author

ଏବେ କଳା ଓ କ୍ରୀଡା ପ୍ରଶିକ୍ଷକ ମାନେ ଆବଶ୍ୟକସ୍ଥଳେ ମାତୃତ୍ବ ଛୁଟି ମଧ୍ୟ ପାଇପାରିବେ

ରାଜ୍ୟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନିୟୋଜିତ କଳା ଓ କ୍ରୀଡ଼ା ଶିକ୍ଷୟିତ୍ରୀଙ୍କୁ ଏଣିକି ମାତୃତ୍ୱ ଛୁଟି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଘୋଷଣା କରିଛନ୍ତି। ମାସିକ ପାରିଶ୍ରମିକକୁ ରାଜ୍ୟ ସରକାର ୭ ହଜାର ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି । ଏଣିକି ସେମାନଙ୍କ ମାସିକ ପାରିଶ୍ରମିକ ବର୍ଷକୁ ୧୦ ମାସ ପରିବର୍ତ୍ତେ ପୁରା ୧୨ ମାସ ପାଇଁ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଏବଂ ମାସିକ ୨୪ଟି […]

ଆକାଶରୁ ବର୍ଷିବ ନିଆଁ, ଜାଳିବ ଏପ୍ରିଲ, ମେ’

ଭୁବନେଶ୍ୱର,(ଓଡ଼ିଶା ଦର୍ପଣ) : ଜାଳିବ ଏପ୍ରିଲ, ମେ’ । ଆକାଶରୁ ନିଆଁ ବର୍ଷିବ । ଏ ବର୍ଷ ଗ୍ରୀଷ୍ମର ଲହରୀର ଅବଧି ଏତେ ଲମ୍ବିବ ଯେ ଛଟପଟ ହେବ ଜନଜୀବନ । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ଚଳିତବର୍ଷ ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ (ତିନି ମାସିଆ) ପାଣିପାଗ ପୂର୍ବାନୁମାନ ଦେଖିଲେ ଡର ଲାଗୁଛି । ପୂର୍ବାନୁମାନ ଚିତ୍ରରେ ଜଳଜଳ ଦିଶୁଛି, ଏଥର ଡହଡହ ଖରାରେ ଟକଟକ ହୋଇ ଫୁଟିବ ଓଡ଼ିଶା । ଆଭ୍ୟନ୍ତରୀଣ କି ଉପକୂଳ, ସବୁଠି […]

ଅନନ୍ତଙ୍କ ପ୍ରିଓ୍ୱେଡିଂରେ ପପ୍‌ ସିଙ୍ଗର ରିହାନା, ଗୀତ ଗାଇବାକୁ କେତେ ଟଙ୍କା ନେବେ ଜାଣନ୍ତୁ

ବିଜନେସ୍‌ ଟାଇକୁନ୍‌ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ବିବାହ କରିବେ। ଏହାକୁ ନେଇ ପ୍ରି-ଓ୍ବେଡିଂ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି। ଗ୍ଲୋବାଲ ପପ୍‌ ଷ୍ଟାର ରିହାନା ଏଥିରେ ଗୀତ ଗାଇବେ। ଏଥିଲାଗି ସେ ଗୁରୁବାର ଜାମନଗରରେ ପହଞ୍ଚି ସାରିଲେଣି। କୁହାଯାଉଛି ଯେ ଅମ୍ବାନୀଙ୍କ ପକ୍ଷରୁ ତାଙ୍କୁ ମୋଟା ପାଉଣା ମଧ୍ୟ ମିଳିଛି।ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆମେରିକାର ପ୍ରସିଦ୍ଧ ପପ୍ ଗାୟକ ରିହାନାଙ୍କୁ 8/9 ମିଲିୟନ୍ ଡଲାର୍ ପ୍ରଦାନ କରାଯାଇଛି। ଯଦି ଆମେ ଏହି ପରିମାଣକୁ […]

ଆଜିର ରାଶିଫଳ(୨ ମାର୍ଚ୍ଚ,୨୦୨୪)

*ମେଷ:ଆଜି ଆଗରୁ ବାକିରହିଥିବା କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ସତ ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ବୃଥା ବିବାଦ, ଟଣା ଓଟରା ମଧ୍ୟରେ ଆଗକୁ ଯାଇପାରିବେ ନାହିଁ।* *ବୃଷ:ବାଣିଜ୍ୟ, ସନ୍ତାନଙ୍କ ସମସ୍ୟା ସମାଧାନ ହେବ । ବିବାଦ, ଚୋରି, ବୃଥାଟନଜନିତ ଅପବ୍ୟୟର ସୀମା ଟପିଯିବ। ଗୃହସୀମା, ଗାଡି ମୋଟର, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ମାନସିକ ଉତ୍ତେଜନା ଓ ଉଦ୍‌ବେଗ ବଢିପାରେ।* *ମିଥୁନ:ଆଜି ଆକସ୍ମିକ ଭାବରେ […]

ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ବନ୍ତଳା ଶିବରାମ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ନୂଆଗାଁ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ସିମାଞ୍ଚଳ ସେନାପତି ,ସମ୍ମାନୀତ ଅତିଥି ଭାବେ କ୍ଲଷ୍ଟର ସଭାପତି ସୁଦର୍ଶନ ପାତ୍ର ପ୍ରମୁଖ ଯୋଗଦେଇ ଅବସର ଗ୍ରହଣ କରିଥିବା ଶିକ୍ଷକ ବେଲାର ସେନ ନାୟକ କିପରି ଛାତ୍ର ବତ୍ସଳ , ସମୟାନୁବର୍ତି ,ପରୋପକାରୀ […]

ବାବାସାହେବ ଭୀମରାଓ ଆମ୍ବେଡକର ବସ୍‌‌ ଟର୍ମିନାଲ ଲୋକାର୍ପଣ

ବରମୁଣ୍ଡା ବାବାସାହେବ ଭୀମରାଓ ଆମ୍ବେଦକର ବସ୍‌ଷ୍ଟାଣ୍ଡ (ବିଏସ୍‌ଏବିଟି) ଲୋକାର୍ପିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଛନ୍ତି । ଏୟାରପୋର୍ଟ ଟର୍ମିନାଲ ଭଳି ଅତ୍ୟାଧୁନିକ ସୁବିଧା ସୁଯୋଗ ପାଇବେ ଯାତ୍ରୀ ।ବରମୁଣ୍ଡା ବସ୍‌ ଷ୍ଟାଣ୍ଡ ଭାବେ ପୂର୍ବରୁ ପରିଚିତ ଥିବା ଏହି ବସ୍‌ ଷ୍ଟାଣ୍ଡ ଓଡିଶାର ଏକ ବ୍ୟସ୍ତବହୁଳ ବସ୍‌ ଷ୍ଟାଣ୍ଡ। ଦୈନିକ ଶହ ଶହ ବସ୍‌ ଓ ହଜାର ହଜାର ଯାତ୍ରୀଙ୍କର ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଓ ରାଜ୍ୟ ବାହାରକୁ ଯାତାୟତ […]

ନନ୍ଦନକାନନର ବାଘ ସଫାରୀରେ ରହୁଥିବା ବାଘୁଣୀ ସାରା ଅସୁସ୍ଥ

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବାଘ ସଫାରି ଖୁଆଡରେ ରହୁଥିବା ମହାବଳ ବାଘୁଣୀ ସାରା ଅସୁସ୍ଥ । ଗତ କିଛିଦିନ ହେବ ସେ ଅସୁସ୍ଥ ରହିଥିବାବେଳେ ଗୁରୁବାର ତଳେ ପଡ଼ିଯାଇଛି। ଦାୟିତ୍ୱରେ ଥିବା କର୍ମଚାରୀ ତାକୁ ଉଠାଇବାକୁ ଚେଷ୍ଟା କରି ବିଫଳ ହୋଇଥିବା ଜଣାପଡ଼ିଛି। ଏହି ଖବରପାଇ ଡାକ୍ତର ସାରାର ଚିକିତ୍ସା ଆରମ୍ଭ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନ ଥିବା ଜଣାପଡ଼ିଛି। ସାରା ଗୋଟିଏ ସ୍ଥାନରେ ପଡ଼ି ରହିଛି। ଗତ କିଛିଦିନ ହେବ ବାଘ ନନ୍ଦନ […]

ମାର୍ଚ୍ଚ ୧ ହେଉଛି ବିଶ୍ୱ ଦହିବରା ଦିବସ। 

ମାର୍ଚ୍ଚ ୧ ତାରିଖରେ କଟକବାସୀ ପାଳୁଛନ୍ତି ଦହିବରା ଦିବସ । ଭାରି ସୁଆଦିଆ ପାଟିକୁ । ଏହା କେବଳ କଟକ ନୁହେଁ ଏବେ ବିଶ୍ୱ ଦରବାରରେ ହାସଲ କରିଛି ତାର ସ୍ୱତନ୍ତ୍ର ସ୍ଥାନ । ସବୁଠୁ ସୁଆଦିଆ ଷ୍ଟିଟ୍‌ ଫୁଡ୍‌ ଭାବେ ପାଇଛି ନୂଆ ପରିଚୟ ।ଦହିବରା ପାଇଁ ଅନ୍ୟ ସ୍ଥାନ ତୁଳନାରେ କଟକ ପ୍ରସିଦ୍ଧ। କଟକର ପ୍ରସିଦ୍ଧ ଦହିବରା ଖାଇବା ପାଇଁ ଖାଲି କଟକ ନୁହେଁ ବରଂ ଜିଲା ଓ ରାଜ୍ୟ ବାହାରୁ ମଧ୍ୟ ଲୋକେ […]

ଓଡ଼ିଶାରେ କମୁଛନ୍ତି କଲରାପତରିଆ ବାଘ

ଓଡ଼ିଶାରେ କଲରାପତରିଆ ବାଘ ସଂଖ୍ୟା ୫୬୮କୁ ହ୍ରାସ ପାଇଛି । ଚାରି ବର୍ଷ ତଳେ ଥିଲା ୭୬୦ । ଏହାର ଅର୍ଥ ହେଉଛି, ୧୯୨ କଲରାପତରିଆ ଏ ଭିତରେ ଉଭାନ ହୋଇ ଯାଇଛନ୍ତି ।ଯଦିଓ ରାଜ୍ୟରେ କଲରାପତରିଆଙ୍କ ସଂଖ୍ୟା ହ୍ରାସ ପାଉଛି, ମାତ୍ର ଶିମିଳିପାଳ, ସାତକୋଶିଆରେ ସଂଖ୍ୟା ବୃଦ୍ଧି ହୋଇଛି। ସାତକୋଶିଆ ଓ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ମଧ୍ୟରେ ଯଥାକ୍ରମେ ୮୦ ଓ ୯୧ ବାଘ କ୍ୟାମେରା ଟ୍ରାପରେ ଠାବ ହୋଇଛନ୍ତି। ଅନ୍ୟପଟେ ନୟାଗଡ଼ ଓ ଘୁମୁସର […]

ଆଜିର ରାଶିଫଳ(୧ ମାର୍ଚ୍ଚ,୨୦୨୪)

*ମେଷ-ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇପାରନ୍ତି ।* *ବୃଷ–ଆଜି ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରିଙ୍କର ସପୂର୍ଣ ସହଯୋଗ ମିଳିବ । ସାସଂରିକ ଜିବନ ଆନନ୍ଦଭରା ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୁର ହେବ । ମହିଳା ଓ […]

ଦୀପିକା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି।

ବଲିଉଡର ଲୋକପ୍ରିୟ ଦମ୍ପତି ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ପ୍ରଶଂସକଙ୍କୁ ଏକ ଖୁସି ଖବର ଦେଇଛନ୍ତି। ଦୀପିକା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ସେ ଗର୍ଭବତୀ ଥିବା ଘୋଷଣା କରିଛନ୍ତି। ସେପ୍ଟେମ୍ବରରେ ସେ ଏକ ସନ୍ତାନ ପ୍ରସବ କରିବେ ବୋଲି ଦୀପିକା ଏହି ପୋଷ୍ଟରେ କହିଛନ୍ତି।କିଛି ଦିନ ତଳେ ଅଭିନେତ୍ରୀ ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। କୁହାଯାଉଥିଲା ଯେ, ଦୀପିକା ୩ମାସର ଗର୍ଭବତୀ ଅଛନ୍ତି। […]

ରାଜ୍ୟର ଅଙ୍ଗନୱାଡି କର୍ମୀ ମାନଙ୍କର ମାସିକ ପାରିଶ୍ରମିକରେ ବୃଦ୍ଧି 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟର ଅଙ୍ଗନୱାଡି କର୍ମୀ ମାନଙ୍କର ମାସିକ ପାରିଶ୍ରମିକରେ ବୃଦ୍ଧି ଘୋଷଣା କରିଛନ୍ତି। ଏହା ସହିତ ଅଙ୍ଗନବାଡି କର୍ମିଙ୍କର ସେବା ବିରତି ପ୍ରୋତ୍ସାହନ ରାଶିରେ ବୃଦ୍ଧି ସହିତ ସାମାଜିକ ସୁରକ୍ଷା ଭାବରେ ସେମାନଙ୍କୁ ଅନୁକମ୍ପା ସହାୟତା ମିଳବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାଦ୍ବାରା ରାଜ୍ୟର ୧ ଲକ୍ଷ ୪୮ ହଜାର ଅଙ୍ଗନବାଡି କର୍ମୀ, ମିନି ଅଙ୍ଗନବାଡି କର୍ମୀ ଓ ଅଙ୍ଗନବାଡି ସହାୟିକା ଉପକୃତ ହେବେ । […]