରି କେନ୍ଦୁଝରରୁ ବିଦା କରିବା ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। […]

ହ୍ୟୁମାନଙ୍କ ସ୍ୱାସ୍ଥ୍ୟରେ ଆସୁନି ସୁଧାର

ଓଲିଉଡ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ସ୍ବାସ୍ଥାବସ୍ଥା ସଙ୍କଟାପନ୍ନ । ପତ୍ନି ଶ୍ରେୟାଙ୍କ ସୂଚନା, ଗତ ୨୪ ଘଣ୍ଟାରେ ହ୍ୟୁମାନଙ୍କ ସ୍ୱାସ୍ଥରେ ଆସୁନି ସୁଧାର । ସ୍ବାସ୍ଥ୍ୟାବସ୍ଥା ନେଇ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ବର୍ତ୍ତମାନ ସୁଦ୍ଧା ଭେଣ୍ଟିଲେଟରରେ ଅଛନ୍ତି ହ୍ୟୁମାନ୍ ସାଗର । ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନାହିଁ ।। ଡାକ୍ତରୀ ସୂଚନାନୁସାରେ, ହ୍ୟୁମାନ ମସ୍ତିଷ୍କ, ଫୁସ୍‌ଫୁସ୍, ବୃକକ୍, ଯକୃତ, ରକ୍ତ ଜମାଟ ବାନ୍ଧିବା ଏବଂ ରକ୍ତଚାପକୁ ପ୍ରଭାବିତ କରୁଥିବା […]

ବାରବାଟୀ ମ୍ୟାଚ ପାଇଁ ଡିସେମ୍ବର ୧ରେ ଟିକେଟ ବିକ୍ରି

ବାରବାଟୀ ମ୍ୟାଚ ପାଇଁ ଆସନ୍ତା ଡିସେମ୍ବର ୧ ତାରିଖରେ ହେବ ଟିକେଟ ବିକ୍ରି। ୧ରେ ଅନଲାଇନରେ ଟିକେଟ ବିକ୍ରି କରାଯିବ। ଏହା ପରେ ୫ ତାରିଖରେ ଅଫଲାଇନରେ ଟିକେଟ ବିକ୍ରି ହେବ। ଷ୍ଟାଡିୟମରେ ୬ଟି କାଉଣ୍ଟରରେ ବିକ୍ରି ହେବ ଟିକେଟ ।। ଡିସେମ୍ବର ୩ରେ ୪ରେ ଓସିଏ ଅନୁବନ୍ଧିତ ସଂସ୍ଥାକୁ ଟିକେଟ ଦିଆଯିବ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି ।ସୂଚନାଯୋଗ୍ୟ, ଆସନ୍ତା ଡିସେମ୍ବର ୯ ତାରିଖରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ […]

ଗାଡ଼ି ଚେକିଂ ପାଇଁ ପୋଲିସ କ୍ଷମତା ବିରୋଧରେ ଡିସେମ୍ବର ୧ରୁ ଘରୋଇ ବସ ଧର୍ମଘଟ ଚେତାବନୀ

ପୁଲିସକୁ ମୋଟର ଯାନ ଯାଞ୍ଚ ଅଧିକାର ଦେଇଛନ୍ତି ରାଜ୍ୟ ସରକାର । ଡିସେମ୍ବର ୧ରୁ ପୁଲିସକୁ ଗାଡ଼ି ଯାଞ୍ଚ ଅଧିକାର ମିଳିବ ।ଏହାକୁ ନେଇ ଘରୋଇ ବସ୍ ମାଲିକ ସଂଘ ବସ୍ ଧର୍ମଘଟ ଚେତାବନୀ ଦେଇଛି । ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଯେବେଠୁ ସରକାର ଯାଞ୍ଚ ଅଧିକାର ଦେବେ ସେବେଠୁ ସାରାରାଜ୍ୟରେ ବସ ଚଳାଚଳ ବନ୍ଦ କରାଯିବ ।ଏ ନେଇ ସରକାରଙ୍କୁ ଦାବିପତ୍ର ଦେବ ବସ୍ ମାଲିକ ସଂଘ । ସୂଚନାମୁତାବକ ମୋଟର ଭେହିକଲ […]

ଶୀତ ଦିନେ ଘରେ ଘରେ ଥଣ୍ଡା ଜ୍ୱର, ମନଇଚ୍ଛା ଖାଆନ୍ତୁ ନାହିଁ ଔଷଧ

କିଛି ଦିନ ହେଲାଣି ରାଜ୍ୟରେ ଶୀତଲହାରୀ ଅନୁଭବ ହେବାରେ ଲାଗିଛି । ଏପରିକି ସକାଳୁ ରାତି ପର୍ଯ୍ୟନ୍ତ ଶୀତୁଆ ଶୀତୁଆ ଅନୁଭବ ହେଉଛି ।ଏହି ସମୟରେ ଥଣ୍ଡା ଜନିତ ରୋଗ ଅଧିକ ହୋଇଥାଏ । ଛୋଟ ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଥଣ୍ଡା ଜ୍ୱର ହେବା ସହିତ କାଶ ମଧ୍ୟ ଅନୁଭବ ହୋଇଥାଏ ।ଯଦି ଏଭଳି କିଛି ଦେଖାଯାଉଛି ତେବେ ତୁଳସୀପତ୍ର, ମହୁ ଆଦି ଛୋଟ ପିଲାଙ୍କୁ ଦେଇପାରିବେ । ଡାକ୍ତରଙ୍କ ପରାମର୍ଶ ନେଇ ପରୀକ୍ଷା ମଧ୍ୟ […]

ଆମେରିକା ସହିତ ଐତିହାସିକ ଚୁକ୍ତି ସ୍ବାକ୍ଷର କଲା ଭାରତ: କମିବ ଗ୍ୟାସ୍ ଦାମ୍ !

ଆମେରିକା ସହ ଭାରତର ଐତିହାସିକ ଚୁକ୍ତି। ଏହା ଅନୁସାରେ, ଭାରତର ତୈଳ କମ୍ପାନୀ ଆମେରିକାରୁ ଅତି କମରେ ୧୦ ପ୍ରତିଶତ ଏଲପିଜି ଆମଦାନୀ କରିବ। ଏହି ଚୁକ୍ତି ପରେ ଦେଶରେ ରୋଷେଇ ଗ୍ୟାସର ଉପଲବ୍ଧତା ସହଜ ହୋଇଯିବ। ଭବିଷ୍ୟତରେ କୌଣସି ସପ୍ଲାଇରେ ଅଭାବ ରହିବନି। ବହୁ ମାସ ହେବ ଏହି ଡିଲ୍‌କୁ ନେଇ ଚର୍ଚ୍ଚା ଚାଲିଥିଲା,ଯାହାକୁ ଏବେ ଔପଚାରିକ ରୂପରେ ପୁରା କରି ଦିଆଯାଇଛି। ଭାରତୀୟ PSU ତୈଳ କମ୍ପାନୀଗୁଡ଼ିକ ୨୦୨୬ ଚୁକ୍ତି ବର୍ଷ ପାଇଁ ଆମେରିକା […]

ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ । ଗଣହତ୍ୟା ମାମଲାରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ । ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନାଲ-ICT ହସିନାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି । ବିକ୍ଷୋଭକାରୀଙ୍କୁ ହତ୍ୟା ନେଇ ହୋଇଥିଲା ମାମଲା । ରାଜଧାନୀ ଢାକା ସମେତ ସମଗ୍ର ବାଂଲାଦେଶରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ହାଇଆଲର୍ଟରେ ରହିଛି ପୂରା ଦେଶ । ଇଣ୍ଟରନ୍ୟାସନାଲ କ୍ରାଇମ୍ସ […]